ସେଆର କରନ୍ତୁ

ଜୀବନ ତଥ୍ୟ

ଜୀବନ ତଥ୍ୟ ର ଲକ୍ଷ ଓ ରୂପଲେଖ

ଜୀବନ  ତଥ୍ୟର  ଲକ୍ଷ୍ୟ

ପିତାମାତା  ତଥା  ଶିଶୁର  ଯତ୍ନ  ନେଉଥିବା  ଅନ୍ୟ  ଲୋକମାନଙ୍କୁ  ଶିଶୁର  ଜୀବନର  ସୁରକ୍ଷା  ଓ ବିକାଶ  ପାଇଁ  ତଥ୍ୟ  ଯୋଗାଇବା   ଏହି  ଜୀବନ  ତଥ୍ୟ  ବହିର  ଲକ୍ଷ୍ୟ   । ସମସ୍ତେ  ଯେପରି  ହି  ତଥ୍ୟକୁ  ବୁଝିବେ  ଏବଂ  କାମରେ  ଲଗାଇବା  ଆଗେଇ  ଆସିବେ  । ତାହା  ନିଶ୍ଚିତ  କରିବା  ହିଁ ସବୁଠାରୁ  ବଡ  ଆହ୍ଵାନ  ।

ଜୀବନ  ତଥ୍ୟ  ବହିରେ  ଥିବା  ତଥ୍ୟ  ପୃଥିବୀ  ସାରା  ସ୍ୱାସ୍ଥ୍ୟ  ବିଶେଷଜ୍ଞର  ଗବେଷଣା  ଫଳ  ଉପରେ  ଆଧାରିତ  । ବିଜ୍ଞାନ  ଜାଣିନଥିବା  ସାଧାରଣ   ଲୋକ  ଏଗୁଡ଼ିକୁ  ବୁଝି  କାମରେ  ଲଗାଇବା  ପାଇଁ  ତଥ୍ୟଗୁଡିକୁ  ଅତି  ସରଲା  ଭାଷାରେ  ଉପସ୍ଥାପନା   କରାଯାଇଛି   ।

ସ୍ୱାସ୍ଥ୍ୟକର୍ମୀ , ଶିକ୍ଷକ , ଛାତ୍ର , ସରକାରୀ , ବେତାର  ପ୍ରଚାରକ , ସାମ୍ବାଦିକ , ଗୋଷ୍ଠୀ , କର୍ମୀ  ଧାର୍ମିକ  ନେତା  ଏବଂ  ଅନ୍ୟ   ସବୁ  ଶ୍ରେଣୀର  ଲୋକ  - ଯୁବକ ଓ  ବୃଦ୍ଧ , ପରିବାରର   ସଦସ୍ୟ , ସାଙ୍ଗସାଥୀ , ପଡୋଶୀ , ପୁରୁଷ , ମହିଳା ଓ  ଛୋଟପିଲା  - ସମସ୍ତ  ଜୀବନ  ତଥ୍ୟରେ  ଥିବା  ବାର୍ତ୍ତାର  ପ୍ରସାର  ଦିଗରେ  ସାହାଯ୍ୟ  କରିପାରିବେ  ।

ଜୀବନ  ତଥ୍ୟର  ରୂପରେଖ

ଜୀବନ  ତଥ୍ୟ  ବହିରେ   ତେରଟି  ଅଧ୍ୟାୟ  ରହିଛି   । ପ୍ରତ୍ୟକ  ଅଧ୍ୟାୟରେ  ଶିଶୁର  ରୋଗ  ଓ  ମୃତ୍ୟୁର   ମୁଖ୍ୟ   କାରଣ  ବିଷୟରେ   ସବିଶେଷ  ତଥ୍ୟ  ଦିଆଯାଇଛି   । ପ୍ରତି  ଅଧ୍ୟାୟର  ତିନୋଟି  ଭାଗ  ରହିଛି : ଉପକ୍ରମ , ମୁଖ୍ୟ  ସନ୍ଦେଶ  ଏବଂ  ସହାୟକ  ସୂଚନା  ।

ଉପକ୍ରମଟି  କାମ  କରିବା  ପାଇଁ  ଗୋଟିଏ  ସଂକ୍ଷିପ୍ତ  କିନ୍ତୁ  ଶକ୍ତିଶାଳୀ  ଆହ୍ଵାନ   । ଏଥିରେ  ସମସ୍ୟାର  ପରିସର  ଏବଂ  ସେ  ବିଷୟରେ  ପଦକ୍ଷେପ  ନେବାର  ଆବଶ୍ୟକତା   ଉପରେ  ସଂକ୍ଷିପ୍ତ  ଆଲୋଚନା  ରହିଛି   । କାମରେ  ସାମିଲ  ହେବା  ପାଇଁ  ଲୋକମାନଙ୍କୁ  ପ୍ରେରଣା   ଯୋଗାଇବା  ଓ ଏହି  ସୂଚନାର  ବହୁଳ  ପ୍ରସାର  କରାଇବା  ପାଇଁ  ସେମାନଙ୍କୁ   ଆଗ୍ରହୀ  କରାଇବା  ଏହାର  ମୂଳ  ଲକ୍ଷ୍ୟ   । ରାଜାନୈତିକ  ନେତା  ଓ  ଗଣ  ମାଧ୍ୟମକୁ  ପ୍ରଭାବିତ   କରିବା  ପାଇଁ  ମଧ୍ୟ  ଏହାକୁ  ବ୍ୟବହାର   କରାଯାଇ  ପାରେ   ।

ମୁଖ୍ୟ  ସନ୍ଦେଶ ପିତାମାତା  ଓ  ଶିଶୁର  ଯତ୍ନ  ନେଉଥିବା  ଅନ୍ୟମାନଙ୍କ  ପାଇଁ  ଉଦ୍ଦିଷ୍ଟ   । ଏଥିରେ  ପିଲାମାନଙ୍କୁ  ସୁରକ୍ଷା  ଦେବା  ଦିଗରେ  ଆବଶ୍ୟକ  ସୂଚନା  ରହିଛି   । ମୁଖ୍ୟ  ସନ୍ଦେଶଗୁଡିକ  ସ୍ପଷ୍ଟ , ସଂକ୍ଷିପ୍ତ  ଏବଂ  ପ୍ରୟୋଗାତ୍ମକ  । ତେଣୁ  ଲୋକମାନେ  ଏହାକୁ  ସହଜରେ   ବୁଝିପାରିବେ   ଏବଂ  ଏଥିରେ  ଥିବା  ପରାମର୍ଶ  ଅନୁସାର  କାମ  କରିପାରିବେ   । ଏହି  ସନ୍ଦେଶଗୁଡିକ  ବିଭିନ୍ନ  ଉପାୟରେ  ବ୍ୟାପକ  ଭାବରେ   ସଞ୍ଚାରିତ  ହେବା  ଜରୁରୀ   ।

ସହାୟକ  ସୂଚନା ହେଉଛି  ମୁଖ୍ୟ  ସନ୍ଦେଶର  ବିସ୍ତୃତ  ରୂପ   । ଏଥିରେ  ଅଧିକ  ତଥ୍ୟ  ଏବଂ  ପରାମର୍ଶ  ରହିଛି  । ବିଶେଷ  କରି  ସ୍ୱାସ୍ଥ୍ୟକର୍ମୀ   ଏବଂ  ଅଧିକ  ଜାଣିବାକୁ  ଆଗ୍ରହୀ  ବ୍ୟକ୍ତିଙ୍କ  ପାଇଁ  ଏଗୁଡିକ  ଉପଯୋଗୀ   । ଶିଶୁର  ଯତ୍ନ  ନେଉଥିବା  ବ୍ୟକ୍ତିଙ୍କ  ପ୍ରଶ୍ନର  ଉତ୍ତର  ଦେବା  ପାଇଁ  ମଧ୍ୟ  ଏହା  ଉଦ୍ଦିଷ୍ଟ    ।

