ସେଆର କରନ୍ତୁ

ଜୀବନ ଉପହାର

ମୃତ ବ୍ୟକ୍ତି ଅଙ୍ଗକୁ ଜୀବତ ଲୋକଙ୍କ ଦେହରେ ଲାଗାଯିବା ।

ଅଙ୍ଗଦାନ

ଗୋଟିଏ ସମୟରେ ସମସ୍ତେ କହୁଥିଲେ ‘ରକ୍ତ ଦାନ- ମହତ ଦାନ’ । ଏବେ ଏହା ସହିତ ଯୋଡି ହୋଇଯାଇଛି ‘ଅଙ୍ଗଦାନ- ମହତଦାନ’ର ସ୍ଲୋଗାନ । ଯଦିଓ ଏହା କୌଣସି ନୂତନ ପରିଭାଷା ନୁହେଁ ତଥାପି ଓଡିଶା ପାଇଁ ଏହା ଅନେକ ମୂଲ୍ୟ ରଖିଛି । ପୂର୍ବରୁ ଆମ ରାଜ୍ୟରେ ଜୀବିତ ବ୍ୟକ୍ତିଙ୍କଠୁ ବିଭିନ୍ନ ଅଙ୍ଗ ଆସି ଅନ୍ୟ ଜଣେ ରୋଗୀ ଦେହରେ ଲାଗୁଥିଲା । ଏବେ ଚିକିତ୍ସା ବିଜ୍ଞାନ ଏହାଠୁ ଆଉ ପାଦେ ଆଗକୁ ଯିବା ପାଇଁ ସମସ୍ତ ବାଟ ତିଆରି କରିସାରିଲାଣି । ମୃତ ବ୍ୟକ୍ତି ଅଙ୍ଗକୁ ଜୀବତ ଲୋକଙ୍କ ଦେହରେ ଲାଗାଯିବା । ଭାରତର ଅଳ୍ପ କିଛି ରାଜ୍ୟ’ ଏହି ପଦ୍ଧତିକୁ ଆପଣାଇ ସାରିଥିଲାବେଳେ ଓଡିଶାରେ ଏହି ଧାରା ସଂପୂର୍ଣ୍ଣ ନୂଆ କାରଣ ଓଡିଶା ଭଳି ଏକ ସାଂସ୍କତିକ ଓ ଆଧ୍ୟାତ୍ମିକ ମାଟିରେ ମୃତ ବ୍ୟକ୍ତିଠୁ ଅଙ୍ଗ ବାହାର କରାଯିବା ବିଷୟକୁ ଅଧିକାଂଶ ଲୋକେ ଗ୍ରହଣ କରନ୍ତି ନାହିଁ । ହିନ୍ଦୁ ପ୍ରଥା ପରମ୍ପରା ଅନୁଯାୟୀ ମୃତୁ ବ୍ୟକ୍ତିକୁ ପୋଡିଦେଲେ ତାହା ମୋକ୍ଷ ହୁଏ । କିନ୍ତୁ ଅନ୍ୟ ପକ୍ଷରେ ଯଦି ଦେଖାଯାଏ । ତାହେଲେ ମୃତ ବ୍ୟକ୍ତିର କିଛି ଅଙ୍ଗରୁ କାହାର ଜୀବନ ରକ୍ଷା ହୋଇପାରୁଛି ତେବେ ଏହା କ’ଣ ମୋକ୍ଷଠୁ ଉର୍ଦ୍ଧ୍ଵରେ ନୁହେଁ କି ?ଏବେ ଏହା ଉପରେ ସମାଜର ବଡ ମୁଣ୍ଡିଆମାବନେ ବିଚାର କରିବାର ସମୟ ଆସିଛି ।

