ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଗ୍ୟାସ ଔଷଧର ପାର୍ଶ୍ଵ ପ୍ରଭାବରୁ
ସେଆର କରନ୍ତୁ

ଗ୍ୟାସ ଔଷଧର ପାର୍ଶ୍ଵ ପ୍ରଭାବରୁ

ଛାତିରେ ପୋଡା ଜଳା, ପେଟରେ ଘା’ ଓ ଅନ୍ୟାନ୍ୟ ଏସିଡିଟି (ଗ୍ୟାସ) ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ସ୍ମରଣଶକ୍ତି ହରାଇବା ଭଳି ମାନସିକ ରୋଗର କାରଣ ହୋଇଥାଏ

ଉପକ୍ରମ

ଛାତିରେ ପୋଡା ଜଳା, ପେଟରେ ଘା’ ଓ ଅନ୍ୟାନ୍ୟ ଏସିଡିଟି (ଗ୍ୟାସ) ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ସ୍ମରଣଶକ୍ତି ହରାଇବା ଭଳି ମାନସିକ ରୋଗର କାରଣ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି ।

ପ୍ରୋଟନ ପମ୍ପ ଇନବିଟର୍ସ

ଗ୍ୟାସ ରୋଗର ଚିକିତ୍ସା ପାଇଁ ପ୍ରୋଟନ ପମ୍ପ ଇନବିଟର୍ସ ( ପିପିଆଇ) ଔଷଧକୁ ଆପଣା ଯାଇଥାଏ । ଏହିଗ୍ୟାସ ଔଷଧ ଅଧିକ ମାତ୍ରାରେ ବ୍ୟବହାର ଦ୍ଵାରା ବୟସ୍କ ଲୋକ ସ୍ନରଣ ଶକ୍ତି ହରାଇବା, ବାଉଳି ଚାଉଳି ହେବା ଓ ପାଗଳାମିଭଳି ମାନସିକ ରୋଗର ଶିକାର ହୋଇଥାନ୍ତି । ବୟସ୍କମାନେ ଏହି ପାର୍ଶ୍ଵପ୍ରଭାବର ବେଶି ଶିକାର ହେଉଥିବାବେଳେ ଯୁବକଙ୍କ କ୍ଷେତ୍ରରେ କମ୍ ହୋଇଥାଏ । ଜର୍ମାନର ସେଣ୍ଟର ଫର ନ୍ୟୁରୋଡିଜେନେରେଟିଭ ଡିଜଜ୍ ର ଗବେଷକ ଡାକ୍ତର ୱିଲି ଗୋମ୍ମଙ୍କ ଦ୍ଵାରା ହୋଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ, ୭୦ ପ୍ରତିଶତ ରୋଗୀ ଠିକ୍ ମାତ୍ରା (ପରିମାଣ) ର ଗ୍ୟାସ ଔଷଧ ବ୍ୟବହାର କରି ନଥାନ୍ତି । ସାଧାରଣ ଭାବେ ଡାକ୍ତରମାନେ ଗ୍ୟାସ ଔଷଧ ଖାଇବାକୁ ପରାମର୍ଶ ହେଇଥାନ୍ତି । ଏହାଦ୍ଵାରା ରୋଗୀଆବଶ୍ୟକତା ଠାରୁ ଅଧିକ ମାତ୍ରା ଔଷଧ ବ୍ୟବହାର କରିଥାଏ । ଉପୟୁକ୍ତ ପରୀକ୍ଷା ବିନା ଅଧିକ ମାତ୍ରାରେ ଏପରି ଔଷଧ ପାଇଁ ପରାମର୍ଶ ଦିଆଯିବ ଅନୁଚିତ ।

ଗ୍ୟାସ ଔଷଧର ବ୍ୟବହାର

ଜର୍ମାନୀର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ବୟସ୍କ ନାଗରିକ । ଏହି ଅଧ୍ୟୟନ ପରେ ଗ୍ୟାସ ଔଷଧର ବ୍ୟବହାର ଉପରେ ଏକ ପ୍ରକାର ଅଙ୍କୁଶ ଲାଗିଛି । ସରକାରୀ ଡାକ୍ତରଖାନାରେ ଉପୟୁକ୍ତ ପରୀକ୍ଷା ବିନା ଗ୍ୟାସ ଔଷଧ ପାଇଁ ମରାମର୍ଶ ଦିଆଯାଇପାରିବ ନାହିଁ । ପ୍ରତ୍ୟେକ ରୋଗୀକୁ ଉପୟୁକ୍ତ ମାତ୍ରାର ଗ୍ୟାସ ଔଷଧ ବ୍ୟବହାର ଲାଗି ପରାମର୍ଶ ଦିଆଯିବ ଗବେଷକଜଣଙ୍କ ୨୦୦୪ ରେ ୭୩, ୬୭୯ ଜଣ ବୟସ୍କ ନାଗରିକ (ଯେଉଁମାନଙ୍କ ବୟସ ୭୫ କିମ୍ବା ତଦୁର୍ଦ୍ଧ୍ଵ) ଙ୍କୁ ନେଇ ପରିକ୍ଷ କରିଥିଲେ । ଏମାନଙ୍କ ପାଖରେ କୌଣସି ମାନସିକ ରୋଗ ନଥିଲା ।

ମାନସିକ ରୋଗ

୨୦୧୧ରେ ଏମାନଙ୍କୁ ପୁନର୍ବାର ପରୀକ୍ଷା କରିବାରୁ ସେମାନଙ୍କ ମାଧରୁ ୨୯, ୫୧୦ ଜଣଙ୍କ ଠାରେ ମାନସିକ ରୋଗର ଲକ୍ଷଣ ଦେଖାଯାଇଥିଲା । ନିୟମିତ ଭାବେ ୧୮ ମାସ ଧରି ଗ୍ୟାସ ଔଷଧ ସେବନ କରିଥିବା ବୟସ୍କ ଠାରେ ଏହି ମାନସିକ ରୋଗ ଦେଖାଯାଇଥିଲା । ଉକ୍ତ ଅଧ୍ୟୟନରୁ ଆହୁରି ଜଣାଯାଇଛି ଯେ, ଗ୍ୟାସ ଔଷଧ ବ୍ୟବହାର ଦ୍ଵାରା ବୃକ୍ କରେ କ୍ଷତ ସୃଷ୍ଟି କରିଥାଏ । ଏପରିକି ଦୀର୍ଘସ୍ଥାୟୀ ବୃକ୍ କ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ଆଧାର

ସମାଜ

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top