ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପାଣି ପିଇବାର ସଠିକ ଉପାୟ
ସେଆର କରନ୍ତୁ

ପାଣି ପିଇବାର ସଠିକ ଉପାୟ

ପାଣି ପିଇବାର ସଠିକ ଉପାୟ ବିଷୟରେ ସୂଚନା ।

ଉପକ୍ରମ

ସତେଜ ଦେଖାଯିବା ପାଇଁ ଯଥେଷ୍ଟ ପାଣି ପିଇବା ଆବଶ୍ୟକ । ଦିନକୁ ପାଖାପାଖି ତିନି ଲିଟର ପାଣି ପିଇଲେ ଜେନ ବ୍ୟକ୍ତି ବୟସ ପ୍ରକୃତ ବୟସ ଠାରୁ ୧୦ ବର୍ଷ କମ୍ ଥିଲା ପରି ଲାଗେ । ପୁରୁଣା ଧାରଣା ଅନୁସାରେ, ଦିନକୁ ୮-୧୦ ଗ୍ଳାସ ପାଣି ପିଇବା ଉଚିତ୍ । ପ୍ରକୃତରେ ଆମ ଶାରୀର ପାଇଁକେତେ ପାଣି ଆବଶ୍ୟକଏ ବିଷୟରେ ଗବେଷଣା ଲବଧ ତଥ୍ୟ କିଛି ନାହିଁ । ଶରୀରର ଜଳ ଆବଶ୍ୟକତା ବ୍ୟକ୍ତିର ବୟସ, ଗଠନ ଓ ସେଠାକାର ଜଳବାୟୁ ଉପରେ ନିର୍ଭର କରେ । ଜଣେ ମହିଲ କଳାକାର ଦିନକୁ ତିନି ଲିଟର ପାଣି ପିଇ ଯଦି ତାଙ୍କର ବୟସ କମ୍ କରିପାରନ୍ତି, ତା’ର ଅର୍ଥ ନୁହେଁ ଯେ, ତାହା ସବୁ ଶ୍ରେଣୀର ଓ ବଯସର ଲୋକଙ୍କ ପାଇଁ ପ୍ରଯୁଜ୍ୟ ।

ବୃକକ୍ ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ପାଇଁ ନିର୍ଦ୍ଧିଷ୍ଟ ପରିମାଣର ପାଣି ପିଇବା ପାଇଁ ନିୟମ ନାହିଁ । ସେ କେତେ ପାଣି ପିଇବ, ତାହା ତା’ର ବୟସ କାର୍ଯ୍ୟ, ଜଳବାଯୁ ଓ ଶରୀରର ଗଠନ ଉପରେ ନିର୍ଭୟ କରେ । ସାଧାରଣ ପ୍ରତିଷ୍ଠିତ ପଦ୍ଧତି ହେଲା, ୧-୨ ଘଣ୍ଟାରେ ୧୨୫-୫୦୦ ଏମେଲ ପାଣି ପିଇବା ଉଚିତ୍ । ଯେପରି ମୂତ୍ରର ରଙ୍ଗ ହଳଦିଆ ଦେଖା ନଯାଏ । ଏକ ସଙ୍ଗେ ବହୁତ ପରିମାଣର ପାଣି ପିଇବାକୁ ବିଶେଷଜ୍ଞ ବାରଣ କରନ୍ତି । କେବଳ ପାଣି ପିଇଲେ ଉଦ୍ୟଶ୍ୟ ସାଧିତ ହୋଇ ନଥାଏ, ତାହା ଶରୀରରେ ଠିକ୍ ଭାବେ ଅବଶ୍ୟଷିତ ହେବାର ମଧ୍ୟ ଆବଶ୍ୟକକଟା ରହିଛି । ଶରୀରର ଅଧିକାଂଶ କୋଷିକା ଜଳ ଗ୍ରହଣ କରିବା ସମୟରେ ଫୁଲିଯାନ୍ତି କିନ୍ତୁ ମସ୍କିଷ୍କ କୋଷିକାରେ ସେପରି ଘଟି ନଥାଏ । ବେସୀ ପରିମାଣର ଜଳ ସେଗୁଡିକର କାର୍ଯ୍ୟ କ୍ଷମତାକୁ କାମ କରିଦିଏ । ଫଳରେ ନିଶଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭୂତ ହୋଇ ଲୋକ କୋମା ଅବସ୍ଥା ପ୍ରାପ୍ତ ହୁଏ । ଶେଷରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।

ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଜଳର ଆବଶ୍ୟକତା ଓ ଶୋଷ ମଧ୍ୟରେ ଭାରସାମ୍ୟ ରହେ ନାହିଁ । ଜଣେ ବୟସ୍କ ବ୍ୟକ୍ତି ଯେତେ କମ୍ ପାଣି ପିଆନ୍ତି ତାଙ୍କୁ ଶୋଷ ସେତେ କମ୍ ଅନୁଭୂତ ହୋଇଥାଏ । ଫଳରେ ଶରୀରରେ ଜଳ ଶୁଷ୍କତାର ଆଶଙ୍କା ରହେ ଓ ବିଭିନ୍ନ ଜଟିଳତା ଦେଖାଯାଏ । ସାଧାରଣତଃ ବରିଷ୍ଠ ନାଗରିକମାନେ କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ ତନ୍ତୁଯୁକ୍ତ ଖାଦ୍ୟ ଖାଇଥାନ୍ତି । ଏହା ମଧ୍ୟ ଜଳର ଆବଶ୍ୟକତା ବୃଦ୍ଧି କରିଥାଏ । ମୂତ୍ର ବର୍ଦ୍ଧକ ଔଷଧ ସେବନ କରୁଥିଲେ, ଶରୀରରେ ଜଳ ଅଧିକ ଆବଶ୍ୟକ ପଡିଥାଏ ।

ନାତିଶୀତୋଷ୍ପ ଜଳବାୟୁ ଅଞ୍ଚଳରେ ଯେଉଁମାନେ ଘରେ ଥାନ୍ତି, ସେମାନେ ୧.୫ ଲିଟର ଜଳ ପିଇବା ଉଚିତ୍ । ଶରୀରର ଦୁଇ ତୃତୀୟାଂଶ ଜଳ କୋଷିକାରେ ରହିଥିବାବେଳେ ଅବଶିଷ୍ଟ ଜଳ କୋଷିକ- କୋଷିକ ମଧ୍ୟରେ ଥିବା ସ୍ଥାନରେ ଓ ରକ୍ତରେ ରହିଥାଏ । ଯେଉଁ ବ୍ୟକ୍ତି ଶରୀରର ବେସୀ ପେଶୀ ଥାଏ, ତାଙ୍କ ଠାରେ ଅଧିକ ଜଳ ରହିଥାଏ । ପୁନଶ୍ଚ ଯେଉଁ ଶରୀରରେ ଯେତେ ସ୍ନେହସାର ଥାଏ, ସେଥିରେ ସେତେ କମ୍ ଜଳ ଥାଏ । ଦେହର ବିଭିନ୍ନ ଅଙ୍ଗ ଜଳ ପାଇସାରିବା ପରେ ତାହା ଶେଷରେ ଚର୍ମକୁ ଆସିଥାଏ । ଯେଉଁ ବ୍ୟକ୍ତିଙ୍କର ଚର୍ମ ଶୁଖିଲା ଥାଏ, ସେମାନେ ଦିନକୁ ୮-୧୦ ଗ୍ଳାସ ପାଣି ପିଇବା ଆବଶ୍ୟକ । ଅଧିକ ପାଣି ପିଇଲେ ଚର୍ମ ଉଜ୍ଜ୍ଵଳ ଦେଖାଯାଏ; ସତ କିନ୍ତୁ ଏହି ପରିବର୍ତ୍ତନ ରାତାରାତି ହୋଇ ନଥାଏ ।

