ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଜଳବାହିତ ରୋଗରୁ ସୁରକ୍ଷିତ ରଖିବା ଉପାୟ
ସେଆର କରନ୍ତୁ

ଜଳବାହିତ ରୋଗରୁ ସୁରକ୍ଷିତ ରଖିବା ଉପାୟ

ଜଳବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିବା ଉପାୟ ବିଷୟରେ ସୂଚନା ।

ଜଳବାହିତ ରୋଗରୁ ସୁରକ୍ଷା

ସଦା ସର୍ବଦା ପାଇପ ପାଣି ବା ଡ଼ିପ୍ ବୋର୍ ୱେଲ୍ (Deep Borewell ) ପାଣି ବ୍ୟବହାର କରନ୍ତୁ ।

  • ସଦା ସର୍ବଦା ପାଇପ ପାଣି ବା ଡ଼ିପ୍ ବୋର୍ ୱେଲ୍ (Deep Borewell ) ପାଣି ବ୍ୟବହାର କରନ୍ତୁ ।
  • ନିଜର ଘରୋଇ କୂଅ ଏବଂ ନଳକୂପକୁ ନିୟମିତ ବ୍ୟବଧାନରେ ବ୍ଲିଚିଂ ପାଉଡର ଦେଇ ବିଶୋଧନ କରନ୍ତୁ । କୂଅ ଓ ନଳକୂପ ନିକଟରେ ରୋଗୀର ଲୁଗାପଟା ଧୁଅନ୍ତୁ ନାହିଁ ।
  • ଝାଡାବାନ୍ତି ଓ ଜଣ୍ଡିସ ରୋଗର ପାଦୁର୍ଭାବ ସମୟରେ ପାଣିକୁଆ ୧୫ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ ଏବଂ ଜଳ ବିଶୋଧନ ପାଇଁ ହାଲୋଜେନ ବଟିକା ବ୍ୟବହାର କରନ୍ତୁ ।
  • ଜଳବାହିତ ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଖାଇବା ପୂର୍ବରୁ ଏବଂ ଶୌଚହେବା ପରେ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ ।
  • ପାଇଖାନା ବ୍ୟବହାର କରନ୍ତୁ ଏବଂ ବାହାରେ ବିଶେଷକରି ଜଳଉତ୍ସ ନିକଟରେ ମଳ ତ୍ୟାଗ କରନ୍ତୁ ନାହିଁ ।
  • ବାସି, ମାଛି ବସିଥିବା କିମ୍ବା ଖୋଲାରେ ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଓ ବିଶୋଧିତ ହୋଇ ନ ଥିବା ପାଣି ପିଆନ୍ତୁ ନାହିଁ ।
  • ଯଦି କୌଣସି ସମୟରେ ପାଇପରେ ଗୋଳିଆ ବା ଗନ୍ଧଯୁକ୍ତ ପାଣି ଆସୁଥାଏ ତେବେ ନିକଟସ୍ଥ ଜନସ୍ୱାସ୍ଥ୍ୟ କନିଷ୍ଟ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରନ୍ତୁ ।
  • ମୁଖ୍ୟ ପାଣି ପାଇପ୍ କିମ୍ବା ଗୃହ ସଂଯୋଗ ପାଇପରେ ଛିଦ୍ର ପରିଲକ୍ଷିତ ହେଲେ ତତକ୍ଷଣାତ୍ ନିକଟସ୍ଥ ଜନସ୍ୱାସ୍ଥ୍ୟ କନିଷ୍ଟ ଯନ୍ତ୍ରୀଙ୍କ ନଜରକୁ ଆଣନ୍ତୁ ।
  • ଝାଡାବାନ୍ତି, ଜଣ୍ଡିସ ଆଦିର ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶା, ନିକଟସ୍ଥ ସ୍ୱାସ୍ଥ୍ୟ ଅନୁଷ୍ଠାନ ସହ ଯୋଗାଯୋଗ କରନ୍ତୁ । ଏଠାରେ ବିନାମୂଲ୍ୟରେ ଚିକିତ୍ସା ଯୋଗାଇ ଦିଆଯାଏ ।

