ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଗ୍ୟାସ ଔଷଧର ପ୍ରଭାବ ଏବଂ ସମସ୍ୟା ସମାଧାନ ଟିପ୍ସ
ସେଆର କରନ୍ତୁ

ଗ୍ୟାସ ଔଷଧର ପ୍ରଭାବ ଏବଂ ସମସ୍ୟା ସମାଧାନ ଟିପ୍ସ

ଗ୍ୟାସ ଔଷଧର ପ୍ରଭାବ ଏବଂ ସମସ୍ୟା ସମାଧାନ ଟିପ୍ସ ବିଷୟରେ ସୂଚନା ।

ଗ୍ୟାସ ଔଷଧର ପାର୍ଶ୍ଵ ପ୍ରଭାବରୁ

ଛାତିରେ ପୋଡା ଜଳା, ପେଟରେ ଘା’ ଓ ଅନ୍ୟାନ୍ୟ ଏସିଡିଟି (ଗ୍ୟାସ) ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ସ୍ମରଣଶକ୍ତି ହରାଇବା ଭଳି ମାନସିକ ରୋଗର କାରଣ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି ।

ପ୍ରୋଟନ ପମ୍ପ ଇନବିଟର୍ସ ( ପିପିଆଇ) ଔଷଧ

ଗ୍ୟାସ ରୋଗର ଚିକିତ୍ସା ପାଇଁ ପ୍ରୋଟନ ପମ୍ପ ଇନବିଟର୍ସ ( ପିପିଆଇ) ଔଷଧକୁ ଆପଣା ଯାଇଥାଏ । ଏହି ଗ୍ୟାସ ଔଷଧ ଅଧିକ ମାତ୍ରାରେ ବ୍ୟବହାର ଦ୍ଵାରା ବୟସ୍କ ଲୋକ ସ୍ନରଣ ଶକ୍ତି ହରାଇବା, ବାଉଳି ଚାଉଳି ହେବା ଓ ପାଗଳାମିଭଳି ମାନସିକ ରୋଗର ଶିକାର ହୋଇଥାନ୍ତି ।

ବୟସ୍କମାନେ ଏହି ପାର୍ଶ୍ଵପ୍ରଭାବର ବେଶି ଶିକାର ହେଉଥିବାବେଳେ ଯୁବକଙ୍କ କ୍ଷେତ୍ରରେ କମ୍ ହୋଇଥାଏ । ଜର୍ମାନର ସେଣ୍ଟର ଫର ନ୍ୟୁରୋଡିଜେନେରେଟିଭ ଡିଜଜ୍ ର ଗବେଷକ ଡାକ୍ତର ୱିଲି ଗୋମ୍ମଙ୍କ ଦ୍ଵାରା ହୋଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ, ୭୦ ପ୍ରତିଶତ ରୋଗୀ ଠିକ୍ ମାତ୍ରା (ପରିମାଣ) ର ଗ୍ୟାସ ଔଷଧ ବ୍ୟବହାର କରି ନଥାନ୍ତି । ସାଧାରଣ ଭାବେ ଡାକ୍ତରମାନେ ଗ୍ୟାସ ଔଷଧ ଖାଇବାକୁ ପରାମର୍ଶ ହେଇଥାନ୍ତି । ଏହାଦ୍ଵାରା ରୋଗୀଆବଶ୍ୟକତା ଠାରୁ ଅଧିକ ମାତ୍ରା ଔଷଧ ବ୍ୟବହାର କରିଥାଏ । ଉପୟୁକ୍ତ ପରୀକ୍ଷା ବିନା ଅଧିକ ମାତ୍ରାରେ ଏପରି ଔଷଧ ପାଇଁ ପରାମର୍ଶ ଦିଆଯିବ ଅନୁଚିତ ।

ଗ୍ୟାସ ଔଷଧର ବ୍ୟବହାର

ଜର୍ମାନୀର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ବୟସ୍କ ନାଗରିକ । ଏହି ଅଧ୍ୟୟନ ପରେ ଗ୍ୟାସ ଔଷଧର ବ୍ୟବହାର ଉପରେ ଏକ ପ୍ରକାର ଅଙ୍କୁଶ ଲାଗିଛି । ସରକାରୀ ଡାକ୍ତରଖାନାରେ ଉପୟୁକ୍ତ ପରୀକ୍ଷା ବିନା ଗ୍ୟାସ ଔଷଧ ପାଇଁ ମରାମର୍ଶ ଦିଆଯାଇପାରିବ ନାହିଁ । ପ୍ରତ୍ୟେକ ରୋଗୀକୁ ଉପୟୁକ୍ତ ମାତ୍ରାର ଗ୍ୟାସ ଔଷଧ ବ୍ୟବହାର ଲାଗି ପରାମର୍ଶ ଦିଆଯିବ ଗବେଷକଜଣଙ୍କ ୨୦୦୪ ରେ ୭୩, ୬୭୯ ଜଣ ବୟସ୍କ ନାଗରିକ (ଯେଉଁମାନଙ୍କ ବୟସ ୭୫ କିମ୍ବା ତଦୁର୍ଦ୍ଧ୍ଵ) ଙ୍କୁ ନେଇ ପରିକ୍ଷ କରିଥିଲେ । ଏମାନଙ୍କ ପାଖରେ କୌଣସି ମାନସିକ ରୋଗ ନଥିଲା ।

୨୦୧୧ରେ ଏମାନଙ୍କୁ ପୁନର୍ବାର ପରୀକ୍ଷା କରିବାରୁ ସେମାନଙ୍କ ମାଧରୁ ୨୯, ୫୧୦ ଜଣଙ୍କ ଠାରେ ମାନସିକ ରୋଗର ଲକ୍ଷଣ ଦେଖାଯାଇଥିଲା । ନିୟମିତ ଭାବେ ୧୮ ମାସ ଧରି ଗ୍ୟାସ ଔଷଧ ସେବନ କରିଥିବା ବୟସ୍କ ଠାରେ ଏହି ମାନସିକ ରୋଗ ଦେଖାଯାଇଥିଲା । ଉକ୍ତ ଅଧ୍ୟୟନରୁ ଆହୁରି ଜଣାଯାଇଛି ଯେ, ଗ୍ୟାସ ଔଷଧ ବ୍ୟବହାର ଦ୍ଵାରା ବୃକ୍ କରେ କ୍ଷତ ସୃଷ୍ଟି କରିଥାଏ । ଏପରିକି ଦୀର୍ଘସ୍ଥାୟୀ ବୃକ୍ କ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।

ଗ୍ୟାସ ଜନିତ ସମସ୍ୟା ପାଇଁ ଛୋଟ ଟିପ୍ସ

ଦୈନଦିନ ଜୀବନରେ ନିଜର ଅନିୟମିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ବଦହଜମି ପରି ସମସ୍ୟା ଦେଖାଦେଇଥାଏ। ଫଳରେ ବାରମ୍ୱାର ଗ୍ୟାସ ପରି ସମସ୍ୟା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ସହ ନିଜର ଖାଦ୍ୟପେୟରେ ଉପାଦେୟ ତଥା ଭିଟାମିନ୍‌ ପୂର୍ଣ୍ଣ ଖାଦ୍ୟ ମଧ୍ୟ ସାମିଲ କରନ୍ତୁ। କିଛି ଖାଦ୍ୟରେ ଏହାକୁ ଠିକ୍‌ କରିବା ପାଇଁ ଭରପୁର ପରିମାଣରେ ଉପକାରୀ ତତ୍ତ୍ୱ ରହିଥାଏ। ଏପରି କିଛି ଖାଦ୍ୟ ବିଷୟରେ ଆସନ୍ତୁ ଜାଣିବା।

