ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଟିଭି, ମୋବାଇଲ ଓ କମ୍ପ୍ୟୁଟର ଦୂରେଇ ରୁହନ୍ତୁ
ସେଆର କରନ୍ତୁ

ଟିଭି, ମୋବାଇଲ ଓ କମ୍ପ୍ୟୁଟର ଦୂରେଇ ରୁହନ୍ତୁ

ଟିଭି, ମୋବାଇଲ ଓ କମ୍ପ୍ୟୁଟର ସ୍କ୍ରିନ ଠାରୁ କିପରି କରିବେ ଆଖିର ସୁରକ୍ଷା ।

ଟିଭି ଦେଖିବାର ଠାରୁ ଦୂରେଇ ରୁହନ୍ତୁ

ଅବସର ସମୟକୁ ଅଧିକାଂଶ ଲୋକ ଟିଭି ଦେଖିବାରେ କଟେଇଥାନ୍ତି । ଆଉ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବାରେ ମସଗୁଲ୍ ହୋଇଥାନ୍ତି । କେତେବେଳେ ସମୟ ବିତିଯାଏ ଜାଣିପାରିନଥା’ନ୍ତି । ଯଦି ଆପଣ ଏହି ଲୋକଙ୍କ ମଧ୍ୟରେ ସାମିଲ୍ ଅଛନ୍ତି , ଆଉ ଲମ୍ବା ସମୟ ଧରି ବସି ରହି ଟିଭି ଦେଖୁଛନ୍ତି ତ ସାବଧାନ ହୋଇଯା’ନ୍ତୁ । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଏହି ପ୍ରକାର ଲୋକଙ୍କ ପାଇଁ ବୃଦ୍ଧା ଅବସ୍ଥାରେ ଚାଲିଚଳନରେ ସମସ୍ୟା ୩ଗୁଣା ବଢିଯାଇଯାଏ ।

ଏହି ଅନୁଧ୍ୟାନରେ ୫୦ରୁ ୭୧ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ସାମିଲ କରାଯାଇଥିଲା ଏବଂ ପାଖାପାଖି ୧୦ ବର୍ଷ ଯାଏ ଏହି ଲୋକଙ୍କ ଗତିବିଧି ଉପରେ ଲକ୍ଷ୍ୟ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଖୁବ୍ ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ବସି ରହିବା କ୍ଷତି କାରକ ଅଟେ । ଯଦି କୈାଣସି ଶାରୀରିକ ଶ୍ରମ ନକରି ଖାଲି ବସି ରହୁଛ ତ , ସେମିତି ବେଳେ ଏହା ଖୁବ୍ ଖରାପ ଅଭ୍ୟାସ ଅଟେ । ଯାହାର ଫଳ ବୃଦ୍ଧାବସ୍ଥାରେ ମିଳିଥାଏ ।

ସ୍ୱାସ୍ଥ୍ୟ ସମସ୍ୟା

ଏହି ଅନୁଧ୍ୟାନରେ ସାମିଲ୍ ହୋଇଥିବା ଅଂଶଗ୍ରହଣକାରୀ ଯେଉଁମାନେ ଗୋଟିଏ ଦିନରେ ୫ଘଂଟା ବା ଏହାଠୁ ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ବସି ଟିଭି ଦେଖୁଥିଲେ ସେମାନଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଦେଖାଯାଇଥିଲା । ଆଉ ଯେଉଁମାନେ ଗୋଟିଏ ଦିନରେ ଅତି କମରେ ୧ ଘଂଟା ଟିଭି ଦେଖିବାରେ ବିତାଉଥିଲେ ସେମାନଙ୍କର ଚାଲିବା ବୁଲିବାରେ ସମସ୍ୟା କମ୍ ଥିଲା । ଆଉ ମଧ୍ୟ ଏମିତି ଲୋକ ଯେଉଁମାନେ ଏକ ସପ୍ତାହରେ ୩ଘଂଟ ବା ଏହା ଠାରୁ କମ୍ ଶାରୀରିକ ଆକ୍ଟିଭିଟି କରୁଥିଲେ , ସେମାନଙ୍କର ପାଠପଢା ସରିବା ପରେ ଚାଲିବା-ବୁଲିବାରେ ସମସ୍ୟା ଅଧିକ ବଢିଯାଇଥିଲା ।

