অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘୁଙ୍ଗୁଡ଼ିର କାରଣ ଓ ପ୍ରତିକାର

ଘୁଙ୍ଗୁଡ଼ିର କାରଣ ଓ ପ୍ରତିକାର

ଘୁଙ୍ଗୁଡ଼ି

ଘୁଙ୍ଗୁଡ଼ିର ପ୍ରତିରୋଧ ପାଇଁ ଆମେ ବହୁ ବ୍ୟବସ୍ଥା କରିଥାଉ, ଯେପରିକି ସ୍ଵତନ୍ତ୍ର ତକିଆ ବ୍ୟବହାର କରିବା କିମ୍ବା ମାଉଥ ସ୍ପ୍ରେ  କରିବା ଆଦି । ଏଥିସହ ନିଃଶ୍ଵାସ ସହଜ ଭାବେ ନେବା ପାଇଁ ନାକରେ ନାଜାଲ ଡିଲେଟର ଆଦି ବ୍ୟବହାର କରିଥାଉ । ଏହି ସବୁ ସହଜ ଉପଚାର ଗ୍ରହଣ କରି ଆମେ ଚୁପଚାପ ବସିଯାଉ । ଏହା ଦ୍ଵାରା ସୁଫଳ ତ ମିଳେନାହିଁ ବରଂ ଅନ୍ୟପକ୍ଷରେ ଏହା ଅଭ୍ୟାସରେ  ପରିଣତ ହୋଇ ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିର କାରଣ ବନିଯାଏ ।

କାରଣ :

ଗଳାର ଭିତର ଅଂଶ ଏକ ସିଲିଣ୍ଡର ଆକାରର ଓଭୁଲା ପରି ହୋଇଥାଏ । ଯେତେବେଳେ ଏହି ପଥ ପବନ ଚଳାଚଳ ପାଇଁ ଜାମ ହୋଇଯାଏ ସେତେବେଳେ ନିଃଶ୍ଵାସସ ପ୍ରଶ୍ଵାସସ ନେବା ବେଳେ କମ୍ପନ ହୋଇ ଶବ୍ଦ ସୃଷ୍ଟି ହୁଏ । ଅତ୍ୟଧିକ ମୋଟା ହୋଇଗଲେ ବ୍ୟକ୍ତି ଏହି ରୋଗର ଶିକାର ହୁଏ । ମହିଳାଙ୍କ କ୍ଷେତ୍ରରେ ବୟସ ବଢ଼ିଲେ, ଏବଂ ଋତୁସ୍ରାବ ବନ୍ଦ ହୋଇଗଲେ ଏହି ସମସ୍ୟା ଦେଖାଦିଏ । ଏଥିସହ ଅନ୍ୟ କେତେକ କାରଣ ହେଲା- ଆଲର୍ଜି ପାଇଁ ଗଳା ଜାମ୍ ହୋଇଯିବା, ଅତ୍ୟଧିକ ଥଣ୍ଡା, ସାଇନସ ସମସ୍ୟା ଆଦି । ତେବେ ଆଲକୋହଳ କିମ୍ବା ଅନ୍ୟ ନିଶା ସେବନ ମଧ୍ୟ ଏହାର କାରଣ ହୋଇଥାଏ ।

ପ୍ରତିକାର :

ଏହା ସ୍ଵାସ୍ଥ୍ୟ ପାଇଁ ବିପଦ ଆଣୁଥିବାରୁ ଏହାର ପ୍ରତିକାର ଜରୁରୀ । ତେବେ ଆପଣ ଏଥିପାଇଁ ପ୍ରଥମେ ନିଜକୁ ଏକ ଶ୍ରେଣୀଭୁକ୍ତ କରନ୍ତୁ । ଆପଣ ଭୀଷଣ ଶବ୍ଦ କରି ଘୁଙ୍ଗୁଡ଼ି ମାରୁଥିଲେ। ଆପଣ ନିଶ୍ଚିତ ଅଧିକ ମୋଟା ହେବା ସହ ଆପଣଙ୍କ ଉଚ୍ଚ ରକ୍ତଚାପ ଥିବ । ଆପଣ ଦିନରେ ଅଧିକ ସମୟ ଶୋଉ ଥିବେ । ଶୋଇବାବେଳେନାକପୁଡ଼ା ଜାମ୍ ହୋଇ ଯାଉଥିବ ଓ ନିଦ୍ରାହୀନତା ଜନିତ ଅସୁସ୍ଥତା ଦେଖାଯାଉଥିବ । ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବାଉଚିତ୍ ।

ଓଜନ କମାଇବେ :

ଯଦି ଆପଣ ଅଧିକ ମୋଟା ହୋଇଯାଇଥାନ୍ତି, ତେବେ ଓଜନ କମାଇପାରିଲେ ଘୁଙ୍ଗୁଡ଼ିର ମାତ୍ରା ଓ ଶବ୍ଦ କମିଯିବ ।

– ଧୂମପାନ କରୁଥିଲେ:

ଏହି ଅଭ୍ୟାସ ତୁରନ୍ତ ପରିତ୍ୟାଗ କରନ୍ତୁ । କାରଣ ଏହା ଶ୍ଵାସପଥରେ କ୍ଷତି ପହଞ୍ଚାଇଥାଏ । ଫଳରେ ନିଃଶ୍ଵାସପ୍ରଶ୍ଵାସନେବାରେ କଷ୍ଟ ହୁଏ । – ଯଦି ନାକପୁଡ଼ା ବନ୍ଦ ହୋଇଯାଏ, ତେବେ କିଛି ନାଜାଲ ଡ୍ରପ ବ୍ୟବହାର କରନ୍ତୁ ।

ଆଧାର –ସ୍ୱାସ୍ଥ୍ୟ ଡ଼େସ୍କ

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate