ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ନିଶାଦ୍ରବ୍ୟର ବିଷ ରୋକିବ ଟିକା
ସେଆର କରନ୍ତୁ

ନିଶାଦ୍ରବ୍ୟର ବିଷ ରୋକିବ ଟିକା

ବିଭିନ୍ନ ନିଶାଦ୍ରବ୍ୟର ବ୍ୟାପକ ଚୋରା କାରବାର ଓ ବ୍ୟବହାର ବୃଦ୍ଧି ପାଉଥିବାବେଳେ ତା’ର ଭୟାବହତାକୁ ରୋକିବା ପାଇଁ ବୈଜ୍ଞାନିକମାନେ ଏକ ଟୀକା ପ୍ରସ୍ତୁତ କରିଛନ୍ତି ।

ଉପକ୍ରମ

ବିଶ୍ଵରେ ଅଫିମଜାତ ବିଭିନ୍ନ ନିଶାଦ୍ରବ୍ୟର ବ୍ୟାପକ ଚୋରା କାରବାର ଓ ବ୍ୟବହାର ବୃଦ୍ଧି ପାଉଥିବାବେଳେ ତା’ର ଭୟାବହତାକୁ ରୋକିବା ପାଇଁ ବୈଜ୍ଞାନିକମାନେ ଏକ ଟୀକା ପ୍ରସ୍ତୁତ କରିଛନ୍ତି । ପ୍ରାକ୍ କ୍ଲିନିକାଲ ପରୀକ୍ଷାରେ ଏହା ଫେନ୍ ଟାନିଲ୍ ର ପ୍ରଭାବ ରୋକିବାରେ ସଫଳ ହୋଇଥିବା ଲକ୍ଷ କରାଯାଇଛି ।

ଫେନ୍ ଟାନିଲ୍

ଫେନ୍ ଟାନିଲ୍ ଏକ ଯନ୍ତ୍ରଣା ଉପଶମକାରୀ ଔଷଧ, ଯାହା ଅନ୍ୟତମ ଅଫିମଜାତ ନିଶାଦ୍ରବ୍ୟ ମର୍ଫିନ୍ ଠାରୁ ୫୦ ରୁ ୫୦୦ ଗୁଣା ଅଧିକ ପ୍ରଭାବଶାଳୀ । କିଛି ନିଶା ବ୍ୟବସାୟୀ ହେରୋଇନ୍ ବଦଳରେ ଏବେ ଏହାକୁ କାରବାର କରୁଛନ୍ତି ଅଥବା ହେରୋଇନ୍ ସହିତ ଏହାର ବ୍ୟବସାୟ କରୁଛନ୍ତି । ତେବେ ସଦ୍ୟ ପ୍ରସ୍ତୁତ ଟୀକା ଫେନ୍ ଟାନିଲ୍ ର ପ୍ରତିକୂଳ ପ୍ରଭାବ ମସ୍ତିଷ୍କରେ ପହଞ୍ଚିବାରୁ ରୋକିପାରୁଛି । ଏକ ପ୍ରତିକାରେ ଆମେରିକାର ସୀନ୍ ଡିଏଗୋସ୍ଥିତ ଦି ସ୍କ୍ରିପସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ର ଅନ୍ୟତମ ପ୍ରଫେସର୍ କିମ୍ ଜାନଡା କହିଛନ୍ତି ଯେ ଏହି ନୂଆ ଟାକାର ବିଶେଷତ୍ଵ ହେଉଛି, ଏହା ନିଶାଦ୍ରବ୍ୟର ବିଷ ପ୍ରଭାବକୁ ରୋକିପାରିବ । ଏହି ଧରଣର ଟାକା ପ୍ରଥମ ବୋଲି ସେ ଦାବି କରିଛନ୍ତି । ୟୁଏସ୍ ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍ ରିପୋର୍ଟରେ କୁହାଯାଇଛି, ୨୦୦୦ରୁ ୨୦୧୪ ମଧ୍ୟରେ ଅଫିମଜାତ ନିଶାଦ୍ରବ୍ୟ ମାତ୍ରାଧିକ ସେବନଜନିତ ମୃତ୍ୟୁ ୨ ଶହ ପ୍ରତିଶତ ବୃଦ୍ଧିପାଇଛି । ଜଣେ ନିଶାଗ୍ରସ୍ତଙ୍କ ଶରୀରକୁ ଏହି ଟାକା ଗଲେ ତାହା ତାଙ୍କର ନିଶା ପ୍ରଭାବ ହ୍ରାସ କରିବା ପାଇଁ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ଆଣ୍ଟିବଡି ଉତ୍ପନ୍ନ କରେ । ମୂଷା ଶରୀରରେ ଏହି ଟୀକାର ପରୀକ୍ଷଣ କରାଯାଇଛି ।

ଆଧାର

ପ୍ରମେୟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top