ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ! ପାଆନ୍ତୁ ଏହି ୯ଟି ଉପକାର
ସେଆର କରନ୍ତୁ

ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ! ପାଆନ୍ତୁ ଏହି ୯ଟି ଉପକାର

ପ୍ରତିଦିନ ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଇଲେ ଅନେକ ରୋଗରୁ ଆରାମ ମିଳିଥାଏ ।

ଗୋଲମରିଚ

ଗୋଲମରିଚ ଖାଦ୍ୟରେ ସ୍ୱାଦ ବଢାଏ । ହେଲେ ଏହା ଶରୀର ପାଇଁ ମଧ୍ୟ ବେଶ ଉପକାରୀ । ପ୍ରତିଦିନ ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଇଲେ ଅନେକ ରୋଗରୁ ଆରାମ ମିଳିଥାଏ । ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ –

ଔଷଧୀୟ ଗୁଣ

  • ଏହା ଶରୀରରେ ନମନୀୟତା ବୃଦ୍ଧି କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ।
  • ଏହା ଶରୀରର କ୍ଷତିକାରକ ତତ୍ତ୍ୱକୁ ବାହାର କରିଥାଏ । ଯାହା ଫଳରେ କବ୍ଜ ପରି ଅସୁବିଧାରୁ ମୁକ୍ତି ମିଳିଥାଏ ।
  • ଏଥିରେ ଥିବା ପ୍ରୋଟିନ ଶରୀରର ମାଂସପେଶୀକୁ ମଜଭୁତ କରିଥାଏ ।
  • ଏହା ପାଚନକ୍ରୀୟାକୁ ତ୍ୱରାନ୍ୱିତ କରିବା ଫଳରେ ଓହନ ହ୍ରାସ ହୋଇଥାଏ ।
  • ଏଥିରେ ଥିବା ଆଣ୍ଟି ଇମ୍ଫଲାମେଣ୍ଟାରୀ ତତ୍ତ୍ୱ ଗଣ୍ଠିବ୍ୟଥାରୁ ରକ୍ଷା କରିଥାଏ ।
  • ଏଥିରେ ଥିବା ପୋଟାସିୟମ ରକ୍ତଚାପକୁ ନିୟନ୍ତ୍ରଣକୁ ଆଣିଥାଏ ।
  • ଏଥରେ କାର୍ବୋହାଇଡ୍ରେଟ୍ ଥିବା ଯୋଗୁଁ ଏହା ଶକ୍ତିବୃଦ୍ଧି କରିବା ସହ ଦୁର୍ବଳତା ପରି ସମସ୍ୟାରୁ ରକ୍ଷା କରେ ।
  • ଏହା କ୍ୟାନ୍ସର ଠାରୁ ରକ୍ଷା କରିଥାଏ ।
  • ଏଥିରେ ଆଇରନ୍‌ ରହିଥାଏ । ଏହା ରକ୍ତ ଅଭାବ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଆଧାର: କନକ ନ୍ୟୁଜ୍

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top