ଅଧୁନା ବିଜ୍ଞାନଯୁଗ । ବଂଶାନୁକ୍ରମ ପଦ୍ଧତି ଅତ୍ୟନ୍ତ ଜଟିଳ ହୋଇଥିଲେ ବି ଆଜିକାଲି ଆକଳନ କରିବା ସହଜ ହୋଇପାରିଛି । ବଂଶଗତ ଗୁଣ, ବଂଶଗତିର ପଦ୍ଧତି, ଗୁଣସୁତ୍ର, ଜିନ୍ ଓ ଡି. ଏନ. ଏ ଅନୁର କେତେକ ବୈଶିଷ୍ଟ୍ୟ ବଳରେ ମା ଓ ସନ୍ତାନ ମଧ୍ୟରେ ଥିବା ବିଜ୍ଞାନ ସମ୍ମତ ସଂପର୍କକୁ ପ୍ରମାଣିତ କରିପାରୁଅଛି । ଡି. ଏନ. ଏ ପରୀକ୍ଷା ବ୍ୟୟବହୁଳ ହେଲେ ମଧ୍ୟ ଏହା ଏକ ନିଶ୍ଚିତ ଚିହ୍ନଟ ପ୍ରକ୍ରିୟା ।
ବହୁ ଚର୍ଚିତ ସମ୍ବାଦ “ ଶିଶୁକନ୍ୟା ଅଦଳବଦଳ “ ଘଟଣାର ଅବସାନ ଘଟିଛି । ପଶ୍ଚିମ ଓଡିଶାର ବୁର୍ଲା ବଡ ମେଡିକାଲର ଏସ୍,ଏନ୍. ସି. ୟୁ ରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଛି । ସମ୍ବଲପୁର ଜିଲ୍ଲାର ଶିଶୁ କଲ୍ୟାଣ ସମିତି ଦ୍ଵାରା ଏହି କାର୍ଯ୍ୟ ସମ୍ପାଦିତ ହୋଇଅଛି । ଜେନ ମା’ ର କରୁଣ କାହାଣୀ ଦୀର୍ଘ ୧୮ ଦିନର ପ୍ରତୀକ୍ଷାପରେ ତା’ ର ଜନ୍ମିତ ଶିଶୁକନ୍ୟାଟିକୁ ଫେରିପାଇବାରେ ସକ୍ଷମ ହୋଇଛି । ଘଟଣାଟି ଯାହା ହେଉନା କାହିଁକି ଏକ ମମତାମୟୀ ମାତୃତ୍ଵକୁ ମିଳିଛି ଆଶ୍ଵସ୍ତି । ଆଜିର ଜୀବବିଜ୍ଞାନର ଉନ୍ନତି, ଅନେକ ଗବେଷଣାଲବ୍ଧ ତଥ୍ୟ ଡି. ଏନ୍. ଏ ମାଧ୍ୟମରେ ହେଉଥିବା ପରୀକ୍ଷା ବଳରେ ଉକ୍ତ ଚିହ୍ନଟ ପ୍ରକ୍ରିୟା ନିର୍ଭୁଲଭାବେ ପ୍ରମାଣିତ କରିବାରେ ନିଶ୍ଚିତଭାବେରେ ସକ୍ଷମ ହୋଇପାରିଛି । ପ୍ରତ୍ୟେକ ଶିଶୁପାଇଁ ପିତା ଓ ମାତାଙ୍କର ରହିଛି ଅଶେଷ ମହତ୍ଵ । ଯୁଗଳ ଦମ୍ପତିଙ୍କ ସନ୍ତାନ ସୃଷ୍ଟି, ବଂଶାନୁକ୍ରମର ବିକାଶରେ ଉକ୍ତ ପଦ୍ଧତି ଗଢି ଚାଲିଥାଏ । ସବୁ ମଣିଷ ଗୋଟିଏ ଜାତିର ହେଲେ ମଧ୍ୟ ଜଣେ ଅନ୍ୟଠାରୁ ଭିନ୍ନ । ପିତା ଓ ମାତାଙ୍କ ଠାରୁ ଜନ୍ମିତ ସନ୍ତାନମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ଥାଏ । କିନ୍ତୁ ଅନ୍ୟ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା ସନ୍ତାନ ମାନଙ୍କ ଠାରୁ ସେମାନେ ଭିନ୍ନ ହୋଇଥାନ୍ତି । ତେଣୁ ପିଢି ପରେ ପିଢି ରେ ଗୋଟିଏ ବଂଶରେ ପିତା ପୁତ୍ର ଓ ନାତି ମଧ୍ୟରେ ଯେଉଁ ସାଦୃଶ୍ୟ ଦେଖାଯାଏ ତାହାକୁ ବଂଶାନୁକ୍ରମ ବା ହେରିଡିଟି କୁହାଯାଇଥାଏ । ଏହି ସାଦୃଶ୍ୟ ବଂଶଗତି, ଏକ ପରିଚିତ ବନ୍ଧୁଙ୍କର ସନ୍ତାନବୋଲି କହିବା ଆମ୍ଭମାନଙ୍କୁ ସାହାଯ୍ୟ କରିଥାଏ ।
ମା’ର ସନ୍ତାନ ପାଇଁ ମମତାର ତୁଳନା ନାହିଁ । ଉକ୍ତ ପରିପେଖିରେ ପୁରୁଣା କଥାଟିଏ ମନେପଡେ । ଗୋଟିଏ ସନ୍ତାନ ପାଇଁ ଦୁଇ ମାଙ୍କ ଦାବିଦାର-ଶେଷରେ ସେ ସମୟର ରାଜ୍ୟର ରାଜସଭାରେ ସେମାନେ ଫେରାଦ ହୋଇଥିଲେ । ଚତୁର ମନ୍ତ୍ରୀ ମହୋଦୟ ଶେଷରେ ପୁତ୍ରଟିକୁ ସମାନ ଦୁଇଭାଗ କରି ବାଣ୍ଟିବାର ରାୟ ଦେଇ ସେନାପତିଙ୍କୁ ଭାଗ କରିବାର ନିଷ୍ଠୁର ଆଦେଶ ଦେଇଥିଲେ । ପରେ ଦୁଇ ମା’ ଙ୍କ ପ୍ରତିକ୍ରିୟାକୁ ଅନୁଧ୍ୟାନ କରିଥିଲେ । କାରଣ ଏଥିରେ ଆରାଜି ହେବାରୁ ତାର କାରଣ ପଚାରନ୍ତି – ମା’ କହେ ପୁଅ ମୋର ବଞ୍ଚିରହୁ, ଜା ପାଖରେ ରହିଲେ ବି ସେ ମୋର ପୁଅ । ଶେଷରେ ପ୍ରକୃତ ମା ତାର ଜନ୍ମିତ ସନ୍ତାନକୁ ଫେରିପାଇବାରେ ସକ୍ଷମ ହୋଇଥିଲା ।
ଅଧୁନା ବିଜ୍ଞାନ ଯୁଗ । ବଂଶାନୁକ୍ରମ ପଦ୍ଧତି ଅତ୍ୟନ୍ତ ଜଟିଳ ହୋଇଥିଲେ ବି ଆଜିକାଲି ଆକଳନ କରିବା ସହଜ ହୋଇପାରିଛି । ବଂଶଗତ ଗୁଣ, ବଂଶଗତିର ପଦ୍ଧତି, ଗୁଣସୁତ୍ର, ଜିନ୍ ଓ ଡି. ଏନ. ଏ ଅନୁର କେତେକ ବୈଶିଷ୍ଟ୍ୟ ବଳରେ ମା ଓ ସନ୍ତାନ ମଧ୍ୟରେ ଥିବା ବିଜ୍ଞାନ ସମ୍ମତ ସଂପର୍କକୁ ପ୍ରମାଣିତ କରିପାରୁଅଛି । ଡି. ଏନ୍. ଏ ପରୀକ୍ଷା ବ୍ୟୟବହୁଳ ହେଲେ ମଧ୍ୟ ଏହା ଏକ ନିଶ୍ଚିତ ଚିହ୍ନଟ ପ୍ରକ୍ରିୟା । ଗତ କିଛି ବର୍ଷ ତଳେ ହାଇଦ୍ରାବାଦ ନିକଟସ୍ଥ ମେହେବୁବାନଗର ଠାରେ ମର୍ମାଘାତୀ ଭଲଭୋ ବସ ଦୁର୍ଘଟଣାରେ ପୋଡି ହୋଇଯାଇଥିବା ୪୭ ଜଣ ବସ ଯାତ୍ରୀଙ୍କୁ ଚିହ୍ନଟ କରିବାରେ ତତ୍ କାଳୀନ ଆନ୍ଧ୍ରସରକାର ଡି. ଏନ.