ସେଆର କରନ୍ତୁ

ଗଲା ଯନ୍ତ୍ରଣା

ଗଳା ସଂକ୍ରମଣ ଷ୍ଟ୍ରେପ୍ ଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ; ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ ।

ଗଲା ଯନ୍ତ୍ରଣା

ଗଳାରେ ଯଦି ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେଉଥାଏ, ତେବେ ଏହାକୁ ଅବହେଳା କରିବା ଠିକ୍ ନୁହେଁ ।ଖାସ୍ ସ୍କୁଲ ପଢୁଆ ପିଲା ଏବଂ ଯୁବପିଢ଼ି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । ଗଳା ସଂକ୍ରମଣ ଷ୍ଟ୍ରେପ୍ ଟୋକୋକାଲ ବ୍ୟାକ୍ଟେରିଆ  ଦ୍ଵାରା ସୃଷ୍ଟି ହୋଇଯାଏ; ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍  କୁହାଯାଏ ।

 

ଏହାକୁ ମଧ୍ୟ ଷ୍ଟ୍ରେପଟୋକୋକାଲ ଫାରେନଜିଟିସ୍ କୁହାଯାଏ । ଏହାଦ୍ଵାରା  ଗଳା, ଲସିକା ଗ୍ରନ୍ଥି ଓ ଟନସିଲ ଆଦି ଫୁଲିଯାଇ ଦରଜ ହୋଇଥାଏ । ଅନେକ ସମୟରେ ଗଳା ସଂକ୍ରମଣ ପ୍ରତି ଏତେଟା ନଜର ରହେନି ଏବଂ ଚିକିତ୍ସାରେ ବିଳମ୍ବ ହୋଇଯାଏ । ଏହା ଯଦି ସାଂଘାତିକ ରୂପ ନିଏ, ତେବେ ରୁମାଟିକ ଜ୍ଵର, ବୃକକ ଫୁଲିବା ଏବଂ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ଦେଖାଯାଏ ।

କାରଣ

ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ଦ୍ଵାରା ଏହା ବ୍ୟାପିଥାଏ । ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ସଂସ୍ପର୍ଶରେ ଆସିଲେ ସେ ବ୍ୟକ୍ତି ବି ସଂକ୍ରମିତ ହୁଅନ୍ତି । ଅଇଁଠା ଖାଦ୍ୟ ଓ ପାନୀୟ ଦ୍ଵାରା ଏହା ମଧ୍ୟ ସଂକ୍ରମିତ ହୁଏ ।

ଲକ୍ଷଣ

ହଠାତ ଗଳାରେ ଯନ୍ତ୍ରଣା ସହ ଖାଦ୍ୟ ଢୋକିବା  ବେଳେ ଯନ୍ତ୍ରଣା ଅନୁଭବ ହେବା । ଟନସିଲ ଦରଜ ହୋଇ ଲାଲ ଦେଖାଯିବା । ଟନସିଲ ଏବଂ ଗଳାରେ ଧଳାଦାଗ ଦେଖାଯିବା । ଜ୍ଵର ହେବା ଏବଂ ମୁଣ୍ଡ ବିନ୍ଧିବା । ଶିଶୁଙ୍କ କ୍ଷେତ୍ରରେ ବାନ୍ତି ହେବା । ଶରୀର ବିକ୍ଷେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ ହୁଏ । ଗଣ୍ଠି ଯନ୍ତ୍ରଣା ଏବଂ ଶ୍ଵାସକ୍ରିୟାରେ ବାଧା ଯଦି ହେଉଥାଏ; ତେବେ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ନ୍ତୁ । ୪୮ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଗଳାରେ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼େ । ୧୦୧ ଡିଗ୍ରୀରୁ ଉଦ୍ଧି ତାପମାତ୍ରାରେ ଜର ହେବା ସହ ଜ୍ଵର୨ ଦିନରୁ ଅଧିକ ଲାଗି ରହିଥାଏ । ଦୁଇଦିନରୁ ଊର୍ଦ୍ଧ୍ଵ ସମୟ ଆପଣ ଉଭୟ ଖାଇବା ଓ ଶ୍ଵାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି । ଦୁଇଦିନ ଆଣ୍ଟିବାୟୋଟିକ୍ ନେବା ପରେ ବି ଯଦି ଅବସ୍ଥାରେ ଉନ୍ନତି ଆସୁନଥାଏ, ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ଘରୋଇ ଚିକିତ୍ସା

