অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡାଇବେଟିସର ପ୍ରାଥମିକ ଲକ୍ଷଣ

ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି । ବିଶେଷଜ୍ଞଙ୍କ ମତରେ ବହୁ ପୁର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ   ।  ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ ।

ଥକ୍କା ଅନୁଭବ ହେବା

ଥକ୍କା ଲାଗୁଛି କି! ଶୋଇ ଉଠିବା ପରେ ବି ନିନ୍ଦ ଆସୁଛି । ଏପରି ହେଉଥଲେ, ରକ୍ତରେ ଶୁଗାର ସ୍ତର ବଢ଼ିଥାଇପାରେ । ଯାହା ଡାଇବେଟିସ୍ ହେବାର ପ୍ରାଥମିକ ଲକ୍ଷଣ ।

ବାରମ୍ବାର ପରିସ୍ରା ଲାଗିବା

ଶରୀରରୁ ସୁଗାର ଅଂଶ ପରିସ୍ରା ଦେଇ ବାହାରିଲେ , ବାରମ୍ବାର ପରିସ୍ରା ଲାଗେ   ।  ପରିସ୍ରା ଦେଇ ସୁଗାର ବାହାରିବା , ଡାଇବେଟିସ ହେବାର ଏକ ପ୍ରାଥମିକ ଲକ୍ଷଣ   ।  ଏଣୁ ବାରମ୍ବାର ପରିସ୍ରା ଲାଗୁଥିଲେ ଡାଇବେଟିସ ଚେକଅପ କରନ୍ତୁ    ।

ବାରମ୍ବାର ଶୋଷ ଲାଗିବା

ଡାଇବେଟିସ ଯୋଗୁଁ ବାରମ୍ବାର ପରିସ୍ରା ହୋଇଥାଏ   । ପରିସ୍ରାରେ ଶରୀରରୁ ପାଣି ଓ ସୁଗାର ବାହାରିଯାଇଥାଏ   । ଏଥିପାଇଁ ବାରମ୍ବାର ଶୋଷ ଲାଗିଥାଏ   ।  ଏଣୁ ଏପରି ଲକ୍ଷଣ ଦେଖାଯାଉଥିଲେ ଡାଇବେଟିସ ପରୀକ୍ଷା କରିବା ଜରୁରୀ   ।

ଆଖି ଦୁର୍ବଳ ହେବା

ଡାଇବେଟିସ୍ ହୋଇଥିଲେ ଆଖିର ରେଟିନା ଉପରେ ପ୍ରଭାବ ପଡ଼ିଥାଏ । ଏହାଦ୍ଵାରା ଦିନକୁ ଦିନ ଆଖି ଦୁର୍ବଳ ହୋଇଯାଏ ଓ ଦୃଷ୍ଟିଶକ୍ତି ହ୍ରାସ ପାଏ । ଯଦି ଆଖିକୁ ଝାପ୍ସା ଦେଖାଯାଏ, ତାହାଲେ ଡାଇବେଟିସ୍ ପରୀକ୍ଷା କରିବା ଏକାନ୍ତ ଆବଶ୍ୟକ । ନଚେତ୍ ଡାଇବେଟିସ୍‌ର ମାତ୍ରା ବୃଦ୍ଧି ପାଇ ଦୃଷ୍ଟିଶକ୍ତି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଥାଏ  ।

ଓଜନ କମିଯିବା

ଡାଇଟ କିମ୍ବା ଏକ୍ସଅରସାଇଜରେ ଓଜନ କମିବା ଅଲଗା କଥା  । ହେଲେ ଅଚାନକ ଓଜନ କମୁଥିଲେ ଜାଣିବେ ଏହା ଡାଇବେଟିସର ପ୍ରାଥମିକ କାରଣ   । ଏଣୁ ଏପରି କିଛି କାରଣ ନଥାଇ ଓଜନ ତୀବ୍ର ବେଗରେ ହ୍ରାସ ପାଉଥିଲେ ଡାଇବେଟିସ ପରୀକ୍ଷା କରନ୍ତୁ   ।