ଜୀବନ  ତଥ୍ୟର  ମୂଳ  ସନ୍ଦେଶ

  1. ଦୁଇଟି  ସନ୍ତାନ  ମଧ୍ୟରେ  ଅତିକମରେ  ଦୁଇବର୍ଷ   ବ୍ୟବଧାନ , ୧୮ ବର୍ଷ  ପୂର୍ବରୁ  ଓ ୩୫ ବର୍ଷ  ପରେ  ଏବଂ  ମୋଟରେ  ୪ରୁ  ଅଧିକ  ଗର୍ଭଧାରଣ   ନକଲେ  ଉଭୟ   ମହିଳା  ଓ  ଶିଶୁର  ସ୍ୱାସ୍ଥ୍ୟ  ଭଲ  ରହିବ  ।
  2. ପ୍ରତି  ଗର୍ଭବତୀ  ମହିଳା  ପ୍ରସବପୂର୍ବ  ଯତ୍ନ  ପାଇଁ  ସ୍ୱାସ୍ଥ୍ୟକର୍ମୀଙ୍କୁ   ଦେଖା  କରିବା  ଏବଂ  ପ୍ରସବ  ସମୟରେ  ପ୍ରଶିକ୍ଷିତ   ସହାଯକଙ୍କ   ସାହାଯ୍ୟ   ନେବା  ଜରୁରୀ   । ସବୁ  ଗର୍ଭବତୀ  ମହିଳା  ଓ  ତାଙ୍କ  ପରିବାରର  ଲୋକେ   ଗର୍ଭଧାରଣ  ସମୟରେ  ଦେଖାଯାଉଥିବା  ବିପଦ  ସଙ୍କେତଗୁଡିକୁ  ଜାଣିବା  ଏବଂ  ସେଥିପ୍ରତି  ସଜାଗ  ରହି  ଉପଯୁକ୍ତ  ସାହାଯ୍ୟ  ପାଇଁ  ପ୍ରସ୍ତୁତ  ଥିବା  ଦରକାର   ।
  3. ଜନ୍ମହେବା  ସମୟରୁ  ଶିଶୁ  ଶିଖିଥାଏ   । ସେମାନେ   ଉତ୍ତମ  ଖାଦ୍ୟ ଓ  ସ୍ଵାସ୍ଥ୍ୟର  ଯତ୍ନ  ସହ  ଧ୍ୟାନ , ସ୍ନେହ  ଓ  ଉଦ୍ଦୀପନା   ପାଇଲେ  ତାଙ୍କର  ବୃଦ୍ଧି  ଓ  ଶିକ୍ଷା  ବେଶ୍  ଶୀଘ୍ର  ହୋଇଥାଏ   । ନିରୀକ୍ଷଣ  କରିବା  ଓ  ମନର  କଥା  ପ୍ରକାଶ   କରିବା , ଖେଳିବା  ଏବଂ  ପରଖିବା  ପାଇଁ  ପିଲାଙ୍କୁ  ଉତ୍ସାହିତ  କଲେ  ତାହା  ତାଙ୍କର  ଶିକ୍ଷା , ସାମାଜିକ , ଶାରୀରିକ  ତଥା  ବୌଦ୍ଧିକ   ବିକାଶର   ସାହାଯ୍ୟ  କରେ   ।
  4. ଶିଶୁ  ପାଇଁ  ଜନ୍ମରୁ  ଛଅ  ମାସ  ଯାଏ  କେବଳ  ମା ’କ୍ଷୀର  ହିଁ  ଉପଯୁକ୍ତ  ଖାଦ୍ୟ  ଓ  ପାନୀୟ   । ଛଅ  ମାସ  ପରେ  ତା’ର  ମା’କ୍ଷୀର  ସହ  ଅନ୍ୟ  ଖାଦ୍ୟ  ଦରକାର   ହୋଇଥାଏ   ।
  5. ମହିଳା  ଗର୍ଭବତୀ  ଥିବା  ସମୟରେ  ଏବଂ ଶିଶୁର  ପ୍ରଥମ  ଦୁଇ  ବର୍ଷରେ  ଖାଦ୍ୟ  ପୃଷ୍ଟିକର  ନହେଲେ  ସାରା  ଜୀବନ  ପାଇଁ  ଶିଶୁର  ମାନସିକ  ଓ ଶାରୀରିକ  ବିକାଶ  ଧିମେଇଯାଏ  । ଜନ୍ମରୁ  ଦୁଇବର୍ଷ  ଯାଏଁ  ପ୍ରତି  ମାସରେ  ଶିଶୁର  ଓଜନ   ନେବା  ଦରକାର   । କୌଣସି  ଦୁଇ ମାସ  ଭିତରେ  ଓଜନ ନ ବଢିଲେ  ପିଲାର  କିଛି  ଅସୁବିଧା  ଥିବା  କଥା  ଜଣାଯାଏ   ।
  6. ଜନ୍ମର  ବର୍ଷକ  ଭିତରେ  ପ୍ରତି  ଶିଶୁ  କେତେଗୁଡିଏ  ପ୍ରତିରୋଧୀ  ଟୀକା  ନେବା  ଦରକାର   । ଏହା  ଦୁର୍ବଳ  ବୃଦ୍ଧି , ଅକ୍ଷମତା ବା  ମୃତ୍ୟୁ  ଘଟାଉଥିବା  କେତେ  ରୋଗ  ବିରୁଦ୍ଧରେ  ପିଲାକୁ  ପ୍ରତିରୋଧକ୍ଷମ  କରିଥାଏ   । ପ୍ରତ୍ୟକ  ମହିଳା  ଶିଶୁଧାରଣ  ବୟସରେ  ଧନୁଷ୍ଟଙ୍କାର  ରୋଗର  ପ୍ରତିରୋଧକ୍ଷମ  ରହିବା  ଦରକାର   । ଏପରିକି  ମହିଳା  ଜଣକ  ପୂର୍ବରୁ  ପ୍ରତିଷେଧକ   ନେଇଥିଲେ   ମଧ୍ୟ   ଜଣେ   ସ୍ୱାସ୍ଥ୍ୟକର୍ମୀଙ୍କ   ସହିତ  ପରାମର୍ଶ   କରିବା  ଉଚିତ   ।
  7. ତରଳ  ଝାଡା  ହେଉଥିବା  ଶିଶୁକୁ   ଯଥେଷ୍ଟ  ପରିମାଣରେ   ମା’କ୍ଷୀର , ଫଳରସ , ଓ.ଆର.ଏସ୍.  ପାନୀୟ  ପରି  ଉପଯୁକ୍ତ  ତରଳ  ଦେବା  ଆବଶ୍ୟକ   । ତରଳ  ଝାଡାରେ  ରକ୍ତ  ପଡୁଥିଲେ  କିମ୍ବା  ଖୁବ୍ ବେଶୀ  ଥର  ବା  ଅତି  ପାଣିଆ  ଝାଡା  ହେଉଥିଲେ   ଶିଶୁ  ପ୍ରତି  ବିପଦ  ରହିଥାଏ   । ତେଣୁ  ତାକୁ   ଉପଯୁକ୍ତ  ଚିକିତ୍ସା  ପାଇଁ  ସାଙ୍ଗେ  ସାଙ୍ଗେ  ପାଖର  ସ୍ୱାସ୍ଥ୍ୟକେନ୍ଦ୍ରକୁ  ନେଇଯିବା   ଜରୁରୀ    ।
  8. ଅଧିକାଂଶ  ଶିଶୁ  ଥଣ୍ଡା  ବା  କାଶରୁ  ଆପେ ଆପେ   ଭଲ  ହୋଇଯାଆନ୍ତି  । କିନ୍ତୁ  କାଶ  ସହ  ଶିଶୁଟି  ଜୋରରେ  ନିଶ୍ଵାସ  ନେଉଥିଲେ  ବା  ନିଶ୍ଵାସ  ନେବାରେ  ଅସୁବିଧା  ହେଉଥିଲେ   ଶିଶୁ  ପ୍ରତି  ବିପଦ  ଥିବା  ସୂଚାଏ  । ତେଣୁ  ତାକୁ ଚିକିତ୍ସା  ପାଇଁ  ସାଙ୍ଗେ  ସାଙ୍ଗେ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ନେଇଯିବା   ଜରୁରୀ   ।
  9. ଅନେକ  ରୋଗ  ଉତ୍ତମ  ସ୍ୱାସ୍ଥ୍ୟରକ୍ଷା  ଅଭ୍ୟାସ  ସାହାଯ୍ୟରେ   ରୋକାଯାଇ  ପାରିବ  । ପାଇଖାନା  ସଫା ରଖିବା , ଝାଡା  ବସିବା  ପରେ  ପାଇଖାନାରେ  ପାଣି  ବା  ପାଉଁଶ  ପକାଇବା , ପାଇଖାନାରୁ  ଫେରିବା  ପରେ  ଏବଂ  ଖାଇବା  ଆଗରୁ  ସାବୁନରେ  ଭଲ  କରି  ହାତ  ଢୋଇବା , ସୁରକ୍ଷିତ  ଉତ୍ସରୁ  ପାଣି  ବ୍ୟବହାର  କରିବା  ଏବଂ  ଖାଦ୍ୟ  ଓ  ପାଣିକୁ  ସଫା  ରଖିବା  ଏଭଳି  ଅଭ୍ୟାସର  କିଛି  ଉଦାହରଣ   ।

10. ମଶା  କାମୁଡାରୁ  ମେଲେରିଆ  ବ୍ୟାପିଥାଏ  । ଏହା  ଘାତକ  ମଧ୍ୟ  ହୋଇପାରେ   । ମେଲେରିଆ  ପ୍ରବଣ  ଅଞ୍ଚଳରେ  ଗ୍ରହଣୀୟ  କୀଟନାଶକଯୁକ୍ତ  ମଶାରୀ  ବ୍ୟବହାର  କରିବା  ଉଚିତ   । କୌଣସି  ଶିଶୁକୁ  ଜ୍ଵର  ହେଲେ  ପ୍ରଶିକ୍ଷିତ  ସ୍ୱାସ୍ଥ୍ୟକର୍ମୀଙ୍କ  ଦ୍ଵାରା  ପରୀକ୍ଷା  କରାଇନେବା   ଉଚିତ   । ଗର୍ଭବତୀ  ମହିଳା  ସ୍ୱାସ୍ଥ୍ୟକର୍ମୀଙ୍କ  ପରାମର୍ଶରେ  ମେଲେରିଆ  ଔଷଧ  ଖାଇବା  ଉଚିତ   ।

11. ଏଡସ  ଗୋଟିଏ  ଘାତକ  ରୋଗ , କିନ୍ତୁ  ତା’ର  ପ୍ରତିରୋଧ  କରାଯାଇ  ପାରିବ   । ଏଡସ  ଭୂତାଣୁ  (ଏଚ.ଆଇ.ଭି) ଅସୁରକ୍ଷିତ  (ବିନା  କଣ୍ଡୋମରେ) ଯୌନକ୍ରିୟା , ଅପରୀକ୍ଷିତ  ରକ୍ତ  ଗ୍ରହଣ  ଏବଂ  ନିଶାଦ୍ରବ୍ୟ  ନେଉଥିବା  ସିରିଞ୍ଜ  ଓ  ଛୁଞ୍ଚି  ଆଦି  ମାଧ୍ୟମରେ  ବ୍ୟାପିଥାଏ   । ଗର୍ଭଧାରଣ , ପ୍ରସବ  ବା  ସ୍ତନ୍ୟପାନ  ସମୟରେ  ସଂକ୍ରମିତ  ମହିଳା  ଠାରୁ  ଏହା  ତା’ର  ଶିଶୁ  ଦେହକୁ  ବ୍ୟାପିପାରେ   । ତେଣୁ  ସମସ୍ତେ  ଏଚ.ଆଇ.ଭି / ଏଡସ  ଏବଂ  ତା’ର  ପ୍ରତିରୋଧ  ବିଷୟରେ  ଜାଣିବା  ଆବଶ୍ୟକ   । ସୁରକ୍ଷିତ  (କଣ୍ଡୋମ  ସହିତ) ଯୌନକ୍ରିୟା  ଦ୍ଵାରା  ଏହାର  ସଂକ୍ରମଣକୁ  ଅନେକ  କମାଯାଇ  ପାରିବ   । ଏହି  ରୋଗରେ  ଆକ୍ରାନ୍ତ  ହେବାର  ସମ୍ଭାବନା  ଥିବା  ମହିଳାମାନେ  ନିଜ  ସ୍ୱାସ୍ଥ୍ୟର  ସୁରକ୍ଷା  ତଥା  ନିଜ  ପିଲାଙ୍କୁ   ସଂକ୍ରମଣରୁ  ରକ୍ଷା  କରିବାର  ଉପାୟ  ବିଷୟରେ  ସ୍ୱାସ୍ଥ୍ୟକର୍ମୀଙ୍କ  ପରାମର୍ଶ  ନେବା  ଉଚିତ   ।

12. ବାପାମାଆ  ଓ ତତ୍ତ୍ଵାବଧାରକମାନେ   ଛୋଟ  ପିଲାଙ୍କ  ଉପରେ  ଲକ୍ଷ୍ୟ  ରଖିଲେ  ଏବଂ  ପିଲାଙ୍କର  ପରିବେଶକୁ   ନିରାପଦ   ରଖିଲେ  ଅନେକ  ଗୁରୁତର  ଦୁର୍ଘଟଣା  ରୋକାଯାଇ  ପାରିବ   ।

13. ବିପର୍ଯ୍ୟୟ  ବା ଜରୁରୀ  ଅବସ୍ଥାରେ   ଶିଶୁମାନେ  ମିଳିମିଳା  ଟିକା  ଏବଂ  ପରିପୂରକ  ସହ  ମୌଳିକ  ସ୍ୱାସ୍ଥ୍ୟସେବା  ପାଇବା  ଉଚିତ   । ମାନସିକ  ଚାପରେ   ଥିବା  ଶିଶୁମାନେ  ସବୁବେଳେ  ତାଙ୍କର  ବାପାମାଆ  କିମ୍ବା  ଅନ୍ୟ  ପରିଚିତ  ବୟସ୍କଙ୍କର  ସାଙ୍ଗରେ   ରହିବା  ଉଚିତ  । ଏହି  ସମୟରେ  ସ୍ତନ୍ୟପାନ  ତାଙ୍କ  ପାଇଁ  ବିଶେଷ  ଗୁରୁତ୍ୱପୂର୍ଣ୍ଣ  ।

ଜୀବନ  ତଥ୍ୟର  ସଞ୍ଚାର  ପାଇଁ  ଦିଗ୍ ଦର୍ଶନ

ଜନସାଧାରଣଙ୍କୁ  କେବଳ  ସୂଚନା  ଜଣାଇଦେଲେଟକୁ  ସଞ୍ଚାର  କୁହାଯାଇ  ପାରିବନାହିଁ   । ଏଥିପାଇଁ  ଜନସାଧାରଣଙ୍କ  କଥା  ଶୁଣିବା , ସେମାନେ  ବୁଝିପାରିବା  ଭଳି  ମଜାଦାର  ଉପାୟରେ  ଉପାୟରେ  ସୂଚନା  ଆଦାନପ୍ରଦାନ  କରିବା  ଏବଂ  ଜୀବନ  ପାଇଁ  ଏହାର  ଯଥାର୍ଥତା  ବୁଝାଇବା  ଦରକାର   । ଜୀବନ  ତଥ୍ୟର  ସଞ୍ଚାରଣ  ପାଇଁ  ପାରସ୍ପରିକ   କ୍ରିୟା  ଏବଂ  ଏକ  ଦ୍ଵିମୁଖୀ  ପ୍ରକ୍ରିୟା  ଦରକାର   । ସେଥିରେ  ଭାବର  ଆଦାନପ୍ରଦାନ   ଏବଂ ଜ୍ଞାନ , ମତ ଓ ଅନୁଭୂତିର  ବିନିମୟ  ହେବା  ଜରୁରୀ   । ସେହି  ପ୍ରକ୍ରିୟାରେ  ସାହାଯ୍ୟ  କରିବା  ହେଉଛି  ଏହି  ମାର୍ଗଦର୍ଶିକାଟିର  ଲକ୍ଷ୍ୟ    ।

ଯତ୍ନକାରୀଙ୍କ   ପାଖରେ  ପହଞ୍ଚିବା

ବାପାମା’ ତଥା  ବଡ  ଭାଇ  ଭଉଣୀ  ଏବଂ  ପରିବାରର  ଅନ୍ୟମାନଙ୍କ  ପରି  ଯତ୍ନକାରୀମାନେ   ହେଉଛନ୍ତି  ଜୀବନ  ତଥ୍ୟ  ସୂଚନାର   ପ୍ରାଥମିକ  ଲକ୍ଷ୍ୟ   । ସେମାନଙ୍କ   ପାଖକୁ  ବ୍ୟକ୍ତିଗତ  ତଥା  ଗଣମାଧ୍ୟମ  ବାଟ  ନେଇ  ପହଞ୍ଚି   ହେବ  । ସାଧାରଣ  ଲୋକଙ୍କ  ସ୍ୱାସ୍ଥ୍ୟସେବାକୁ   ପ୍ରଭାବିତ  କରୁଥିବା  ଲୋକମାନେ  ଭଲ  ସଞ୍ଚାରକ  ହୋଇପାରିବେ   । କୌଣସି  ସ୍ୱାସ୍ଥ୍ୟକର୍ମୀ , ଶିକ୍ଷକ , ସରକାରୀ  ସଂପ୍ରସାରଣ  କର୍ମୀ , ଧାର୍ମିକ ଓ  ଗୋଷ୍ଠୀ   ନେତା , ଯୁବ  ଓ  ମହିଳା  ଦଳ  ବେସରକାରୀ  ସଂସ୍ଥାର  ସଭ୍ୟ , ନିଯୁକ୍ତିଦାତା , ବ୍ୟବସାୟୀ  ବ୍ୟକ୍ତି  , ଶ୍ରମିକ  ସଂଗଠନର  ସଭ୍ୟ , ସାମାଜିକ  କର୍ମୀ , ଚିତ୍ରକର  ବା  ମନୋରଞ୍ଜକ  ଏଭଳି  ସଞ୍ଚାରକ  ହୋଇପାରନ୍ତି   ।