ଏ ପରିକ୍ଷାକୁ ପାଥେୟ କରି ନିର୍ଭୁଲ ଭାବେ ମୃତ ଶରୀରର ଅବଶେଷକୁ ହସ୍ତାନ୍ତର କରି ପାରିଥିଲେ । ଅନେକ ସାମାଜିକ ବାଦ ବିବାଦ ଓ ହତ୍ୟାକାଣ୍ଡରେ ରକ୍ତ ପରୀକ୍ଷା, ଜଘନ୍ୟ ମାମଲାର ସମାଧାନରେ ମୁଖ୍ୟ ସୂତ୍ର ହୋଇପାରୁଛି ।
ବଂଶଗତିର ପଦ୍ଧତିର ଇତିହାସକୁ ବିଚାରକୁ ନେଲେ ସ୍ଵତଃପ୍ରବୃତ ଧର୍ମଯାଜକ ଗ୍ରେଗର ଜୋହାନ ମେଣ୍ଡେଲଙ୍କ ନାମ ମନକୁ ଆସିଥାଏ । ସେ ମଟର ଗଛର ବିଭିନ୍ନ ଗୁଣଗୁଡିକୁ ପିଢି ପରେ ପିଢି କିପରି ସଞ୍ଚରଣ ହେଉଛି ତାହା ଅନୁଧ୍ୟାନ କରିଥିଲେ । ବଂଶଗତିରେ ଉକ୍ତ ଜାରକ ଗୁଡିକ ପିଢିକ୍ରମେ ପିତାମାତାଙ୍କ ଠାରୁ ସନ୍ତାନମାନଙ୍କୁ ସଞ୍ଚରଣ ହେଉଥିବାରୁ ସନ୍ତାନ ମାନଙ୍କର ପିତାମାତାଙ୍କ ସହିତ ସାଦୃଶ୍ୟ ରହିଥାଏ । ଜନନ ପ୍ରକ୍ରିୟାରେ ଗୋଟିଏ ପିଢିରୁ ଆଉ ଗୋଟିଏ ପିଢି ସୃଷ୍ଟି ହେବାବେଳେ କେବଳ ପିତାମାତାଙ୍କର ଯୁଗ୍ମଜ ଗୁଡିକର ମିଲନ ହୋଇ ସେଥିରୁ ସନ୍ତାନ ଉତ୍ପତ୍ତି ହୋଇଥାଏ । ଏଣୁ ସେ ସମୟରେ ମେଣ୍ଡେଇ ଭାବିଥିଲେ, ଜୀବନର ଗୁଣ ଗୁଡିକୁ ନିୟନ୍ତ୍ରଣ କରୁଥିବା କାରକ ଗୁଡିକୁ ଅତି ସୂକ୍ଷ୍ମ, ଯାହା ଯୁଗ୍ମଜଦ୍ଵାରା ଏକ ପିଢୀରୁ ଅନ୍ୟ ପିଢୀରୁ ସଞ୍ଚରିତ ହୋଇଥାନ୍ତି ।
ପରବର୍ତ୍ତୀ ସମୟରେ କ୍ରୋମଜୋମ୍ ଗୁଣସୁତ୍ରର ଆବିଷ୍କୃତ ହୋଇପାରିଥିଲା । ପ୍ରତ୍ୟେକ ଜୀବର ଜୀବ କୋଷରେ ଏହି କ୍ରୋମଜୋମ୍ ସଂଖ୍ୟା ନିର୍ଦ୍ଧିଷ୍ଟ । ମଣିଷର ଜୀବ କୋଷରେ ୪୬ ଟି ବା ୨୩ ଯୋଡା ଗୁଣସୁତ୍ର ବା କ୍ରୋମଜୋମ୍ ରହିଥାଏ । ପ୍ରତ୍ୟେକ ଗୁଣସୁତ୍ର ଯୋଡାର ଗୋଟିଏ ପିତାଠାରୁ ଓ ଗୋଟିଏ ମାତାଠାରୁ ଯଥାକ୍ରମେ ପୁଂଯୁଗ୍ମକ କୋଷ ଓ ସ୍ତ୍ରୀ ଯୁଗ୍ମଜ କୋଷଦ୍ଵାରା ଆସି ମିଳିତ ହୋଇ ଯୁଗ୍ମଜ ସୃଷ୍ଟି କରିଥାନ୍ତି । ତାହା ପରବର୍ତ୍ତୀ ସମୟରେ ସମବିଭାଜନ ପଦ୍ଧତିରେ ବଢିବାରେ ଓ ନୂତନ କୋଷଗୁଡିକରେ ଗୁଣସୁତ୍ରର ସଂଖ୍ୟା ଆକ୍ଷୁର୍ଣ ରହିଥାଏ । ବିଂଶ ଶତାବ୍ଦୀ ବିଜ୍ଞାନର ଯୁଗ । ଜୀବକକୋଷ ବିଜ୍ଞାନରେ ଅନେକ ତଥ୍ୟକୁ ତର୍ଜମା କରାଯାଇ କୌଳିକ କାରକକୁ “ଜିନ୍” ନାମରେ ନାମିତ କରଯାଇଥିଲା । କାଳକ୍ରମେ ଜିନ୍ ବାବଦରେ ଅଧିକ ଗବେଷଣା କରଯାଇଥିଲା । ତେଣୁ ଜିନୀୟ ବିଜ୍ଞାନ ନାମରେ ଜୀବବିଜ୍ଞାନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଥିଲା । ଏଥିଯୋଗୁଁ ଜୀବ ବିଜ୍ଞାନରେ ଅଗ୍ରଗତି ହେବ । ସାଥେ ସାଥେ କୃଷି ଓ ମାନବ ସମାଜରେ ବହୁ ଉପକାର ସାଧିତ ହୋଇପାରିଅଛି । ଗୁଣସୁତ୍ରର ମୂଳ ଅଣୂ ହେଉଛି ଡି. ଏନ. ଏ । ଡି. ଏନ. ଏ ର ଏକ ନିର୍ଦ୍ଧିଷ୍ଟ ଖଣ୍ଡ ଜିନ ଭାବେ କାର୍ଯ୍ୟ କରେ ।
୧୯୫୩ ମସିହାରେ ଡି. ଏନ. ଏ ଅଣୂର କେତେକ ବୈଶିଷ୍ଟ୍ୟକୁ ଅନୁଧ୍ୟାନ କରି ଡି. ଏନ. ଏ ଅଣୂର ଗଠନ ସମ୍ବଦ୍ଧୀୟ ତଥ୍ୟକୁ ବିଷାଦ ଭାବରେ ୱାର୍ଟସନ ଓ କ୍ରିକଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା । ଡି. ଏନ. ଏ ଅଣୂ ଦୁଇଟି ଲମ୍ବା ସୂତା ଭଳି ପାଳିନ୍ୟୁକ୍ଲିଟାଇଡ ପରସ୍ପର ସହିତ ନିର୍ଦ୍ଧିଷ୍ଟ ଭାବରେ ଗୁଡାଇ ହୋଇ ଏକ ଦୁଇ କୁଣ୍ଡଳୀ ସୃଷ୍ଟି କରିଥାନ୍ତି । ଏଥିରେ ଶର୍କରା, ଫସଫେଟ୍ ଓ ଯବକ୍ଷାରୀୟ କ୍ଷାରକ ଅଣୂଗୁଡିକ ନିର୍ଦ୍ଧିଷ୍ଟ ଅନୁପାତରେ ଯୋଡି ହୋଇ ରହିଥାନ୍ତି । ବିଶେଷକରି ଏହି ଅଣୁ (ଡି. ଏନ. ଏ) ତାର ନିଜନକଲରେ ଅବିକଳ ଥାଇ ଏକ ଅଣୁ ଗଠନ କରିପାରିଥାଏ । ପୂର୍ବରୁ ଜିନ ବିଷୟରେ ଆମେ ଜାଣିଥିଲୁ, ଏହା ପିଢି ପରେ ପିଢି ନିଜ ଅନୁରୂପ ଜିନ୍ ସୃଷ୍ଟି କରୁଥିବାରୁ ବଂଶାନୁକ୍ରମେ ସାଦୃଶ୍ୟ ଦେଖାଯିବା ସମ୍ଭବ ହୋଇପାରିଥିଲା । ବିଭିନ୍ନ ପରୀକ୍ଷାରୁ ଜିନ୍ ଡି. ଏନ. ଏ ଅଣୂରେ ହିଁ ତିଆରି ବୋଲି ପ୍ରମାଣିତ ହୋଇପାରିଛି । ଆଜିର ଜିନିୟ ବିଜ୍ଞାନର ଉନ୍ନତି ଫଳରେ ଡି. ଏନ. ଏ ପରୀକ୍ଷା ଦ୍ଵାରା ମା ଓ ସନ୍ତାନ ମଧ୍ୟରେ ଥିବା ସୂକ୍ଷ୍ମ ସେତୁକୁ ସହଜରେ ଓ ନିର୍ଭୁଲଭାବରେ ପ୍ରମାଣିତ କରାଯାଇପାରୁଅଛି ।