ଭୋକ ଅଧିକ ଲାଗୁଥିଲେ

ଅଚାନକ ଭୋକ ବଢ଼ିଗଲେ, ବାରମ୍ବାର ଖାଇବାକୁ ମନ ହେଲେ, ଖାଇବାର କିଛି ସମୟ ପରେ ଭୋକ ହେଉଥଲେ, ଜାଣିବେ ଏହା ଡାଇବେଟିସ୍‌ର ପ୍ରାଥମିକ ଲକ୍ଷଣ । ଏଣୁ ଏପରି ସମସ୍ୟା ଦେଖାଗଲେ ବିଳମ୍ବ ନ କରି ଡାଇବେଟିସ୍ ପରୀକ୍ଷା କରନ୍ତୁ ।

କ୍ଷତ, ନ ଶୁଖୁବା

ଶରୀରରେ କ୍ଷତ କିମ୍ବା ଘାଆ ସହଜରେ ଶୁଖେ  ନାହିଁ । ଏଥିପାଇଁ ଛୋଟମୋଟ କ୍ଷତ କିମ୍ବା ଘାଁ ଶୁଖିବା ପାଇଁ ବହୁତ ସମୟ ଲାଗିଥାଏ । ଏଣୁ ଶରୀରରେ ଏପରି ସମସ୍ୟା ଦେଖାଦେଉଥଲେ,ଡାଇବେଟିସ୍ ପରୀକ୍ଷା ନିଶ୍ଚୟ କରନ୍ତୁ । ରୋଗ ଲାଗି ରହିବା

ଡାଇବେଟିସ୍ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ଫଳରେ ଶରୀର ରୋଗକୁ ପ୍ରତିରୋଧ କରିପାରେ ନାହିଁ । ଏଥି ପାଇଁ ସର୍ବଦା ଅସୁସ୍ଥତା ଲାଗିରହେ   । ଯଦି ଏପରି ହେଉଥାଏ , ତେବେ ଡାଇବେଟିସ ପରୀକ୍ଷା କରାନ୍ତୁ

ହାତ ଓ ଗୋଡ଼ ପୋଡ଼ିବା

ହାତ ପାପୁଲି ଅବା ଗୋଡ଼ର ପାଦରେ ଯଦି  ପୋଡ଼ାଜଳା ହୁଏ କିମ୍ବା ପିମ୍ପୁଡ଼ି କାମୁଡ଼ି ପକାଇଲା ଭଳି ଲାଗେ, ଜାଣିବେ ଯେ ଏହା ଡାଇବେଟିସ୍‌ର ପ୍ରାଥମିକ ଲକ୍ଷଣ । ଏପରି ହେଉଥଲେ । ଏହାକୁ ସାମାନ୍ୟ ମନେ ନକରି ଡାଇବେଟିସ୍ ପରୀକ୍ଷା କରନ୍ତୁ ।

କାନକୁ କମ୍ ଶୁଭିବା

ଡାଇବେଟିସ୍ ହୋଇଥିଲେ କାନକୁ କମ୍ ଶୁଭେ । କାରଣ ଏହାର ପ୍ରଭାବରେ କାନ ଭିତର କୋଷ ଖରାପ ହୋଇଯାଏ । ଫଳରେ ଶୁଣିବା କ୍ଷମତା ହ୍ରାସ ପାଏ । ଏଣୁ ବ୍ୟକ୍ତି ଭଲ ଭାବରେ ଶୁଣିପାରେ ନାହିଁ । ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ ।

ତ୍ଵଚା ଅସୁସ୍ଥ ହେବା

ବିଶେଷ କରି ବେକର ପଛ ଭାଗ, କହୁଣୀ ଓ ଆଶୁ କଳା ପଡ଼ିଯାଏ । ରକ୍ତରେ ଶୁଗାର ସ୍ତର ବଢ଼ିଲେ, ଏହି ସମସ୍ୟା ଦେଖାଯାଏ । ଏହା ମଧ୍ୟ ଡାଇବେଟିସ୍‌ର ଏକ ଲକ୍ଷଣ । ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ ।

ବ୍ରଣ ଓ ଦାଗ

ରକ୍ତରେ ଶୁଗାର ସ୍ତର ବଢ଼ିଲେ ମୁହଁରେ ବ୍ରଣ ଓ ଦାଗ ହୋଇଥାଏ । ଏହା ଆଦୌ କମେ ନାହିଁ । ଏଣୁ ଏପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଡାଇବେଟିସ୍‌ର ଏହା ଏକ ଲକ୍ଷଣ । ଏଣୁ ଏହି ସମୟରେ ଡାଇବେଟିସ୍ ପରୀକ୍ଷା କରିବା ଦରକାର ।

ଆଧାର : ଓଡିଶା ରିପୋଟର

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate