ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପତଳା ହେବା ପାଇଁ ବେରିବେରିଏଟ୍ରିକ୍ଟ‍ ସର୍ଜରୀ
ସେଆର କରନ୍ତୁ

ପତଳା ହେବା ପାଇଁ ବେରିବେରିଏଟ୍ରିକ୍ଟ‍ ସର୍ଜରୀ

ପତଳା ହେବା ପାଇଁ ବେରିବେରିଏଟ୍ରିକ୍ଟ‍ ସର୍ଜରୀ ବିଷୟରେ ଜାଣନ୍ତୁ

ପତଳା ହେବା ପାଇଁ ସର୍ଜରୀ

ବେରିଏଟ୍ରିକ‌୍‍ ସର୍ଜରୀ ପ୍ରକ୍ରିୟାରେ ପାକସ୍ଥଳୀ ଧରିରଖିପାରୁଥିବା ଖାଦ୍ୟ୍ୟଗ୍ରହଣ କରାଯାଏ ଯଦ୍ୱାରା ଓଜନ କମ ହୁଏ, ପୋଷଣର ମାଲାବ‌୍‍ଜର୍ସନ ହୁଏ କିମ୍ୱା ଉଭୟ ଗ୍ୟାସ‌୍‍ ନିୟନ୍ତ୍ରଣ ଓ ମାଲାବଜର୍ସନ ହୁଏ। ବେରିଏଟ୍ରିକ‌୍‍ ସର୍ଜରୀ ପ୍ରକ୍ରିୟା ଦ୍ୱାରା ହର୍ମୋନ‌୍‍ରେ ପରିବର୍ତ୍ତନ ହୋଇଥାଏ। ୧୯୫୦ ପରଠାରୁ ଅନେକ ପ୍ରକାର ସର୍ଜରୀ ଉଦ୍ଭାବନ ହୋଇଛି ଓ ସେଥିରେ ନିରନ୍ତର ପରିବର୍ତ୍ତନ ଦ୍ୱାରା ତାହା ଅଧିକ ସୁରକ୍ଷିତ ହୋଇପାରିଛି।

ଲାପୋରୋସ୍କୋପିକ‌୍‍ ସର୍ଜରୀ ଜରିଆରେ କରାଯାଉଛି

ଏବେ ଓଜନ ହ୍ରାସ ସର୍ଜରୀକୁ ଲାପୋରୋସ୍କୋପିକ‌୍‍ ସର୍ଜରୀ ଜରିଆରେ କରାଯାଉଛି। ସାଧାରଣ ବେରିଏଟ୍ରିକ‌୍‍ ସର୍ଜରୀଗୁଡ଼ିକ ହେଉଛି ଗ୍ୟାଷ୍ଟ୍ରିକ‌୍‍ ବାଇପାସ‌୍‍ (ରୁକ୍ସ-ଏନ‌୍‍-ୱାଇ), ସ୍ଲିଭ‌୍‍ ଗ୍ୟାଷ୍ଟ୍ରେକ୍ଟୋମି ଓ ମିକ୍ସ (ମିନି-ଗ୍ୟାଷ୍ଟ୍ରିକ‌୍‍ ବାଇପାସ‌୍‍)। ପ୍ରତ୍ୟେକ ସର୍ଜରୀର ନିଜସ୍ୱ ଉପକାରିତା ଓ ଅପକାରିତା ରହିଛି। ଅନିୟନ୍ତ୍ରିତ ମେଦ ବହୁଳତା ଓ ଡାଇବେଟିସ‌୍‍ରେ ରେମହିସନ‌୍‍ ହାର ଏମ‌୍‍ଜିବିରେ ୯୫ଞ୍ଝ ଓ ଆରୱାଇଜିବିରେ ୮୦ଞ୍ଝ ରହିଛି। ଅନିୟନ୍ତ୍ରିତ ଡାଇବେଟିସ‌୍‍ ଦ୍ୱାରା ପୀଡ଼ିତ ଯୁବବର୍ଗଙ୍କ ପାଇଁ ଏହା ଏକ ବରଦାନ। କାରଣ ଏହି ସର୍ଜରୀ ପରେ ଆଉ ଇନ‌୍‍ସୁଲିନ‌୍‍ ନେବାକୁ ପଡେ଼ ନାହିଁ। ବେରିଏଟ୍ରିକ‌୍‍ ସର୍ଜରୀ ପରେ ହର୍ମୋନ‌୍‍ ପରିବର୍ତ୍ତନ ଯୋଗୁଁ ଓଜନ ହ୍ରାସ ଜାରି ରହେ କାରଣ ଏହା ଶକ୍ତି ସଞ୍ଚୟ (କ୍ୟାଲୋରି ନଷ୍ଟ କରିବା)କୁ ବୃଦ୍ଧି କରେ। କେତେକ ସର୍ଜରୀ ଶକ୍ତି ସଞ୍ଚୟ ଶରୀରର ପରିବର୍ତ୍ତନ ଅନୁସାରେ ହୋଇଥାଏ। ତେଣୁ ଖାଦ୍ୟ ଉପରେ ନିୟନ୍ତ୍ରଣ ମାଧ୍ୟମ
ତୁଳନାରେ ସର୍ଜରୀ ଜରିଆରେ ଓଜନ ହ୍ରାସ ଅଧିକ ଦିନ ଲାଭଦାୟକ ରୁହେ, କାରଣ ଏହା ଜରିଆରେ ଏକ ଉପଯୁକ୍ତ ଶକ୍ତି ସନ୍ତୁଳନ ସୃଷ୍ଟି ହୋଇଥାଏ।