ଅଙ୍ଗ ପ୍ରତିରୋପଣ

ପୂର୍ବରୁ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଗୁଜୁରାଟ କର୍ଣ୍ଣାଟକ କେରଲ ମହାରସ୍ତ୍ରା ରାଜସ୍ଥାନ ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ସେହି ଅଞ୍ଚଳ ଗୁଡିକରେ ଏହି କାର୍ଯ୍ୟକ୍ରମକୁ ବଡ ଧରଣର ସଫଳତା ମଧ୍ୟ ମିଳିଛି । ତେବେ ବିଲମ୍ଭରେ ହେଲେ  ବି ଓଡିଶାରେ ଏହାକୁ ଆରମ୍ଭ ହୋଇଛି । ହେଲେ ଓଡିଶାର ଲୋକମାନଙ୍କ ମନରେ ଥିବା ଅନ୍ଧବିଶ୍ଵାସକୁ ଦୂରକରିବା ଏକ ବଡ ଚ୍ୟାଲେଞ୍ଜ ହେବ । ଯଦିଓ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପନ୍ଥା ରହିଛି, ତଥାପି ଆରମ୍ଭର ଚିକିତ୍ସା ବିଜ୍ଞାନର ଏହି ସଫଳତାକୁ ଆମ ରାଜ୍ୟରେ ଆରମ୍ଭ କରିବା ପୁରବାରୁ କିଛିଟା କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଦକ୍ଷିଣ- ପଶ୍ଚିମ ରାଜ୍ୟ ମାନଙ୍କ ପରି ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲେ ଆମ ପାଇଁ ବଡ ସଫଳତା ହୋଇପାରିବ । ମୃତ ବ୍ୟକ୍ତିର ଅଙ୍ଗ ପ୍ରତିରୋପଣ ପୂର୍ବରୁ କେତେକ ନିୟମ କାନୁନ୍ ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ପଡିବ । ମନୁଷ୍ୟ ଅଙ୍ଗ ପ୍ରତିରୋପଣ ଆଇନ୍ ୧୯୯୪ ଅନୁଯାୟୀ କିଛି ପ୍ରଶାସନିକ ନିଷ୍ପତ୍ତି ଗୁଡିକୁ ପାଳନ କରାଯିବା ନିହାତି ଆବଶ୍ୟକ ହୋଇଥାଏ । ପରେ ହସ୍ପିଟାଲ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଥାଏ । ପ୍ରଥମେ ରାଜ୍ୟରେ ଗମନାଗମନ ତଥା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଏକ ନୋଡାଲ୍ ସେଣ୍ଟର ଆରମ୍ଭ କରାଯିବ । ଏହି କେନ୍ଦ୍ରରେ ଜଣେ ମୁଖ୍ୟ ସଂଯୋଜକ ରହିବେ, ଯିଏକି ଅନ୍ୟ ରାଜ୍ୟର ଅଙ୍ଗ ଦାନ କରୁଥିବା ବ୍ୟକ୍ତି କିମ୍ବା ହସ୍ପିଟାଲ ସହିତ ଯୋଗାଯୋଗରେ ରହିବେ । ଏମାନଙ୍କୁ ନେଇ ଏକ ଅର୍ଗାନ ସେୟାରିଂ ନେଟୱର୍କ କରାଯିବ । ନୋଲାଲ ସେଣ୍ଟରରେ ଅଙ୍ଗ ଦାନ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମୃତ୍ୟୁ ପାଟରେ ଅଙ୍ଗ ସଂରକ୍ଷଣ ଦାୟିତ୍ଵ ମଧ୍ୟ ରହିବ । ଏକ ନିରପେକ୍ଷ ସଂସ୍ଥା ଅଙ୍ଗ ଦାନ କରୁଥିବା ବ୍ୟକ୍ତି କିମ୍ବା ହସ୍ପିଟାଲ ସହ ଯୋଗାଯୋଗରେ ରହିବ । ଏହି ସଂସ୍ଥା ନୋଡାଲ କେନ୍ଦ୍ରର ସଂଯୋଜକଙ୍କୁ ମଧ୍ୟ ତଥ୍ୟ ଆଦାନ ପ୍ରଦାନ କରିବ । ଏହା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ୍ କୁ ନୋଡାଲ ସେଣ୍ଟର କରାଯାଇଥିଲାବେଳେ ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ଵ ଦିଆଯାଇଛି ।ଵ ତେବେ ଡୋନର ଯୋଗାତ ପାଇଁ ଦେଶର ଅନ୍ୟତମ ବୃହତ୍ ସ୍ଵେଚ୍ଛାସେବୀ ସଂସ୍ଥା ମୋହନ ଫାଉଣ୍ଡେସନ ମଧ୍ୟ ସହଯୋଗର ହାତ ବଢାଇଛି ।

ଅଙ୍ଗ ଦାନ କରୁଥିବା ଲୋକ ନିଜ ଧର୍ମର କି ଜାତିର ହୋଇଥିବା ଜରୁରି ନୁହେଁ । ତଥାପି ମୃତ୍ୟୁ ପରେ ସଂଗ୍ରହ କରାଯାଉଥିବା ତାଙ୍କର ବିଭିନ୍ନ ଅଙ୍ଗ ଦେଖାଇ ପାରୁଛି । ମରିଯାଇଥିବା ଲୋକର ସେହି ଛୋଟିଆ କିନ୍ତୁ ମୂଲ୍ୟୁବାନ ଉପହାର ଅନ୍ୟଜଣଙ୍କ ପାଇଁ ସଂଜୀବନୀ ହୋଇଯିବ । ତେଣୁ ଆମେ କ’ଣ ଆଉ ଜଣଙ୍କ ପାଇଁ ଜୀବନ ରକ୍ଷାକାରୀ ହୋଇପାରିବା ନାହିଁ? ଏବେ ଏହି ପ୍ରଶ୍ନ ଆମେ ସମସ୍ତେ ନିଜେ ନିଜକୁ ପଚାରିବାର ସମୟ ଆସିଛି । ଜୀବନର ଏହି ଉପହାରକୁ ଆମେ ନଷ୍ଟ ନକରି, ନୂଆ ଜୀବନ ଗଢିଲେ ହିଁ, ତାହା ହେବ ଆମର ଶେଷ୍ଠ କର୍ମ ଓ ଧର୍ମ ।

ଆଧାର ସମ୍ବାଦ

3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top