ସେଆର କରନ୍ତୁ

ଦାନ୍ତ କ୍ଷୟ

ଦାନ୍ତର ଏନାମେଳ ଏବଂ ଡେନଟିନ୍ ଅମ୍ଳର ଆକ୍ରମଣରେକ୍ଷୟ ହୋଇଯାଏ, ସେତେବେଳେ ଏହାକୁ ଦାନ୍ତର କ୍ଷୟ ବୋଲି କୁହାଯାଏ ।

ଉପକ୍ରମ

ସାଧାରଣତଃ ଦାନ୍ତର ତିନିଟି ଅଂଶ ଥାଏ । ତାହା ହେଲା ଏନାମେଲ୍, ଡେନଟିନ୍ ଏବଂ ଫଲପ୍ । ଦାନ୍ତର ବାହ୍ୟ ଭାଗକୁ ଏନାମେଲ୍, ମଧ୍ୟଭାଗକୁ ଡେନଟିନ ଏବଂ ତଳ ଭାଗକୁ ଫଲପ କୁହାଯାଏ । ଯେତେବେଳେ ଦାନ୍ତର ଏନାମେଳ ଏବଂ ଡେନଟିନ୍ ଅମ୍ଳର ଆକ୍ରମଣରେକ୍ଷୟ ହୋଇଯାଏ, ସେତେବେଳେ ଏହାକୁ ଦାନ୍ତର କ୍ଷୟ ବୋଲି କୁହାଯାଏ ।

ଦାନ୍ତ କ୍ଷୟର କାରଣ

ଦାନ୍ତ କ୍ଷୟର ପ୍ରଧାନ କାରଣ ହେଲା, ଦାନ୍ତ ଉପରେ ଜମିଯାଉଥିବା ଅନିଷ୍ଟକାରୀ ପରସ୍ତର ଅମ୍ଳ ଏନାମେଳ ଏବଂ ଡେନଟିନ ଦ୍ରବିଭୂତ କାରୀ ଦାନ୍ତରେ ଗୂହା ସୃଷ୍ଟି କରିଥାଏ । ଦାନ୍ତ କ୍ଷୟ ହେଲେ, ଦାନ୍ତର ସୃଷ୍ଟି ହୋଇଥିବା କଣାକୁ ବନ୍ଦ କରିବା ପାଇଁ କିଛି ପଦାର୍ଥ ଭର୍ତ୍ତି କରାଯାଇଥାଏ, ତାହାକୁ ଫିଲିଂ ବୋଲି କୁହାଯାଏ । କେତେକ କ୍ଷେତ୍ରରେ କ୍ଷୟ ଅତିମାତ୍ରାରେ ହୋଇଥିଲେ, ଦାନ୍ତ ଉପଡାଯାଇପାରେ । ଦାନ୍ତର ବାହ୍ୟ କଠିନ ଆବରଣ; ଯାହା ଦନ୍ତାକୁ ସୁରକ୍ଷିତ ରଖିଥାଏ, ତାକୁ ଏନାମେଳ କୁହାଯାଏ , ଏନାମେଳ ଶରୀରର ସବୁଠାରୁ କଠିନ ଅଂଶ । ଏହି ଅଂଶରେ କୌଣସି ରକ୍ତ ପ୍ରବାହ ଏବଂ ସ୍ନାୟୁ ନଥାଏ । ଏହି ପରିପ୍ରେକ୍ଷୀରେ ଏହା ଯନ୍ତ୍ରଣାର ସ୍ପର୍ଶକାତର ହୋଇ ନଥାଏ । ଏନାମେଲର ତଳଭାଗରେ ଡେନଟିନ୍ ଥାଏ । ଏହା ଦନ୍ତର ଗୁରୁତ୍ଵପୂର୍ଣ୍ଣ ଅଂଶକୁ ଗଢିଥାଏ । ଦାନ୍ତର ଆକୃତି ଦେବାରେ ଡେନଟିନ୍ ସହାୟକ ହୋଇଥାଏ ଡେନଟିନ୍ ଦାନ୍ତର ପଲପକୁ ଆବରଣ ଦେଇଥାଏ । ପଲପ ଦାନ୍ତର ଏକ ନରମ ଏବଂ ନମନୀୟ ଭାଗ । ଦାନ୍ତର ପଲପରେ ରକ୍ତପ୍ରବାହ ଏବଂ ସ୍ନାୟକେନ୍ଦ୍ରୀୟ ଭାଗରେ ରହିଥାଏ ।

ଦାନ୍ତ ଉପରେ ପତଳା, ଅଠାଳିଆ ପଦାର୍ଥ ସର୍ବଦା ଗଢି ଉଠିଥାଏ । ଏହା ବିଭିନ୍ନ ଜୀବାଣୁକୁ ଧାରଣ କରିଥାଏ ଶର୍କରା ଜାତୀୟ ଖାଦ୍ୟ ଏବଂ ପାନୀୟ ମୁଖଗହ୍ଵର ଜୀବାଣୁ ସମ୍ପର୍କରେ ଆସି ପ୍ରଡିକ୍ରିୟା ସୃଷ୍ଟି ହୋଇଥାଏ । ଏହି ପ୍ରତିକ୍ରିୟା ମଧ୍ୟମରେ ଅମ୍ଳ କ୍ଷୟ ହୋଇଥାଏ । ଯେତେବେଳ ଏବଂ ଯେତେଥଏ ଶର୍କରା ଜାତୀୟ ଖାଦ୍ୟ କିମ୍ବା ପାନୀୟ ଆଧାର ନିଆଯାଏ, ଏହା ଜୀବାଣୁ ସଂସ୍ପର୍ଶରେ ଆସି ପ୍ରତିକ୍ରିୟା ସୃଷ୍ଟି ହୋଇ ଅମ୍ଳକ୍ଷରଣ ହୋଇଥାଏ । ଏହି ଅମ୍ଳ ଆକ୍ରମଣ ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କ୍ରମାଗତ ଭାବେ ଚାଲିଥାଏ । ପରବର୍ତ୍ତୀ ସମୟରେ ମୁଖଗହ୍ଵରରେ ଥିବା ଲାଚ୍ଚ ଏହି ଅମ୍ଳ ଆକ୍ରମଣକୁ ପ୍ରତିରୋଧ କରିଥାଏ । ବଜାରରେ ମିଳୁଥିବାବିଭିନ୍ନ ସୁରକ୍ଷିତ ଖାଦ୍ୟ, ବିଭିନ୍ନ ଫଳରେ ଥିବା ପ୍ରାକୃତିକ ଶର୍କରା,ଚକୋଲେଟ ଆଦି ଦାନ୍ତ କ୍ଷୟ ସମସ୍ୟା ସୃଷ୍ଟି କରିଥାନ୍ତି ।

ପ୍ରାଥମିକ ଅବସ୍ଥାରେ ଦାନ୍ତକ୍ଷୟ ହେବାର ଲକ୍ଷଣ ପ୍ରାୟତଃ ଜଣାପଡି ନଥାଏ । କିନ୍ତୁ ଦାନ୍ତ ଚିକିତ୍ସା ମୁଖଗହ୍ଵର ପରୀକ୍ଷା ସମୟରେ ଏହାକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥାନ୍ତି। ଆଗତୁରା ସୃଷ୍ଟି ହୋଇଥିବା ଦନ୍ତାର ଗର୍ତ୍ତ, ଏକ୍ଵରେ କିମ୍ବା ମୁଖଗହ୍ଵର ପରୀକ୍ଷା ଦ୍ଵାରା ସମ୍ଭବ ହୋଇଥାଏ । ଏଥିପାଇଁ ଦାନ୍ତ ଚିକିତ୍ସକଙ୍କ ପରାମର୍ଶ କରିବା ଜରୁରୀ । ଦାନ୍ତରେ ଗର୍ତ୍ତ ଯଦି ଡେନଟିନ୍ ପର୍ଯ୍ୟନ୍ତ ପହଞ୍ଚିପାରିଥାଏ, ତେବେ ଦାନ୍ତ ଭୀକ୍ଷଣ ସ୍ପର୍ଶକାତର ହୋଇଥାଏ । ବିଶେଷ ଭାବରେ ଶର୍କରା ଜାତୀୟ ଖାଦ୍ୟ ଏବଂ ପାନୀୟ ଅମ୍ଳଯୁକ୍ତ ଏବଂ ଗରମ ଖାଦ୍ୟ ଖାଇବା ସମୟରେ ଯନ୍ତ୍ରଣା ଦାୟକ ହୋଇଥାଏ ।

ଆଧାର

ସମାଜ

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top