ସଞ୍ଚାରଣକୁ  ପ୍ରଭାବିତ  କରୁଥିବା  କେତେକ  କଥା

ନୂଆ  ତଥ୍ୟ  କିପରି ଓ କେଉଁଠୁ  ଆସିଲା ଏବଂ  କିଏ  ଦେଲା , ତାହା  ଜନସାଧାରଣଙ୍କ  ଉପରେ  ପ୍ରଭାବ  ପକାଇଥାଏ   । ସେଥିରୁ  ହିଁ  ଏହି  ସୂଚନା  ଉପରେ  ଲୋକ  କାମ  କରିବେ  କି  ନାହିଁ  ଜଣାପଡେ   । ସାଧାରଣତଃ  ସେମାନେ  ସୂଚନାଟିକୁ  ବିଶ୍ଵାସ   କରନ୍ତି , ଯଦି :

  • ବିଭିନ୍ନ  ଉତ୍ସରୁ  ବାରମ୍ବାର  ଏକା  କଥା  ଶୁଣନ୍ତି
  • କଥାଟି  କହୁଥିବା  ଲୋକକୁ  ସେମାନେ  ଭଲ  ଭାବରେ  ଜାଣିଥା’ନ୍ତି  ଏବଂ  ବିଶ୍ଵାସ  କରୁଥା’ନ୍ତି
  • ଏହା  ତାଙ୍କ  ପରିବାରକୁ  କିପରି  ସାହାଯ୍ୟ  କରିବା  ତାହା  ବୁଝନ୍ତି
  • ଏହା  ସେମାନେ  ବୁଝିପାରୁଥିବା  ଭାଷାରେ  କୁହାଯାଏ
  • ଆଲୋଚନା  ପାଇଁ  ସେମାନଙ୍କୁ  ଉତ୍ସାହିତ କରାଯାଏ  ଏବଂ  କେତେବେଳେ , କିପରି  ଓ  କ’ଣ କରିବେ  ଆଦି  ପ୍ରଶ୍ନ  ପଚାରି  ଆଲୋଚନା  ମାଧ୍ୟମରେ  ବୁଝନ୍ତି

ସନ୍ଦେଶଗୁଡିକର  ଅନୁବାଦ  ଓ  ଉପଯୋଗ  କରିବା

ଜୀବନ  ତଥ୍ୟର  ଆନ୍ତର୍ଜାତିକ  ସଂସ୍କରଣରେ  ଦିଆଯାଇଥିବା  ସନ୍ଦେଶଗୁଡିକୁ  ଅନୁବାଦ  କରିବା  ଏବଂ  ଅନେକ  କ୍ଷେତ୍ରରେ  ସ୍ଥାନୀୟ  ପରିସ୍ଥିତି  ତଥା  ପ୍ରଥା  ଅନୁସାରେ   ଉପଯୋଗ  କରିବା  ଜରୁରୀ   । ଏହା  କରିବା  ସମୟରେ  ଛାପିବା  ଓ  ପ୍ରଚାର  କରିବା  ଆଗରୁ  ଲେଖାକୁ  ସ୍ଥାନୀୟ   ସ୍ୱାସ୍ଥ୍ୟ  ଅଧିକାରୀଙ୍କୁ  ଦେଖାଇ  ସେଗୁଡିକର  ସଠିକତା  ପରଖିନେବା   ଜରୁରୀ   ।

ପ୍ରଭାବଶାଳୀ ସଞ୍ଚାର

ସଞ୍ଚାରଣର  ଅନେକଗୁଡିଏ  ବାଟ  ଅଛି   । କିନ୍ତୁ  ଗୋଷ୍ଠୀ  ଭିତରେ , ବ୍ୟକ୍ତିଗତ  ସ୍ତରରେ , ରାଜନୈତିକ  ନେତାଙ୍କୁ  ବୁଝାଇବା  ଦିଗରେ  ବା  ଗଣମାଧ୍ୟମରେ  ପ୍ରକାଶ  କରିବା  ପାଇଁ  ସନ୍ଦେଶ  ପ୍ରସ୍ତୁତ  କରୁଥିଲେ  ବି  ଏହାର  ମୂଳ  ନିୟମଟି  ଏକା  ।

  • ଜୀବନ  ତଥ୍ୟର  ସୂଚନା  କାହା  ପାଇଁ  ଦରକାର  ପ୍ରଥମେ  ତାହା  ନିଜେ  ଜାଣିବା  ଜରୁରୀ   । ସେମାନଙ୍କ  ଜୀବନ ଶୈଳୀ , ଭାଷା , ପ୍ରଥା ଓ  ବୁଝିବାର  ସ୍ତର  ବିଷୟରେ  ଜାଣନ୍ତୁ  । ଏହା  ଅଧିକ  ପ୍ରାସଙ୍ଗିକ , ସହଜରେ  ବୁଝି  ହେଉଥିବା  ଏବଂ  ଅଧିକ  ଗ୍ରହଣୀୟ  ତଥା  କାର୍ଯ୍ୟକ୍ଷମା  ହୋଇପାରିବା  ଭଳି  ସନ୍ଦେଶଗୁଡିକୁ  ବାଛିବାରେ  ସାହାଯ୍ୟ  କରିବ  ।
  • ସନ୍ଦେଶଗୁଡିକର   ଅନୁବାଦ  କରିବା  ସମୟରେ  ସାଧାରଣ  ଲୋକଟିଏ  ବୁଝିପାରିବା  ପରି   ସରଲା  ଭାଷାରେ   ଲେଖିବା  ଜରୁରୀ   । ସନ୍ଦେଶରେ  ଅଯଥା  ଗୁଡାଏ  କାମ  ବା  ବୈଷୟିକ  ତଥ୍ୟ  ନରହିବା  ଭଲ  । ଜୀବନ  ତଥ୍ୟରେ  ଦିଆଯାଇଥିବା  ପରୀକ୍ଷିତ  ସୂଚନାଗୁଡିକୁ  ହିଁ  ରଖନ୍ତୁ   । କିଛି  ନୂଆ  ସନ୍ଦେଶ  ଦେଉଥିଲେ   ତା’ର  ସଠିକତା  ପରୀକ୍ଷା  କରିନେବା  ଉଚିତ   ।
  • ଲୋକମାନେ  ସୂଚନାକୁ   ବୁଝିପାରୁଛନ୍ତି   ଏବଂ  ତାକୁ  କାମରେ  ଲଗାଇବାର   ବାଟ  ଜାଣିପାରୁଛନ୍ତି   ବୋଲି  ନିଶ୍ଚିତ  ହୁଅନ୍ତୁ   । ଏହା  ଗୋଷ୍ଠୀ   ଭିତରେ , ବାପାମା’  ତଥା  ଯତ୍ନକାରୀମାନଙ୍କ  ସହ  ଆଲୋଚନା  ମାଧ୍ୟମରେ  କରାଯାଇପାରେ   । ସେମାନଙ୍କୁ  ପ୍ରଶ୍ନ  କରି  ଚାହୁଁଥିବା   ସନ୍ଦେଶଗୁଡିକ  ସେମାନେ  କେତେଦୂର   ବୁଝିଛନ୍ତି   ତାହା  ପ୍ରଶ୍ନ   ଓ  ଆଲୋଚନା  ମାଧ୍ୟମରେ   ଜାଣିହେବ   । ସନ୍ଦେଶଗୁଡିକ  କାମରେ   ଲାଗିପାରିବା  କି  ନାହିଁ   ତାହା ଆଲୋଚନା  କରିବା  ପାଇଁ  ଉତ୍ସାହିତ   କରିବା  ଦରକାର   । ସେମାନଙ୍କ  ମତାମତ  ନେଇ  ସନ୍ଦେଶ  ଓ  ଚିତ୍ରଗୁଡ଼ିକୁ   ଦରକାର  ଅନୁସାରେ  ବଦଳାଇ  ଦିଅନ୍ତୁ  ।
  • ସନ୍ଦେଶଗୁଡିକୁ  ଜନସାଧାରଣଙ୍କ  ଜୀବନ  ସହିତ  ଯୋଡନ୍ତୁ   । ଜୀବନ  ତଥ୍ୟର  ସ୍ଥାନୀୟ   ଉଦାହରଣ  ଦେଇ  ସନ୍ଦେଶଗୁଡିକୁ   ମଜାଦାର  ଏବଂ  ଅର୍ଥପୂର୍ଣ୍ଣ   କରିବାର  ବାଟ  ଖୋଜନ୍ତୁ   ।
  • ଠିକ  ଲୋକଙ୍କ  ପାଖରେ  ପହଞ୍ଚି  ପାରିଲା  ପରି  ସଞ୍ଚାର  ମାଧ୍ୟମ  ଓ  ଗଣମାଧ୍ୟମ  ବାଛନ୍ତୁ   । କେବଳ  ଗୋଟିଏ   ମାଧ୍ୟମର   ବ୍ୟବହାର  ନକରି   ମିଳୁଥିବା  ମାଧ୍ୟମଗୁଡିକୁ  ଯଥା  ସମ୍ଭବ  ବ୍ୟବହାର  କରନ୍ତୁ   । ବିଭିନ୍ନ  ଧାରା ଓ  ମାଧ୍ୟମକୁ  ଏକାଠି   ମିଶାଇ  ବ୍ୟବହାର   କଲେ  ଜନସାଧାରଣ  ଗୋଟିଏ  ସନ୍ଦେଶକୁ  ବାରମ୍ବାର  ଏବଂ  ବିଭିନ୍ନ  ରୂପରେ  ପାଇବେ   । ତଳ  ମାଧ୍ୟମଗୁଡିକୁ  ଏକାଠି  ବ୍ୟବହାର   କରିହେବ :

ସଞ୍ଚାରଣର  ଅଚଳ  ଅବସ୍ଥା

ସ୍ୱାସ୍ଥ୍ୟ  ସନ୍ଦେଶ  ପ୍ରଚାର  କରିବାର  ଚେଷ୍ଟାରେ  ବେଳେ ବେଳେ  ଚାହୁଁଥିବା  ଫଳାଫଳ  ମିଳିପାରେନାହିଁ   । ଏହି  ସମସ୍ୟାର  ସମାଧାନ  ପାଇଁ  ସଞ୍ଚାରକ  ମୂଳରୁ  ସତର୍କ  ହେବା  ଜରୁରୀ   ।  ସେ  ସ୍ଥାନୀୟ  ଜନସାଧାରଣଙ୍କ  ବ୍ୟବହାର , ଜୀବନଶୈଳୀକୁ  ପ୍ରଭାବିତ  କରୁଥିବା  ମନୋଭାବ , ବିଶ୍ଵାସ  ଏବଂ  ସାମାଜିକ  କାରଣ  ବୁଝିବା  ଆବଶ୍ୟକ   । ସେଗୁଡିକ  ହୁଏତ  ଲୋକଙ୍କ  ଭିତରେ  ପରିବର୍ତ୍ତନ   ଆଣିବାରେ  ବାଧା  ସୃଷ୍ଟି  କରୁଥିବ   ।

  • ସଞ୍ଚାରଣ  ମାଧ୍ୟମ  ଶକ୍ତିଶାଳୀ ନ ଥିଲେ  ସନ୍ଦେଶ  କେବଳ  ଅଳ୍ପକିଛି  ଲୋକଙ୍କ  ପାଖରେ  ପହଞ୍ଚିପାରେ   ।

ଉଦାହରଣ : ଖବରକାଗଜ  ବା  ପ୍ରଚାରପତ୍ର  ପରି  କେବଳ  ଛପା  ମାଧ୍ୟମରେ  ବ୍ୟବହାର  କଲେ  ପଢି  ପାରୁଥିବା  ଲୋକ ହିଁ  ଜାଣିପାରିବେ , କିନ୍ତୁ  ନିରକ୍ଷରମାନେ  ଏହା  ଜାଣିପାରିବେ  ନାହିଁ  । ସେହିପରି  ରେଡିଓ , ଦୂରଦର୍ଶନ ପରି  ମାଧ୍ୟମ  ବ୍ୟବହାର  କଲେ  ଯାହାଙ୍କ  ପାଖରେ  ଏ  ସୁବିଧା  ନାହିଁ  ସେମାନେ  ଏଥିରୁ  ବଞ୍ଚିତ  ହେବେ   ।

ସମାଧାନ : ଯେତେଦୂର  ସମ୍ଭବ  ବିଭିନ୍ନ  ମାଧ୍ୟମ  ମିଶାଇ  ଲୋକଙ୍କ  ପାଖରେ  ସୂଚନା  ପହଞ୍ଚାନ୍ତୁ  ଏବଂ  ବ୍ୟକ୍ତି – ବ୍ୟକ୍ତି  ସଞ୍ଚାର  ମାଧ୍ୟମରେ   ସନ୍ଦେଶଗୁଡିକ  ବାରମ୍ବାର  ଦୋହରାନ୍ତୁ  । ଲୋକଙ୍କ  ପାଖରେ  ଅଧିକ  ପହଞ୍ଚି  ପାରୁଥିବା  ଏବଂ  ତାଙ୍କ  ପାଇଁ  ବେଶୀ  ବିଶ୍ଵାସନୀୟ  ହେଉଥିବା  ସଂଚାର  ମାଧ୍ୟମଗୁଡିକୁ  ଖୋଜି  ବାହାର  କରିବାକୁ  ଚେଷ୍ଟା  କରନ୍ତୁ   ।

  • ଜନସାଧାରଣଙ୍କ  ପାଖରେ   ସନ୍ଦେଶଗୁଡିକ  ପହଞ୍ଚୁଥିବ , କିନ୍ତୁ  ସେମାନେ  ତାହା  ବୁଝୁ  ନଥିବେ  ।

ଉଦାହରଣ : ସନ୍ଦେଶରେ  ବୈଷୟିକ   ଶବ୍ଦର  ବ୍ୟବହାର , ଭୁଲ  ଭାଷା  ବା  ଉପଭାଷାରେ  ବର୍ଣ୍ଣନା   ।

ସମାଧାନ : ସନ୍ଦେଶକୁ  ଅନୁବାଦ  କରିବା  ସମୟରେ  ସାଧାରଣ  ଶବ୍ଦ  ଓ  ଅଣବୈଷୟିକ   ଭାଷାର  ବ୍ୟବହାର  କରିବା  ଉଚିତ   । ସାଧାରଣ  ଲୋକ  ଏହାକୁ  ବୁଝିପାରୁଛନ୍ତି  କି ନାହିଁ  ମଝିରେ   ମଝିରେ  ତାହା  ପରୀକ୍ଷା  କରିନେବା   ଜରୁରୀ   ।

  • ଲୋକମାନେ  ସନ୍ଦେଶଟି  ଜାଣିବା  ପରେ  ଏହାକୁ  ଠିକ୍  ଅର୍ଥରେ  ନବୁଝି  ଭୁଲ  ଭାବରେ  ବ୍ୟବହାର  କରନ୍ତି   ।

ଗଣମାଧ୍ୟମ : ରେଡିଓ , ଦୂରଦର୍ଶନ , ଖବରକାଗଜ ଏବଂ  ଚିତ୍ର  ବହି

କ୍ଷୁଦ୍ରମାଧ୍ୟମ : ଚିତ୍ରମାଳା , ଅଡିଓ  କ୍ୟାସେଟ , ପ୍ରଚାରପତ୍ର , ତଥ୍ୟପୁସ୍ତିକା , ଭିଡିଓ , ସ୍ଲାଇଡ , ଚାର୍ଟ , ଟି – ଶାର୍ଟ , ପଦକ  ଏବଂ  ଡାକବାଜି  ଯନ୍ତ୍ରରେ  ଘୋଷଣା

ବ୍ୟକ୍ତି – ବ୍ୟକ୍ତି  ମାଧ୍ୟମ : ସ୍ୱାସ୍ଥ୍ୟକର୍ମୀ , ଧାର୍ମିକ  ବା  ଗୋଷ୍ଠୀ  ନେତା , ମହିଳା ଓ  ଯୁବ  ସଂଗଠନ , ଉନ୍ନୟନ  କର୍ମୀ  ଏବଂ  ସରକାରୀ  ଅଧିକାରୀ

  • ଏହାକୁ  ଦୃଢତର  କରିବା  ପାଇଁ  ପୁନରାବୃତ୍ତି  କରନ୍ତୁ   ।

ଉଦାହରଣ : ମା’ ମାନଙ୍କୁ  ଓ.ଆର.ଏସ୍. ର  ବ୍ୟବହାର  ବିଷୟରେ  ଶିଖାଇଥାଏ   । ସେମାନେ  ଭୁଲରେ  ଏହାକୁ  ଅଧିକ ପାଣିଆ  କରିଦେଲେ    ସେଥିରୁ  କିଛି  ଲାଭ  ମିଳେ  ନାହିଁ   । ସେହିପରି  ଏଥିରେ  ପାଣି  ଅଂଶ  କମ  ହୋଇଗଲେ  ଏହି  ଘୋଳ  ବିପଦଜନକ   ହୋଇଥାଏ   ।

ସମାଧାନ : କୌଣସି  ନୂଆ  କୌଶଳ  ଶିଖାଇବା  ସମୟରେ  ଯଥେଷ୍ଟ  ପ୍ରଶିକ୍ଷଣ  ଦେବା  ସହ  ନିର୍ଦ୍ଧିଷ୍ଟ  ସମୟ   ବ୍ୟବଧାନରେ   ସେଥିରେ  ହେଉଥିବା  ଭୁଲ  ବା  ସମସ୍ୟାକୁ   ଦେଖିବା  ଦରକାର    । ଆବଶ୍ୟକ  ହେଲେ  ଅଧିକ  ସହାୟତା ବା  ସନ୍ଦେଶ  ଦେବା  ଜରୁରୀ   ।

