ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଦୀର୍ଘ ସମୟ ଧରି ଟିଭି ଦେଖିବା କ୍ଷତିକାରକ ହୋଇପାରେ
ସେଆର କରନ୍ତୁ

ଦୀର୍ଘ ସମୟ ଧରି ଟିଭି ଦେଖିବା କ୍ଷତିକାରକ ହୋଇପାରେ

ଦୀର୍ଘ ସମୟ ଧରି ଟିଭି ଦେଖିବା କ୍ଷତିକାରକ ହୋଇପାରେ

ଦୀର୍ଘ ସମୟ ଧରି ଟିଭି ଦେଖିବାର ଅଭ୍ୟାସ

ଅବସର ସମୟକୁ ଅଧିକାଂଶ ଲୋକ ଟିଭି ଦେଖିବାରେ କଟେଇଥାନ୍ତି । ଆଉ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବାରେ ମସଗୁଲ୍ ହୋଇଥାନ୍ତି । କେତେବେଳେ ସମୟ ବିତିଯାଏ ଜାଣିପାରିନଥା’ନ୍ତି । ଯଦି ଆପଣ ଏହି ଲୋକଙ୍କ ମଧ୍ୟରେ ସାମିଲ୍ ଅଛନ୍ତି , ଆଉ ଲମ୍ବା ସମୟ ଧରି ବସି ରହି ଟିଭି ଦେଖୁଛନ୍ତି ତ ସାବଧାନ ହୋଇଯା’ନ୍ତୁ । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଏହି ପ୍ରକାର ଲୋକଙ୍କ ପାଇଁ ବୃଦ୍ଧା ଅବସ୍ଥାରେ ଚାଲିଚଳନରେ ସମସ୍ୟା ୩ଗୁଣା ବଢିଯାଇଯାଏ ।

ଏହି ଅନୁଧ୍ୟାନରେ ୫୦ରୁ ୭୧ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ସାମିଲ କରାଯାଇଥିଲା ଏବଂ ପାଖାପାଖି ୧୦ ବର୍ଷ ଯାଏ ଏହି ଲୋକଙ୍କ ଗତିବିଧି ଉପରେ ଲକ୍ଷ୍ୟ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଖୁବ୍ ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ବସି ରହିବା କ୍ଷତି କାରକ ଅଟେ । ଯଦି କୈାଣସି ଶାରୀରିକ ଶ୍ରମ ନକରି ଖାଲି ବସି ରହୁଛ ତ , ସେମିତି ବେଳେ ଏହା ଖୁବ୍ ଖରାପ ଅଭ୍ୟାସ ଅଟେ । ଯାହାର ଫଳ ବୃଦ୍ଧାବସ୍ଥାରେ ମିଳିଥାଏ ।

ସ୍ୱାସ୍ଥ୍ୟ ସମସ୍ୟା

ଏହି ଅନୁଧ୍ୟାନରେ ସାମିଲ୍ ହୋଇଥିବା ଅଂଶଗ୍ରହଣକାରୀ ଯେଉଁମାନେ ଗୋଟିଏ ଦିନରେ ୫ଘଂଟା ବା ଏହାଠୁ ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ବସି ଟିଭି ଦେଖୁଥିଲେ ସେମାନଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଦେଖାଯାଇଥିଲା । ଆଉ ଯେଉଁମାନେ ଗୋଟିଏ ଦିନରେ ଅତି କମରେ ୧ ଘଂଟା ଟିଭି ଦେଖିବାରେ ବିତାଉଥିଲେ ସେମାନଙ୍କର ଚାଲିବା ବୁଲିବାରେ ସମସ୍ୟା କମ୍ ଥିଲା । ଆଉ ମଧ୍ୟ ଏମିତି ଲୋକ ଯେଉଁମାନେ ଏକ ସପ୍ତାହରେ ୩ଘଂଟ ବା ଏହା ଠାରୁ କମ୍ ଶାରୀରିକ ଆକ୍ଟିଭିଟି କରୁଥିଲେ , ସେମାନଙ୍କର ପାଠପଢା ସରିବା ପରେ ଚାଲିବା-ବୁଲିବାରେ ସମସ୍ୟା ଅଧିକ ବଢିଯାଇଥିଲା ।

ୱାଶିଂଟନର ଜର୍ଜ ୱାଶିଂଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅନୁସନ୍ଧାନର ମୁଖ୍ୟ ଅଥର ପ୍ରଫେସର ଲୋରେତା ଦିପ୍ରୋ କୁହନ୍ତି, ‘ଲମ୍ବା ସମୟ ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା ( ବିଶେଷକରି ସନ୍ଧ୍ୟା ସମୟ)’ ବୟସ୍କଙ୍କ ପାଇଁ ସବୁଠୁ ଅଧିକା କ୍ଷତିକାରକ । କିଛି ଦିନପୂର୍ବରୁ ଇଂଲଣ୍ଡର ପବ୍ଲିକ୍ ହେଲଥ ଘୋଷଣା କରିଥିଲେ, ତାଙ୍କ ଦେଶ ଏହି ସମୟରେ ଲୋକଙ୍କ ଆଳସ୍ୟ ଓ ନିଷ୍କ୍ରିୟତାର କାରଣରୁ ଏକ ପ୍ରକାର ହେଲଥ ଟାଇମ୍-ବମ୍ ର ଜିନିଷ ହୋଇଗଲାଣି । ଆଉ ଏବେ ଏହି ଅନୁସନ୍ଧାନ ମଧ୍ୟ ଏ ଦିଗକୁ ସୂଚାଇଛି ।

ଆଧାର: ଖବର ଓଡିଶା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top