ଆବଶ୍ୟକ ବିଶ୍ରାମ ନିଅନ୍ତୁ । ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ଗୁହନ୍ତୁ । ପାଣି ପିଇବା ବନ୍ଦ କରନ୍ତୁନି, ଉଷୁମ ପାଣି ପିଇବା ଭଲ । ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି । ନିୟମିତ ଭାବେ ଗାର୍ଗଳ କରନ୍ତୁ । ଧୂମପାନଠୁ ଦୂରେଇ ରୁହନ୍ତୁ । ହାତ ସବୁବେଳେ ସଫା ରଖନ୍ତୁ । ଛିଙ୍କ ଏବଂ କାଶ ସମୟରେ ପାଟି ରଖନ୍ତୁ ।

ରୋଗ ଚିହ୍ନଟ ଏବଂ ଚିକିତ୍ସା

ଚିକିତ୍ସକଙ୍କ ନିକଟରେ ପରୀକ୍ଷା କରନ୍ତୁ । ଏଥିପାଇଁ ଏକ ଗ୍ୟାପିଡ ଷ୍ଟ୍ରେପ ଟେଷ୍ଟ କରାଯିବ । ଏହି ଟେଷ୍ଟ ୧ o ମିନିଟରେ ଫଳାଫଳ ପ୍ରଦାନ କଲେ ବି ଏହା ସଠିକ ସିଦ୍ଧାନ୍ତ ଦେଇପାରି ନଥାଏ । ଏହି କ୍ଷେତ୍ରରେ ଥ୍ରୋଟ କଲଚର ବି କରାଯାଏ । ଚିକିତ୍ସକମାନେ ଷ୍ଟ୍ରେପ ଇନଫେକସନ ଚିକିତ୍ସା ପାଇଁ ପେନ ରିଲିଭର ଏବଂ ଆଣ୍ଟିବାୟୋଟିକ୍ ଉପରେ ନର୍ଭର କରିଥାନ୍ତି । ବେଳେ ବେଳେ ଷ୍ଟ୍ରେପ  ସଂକ୍ରମଣର ଯଦି ଚିକିତ୍ସା ନକରାଯାଏ, ତେବେ ଏହି ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ଜନିତ ଫୁଲାର କାରଣ ହୁଏ । ଏହି ଅବସ୍ଥାକୁ କୁହାଯାଏ ପେରିଟୋନସିଲାର ଆବସେସ । ଏହା ଦ୍ଵାରା ଖାଦ୍ୟ ଢୋକିବା ଏବଂ ଶ୍ଵାସକ୍ରିୟାରେ ଖୁବ୍ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏଥିପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ । ଷ୍ଟ୍ରେପ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବାର ୨ ରୁ ୫ ଦିନ ପରେ ଏହି ଲକ୍ଷଣ ଦେଖାଦେଇଥାଏ । ୫ରୁ ୧୫ ବର୍ଷ ବୟସ ଭିତରେ ଷ୍ଟ୍ରେପ ଥ୍ରୋଟ ଖୁବ ସାଧାରଣ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ତଥା ତାଙ୍କ ଛିଙ୍କ ଏବଂ ଲାଲ ଦ୍ଵାରା ଏହା ବ୍ୟାପିଥାଏ । ଗଲା ଯନ୍ତ୍ରଣା ସଂକ୍ରମଣ କ୍ଷେତ୍ରରେ ଅବହେଳା ନକରି ତୁରନ୍ତ ଅଭିଜ୍ଞ କର୍ଣ୍ଣ – ନାସା ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ସଂଗୃହିତ: ଡାକ୍ତର ନୀଳମାଧବ ପୃଷ୍ଟି , ବୁର୍ଲା

2.95833333333
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top