ପିଓସିଡି ଯୋଗୁଁ ଗର୍ଭଧାରଣରେ ଅକ୍ଷମ ଥିବା ଯୁବତୀଙ୍କଠାରେ ଏହା ଏକ ପ୍ରଭାବଶାଳୀ। ଏହା ଅନେକ ଯୁବତୀଙ୍କୁ ଗର୍ଭଧାରଣକରିବାରେ ସାହାଯ୍ୟ କରେ। ସର୍ଜରୀ ପରର ଜୀବନକୁ ନେଇ ଅନେକ ରୋଗୀ ଚିନ୍ତା ପ୍ରକଟ କରନ୍ତି। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ବେରିଏଟ୍ରିକ‌୍‍ ସର୍ଜରୀ ପରେ ଅତ୍ୟଧିକ ମେଦବହୁଳତାରେ ପୀଡ଼ିତ ଥିବା ବ୍ୟକ୍ତି ସଫଳତାର ସହ ୫୦ଞ୍ଝ କିମ୍ୱା ଅଧିକ ଓଜନ ହ୍ରାସ କରିପାରିଛନ୍ତି। ସୁପର-ଓବେସିଟ‍୍‌ରେ ଏହା ଆହୁରି ପ୍ରଭାବଶାଳୀ ହୋଇଥାଏ। ରୋଗୀମାନେ ନିଜ ଉପରେ ଅଧିକ ବିଶ୍ୱାସ କରିପାରନ୍ତି, ସେମାନଙ୍କ ସ୍ୱାଭିମାନ ବୃଦ୍ଧି ପାରେ, ଅଙ୍ଗ ପ୍ରତ୍ୟଙ୍ଗ ଭଲ ଭାବେ ଚଳପ୍ରଚଳ କରିବା ଦ୍ୱାରା ସେମାନଙ୍କ ସାମାଜିକ ଓ ସମ୍ୱୋଗ ଜୀବନରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ବେକାର ଓ ଭିନ୍ନକ୍ଷମ ଭଳି ଏକଲା ଜୀବନରୁ ମୁକ୍ତି ମିଳିଥାଏ। ପୁନଶ୍ଚ, ବେରିଏଟ୍ରିକ‌୍‍ ସର୍ଜରି ପରେ ବିଶାଦଗ୍ରସ୍ତ ଓ ଉଦ‌୍‍ବେଗ ହ୍ରାସ ପାଇଛି।

ଆଧାର ଓଡିଶା ଟାଇମସ୍,

2.97058823529
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top