ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଜଳବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିବା ଉପାୟ
ସେଆର କରନ୍ତୁ

ଜଳବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିବା ଉପାୟ

ସଦା ସର୍ବଦା ପାଇପ ପାଣି ବା ଡ଼ିପ୍ ବୋର୍ ୱେଲ୍ (Deep Borewell ) ପାଣି ବ୍ୟବହାର କରନ୍ତୁ ।

ଉପକ୍ରମ

ସଦା ସର୍ବଦା ପାଇପ ପାଣି ବା ଡ଼ିପ୍ ବୋର୍ ୱେଲ୍ (Deep Borewell ) ପାଣି ବ୍ୟବହାର କରନ୍ତୁ ।

ନିଜକୁ ସୁରକ୍ଷିତ ରଖିବା ଉପାୟ

  • ସଦା ସର୍ବଦା ପାଇପ ପାଣି ବା ଡ଼ିପ୍ ବୋର୍ ୱେଲ୍ (Deep Borewell ) ପାଣି ବ୍ୟବହାର କରନ୍ତୁ ।
  • ନିଜର ଘରୋଇ କୂଅ ଏବଂ ନଳକୂପକୁ ନିୟମିତ ବ୍ୟବଧାନରେ ବ୍ଲିଚିଂ ପାଉଡର ଦେଇ ବିଶୋଧନ କରନ୍ତୁ । କୂଅ ଓ ନଳକୂପ ନିକଟରେ ରୋଗୀର ଲୁଗାପଟା ଧୁଅନ୍ତୁ ନାହିଁ ।
  • ଝାଡାବାନ୍ତି ଓ ଜଣ୍ଡିସ ରୋଗର ପାଦୁର୍ଭାବ ସମୟରେ ପାଣିକୁଆ ୧୫ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ ଏବଂ ଜଳ ବିଶୋଧନ ପାଇଁ ହାଲୋଜେନ ବଟିକା ବ୍ୟବହାର କରନ୍ତୁ ।
  • ଜଳବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଖାଇବା ପୂର୍ବରୁ ଏବଂ ଶୌଚହେବା ପରେ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ ।
  • ପାଇଖାନା ବ୍ୟବହାର କରନ୍ତୁ ଏବଂ ବାହାରେ ବିଶେଷକରି ଜଳଉତ୍ସ ନିକଟରେ ମଳ ତ୍ୟାଗ କରନ୍ତୁ ନାହିଁ ।
  • ବାସି, ମାଛି ବସିଥିବା କିମ୍ବା ଖୋଲାରେ ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଓ ବିଶୋଧିତ ହୋଇ ନ ଥିବା ପାଣି ପିଆନ୍ତୁ ନାହିଁ ।
  • ଯଦି କୌଣସି ସମୟରେ ପାଇପରେ ଗୋଳିଆ ବା ଗନ୍ଧଯୁକ୍ତ ପାଣି ଆସୁଥାଏ ତେବେ ନିକଟସ୍ଥ ଜନସ୍ୱାସ୍ଥ୍ୟ  କନିଷ୍ଟ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରନ୍ତୁ  ।
  • ମୁଖ୍ୟ ପାଣି ପାଇପ୍ କିମ୍ବା ଗୃହ ସଂଯୋଗ ପାଇପରେ ଛିଦ୍ର ପରିଲକ୍ଷିତ ହେଲେ ତତକ୍ଷଣାତ୍ ନିକଟସ୍ଥ ଜନସ୍ୱାସ୍ଥ୍ୟ କନିଷ୍ଟ ଯନ୍ତ୍ରୀଙ୍କ ନଜରକୁ ଆଣନ୍ତୁ ।
  • ଝାଡାବାନ୍ତି, ଜଣ୍ଡିସ ଆଦିର ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶା, ନିକଟସ୍ଥ ସ୍ୱାସ୍ଥ୍ୟ ଅନୁଷ୍ଠାନ ସହ ଯୋଗାଯୋଗ କରନ୍ତୁ । ଏଠାରେ ବିନାମୂଲ୍ୟରେ ଚିକିତ୍ସା ଯୋଗାଇ ଦିଆଯାଏ ।

ଧ୍ୟାନ ଦିଅନ୍ତୁ : ବିଶେଷ ଭାବେ ବହୁସଂଖ୍ୟକ ଜନସମାଗମ ସ୍ଥାନ (ଯଥା – ରଥଯାତ୍ରା, ମେଳା ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ) ମାନଙ୍କରେ ଉପୋରୋକ୍ତ ଅଭ୍ୟାସକୁ ନିଶ୍ଚୟ ପାଳନ କରନ୍ତୁ । ଏହି ସମୟରେ ଝାଡାବାନ୍ତି, ଜଣ୍ଡିସ ବା ଅନ୍ୟ କୌଣସି ସଂକ୍ରାମକ ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା

ଆଧାର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ, ଓଡିଶା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top