ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଗ୍ୟାସ ଜନିତ ସମସ୍ୟା ପାଇଁ ଛୋଟ ଟିପ୍ସ
ସେଆର କରନ୍ତୁ

ଗ୍ୟାସ ଜନିତ ସମସ୍ୟା ପାଇଁ ଛୋଟ ଟିପ୍ସ

ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ସହ ନିଜର ଖାଦ୍ୟପେୟରେ ଉପାଦେୟ ତଥା ଭିଟାମିନ୍‌ ପୂର୍ଣ୍ଣ ଖାଦ୍ୟ ମଧ୍ୟ ସାମିଲ କରନ୍ତୁ।

ଗ୍ୟାସ ଜନିତ ସମସ୍ୟା

ଦୈନଦିନ ଜୀବନରେ ନିଜର ଅନିୟମିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ବଦହଜମି ପରି ସମସ୍ୟା ଦେଖାଦେଇଥାଏ। ଫଳରେ ବାରମ୍ୱାର ଗ୍ୟାସ ପରି ସମସ୍ୟା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ସହ ନିଜର ଖାଦ୍ୟପେୟରେ ଉପାଦେୟ ତଥା ଭିଟାମିନ୍‌ ପୂର୍ଣ୍ଣ ଖାଦ୍ୟ ମଧ୍ୟ ସାମିଲ କରନ୍ତୁ। କିଛି ଖାଦ୍ୟରେ ଏହାକୁ ଠିକ୍‌ କରିବା ପାଇଁ ଭରପୁର ପରିମାଣରେ ଉପକାରୀ ତତ୍ତ୍ୱ ରହିଥାଏ। ଏପରି କିଛି ଖାଦ୍ୟ ବିଷୟରେ ଆସନ୍ତୁ ଜାଣିବା।

ଟିପ୍ସ

  1. ଗୁଜୁରାତି: ଏହାକୁ ଖାଇବା ଦ୍ୱାରା ପାଟିରେ ଲାଳ ହୋଇଥାଏ। ଯାହାକି ହଜମ ପ୍ରକ୍ରୀୟାକୁତ୍ୱରାନ୍ୱିତ କରିଥାଏ। ତେଣୁ ଆପଣ ଏହାକୁ ସେବନ କରନ୍ତୁ ଏବଂ ଗ୍ୟାସର ଅସୁବିଧାଠାରୁ ନିଜକୁ ଦୂରେଇ ରଖନ୍ତୁ।
  2. ଗୋଲମରିଚ: ଏହାକୁ ଖାଇବା ଦ୍ୱାରା ଶରୀରରେ ମ୍ୟୁକସ୍‌ ଏବଂ ଗ୍ୟାଷ୍ଟିକ ଜୁସର ପରିମାଣ ବଢ଼ିଥାଏ। ଯାହା ଫଳରେ ଗ୍ୟାଷ୍ଟିକ୍‌ ପରି ସମସ୍ୟାରୁ ଏହା ବଞ୍ଚାଇଥାଏ।
  3. ଲସି: ସାଧାରଣତଃ ଦହିରେ ଲାକ୍ଟିକ୍‌ ଏସିଡ଼ ଭରପୁର ମାତ୍ରାରେ ରହିଥାଏ। ଏହା ଗ୍ୟାସ ପରି ସମସ୍ୟାରୁ ଶରୀରକୁ ବଞ୍ଚାଇଥାଏ।
  4. ଧନିଆଁ: ଏହାକୁ ଖାଇବା ଦ୍ୱାରା ଶରୀରରେ ଏସିଡ଼ର ମାତ୍ରା ସମାନ୍ତରାଳ ରହିଥାଏ। ଫଳରେ ଗ୍ୟାସ ହୋଇନଥାଏ।
  5. ଅଦା: ଏଥିରେ ଜିଞ୍ଜେରୋଲ୍ସ ରହିଥାଏ। ଯାହା ଗ୍ୟାସ ପରି ସମସ୍ୟା ଏବଂ ତା’ ସହ ବଦହଜମୀରୁ ଶରୀରକୁ ବଞ୍ଚାଇଥାଏ।
  6. ଲେମ୍ୱୁ: ଲେମ୍ୱୁରେ ଥିବା ସାଇଟ୍ରିକ୍‌ ଏସିଡ଼ ଗ୍ୟାସ ପରି ସମସ୍ୟା ପାଇର୍ ବହୁତ ଉପଯୋଗୀ।
  7. ସପୁରୀ: ଏଥିରେ ଥିବା ଫାଇବର ହଜମ କରିବା ଏବଂ ଗ୍ୟାସକୁ ଦୂର କରିବାରେ ବେଶ ସହଯୋଗୀ ହୋଇଥାଏ।
  8. ପୁଦିନା: ଏଥିରେ ମେନ୍ଥୋଲ ରହିଥାଏ। ଯାହାକୁ ଖାଇବା ଦ୍ୱାରା ଶରୀରରେ ଗ୍ୟାସ ହୋଇନଥାଏ ଏବଂ ପେଟଜନିତ ସମସ୍ୟା ଦୂର ହୋଇଥାଏ।
  9. କଳା ଲୁଣ: ଏଥିରେ ଥିବା ସୋଡ଼ିୟମ କ୍ଲୋରାଇଡ଼, ଫେରିକ୍‌ ଅକ୍ସାଇଡ଼ ଗ୍ୟାସ ଏବଂ ବଦହଜମୀ ପରି ସମସ୍ୟାରୁ ବଞ୍ଚାଇଥାଏ।
  10. ଅଅଁଳା: ଏଥିରେ ଥିବା ଫାଇବର ଗ୍ୟାସ ଠାରୁ ବଞ୍ଚାଇଥାଏ।

ଆଧାର: ଖବର ଓଡିଶା

3.16
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
Vikaspediaodisha Jun 03, 2017 03:36 PM

ମତାମତ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ . ଆପଣଙ୍କ ମତାମତକୁ ଆମେ ସାଦରେ ଗ୍ରହଣ କରି ଯଥା ଶୀଘ୍ର ବନାନ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା
କରିବୁ .

Bikash Kumar Parida May 30, 2017 06:03 PM

ଏହି ୱେବସାଇଟ୍‌ରେ ବହୁତ ଉପାଦେୟ ତଥ୍ୟ ରହିଛି, କିନ୍ତୁ ବନାନ ଜନିତ ତ୍ରୁଟି ଅନେକ ରହିଛି ଯାହାକୁ ସଂଶୋଧନ କରିବା ନିତାନ୍ତ ଜରୁରୀ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top