ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଡାଳିମ୍ବର ଉପକାରିତା
ସେଆର କରନ୍ତୁ

ଡାଳିମ୍ବର ଉପକାରିତା

ଡାଳିମ୍ବରେ ଫାଇବାର, ଭିଟାମିନ୍ ସି, ଭିଟାମିନ କେ ଓ ବିଭିନ୍ନ ପ୍ରକାରର ଆଣ୍ଟି – ଅକ୍ସିଡାଣ୍ଟ ଥିବା ଯୋଗୁଁ ଏହା ଶରୀର ପାଇଁ ଉପକାରୀ ।

ଉପକ୍ରମ

କାଲଫର୍ଣ୍ଣଆର ଏକ ବିଶେଷାଜ୍ଞ ଦଳ ଡାଳିମ୍ବ ସମ୍ପର୍କିତ ଅନେକ ତଥ୍ୟ ପ୍ରକାଶ କରିଛନ୍ତି । ସପ୍ତାହକୁ ଅନ୍ତତଃ

ଥରୁଟିଏ ଏହି ଫଳ ଖାଇବା ଉଚିତ । ଡାଳିମ୍ବରେ ଫାଇବାର, ଭିଟାମିନ୍ ସି, ଭିଟାମିନ କେ ଓ ବିଭିନ୍ନ

ପ୍ରକାରର ଆଣ୍ଟି – ଅକ୍ସିଡାଣ୍ଟ ଥିବା ଯୋଗୁଁ ଏହା ଶରୀର ପାଇଁ ଉପକାରୀ ।

ଉପକାରିତ

  • ନିୟମିତ ଏହି ଫଳ ଖାଇବା ଦ୍ଵାରା ଶରୀରର ରକ୍ତ ପତଳା ହେବା ସହ ରକ୍ତ ଜମାଟ ବାନ୍ଧିନଥାଏ ।
  • ଡାଳିମ୍ବ ମଞ୍ଜି ଖାଇଲେ କିମ୍ବା ଏହାର ରସକୁ ପିଇଲେ ହଜମ ଠିକ୍ ଭାବରେ ହୁଏ ।
  • ଏହି ଫଳରେ ପ୍ରଚୁର ପରିମାଣରେ ଲୌହ ଥିବାରୁ ରକ୍ତହୀନତା ରୋଗରୁ ରକ୍ଷା ମିଳେ ।
  • କର୍କଟ ରୋଗୀଙ୍କ ନିମନ୍ତେ ଏହା ଏକ ଉତ୍ତମ ଖାଦ୍ୟ ସାଧାରଣ ଲୋକେ ମଧ୍ୟ ଏହି ଫଳକୁ ନିୟମିତ ଖାଇଲେ କର୍କଟ ରୋଗ ହେବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞଙ୍କ ମତ ।
  • ଶରୀରରେ ଉତ୍ତମ କୋଲେଷ୍ଟରଲର ପରିମାଣ ଡାଳିମ୍ବ ଖାଇଲେ ବଢିଥାଏ । ହୃଦରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ଫଳରସ ପିଇବା ଉଚିତ ।
  • ଡାଳିମ୍ବ ନିୟମିତ ଖାଇଲେ ହାଡ ଶକ୍ତ ହୋଇଥାଏ ।
  • ଏହି ଫଳ ଖାଇବା ଦ୍ଵାରା ହେପାଟାଇଟିସ୍ ସି ଭାଇରସ ସଂକ୍ରମଣ ହେବାର ଆଶଙ୍କା କମ୍ ।
  • ଡାଳିମ୍ବ ମଞ୍ଜି ଖାଇଲେ ସ୍ମୃତି ଶକ୍ତି ବଢିବା ସହ ଆଲଜାଇମର୍ସ ରୋଗରୁ ରକ୍ଷା ମିଳେ ବୋଲି ବିଶେଷଜ୍ଞ  ପ୍ରକାଶ  କରିଛନ୍ତି ।

ଆଧାର

ସମାଜ

2.80769230769
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top