  • ଜନସାଧାରଣ  କୌଣସି  ସୂଚନା  ପାଇବା  ପରେ  ବୁଝିଥିଲେ  ମଧ୍ୟ  କାମରେ  ଲଗାନ୍ତି  ନାହିଁ   । କାରଣ  ଏହା  ବର୍ତ୍ତମାନର  ମନୋଭାବ  ଏବଂ  ବିଶ୍ଵାସର  ବିରୋଧୀ ।

ଉଦାହରଣ : ତରଳ  ଝାଡା  ହେଉଥିବା  ସମୟରେ  ଶିଶୁକୁ  ନିୟମିତ  ଖାଦ୍ୟ  ଖୁଆଇବା  ପାଇଁ  ମା’ମାନଙ୍କୁ   ନିର୍ଦ୍ଦେଶ  ଦିଆଯାଇଥାଏ   । କିନ୍ତୁ  ସେମାନେ   ତାହା  କରନ୍ତି  ନାହିଁ   । କାରଣ  ସାଧାରଣ  ଭାବରେ  ବିଶ୍ଵାସ  ରହିଛି ଯେ  ତରଳ  ଝାଡା  ହେଉଥିଲେ  ପେଟକୁ  ବିଶ୍ରାମ   ଦେବା  ଦରକାର   ।

ସମାଧାନ : ସନ୍ଦେଶଗୁଡିକୁ  ଏପରି  ପ୍ରସ୍ତୁତ   କରିବା  ଦରକାର  ଯେପରି  ତାହା  କାହା  ମନରେ  ଆଘାତ  ନଦେଇ  ସମ୍ବେଦନଶୀଳ  ବାଟରେ  କ୍ଷତିକାରକ  ଭୁଲ  ବିଶ୍ଵାସକୁ   ଦୂରେଇ   ଦେବ   ।

  • ଜନସାଧାରଣ  ନୂଆ ସୂଚନାକୁ   ଗ୍ରହଣ  କରିବା  ସହ  ବୁଝିପାରନ୍ତି , କିନ୍ତୁ  ଦାରିଦ୍ର୍ୟ , ମୌଳିକ  ସେବାର  ଅଭାବ  ପରି  କେତେକ  କାରଣକୁ  ତାହାକୁ  କାମରେ  ଲଗାଇପାରନ୍ତି  ନାହିଁ   ।

ଉଦାହରଣ : ଗଣମାଧ୍ୟମରେ  ପ୍ରଚାର  ଯୋଗୁ  ଗୋଷ୍ଠୀ  ଭିତରେ  ଓ.ଆର.ଏସ୍. ପ୍ୟାକେଟରେ  ଚାହିଦା  ବଢିଲା   । କିନ୍ତୁ  ଯଦି  ପ୍ୟାକେଟର  ଦାମ  ବେଶ୍  ଅଧିକ  ହୁଏ ବା  ପାଖ  ଅଞ୍ଚଳରେ  ଏହା  ମିଳେନାହିଁ , ଗଣମାଧ୍ୟମରେ   ପ୍ରଚାର  ପାଇଁ  ଖର୍ଚ୍ଚ  ହୋଇଥିବା  ଅର୍ଥର  କୌଣସି  ମୂଲ୍ୟ  ରହିବ  ନାହିଁ   ।

ସମାଧାନ : କୌଣସି  ସେବା  ବା  ଜିନିଷ  ବିଷୟରେ  ଗଣମାଧ୍ୟମରେ  ପ୍ରଚାର  କରିବା  ପୂର୍ବରୁ  ସ୍ଥାନୀୟ  ସ୍ୱାସ୍ଥ୍ୟ  ଅଧିକାରୀଙ୍କ  ସହ  ଯୋଗାଯୋଗ  କରି  ସେସବୁ  ପାଖରେ  ଓ  ସହଜରେ  ମିଳିବାର  ବ୍ୟବସ୍ଥା  କରାଇବା  ଆବଶ୍ୟକ   ।

ଗଣମାଧ୍ୟମରେ  ସଞ୍ଚାରଣ

କୌଣସି  ଗୋଟିଏ  ସୂଚନାକୁ  ବହୁତ  ଲୋକଙ୍କ  ପାଖରେ   ପହଞ୍ଚାଇବା  ଏବଂ  ତାକୁ  ବାରମ୍ବାର  ଦୋହରାଇବା  ପାଇଁ  ରେଡିଓ , ଖବରକାଗଜ  ଏବଂ  ଦୂରଦର୍ଶନ  ଗୋଟିଏ  ଗୋଟିଏ  ଭଲ  ମାଧ୍ୟମ  । ପୁନରାବୃତ୍ତି  ମନେ  ରଖାଇବାର  ଗୋଟିଏ  ଭଲ  ଉପାୟ   । ତେଣୁ  କୌଣସି  ସନ୍ଦେଶକୁ  ବିଭିନ୍ନ  ମାଧ୍ୟମରେ   ବାରମ୍ବାର  ପ୍ରଚାର  କଲେ  ଲୋକେ  ଏହାକୁ  ଗ୍ରହଣ  କରିବା  ସହ  କାମରେ  ମଧ୍ୟ  ଲଗାଇବେ   । ଏହି  ସୂଚନାଗୁଡିକୁ  ସାକ୍ଷାତକାର , ଲେଖା , ଆଲୋଚନା , ରେଡିଓ  ବା ଦୂରଦର୍ଶନରେ   ନାଟକ , କଣ୍ଢେଇନାଚ , କୌତିକିଆ  ନାଚ , ଗୀତ , କୁଇଜ୍ ପ୍ରତିଯୋଗୀତା  ଏବଂ  କଲ୍ ଇନ୍  ବା  ଫୋନ୍  କରନ୍ତୁ  କାର୍ଯ୍ୟକ୍ରମ  ମାଧ୍ୟମରେ  ପ୍ରଚାର  କରାଯାଇ  ପାରିବ   ।

  • ସ୍ଵାକ୍ଷରତା  ହାର  ଅଧିକ  ଥିବା  ସ୍ଥାନରେ  ଖବରକାଗଜ ଓ  ପତ୍ରିକାରେ  ଲେଖିଲେ  ତାହା  ଫଳପ୍ରଦ  ହୋଇଥାଏ  । ସ୍ଵାକ୍ଷରତା  ହାର କମ୍  ଥିବା  ଅଞ୍ଚଳରେ ଲୋକଙ୍କ  ପାଖରେ ପହଞ୍ଚିବା  ପାଇଁ ଅନ୍ୟ  ମାଧ୍ୟମ  ସବୁ  ବ୍ୟବହାର  କରିବା  ଉଚିତ୍  । କେତେକ  ପରିସ୍ଥିତିରେ   ଚିତ୍ରକଥା  ଓ  ଚିତ୍ର  ବ୍ୟବହାର  କରି  ଉଭୟ  ପିଲା  ଓ  ବୟସ୍କ  ଲୋକଙ୍କୁ  ଆକର୍ଷିତ  କରାଯାଇପାରେ   ।
  • ରେଡିଓ ଓ ଦୂରଦର୍ଶନରେ  ପ୍ରସାରିତ  ସନ୍ଦେଶଗୁଡିକ  ଯେଉଁମାନଙ୍କ  ପାଇଁ  ଉଦ୍ଦିଷ୍ଟ  ସେମାନେ  ଏହାକୁ  ଶୁଣୁଥିବା  ବା  ଦେଖୁଥିବା  ସମୟରେ  ପ୍ରସାରଣ  କରିବା  ପ୍ରତି  ଧ୍ୟାନ  ଦେବା  ଜରୁରୀ   । ଖାଲି  ସମୟରେ  ପ୍ରସାରିତ  ହେଉଥିବା  ମାଗଣା  ସାର୍ବଜନୀନ  ସେବା  ଘୋଷଣାକୁ  କେବଳ  ବ୍ୟବହାର  କରିବା  ଉଚିତ  ନୁହେଁ   । ଲୋକପ୍ରିୟ  କାର୍ଯ୍ୟକ୍ରମ  ସମୟରେ  ପ୍ରସାରିତ  ହେଲେ  ଅଧିକ  ଲୋକଙ୍କ  ପାଖରେ  ସନ୍ଦେଶ  ପହଞ୍ଚି  ପାରିବ  । ରେଡିଓ ବା  ଦୂରଦର୍ଶନ  ରେ  କାର୍ଯ୍ୟକ୍ରମ  ପ୍ରଯୋଜକଙ୍କ  ସହ  ଆଲୋଚନା  କରି  ତାଙ୍କ  ଲୋକପ୍ରିୟ  କାର୍ଯ୍ୟକ୍ରମର  ସଞ୍ଚାଳକଙ୍କ  ସହ  ଆଲୋଚନା  କରି  ମଧ୍ୟ  ଏହି  ବିଷୟଗୁଡିକୁ  ତାଙ୍କ  ଆଲୋଚନାରେ  ସାମିଲ  କରାଯାଇ  ପାରିବ   ।
  • ଗଣମାଧ୍ୟମର  କାର୍ଯ୍ୟକ୍ରମରେ  ବିଭିନ୍ନ  ସମ୍ମାନନୀୟ  ଏବଂ  ସମାଜରେ  ଗ୍ରହଣୀୟ  ବ୍ୟକ୍ତିବିଶେଷଙ୍କୁ  ନେଇ  ସନ୍ଦେଶଗୁଡିକର  ସଞ୍ଚାରଣ ଓ  ପୁନରାବୃତ୍ତି   କରିବା  ଉଚିତ୍   ।