ୱାଶିଂଟନର ଜର୍ଜ ୱାଶିଂଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅନୁସନ୍ଧାନର ମୁଖ୍ୟ ଅଥର ପ୍ରଫେସର ଲୋରେତା ଦିପ୍ରୋ କୁହନ୍ତି, ‘ଲମ୍ବା ସମୟ ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା ( ବିଶେଷକରି ସନ୍ଧ୍ୟା ସମୟ)’ ବୟସ୍କଙ୍କ ପାଇଁ ସବୁଠୁ ଅଧିକା କ୍ଷତିକାରକ । କିଛି ଦିନପୂର୍ବରୁ ଇଂଲଣ୍ଡର ପବ୍ଲିକ୍ ହେଲଥ ଘୋଷଣା କରିଥିଲେ, ତାଙ୍କ ଦେଶ ଏହି ସମୟରେ ଲୋକଙ୍କ ଆଳସ୍ୟ ଓ ନିଷ୍କ୍ରିୟତାର କାରଣରୁ ଏକ ପ୍ରକାର ହେଲଥ ଟାଇମ୍-ବମ୍ ର ଜିନିଷ ହୋଇଗଲାଣି । ଆଉ ଏବେ ଏହି ଅନୁସନ୍ଧାନ ମଧ୍ୟ ଏ ଦିଗକୁ ସୂଚାଇଛି ।

ମୋବାଇଲ ଏବଂ କମ୍ପ୍ୟୁଟର କିପରି ଆଖିର ସୁରକ୍ଷା

ମୋବାଇଲ ,କମ୍ପ୍ୟୁଟର ସ୍କ୍ରିନରେ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ୱାରା ଏହାର ଅଧିକ ପ୍ରଭାବ ଆଖି ଉପରେ ହିଁ ପଡିଥାଏ । ଯାହା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ତଥ୍ୟ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

  • କମ୍ପ୍ୟୁଟରରେ କାମ କରିବା ସମୟରେ ୧ ମିନିଟ୍ ଅନ୍ତରର ବ୍ୟବଧାନ ରଖନ୍ତୁ । କିନ୍ତୁ ଯଦି ଏହା କରିବାକୁ ଆପଣ ଅସମର୍ଥ ଥାନ୍ତି ତେବେ ମନିଟର ଏବଂ ଆଖି ମଧ୍ୟରେ ପାଖାପାଖି ଦେଢ-ଦୁଇ ମିଟର ଦୂରତା ଅବଲମ୍ବନ କରିନ୍ତୁ ।
  • କମ୍ୟୁଟର ସ୍କ୍ରିନର ଉପରି ଭାଗ ଅଂଶ ଆଖିର ସ୍ତରଠାରୁ ଉପରେ ରହିବା ଦରକାର । ମନିଟରକୁ ଲଗାତର ରୂପେ ଚାହିଁ ରୁହନ୍ତୁ ନାହିଁ । ସମୟ ସମୟ ମଧ୍ୟରେ ଆଖି ପଲକ ପକାନ୍ତୁ । ଏହା ଦ୍ୱାରା ଆଖିରେ ଡ୍ରାଇନେଲସ ଏବଂ ଷ୍ଟ୍ରେନ ଦେଖାଦେଇଥାଏ ।
  • ଯଦି ଆପଣ ଚଷମା ବ୍ୟବହାର କରୁଛନ୍ତି ତେବେ କମ୍ପ୍ୟୁଟର କିମ୍ବା ମୋବାଇଲ ବ୍ୟବହାର କରୁଥିବା ସମୟରେ ଏହାକୁ ପିନ୍ଧିବାକୁ ଜମା ଭୁଲନ୍ତୁ ନାହିଁ । ଏଥିସହ ସବୁବେଳେ ଚଷମାର ପାୱର ଯାଂଚ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ ।
  • ଆଖିରେ ଦିନକୁ ୧-୨ ଥର ଗୋଲାପ ଜଳ ମଧ୍ୟ ଆପଣ ପକାଇ ପାରିବେ ।
  • ଆଖିକୁ ବିଶ୍ରାମ ଦେବା ପାଇଁ ୨୦-୨୦ ଖେଳ ଖେଳି ପାରିବେ । ଅର୍ଥାତ୍ ୨୦ ମିନିଟ୍ କମ୍ପ୍ୟୁଟର ସ୍କ୍ରିନରେ ଫୋକସ୍ କରନ୍ତୁ ଏବଂ ଆଉ ୨୦ ମିନିଟ୍ ବାହାରର ପ୍ରାକୃତିକ ପରିବେଶକୁ ଅନୁଭବ କରନ୍ତୁ ।
  • ଅଧିକ ସମୟ ଧରି କମ୍ପ୍ୟୁଟର ପାଖରେ ବସୁଥିଲେ ମଝିରେ ମଝିରେ ଥଣ୍ଡା ପାଣିରେ ଆଖିକୁ ଭଲ ଭାବରେ ଧୁଅନ୍ତୁ ।
  • ଲଗାତର ଭାବେ ଘଂଟା ଘଂଟା ଧରି କମ୍ପ୍ୟୁଟର ପାଖରେ ବସି କାମ କରନ୍ତୁ ନାହିଁ । ସମୟେ ସମୟେ ବାହାରକୁ ହେଉ କିମ୍ବା ଘର ଭିତରେ ଏଣେତେଣେ ବୁଲାବୁଲି କରନ୍ତୁ ।

ଆଧାର: ଖବର ଓଡିଶା

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top