ବସ୍ତୁତଃ, ଉପୋରୋକ୍ତ ବଂଶାନୁକ୍ରମ, ବଂଶଗତିର ପଦ୍ଧତି, ଗୁଣସୁତ୍ର ଓ କୌଶଳ ଗୁଣର ଆବିଷ୍କାର ଜୀବବିଜ୍ଞାନ କ୍ଷେତ୍ରରେ ପାହାଡ ପରେ ପାହାଡ ଅତିକ୍ରମ କରୁଥିବା ସମୟରେ ସର୍ବୋପରି ଡି. ଏନ. ଏ ର ଆବିଷ୍କାର, ଗଠନ ଓ କାର୍ଯ୍ୟଶୈଳି ଏକ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିଛି । ତେଣୁ ଉନ୍ନବିଂଶ ଶତାଦ୍ଦୀର କୌତହଳି ଗ୍ରେଗ କୋହନ ମେଣ୍ଡେଲଙ୍କ ବଂଶାନୁକ୍ରମ ପରୀକ୍ଷାରୁ ବଂଶଗତିର କାରକ ଗୁଡିକର ସଞ୍ଚରିତ ପଦ୍ଧତି ଓ ପିତାମାତାଙ୍କ ସହିତ ସାଦୃଶ୍ୟତାର ଝଲକକୁ ବିଚାରକୁ ନେଇ ଆଶ୍ଵସ୍ତି ହେଉଥିବା ମାନବ ସମାଜ ପରବର୍ତ୍ତୀ ସମୟରେ ଭୃଣସୂତ୍ର ଓ ଜିନର ସଠିକ ତଥ୍ୟକୁ ଜାଣି ଅଧିକ ଉତ୍ସାହିତ ହୋଇପାରିଥିଲା । କିନ୍ତୁ ଆଜିର ସାମାଜିକ ବାଦବିବାଦ ହେଉ, ଦୁର୍ଘଟଣା ଜନିତ ପୋଡିଯାଇଥିବା ବ୍ୟକ୍ତିବିଶେଷ, ସର୍ବୋପରି ସବ୍ୟ ଚର୍ଚିତ ମା ଓ ଶିଶୁକନ୍ୟାର ଚିହ୍ନଟ ପ୍ରକ୍ରିୟାରେ ଡି. ଏନ. ଏ ପରୀକ୍ଷା, ବ୍ୟୟ ସାପେକ୍ଷ ହେଲେ ମଧ୍ୟ, ଏକ ନିଶ୍ଚିତ ମାଧ୍ୟମ ଭାବେ ଉଭା ହୋଇଅଛି । ଏହାଦ୍ଵାରା ଜଣେ ନିମ୍ନ ମଧ୍ୟବିତ୍ତ ପରିବାର ମା’ ର ଅପେକ୍ଷାର ଅନ୍ତ ଘଟିଅଛି । ତାର ଜନ୍ମିତ ଶିଶୁକନ୍ୟାକୁ ତା କୋଳରେ ପାଇ, ମା ସମ୍ବଲେଶ୍ବରୀଙ୍କ କୋଟି କୋଟି ପ୍ରାଣମ୍ଯାନଇବା ସ୍ଵାଭାବିକ । ଅଧୁନା ସମାଜରେ ପରିଲକ୍ଷିତ ବିଭିନ୍ନ ଦୁଷ୍କର୍ମ ଯଥା ପୁତ୍ରକନ୍ୟା ଅଦଳବଦଳ ଅବା ହତ୍ୟା କରି ଲୁଚାଇବା ଇତ୍ୟାଦିକୁ ଯେଉଁ ବ୍ୟକ୍ତିବିଶେଷ ଭିନ୍ନ ଭିନ୍ନ ଉପାୟରେ ଘଟାଇବାକୁ ଅପଚେଷ୍ଟା କରୁଛନ୍ତି ସେମାନଙ୍କୁ ଏଭଳି କାର୍ଯ୍ୟରେ ଲିପ୍ତ ନହେବା ପାଇଁ ଡି. ଏନ. ଏ ଚିହ୍ନଟ ପ୍ରକ୍ରିୟା ଏକ ସଚେତନତା ସୃଷ୍ଟି କରିଛି ।
ଆଧାର:ସ୍ଵାସ୍ଥ୍ୟ ବ୍ୟୁର
Last Modified : 1/26/2020