ଧ୍ୟାନ ଦିଅନ୍ତୁ : ବିଶେଷ ଭାବେ ବହୁସଂଖ୍ୟକ ଜନସମାଗମ ସ୍ଥାନ (ଯଥା – ରଥଯାତ୍ରା, ମେଳା ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ) ମାନଙ୍କରେ ଉପୋରୋକ୍ତ ଅଭ୍ୟାସକୁ ନିଶ୍ଚୟ ପାଳନ କରନ୍ତୁ । ଏହି ସମୟରେ ଝାଡାବାନ୍ତି, ଜଣ୍ଡିସ ବା ଅନ୍ୟ କୌଣସି ସଂକ୍ରାମକ ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ପାନୀୟ ଜଳରେ ଫ୍ଲୋରାଇଡ ଯୋଗୁଁ ଶରୀର ଉପରେ ପ୍ରଭାବ

ଖାଦ୍ୟ,ବାୟୁ ତଥା ପାନୀୟ ଜଳ ପ୍ରକୃତିରୁ ମାତ୍ରାଧିକ ଫ୍ଲୋରାଇଡ୍ ଗ୍ରହଣ କରେ ଶରୀରରେ ଫ୍ଲୋରୋସିସ୍ ରୋଗ ହେବାର ସମ୍ଭାବନା ଥାଏ । ପାନୀୟ ଜଳରେ ଏକ ଲିଟର ଜଳରେ ୧.୫ ମିଲିଗ୍ରାମରୁ ଅଧିକ ଫ୍ଲୋରାଇଡ୍ ଲବଣ ମାତ୍ରା ଥିଲେ ଏହି ରୋଗ ହୋଇଥାଏ । ଫ୍ଲୋରୋସିସ୍ ରୋଗ ତିନି ଭାଗରେ ବିଭକ୍ତ କରାଯାଇପାରେ , ଯଥା-ଦାନ୍ତ , ଅସ୍ଥିକଙ୍କାଳ ଏବଂ ଅଣଅସ୍ଥିଜନିତ । ରୋଗ ଅତି ଉଗ୍ର ହୋଇଥିଲେ ଦେଖାଯାଇଛି ରୋଗୀ ସଂପୂର୍ଣ୍ଣ ପଙ୍ଗୁ ହୋଇଯାଏ ।

ଦାନ୍ତ ଫ୍ଲୋରୋସିସ୍

ଦାନ୍ତ ହଳଦିଆ ପଡିବା , ଦାନ୍ତ ଜାଜ୍ୱଲ୍ୟତା ନଷ୍ଟ ହୋଇ ଧଳା ଚିହ୍ନ ଦେଖାଯିବା । ପରବର୍ତ୍ତୀ ସମୟରେ ଦାନ୍ତନଷ୍ଟ ହୋଇଯିବା ପ୍ରଭୃତି ଲକ୍ଷଣ ଦେଖାଯିବାକୁ ଦାନ୍ତ ଫ୍ଲୋରୋସିସ୍ କୁହାଯାଏ ।

ଅସ୍ଥିକଙ୍କାଳ ଫ୍ଲୋରୋସିସ୍

ଅସ୍ଥିକଙ୍କାଳ ଫ୍ଲୋରୋସିସ୍ ସ୍ଥାୟୀ ରୂପେ ହାଡ ଓ ଗଣ୍ଠିରେ ବିକୃତ ସୃଷ୍ଟି ହୋଇଥାଏ । ଏହା ହାଡ ଓ ଗଣ୍ଠିର ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରିଥାଏ । ଏହା ହାଡ ଓ ଗଣ୍ଠିର ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରିବା ସହିତ ଲୋକଙ୍କୁ ଅକର୍ମଣ୍ୟ କରିଦିଏ । ମେରୁଦଣ୍ଡରେ ବକ୍ରତା ହେବା , ଆଣ୍ଠୁ ଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା ପାରାଲିସିସ୍ ହେବା , ଅଙ୍ଗପ୍ରତଙ୍ଗର ବୃକୃତି ଦେଖାଯିବା , ମାଂସପେଶୀରେ କ୍ଷୀଣତା ପାରାଲିସିସ୍ ହେବା କମ୍ ବୟସରେ ବାର୍ଦ୍ଧକ୍ୟର ଛାପ ପଡିବା ଇତ୍ୟାଦି ଲକ୍ଷଣ ଦେଖାଦିଏ ।

ଅଣ ଅସ୍ଥିଜନିତ ଫ୍ଲୋରୋସିସ୍ କାରଣରୁ ପାକସ୍ତଳୀ , ଅନ୍ତଃନଳୀ , ଫୁସଫୁସ୍ ତଥା ସ୍ନାୟବିକ କର୍କଟ ଦେଖାଦେଇଥାଏ । ଏହି ରୋଗର ଲକ୍ଷଣଗୁଡିକ ହେଲା –ସ୍ନାୟବିକ ଦୁର୍ବଳତା , ମାଂସପେଶୀ ଜନିତ ଦୁର୍ବଳତା , ଶରୀର କୁଣ୍ଡାଇ ହେବା ଏବଂ ଫୁଲିଯିବା,ପାକସ୍ଥଳୀ ଓ ଅନ୍ତନଳୀରେ ପୀଡା ହେବା , ପରିସ୍ରାନଳୀରେ ପଥରୁି ରୋଗ ହେବା , ମୁଣ୍ଡବିନ୍ଧା ଇତ୍ୟାଦି ଉପକ୍ରମ ଦେଖାଦେବା ।

ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନଟ କରିବା ସମ୍ଭବ ହୋଇନଥାଏ । ରୋଗର ଚିହ୍ନଟ ହେଲାବେଳକୁ ରୋଗ ଅତି ଜଟିଳ ରୂପ ନେଇଥାଏ । ରୋଗର ଚିହ୍ନଟ ହେଲାବେଳକୁ ରୋଗ ଜଟିଳ ରୂପ ନେଇଥାଏ । ବ୍ୟକ୍ତି ଶାରୀରିକ ବିକଳାଙ୍ଗ ହେବା ସହ ମୃତ୍ୟୁ ସହ ସଂଗ୍ରାମ କରିଥାଏ ।

ପ୍ରତିକାର

କୁହାଯାଏ ପାଣିକୁ ଛାଣି ପିଇବ । ଖାଲି ଛାଣି ପିଇଲେ ସମସ୍ୟା ସୁଧୁରି ଯିବ ନାହିଁ । ପାନୀୟ ଜଳର ଉତ୍ସଗୁଡିକର ମାନ ପରୀକ୍ଷା ହେବା ଉଚିତ୍ । ଦୂଷିତ ଜଳକୁ ପିଇଲେ ଶରୀର ଉପରେ ଏହାର ପ୍ରତିକୂଳ ପ୍ରଭାବ ବିଷୟରେ ଜନସଚେତନତା ଜାଗ୍ରତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ବର୍ଷାଜଳ ସଂରକ୍ଷଣ ହିଁ ଏହାର ବିକଳ୍ପ । ବର୍ଷାଜଳକୁ ଟାଙ୍କି ,ପୋଖରୀ ,କୂଅ ଇତ୍ୟାଦିରେ ସଂରକ୍ଷଣ କରିବା ଆବଶ୍ୟକ । ଫ୍ଲୋରାଇଡ୍ ପ୍ରଭାବିତ ଅଂଚଳରେ ଅଁଳା ,ପିଜୁଳି କମଳା ଇତ୍ୟାଦି ବୃକ୍ଷଲତା ରୋପଣ କରିବା ଉଚିତ ।

ଆଧାର -

  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା
  • କନକ ନ୍ୟୁଜ
4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top