ବ୍ୟକ୍ତି – ବ୍ୟକ୍ତି  ସଞ୍ଚାରଣ

ଗଣମାଧ୍ୟମରୁ  ଜାନୁଥିବା  କିଛି ନୂଆ  ସୂଚନାକୁ  ଅଧିକାଂଶ  ଲୋକ  ସହଜରେ  ଗ୍ରହଣ  କରିପାରନ୍ତି  ନାହିଁ   । ସେଥିପାଇଁ  ତାଙ୍କର  ବିଶ୍ୱାସଯୋଗ୍ୟ  କୌଣସି  ବ୍ୟକ୍ତିଙ୍କ  ସହ   ଆଲୋଚନା   କରିବାକୁ  ଚାହାନ୍ତି   । ତେଣୁ  ଉଭୟ  ଗଣମାଧ୍ୟମ  ଓ  ବ୍ୟକ୍ତି – ବ୍ୟକ୍ତି  ସଞ୍ଚାରଣ  ମାଧ୍ୟମରେ   ଜନସାଧାରଣଙ୍କୁ  ନୂଆ ସ୍ୱାସ୍ଥ୍ୟ  ସମ୍ପର୍କିତ  ଚଳଣିକୁ  ଗ୍ରହଣ  କରିବା  ପାଇଁ  ଉତ୍ସାହିତ   କରିବା  ଆବଶ୍ୟକ  ।

ଜଣ  ଜଣ  କରି  ବୁଝାଇବା  କାମଟି  ପାଣିକଳ  ପାଖରେ , ଖେଳାଳିମାନଙ୍କ  ଭିତରେ , ପରିବାର  ତଥା ବନ୍ଧୁବର୍ଗରେ  ଆଲୋଚନା  ସମୟରେ  ବା  ଶ୍ରେଣୀଗୃହ , ସ୍ୱାସ୍ଥ୍ୟ  କ୍ଲିନିକ୍ , ଗୋଷ୍ଠୀ ସଭା , ମହିଳା  ସମିତି  ସଭ୍ୟ , ପ୍ରୌଢଶିକ୍ଷା  କେନ୍ଦ୍ର  ଆଦି  ଯେ କୌଣସି  ସ୍ଥାନରେ  କରାଯାଇପାରିବ   । ଏହି ଭଳି  ଜଣ ଜଣ  କରି  ଆଲୋଚନା  କରିବା  ଫଳରେ  ମନରେ   ଆସୁଥିବା  ସନ୍ଦେହ  ଓ ପ୍ରଶ୍ନ  ସବୁର  ସମାଧାନ  ସହଜରେ  ହୋଇପାରେ  ଏବଂ  କେହି  ଏହାକୁ  ବିରୋଧ   କରୁଥିବାର  କାରଣ  ତଥା  ତା’ର  ସମାଧାନ  ମଧ୍ୟ  ବାହାରିଥାଏ  ।

ସୂଚନା , କାମ ଓ  ବିଶ୍ଳେଷଣର  ଚକ୍ରକୁ  ଆଧାର  କରି  ପ୍ରଭାବଶାଳୀ  ଶିକ୍ଷଣ  ରୂପ  ନିଏ  । କୌଣସି  ସମସ୍ୟାକୁ  ସକ୍ରିୟ  ଭାବରେ  ଚିହ୍ନଟ   କରି , ସମାଧାନର  ବାଟ  ଖୋଜି  ଏବଂ  ଫଳାଫଳର  ଅନୁଶୀଳନ  କରି  ସ୍ଯାନସାଧାରଣ  ସବୁଠାରୁ  ଅଧିକ  ଶିଖନ୍ତି   । ତେଣୁ  ଜୀବନ  ତଥ୍ୟର  ସନ୍ଦେଶଗୁଡିକ  ଅଂଶଗ୍ରହଣକାରୀଙ୍କୁ  ଏକ  ସକ୍ରିୟ  ଭୂମିକା  ନେବାର  ସୁଯୋଗ  ଦେବା  ଦରକାର   ।

  • ଆଲୋଚନା  କୌଣସି  ବ୍ୟକ୍ତିଗତ  ବା  ଦଳର  ମୁଖ୍ୟ  ସମସ୍ୟାରୁ  ଆରମ୍ଭ  କରନ୍ତୁ   । ଆଗରୁ  ଜଣାଥିବା  ବିଷୟରୁ  ଆରମ୍ଭ  କରି  ମୁଖ୍ୟ  ବିଷୟ  ଉପରେ  ଜୋର  ଦିଅନ୍ତୁ  । ବୈଷୟିକ  ବା  ବୈଜ୍ଞାନିକ   ଭାଷା  ବ୍ୟବହାର  କରନ୍ତୁ   ନାହିଁ   ।
  • ଜନସାଧାରଣଙ୍କୁ  ସେହି  ବିଷୟରେ  ପ୍ରଶ୍ନ  ପଚାରିବାକୁ  ଉତ୍ସାହିତ   କରନ୍ତୁ   । ସମସ୍ୟାର  କାରଣ  ତଥା  ସେମାନଙ୍କର  ସମ୍ବାବ୍ୟ  ସମାଧାନ  ବିଷୟରେ  ଆଲୋଚନାକୁ  ଠିକ୍  ଦିଗରେ  ପରିଚାଳିତ   କରନ୍ତୁ  ।
  • ମନେରଖନ୍ତୁ  ଯେ ସଞ୍ଚାରଣରେ  କହିବା  ପରି  ଶୁଣିବା  ମଧ୍ୟ  ବେଶ୍  ଜରୁରୀ  । ଶୁଣିବା  ଦ୍ଵାରା  ପରାମର୍ଶ  ଦିଆଯାଉଥିବା  କାମକୁ  ଲୋକମାନେ  କାହିଁକି  କରୁଛନ୍ତି  ବା  କରୁନାହାନ୍ତି  ଆପଣ   ଜାଣିପାରିବେ   । ସ୍ୱାସ୍ଥ୍ୟ  ସନ୍ଦେଶ  ଉପରେ  କାମ  ନକରିବା  ପାଇଁ  କେତେକ  ଆଦେଖା  କାରଣ  ଉପରେ   କିଛି  ସାମୟିକ   ପଦକ୍ଷେପ  ନେବାକୁ  ହେବ   ।
  • ଅନ୍ୟର  ମତାମତ , ଜ୍ଞାନ ଏବଂ  ବଦଳିପାରିବାର  ସାମର୍ଥ୍ୟକୁ  ସମ୍ମାନର  ସହ  ଗ୍ରହଣ  କରନ୍ତୁ   । ପରିସ୍ଥିତିରେ  ପଡିଲେ  ଲୋକେ  ଶିଖନ୍ତି  ଏବଂ  ଏହା  ତାଙ୍କର  ଆତ୍ମବିଶ୍ଵାସ  ବଢାଇଥାଏ  । ସେମାନେ  ବୁଝିପାରିଲେ  ଓ  ସମ୍ମାନ  ପାଇଲେ  କାମ  କରିବାକୁ  ଆଗେଇ  ଆସନ୍ତି   ।
  • ସମସ୍ୟାର  ସମାଧାନ  ପାଇଁ  ବ୍ୟକ୍ତି  ବିଶେଷ  ବା  ଦଳକୁ  ସହଯୋଗ  କରନ୍ତୁ    ।
  • କାର୍ଯ୍ୟକ୍ରମର  ଅଗ୍ରଗତିର  ତଦାରଖ  କରିବା , ଫଳାଫଳର  ଆକଳନ  କରିବା  ଆଦି  କାମରେ  ସାହାଯ୍ୟ   କରନ୍ତୁ   । ଦରକାର  ଅନୁସାରେ  କାର୍ଯ୍ୟକ୍ରମକୁ  ବଦଳାନ୍ତୁ  ବା  ଅଧିକ  କାମର  ବ୍ୟବସ୍ଥା  କରନ୍ତୁ   ।

ସୂଚନାରୁ  କାମ

ଜୀବନ  ତଥ୍ୟର  ଲକ୍ଷ୍ୟ  ହେଉଛି  ପିଲାମାନଙ୍କର  ରୋଗ  ଓ  ମୃତ୍ୟୁକୁ  କମାଇବା  । ଏଥିରେ  ଥିବା  ସନ୍ଦେଶକୁ  କାମରେ  ଲଗାଇବାକୁ  ହେଲେ  ଲୋକମାନଙ୍କ  କାର୍ଯ୍ୟଧାରାରେ  କିଛି  ମୌଳିକ  ପରିବର୍ତ୍ତନ   ଆଣିବା  ଦରକାର  ହୋଇପାରେ   ।

ମଣିଷର   ସାମାଜିକ  ଆଚାର  ବ୍ୟବହାର  ସାଧାରଣତଃ  କିଛି  ଗଭୀର  ବିଶ୍ଵାସ  ଓ  ସାଂସ୍କୃତିକ  ମୂଲ୍ୟବୋଧ  ଉପରେ  ଆଧାରିତ  ହୋଇଥାଏ   । ଚାଲିଚଳଣରେ  ପରିବର୍ତ୍ତନ  ଆଣିବା  ପାଇଁ   ଆତ୍ମବିଶ୍ଵାସ  ଓ  ସାହସ

ବାଧା

ସମାଧାନ

ସମସ୍ୟା ବିଷୟରେ ଅଜ୍ଞତା

  • ସମସ୍ୟା  ବିଷୟରେ  ସଚେତନତା  ବଢାଇବା  ପାଇଁ  ଗଣମାଧ୍ୟମ ଏବଂ / କିମ୍ବା ବ୍ୟକ୍ତି – ବ୍ୟକ୍ତି ସଞ୍ଚାରଣ  ମାଧ୍ୟମ  ବ୍ୟବହାର  କରିବା   ।

ସମସ୍ୟାର ବ୍ୟାପ୍ତି , କାରଣ ଓ  ତା’ର  ସମାଧାନ ବିଷୟରେ  ବୁଝାମଣାର ଅଭାବ

  • ସ୍ଥାନୀୟ  ଉଦାହରଣକୁ  ନେଇ  ଆଗ୍ରହଜନକ  ଭାବରେ  ସୂଚନା  ଯୋଗାଇବା

ସମସ୍ୟା ସମାଧାନ ବିଷୟରେ  ଅଜ୍ଞତା

  • ସୂଚନା ଯୋଗାଇ ଦେବା , ସମାଧାନ ଖୋଜିବାରେ  ସାହାଯ୍ୟ  କରିବା  ଏବଂ  ଆବଶ୍ୟକ  ହେଲେ  ନୂଆ  କୌଶଳର  ବିକାଶ  ଦିଗରେ ସହାୟତା  ଦେବା , କ’ଣ ଓ  କିପରି  କରାଯିବ  ଭଳି ଆଲୋଚନାକୁ   ସୁଯୋଗ  ଦେବା   । ନୂଆ  ଚାଲିଚଳଣର  ସଫଳତା  ଓ ଦୁର୍ବଳତା  ବିଷୟରେ  ଆଲୋଚନା  କରିବା , ବର୍ତ୍ତମାନର  ଜ୍ଞାନ ଓ  ଅଭ୍ୟାସ ସହିତ  ତାହାର  ସମ୍ପର୍କ  ଉପରେ  ଆଲୋଚନା  କରିବା , ଦେଖାଇବା ଯେ ନୂଆ ବ୍ୟବସ୍ଥାଟି  ପୁରୁଣା  ଉପରେ ହିଁ  ଆଧାରିତ  ।
  • ଏହି  କ୍ରମରେ  କିପ୍ରକାର  ସମ୍ଭାବ୍ୟ  ପରିବର୍ତ୍ତନ  ଏବେ  ଏବଂ  ପର  ସମୟରେ  ଆସିପାରେ  ତାହା  ଆଲୋଚନା  କରିବା  ।

ସହାୟତା ଏବଂ  ଉତ୍ପାଦର  ଆବଶ୍ୟକତା

  • ବ୍ୟକ୍ତିଗତ , ପରିବାର ଓ  ଗୋଷ୍ଠୀସ୍ତରରେ  କାମ  କରିବା  ସମୟରେ  ଆସୁଥିବା  ସୁବିଧା  ଓ  ଅସୁବିଧା  ବିଷୟରେ  ଆଲୋଚନା  କରିବା  । ଏହି  କାମରେ  ପ୍ରଭାବଶାଳୀ ସ୍ଥାନୀୟ ଦଳ ବା  ବ୍ୟକ୍ତି  ବିଶେଷଙ୍କୁ  ସାମିଲ  କରିବା  ।

ପ୍ରେରଣାର  ଆବଶ୍ୟକତା

  • ପରିବର୍ତ୍ତନ  ପାଇଁ  ସୁଯୋଗ  ଓ  ସହାୟତା  ଯୋଗାଇବା   । ପରିବର୍ତ୍ତନ  ଉପରେ  ଆଲୋଚନାକୁ  ଉତ୍ସାହିତ  କରିବା  ।

ନୂଆ ଚାଲିଚଳଣକୁ  ଚଳାଇ  ରଖିବାର ଆବଶ୍ୟକତା

  • କାମର ଫଳାଫଳ ବିଷୟରେ  ଆଲୋଚନା  କରିବା  । କିଛି ଅସ୍ଵାଭାବିକ  ଫଳ  ବାହାରିଥିଲେ ତାହାର କାରଣ ଖୋଜିବା ଏବଂ ସମାଧାନର  ବାଟ  ବାହାର  କରିବା  ।
  • ଚାଲିଥିବା  କାମର  ତଦାରଖ  କରିବା , କାର୍ଯ୍ୟଧାରା  ଜାରି  ରଖିବା  ଏବଂ  ନୂଆ ସମସ୍ୟା ଗ୍ରହଣ କରିବା   ।

ଆବଶ୍ୟକ  । ବୁଝିନଥିବାରୁ , ପ୍ରେରଣାର  ଅଭାବରୁ  ବା  ସମସ୍ୟାର  ସମାଧାନ  ଦିଗରେ  ଆଗ୍ରହ  ବା  ସାମର୍ଥ୍ୟ  ନଥିବାରୁ  କିଛି  ନୂଆ  କଥାକୁ  ଜନସାଧାରଣ  ବିରୋଧ  କରିପାରନ୍ତି   । ସମସ୍ୟା  ବିଷୟରେ  ଅଜ୍ଞତାରୁ  ବାହାରି  ପରିସ୍ଥିତିକୁ   ବୁଝିବା  ଏବଂ ଉପଯୁକ୍ତ  ପଦକ୍ଷେପ  ନେବାର  ବିଭିନ୍ନ  ପାଦ  ପୂର୍ବ  ପୃଷ୍ଠାର  ସାରଣୀରେ  ଦେଖାଯାଇଛି  ।

ଜୀବନ  ତଥ୍ୟର  ସନ୍ଦେଶକୁ  ସବୁଆଡେ  ପହଞ୍ଚାଇବା  ଦିଗରେ  ଆପଣଙ୍କ  ସହଯୋଗ  ପାଇଁ  ଧନ୍ୟବାଦ   ।

ଜୀବନ  ତଥ୍ୟ – ଅଭିଜ୍ଞତାରୁ  ଶିକ୍ଷା   ଗୋଟିଏ  ବ୍ୟବହାର  ଉପଯୋଗୀ  ପ୍ରକାଶନ  । ଏହା  ଜୀବନ  ତଥ୍ୟର  ପୂର୍ବ  ଦୁଇଟି  ସଂସ୍କରଣକୁ   ବ୍ୟବହାର  କରି  ବିଭିନ୍ନ  କ୍ଷେତ୍ରରେ   ଅନୁଭୂତିର   ସମୀକ୍ଷା  କରିଛି  । ଇଂରାଜୀ ଓ ଅନ୍ୟ  କେତେ  ଭାଷାରେ  ଏହି  ପୁସ୍ତକ  ବିନାମୂଲ୍ୟରେ  ମିଳେ  । ଏଥିପାଇଁ  ନିକଟସ୍ଥ  ୟୁନିସେଫ୍  କାର୍ଯ୍ୟାଳୟ  ବା  ନିଉୟର୍କ  ଠାରେ  ଥିବା  ୟୁନିସେଫ୍ ର  ମୁଖ୍ୟ  କାର୍ଯ୍ୟାଳୟ  ସହ  ଯୋଗାଯୋଗ  କରନ୍ତୁ   ।

ଆଧାର : UNICEF

2.68571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top