ସେଆର କରନ୍ତୁ

ଜଳ ଉପଚାର

ପ୍ରଚୁର ଜଳପାନ ବୃକ୍ କରେ ପଥର ସମ୍ଭାବନା ଦୂର କରିଥାଏ । ଜଳ ଆମ ମାଂସପେଶୀ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଜଳ ପିଇବା କମ୍ ହେଲେ ଶରୀରକୁ ଥକ୍କା ଲାଗିଥାଏ ।

ଜଳ ଉପଚାର

ପର୍ଯ୍ୟାପ୍ତ ପରିମାଣରେ ଜଳ ଆମ ଶରୀରର ବିଷାକ୍ତ ଦ୍ରବ୍ୟକୁ ମାଳ ଓ ମୂତ୍ର ଦ୍ଵାରା ବାହାରକୁ ବାହାର କରିଥାଏ। ପ୍ରଚୁର ଜଳପାନ ବୃକ୍ କରେ ପଥର ସମ୍ଭାବନା ଦୂର କରିଥାଏ । ଜଳ ଆମ ମାଂସପେଶୀ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଜଳ ପିଇବା କମ୍ ହେଲେ ଶରୀରକୁ ଥକ୍କା ଲାଗିଥାଏ । ମୁଣ୍ଡ ଦରଜକୁ ମଧ୍ୟ ଜଳ ଦୂରେଇ ଦିଏ । ଯଦି ଆପଣ ମଦ୍ୟପାନ କରିଥାନ୍ତି। ତେବେଶୋଇବା ପୂର୍ବରୁ ପ୍ରଚୁର ପାଣି ପିଇବା ଦ୍ଵାରା ଏହା ଶରୀରରୁ ବିଷାକ୍ତ ଦ୍ରବ୍ୟକୁ ବାହାରକୁ ବାହାର କରିଦିଏ । ସାଦା ହେଉ ଅବା ଗରମ ପଣି ଶରୀର ସହିତ ଗଳାର ଦରଜ କମେଇ ଥାଏ ।

କେମିତି କରିବେ ଉପଚାର

ସକାଳେ ଉଠିବା ପରେ ପ୍ରଥମେ ୫-୬ ଗ୍ଲାସ ପାଣି ପିଇବେ । ଏହାପରେ ବ୍ରଶ୍ କରିବେ । ଯଦି ଏକସମୟରେ ଏତେ ପାଣି ପିଇବା ସମ୍ଭବ ହେଉନାହିଁ ତେବେ ୨-୩ ଗ୍ଲାସଠାରୁ ପାଣି ପିଇବା ଆରମ୍ଭ କରନ୍ତୁ । ରାତିରେ ଆଲକୋହଳ ଯୁକ୍ତ ପାନୀୟ କରିବେ ନାହିଁ । ସକାଳୁ ପାଣି ପିଇବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ କି ପିଇବେ ନାହିଁ । ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ବାଟ ରୋଗାଥାଏ ତେବେ ଦିନକୁ ତିନିଥର ଦେଢଲିଟର ଲେଖା  ପାଣି ପିଅନ୍ତୁ । କିଛି ସପ୍ତାହ ପରେ ଏହି ରୋଗ ଦୂରେଇଯିବ । ତେବେ ଏହା ଆରମ୍ଭ କାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଯୋଗୁଁ ରକ୍ତରେ ଅମ୍ଳଜାନର ପରିମାଣ କମେ ନାହିଁ । ମାଂସପେଶୀରେ କ୍ରିୟାଶୀଳ ରକ୍ତରେ ଅମ୍ଳଜାନ ଦ୍ଵାରା ହୋଇଥାଏ । ଶରୀରେ ପାଣି କମ୍ ହେଲେ ଅନ୍ତଃ ପେଟରେ ଥିବା ଅନୁପଯୋଗୀ ପଦାର୍ଥ ସୁଖିବାକୁ ଲାଗେ । ଏହା ଶରୀର ପ୍ରତି ବହୁ କ୍ଷତି ପହଞ୍ଚାଏ । ତେଣୁ ଅନ୍ତଃପେଟକୁ ସଫା ରଖିବାକୁ ହେଲେ ପ୍ରଚୁର ଜଳ ପିଇବା ସହିତ ସବୁଜ ପନିପରିବା ବି ଖାଇବା ଉଚିତ୍ । ଜଳ ପିଇବା କମ୍ ହେଲେ ପାତିରୁ ଦୁର୍ଗନ୍ଧ ବାହାରେ । ଜଳ ଦାନ୍ତରୁ ବ୍ୟାକ୍ଟେରିଆକୁ ଦୂରେଇ ଦିଏ । ଶ୍ଵାସ ପ୍ରଶ୍ଵାସକୁ ମଧ୍ୟ ପ୍ରଖର କରେ ।

କିପରି କରିବେ ଜଳର ଉପଚାର

  • ଦିନକୁ ୮-୧୦ ଗ୍ଲାସ ଜଳ ନିଶ୍ଚିତ ପିଅନ୍ତୁ ।
  • ଚା, କଫି ଓ ମଡାଠାରୁ ଦୂରେଇ ରୁହନ୍ତୁ । କାରଣ ଏହା ଶରୀରରେ କ୍ଷତି ପହଞ୍ଚାଇଥାଏ
  • ଶୀଘ୍ର ଏକ ସାଙ୍ଗରେ ବହୁତ ପାଣି ପିଅନ୍ତୁ ନାହିଁ । ଯଦି ଆପଣଙ୍କ ଖାଲି ପାଣି ପିଇବାକୁ ଇଚ୍ଛା ହେଉଛି, ତେବେ ପାଣିରେ ଲେମ୍ବୁଚିନି, ଲୁଣମିଶାଇ ପିଅନ୍ତୁ । ଗ୍ରୀନ୍ ଟି ବି ଆପଣ ପିଇପାରିବେ ।

ଆଧାର

ଡାକ୍ତର ଧନେଶ୍ଵର ସାହୁ

3.16129032258
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top