ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଗର୍ଭବତୀ ସାଙ୍ଗରେ ହସ୍ପିଟାଳକୁ କ’ଣ ନେବେ
ସେଆର କରନ୍ତୁ

ଗର୍ଭବତୀ ସାଙ୍ଗରେ ହସ୍ପିଟାଳକୁ କ’ଣ ନେବେ

ପ୍ରସବ ଯନ୍ତ୍ରଣା ସମୟରେ ଗର୍ଭବତୀଙ୍କୁ ଡାକ୍ତରଖନା ନେଇଯାଆନ୍ତି । ହେଲେ ସାଙ୍ଗରେ ଅତ୍ୟାବଶ୍ୟକୀୟ ଜିନିଷ ନେଇ ଯିବାକୁ ଭୁଲି ଯାଆନ୍ତି ନାହିଁ ।

ଉପକ୍ରମ

ପ୍ରସବ ଯନ୍ତ୍ରଣା ସମୟରେ ଗର୍ଭବତୀଙ୍କୁ ଡାକ୍ତରଖନା ନେଇଯାଆନ୍ତି । ହେଲେ ସାଙ୍ଗରେ ଅତ୍ୟାବଶ୍ୟକୀୟ ଜିନିଷ ନେଇ ଯିବାକୁ ଭୁଲି ଯାଆନ୍ତି ନାହିଁ ।

କ’ଣ ନେବେ

ସ୍ଳିପର- ସାଙ୍ଗରେ ସ୍ଳିପର ନେଇ ଯାଆନ୍ତୁ । ହସପିଟାଲରେ ବହୁତ ରୋଗ ଜୀବାଣୁ ଥାନ୍ତି । ଯେପରିପାଦରେ ଲାଗି ଶରୀରକୁ ପ୍ରବେଶ ନକରେ । ଏଣୁ ଏକ ସ୍ଳିପର ଚପଲ ନେଇଥିଲେ ବେଡ୍ ଉପରୁ ତଳକୁ ଓହ୍ଲାଇଲା ମାତ୍ରେ ଚପଲ ପିନ୍ଧନ୍ତୁ ।

ତକିଆ- ବେଡ୍ ରେ ରହିବା ସମୟରେ ତକିଆ ଏକାନ୍ତ ଆବଶ୍ୟକ । ମୁଣ୍ଡ ତଳେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ ।

ତାୱେଲ- ଦୁଇଟି ନୂଆ ତାୱେଲ ସାଙ୍ଗରେ ଧରି ଯାଆନ୍ତୁ । ପ୍ରସବ ପରେ ଏହା ପିଲା ପାଇଁ ଆବଶ୍ୟକ ଗୋଟିଏ ତାୱେଲରେ ବିଛାଇ ପିଲାକୁ ଶୁଆଇବେ ଓ ଅନ୍ୟଟି ପିଲା ଦେହରେ ଘୋଡାଇବେ ।

ଲିପ୍ ବାମ୍- ପ୍ରସବ ପରେ ଓଠ ଫାଟି ଯନ୍ତ୍ରଣା ହୁଏ । କାରଣ ପ୍ରସବ ସମୟରେ ଶରୀରରୁ ଅଧିକ ଜଳୀୟ ଅଂସ ବାହାରି ଯାଏ । ଏହାଦ୍ଵାରା ପାଟି ଓ ଓଠ ଶୁଖିଯାଏ । ଏଣୁ ସାଙ୍ଗରେ ଲିପ୍ ବାମ୍ ନେଇଥିଲେ, ଓଠରେ ଲିପ୍ ବାମ୍ ଲଗାଇ ଓଠକୁ  ସୁରକ୍ଷିତ ରଖିପାରିବେ ।

ମୋଜା- ପ୍ରସବ ପରେ ଶରୀରର ତାପମାତ୍ର ବହୁ ତଳକୁ ଖସିଆସେ । ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ମୋଜା ପିନ୍ଧିବା ଦ୍ଵାରା ଥଣ୍ଡା ହୁଏ ନାହିଁ ।

ଢିଲା ପୋଷାକ- ଏହି ସମୟରେ  ଢିଲା ପୋଷାକ ପିନ୍ଧିବା ଦରକାର । ବିଶେଷ କରି ନାଇଟ୍ କିମ୍ବା ଅନ୍ୟ କିଛି ଢିଲା ପୋଷାକ ଦରକାର । ଶାଢି କିମ୍ବା ଫିଟ୍ ଡ୍ରେସ ପିନ୍ଧିବା ଆରାମଦାୟକ ଲାଗିନଥାଏ ।

ବ୍ରସ – ପେଷ୍ଟ- ସାଙ୍ଗରେ ବ୍ରସ ଓ ପେଷ୍ଟ ନିଅନ୍ତୁ । ହସପିଟାଲରେ କିଛିଦିନ ରହିବାକୁ ପଡେ । ଏଣୁ ବ୍ରସ ଓ ପେଷ୍ଟ ନେଇଥିଲେ ଦାନ୍ତ ସଫା କରିପାରିବେ ।

ଖାଦ୍ୟ – ହସ୍ପିଟାଲକୁ କିଛି ଖାଦ୍ୟ ମଧ୍ୟ ସାଙ୍ଗରେ ନେବା ଦରକାର । ପ୍ରସବ ପରେ ମା’ ସହିତ ଘରଲୋକରହିଥାନ୍ତି । ଖାଇବା ପାଇଁ କିଛି ଜଳଖିଆ ନେଇଥିଲେ ଲୋକ ସମୟରେ ଖାଇପାରିବେ ।

ଆଧାର

ପ୍ରମେୟ

3.18918918919
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top