ଟିପ୍ସ

  1. ଗୁଜୁରାତି: ଏହାକୁ ଖାଇବା ଦ୍ୱାରା ପାଟିରେ ଲାଳ ହୋଇଥାଏ। ଯାହାକି ହଜମ ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରିଥାଏ। ତେଣୁ ଆପଣ ଏହାକୁ ସେବନ କରନ୍ତୁ ଏବଂ ଗ୍ୟାସର ଅସୁବିଧାଠାରୁ ନିଜକୁ ଦୂରେଇ ରଖନ୍ତୁ।
  2. ଗୋଲମରିଚ: ଏହାକୁ ଖାଇବା ଦ୍ୱାରା ଶରୀରରେ ମ୍ୟୁକସ୍‌ ଏବଂ ଗ୍ୟାଷ୍ଟିକ ଜୁସର ପରିମାଣ ବଢ଼ିଥାଏ। ଯାହା ଫଳରେ ଗ୍ୟାଷ୍ଟିକ୍‌ ପରି ସମସ୍ୟାରୁ ଏହା ବଞ୍ଚାଇଥାଏ।
  3. ଲସି: ସାଧାରଣତଃ ଦହିରେ ଲାକ୍ଟିକ୍‌ ଏସିଡ଼ ଭରପୁର ମାତ୍ରାରେ ରହିଥାଏ। ଏହା ଗ୍ୟାସ ପରି ସମସ୍ୟାରୁ ଶରୀରକୁ ବଞ୍ଚାଇଥାଏ।
  4. ଧନିଆଁ: ଏହାକୁ ଖାଇବା ଦ୍ୱାରା ଶରୀରରେ ଏସିଡ଼ର ମାତ୍ରା ସମାନ୍ତରାଳ ରହିଥାଏ। ଫଳରେ ଗ୍ୟାସ ହୋଇନଥାଏ।
  5. ଅଦା: ଏଥିରେ ଜିଞ୍ଜେରୋଲ୍ସ ରହିଥାଏ। ଯାହା ଗ୍ୟାସ ପରି ସମସ୍ୟା ଏବଂ ତା’ ସହ ବଦହଜମୀରୁ ଶରୀରକୁ ବଞ୍ଚାଇଥାଏ।
  6. ଲେମ୍ୱୁ: ଲେମ୍ୱୁରେ ଥିବା ସାଇଟ୍ରିକ୍‌ ଏସିଡ଼ ଗ୍ୟାସ ପରି ସମସ୍ୟା ପାଇର୍ ବହୁତ ଉପଯୋଗୀ।
  7. ସପୁରୀ: ଏଥିରେ ଥିବା ଫାଇବର ହଜମ କରିବା ଏବଂ ଗ୍ୟାସକୁ ଦୂର କରିବାରେ ବେଶ ସହଯୋଗୀ ହୋଇଥାଏ।
  8. ପୁଦିନା: ଏଥିରେ ମେନ୍ଥୋଲ ରହିଥାଏ। ଯାହାକୁ ଖାଇବା ଦ୍ୱାରା ଶରୀରରେ ଗ୍ୟାସ ହୋଇନଥାଏ ଏବଂ ପେଟଜନିତ ସମସ୍ୟା ଦୂର ହୋଇଥାଏ।
  9. କଳା ଲୁଣ: ଏଥିରେ ଥିବା ସୋଡ଼ିୟମ କ୍ଲୋରାଇଡ଼, ଫେରିକ୍‌ ଅକ୍ସାଇଡ଼ ଗ୍ୟାସ ଏବଂ ବଦହଜମୀ ପରି ସମସ୍ୟାରୁ ବଞ୍ଚାଇଥାଏ।
  10. ଅଅଁଳା: ଏଥିରେ ଥିବା ଫାଇବର ଗ୍ୟାସ ଠାରୁ ବଞ୍ଚାଇଥାଏ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top