ଶରୀରକୁ ଜଳ କେତେକ ପରିମାଣରେ ଦରକାର ସୂଚନା

  1. କାମ କରିବା ସମୟରେ ମଝିରେ ପାଣି ପିଇବା ଉଚିତ୍ ।
  2. ଶୀଘ୍ର ପରିସ୍ରା ଲାଗୁଥିଲେ ଶରୀରରେ ଜଳପରିମାଣ ବେଶି ଥାଇପାରେ ।
  3. ଦିନକୁ କେତେ ପାଣି ପିଉଛନ୍ତି, ତାହାର ହିସାବ ରଖିବା ଆବଶ୍ୟକ ।
  4. ବାରମ୍ବାର ପରିସ୍ରା ଲାଗୁଥିଲେ, ତାହା ମଧୁମେହର କାରଣ ହୋଇପାରେ ।
  5. ଶାରୀରିକ ଶ୍ରମ ବା ବ୍ୟାୟାମ କରୁଥିବା ସମୟରେ ଅଧିକ ଜଳର ଆବଶ୍ୟକତା ଥାଏ ।
  6. ୨୦- ୩୫ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଦିନକୁ ତିନିଲିଟର ଜଳ ପିଇବାକୁ ଆଦର୍ଶ ଭାବେ ଗ୍ରହଣ କରାଯାଏ ।
  7. ବରିଷ୍ଠ ନାଗାରିକମାନେ ଦିନରେ ୨-୨.୫ ଲିଟର ପାଣି ପିଇବା ଉଚିତ୍ ।
  8. ବୃକକ ପଥର ରୋଗୀ ଦିନକୁ ତିନି ଲିଟରରୁ ଅଧିକ ଜଳ କରିବା ଆବଶ୍ୟକ ।

ଶୋଇବା ପୂର୍ବରୂ ପିଅନ୍ତୁ ନାହିଁ ଅଧିକ ପାଣି

ଜଳ ବହୁଳେ ସୃଷ୍ଟି ନାଶ, ଜନ ବିହୁନେ ସୃଷ୍ଟି ନାଶ । ଏହି ଉକ୍ତି ସହ ପ୍ରାୟ ସମସ୍ତେ ଅବଗତ । ଆମେସମସ୍ତେ ଜାଣନ୍ତି ପାଣି ଆମ ଜୀବନର ମୂଲ୍ୟ ଆଧାର । ଅଳ୍ପ ଉଷୁମ ପାଣିରେ ଦିନ ଆରମ୍ଭ କରିବା ପାଇ ଡାକ୍ତର ମଧ୍ୟ ସବୁବେଳେ ପରାମର୍ଶ ଦିଅନ୍ତି । ଆଉ ଏହା ମଧ୍ୟ ଆମେ ଜାଣନ୍ତି ସବୁ ଜିନିଷ ଅଧିକ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଆମେ ଠିକ୍ ସମୟରେ ପାଣି ପିଇଲେ ଏହା ଅମୃତ ପରି କାମ କରେ ।

ଆୟୁର୍ବେଦରେ ଠିକ ମାତ୍ରାରେ ପିଇବା ସହ ପାଣି ପିଇବାର ଢ଼ଙ୍ଗ ବିଷୟରେ ମଧ୍ୟ ଉପଦେଶ ଦିଆଯାଇଥାଏ । ପାଣି ପିଇବାର ଅନେକ ଲାଭ ଥାଏ । ପେଟ ଖାଲି ଥିବା ସମୟରେ ପାଣି ପିଇବା ଅଧିକ ଲାଭଦାୟକ । ତେବେ ଉଚିତ ମାତ୍ରାରେ ପାଣି ପିଇବା ଭଲ । ରାତିରେ ଅଧିକ ପରିମାଣର ପାଣି ପିଇବା ଠିକ୍ ନୁହେଁ । ଯଦି ଆପଣ ରାତିରେ ଅଧିକ ପରିମାଣର ପାଣି ପିଉଛନ୍ତି ତେବେ ଅନେକ ଅସୁବିଧା ଭୋଗିପାରନ୍ତି । ଏହା ଆପଣଙ୍କ ଅନେକ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇବ । ତେବେ ଆସନ୍ତୁ ଆଲୋଚନା କରିବା ଶୋଇବା ପୂର୍ବରୁ କାହିଁକି ଅଧିକ ପାଣି ପିଇବା ଉଚିତ୍ ନୁହେଁ ।

ଶୋଇବା ପୂର୍ବରୂ ପିଅନ୍ତୁ ନାହିଁ ଅଧିକ ପାଣି

  • ରାତିରେ ଅଧିକ ପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଯିବାପାଇଁ ପଡ଼ିବ । ଯାହାଦ୍ୱାରା ଭଲରେ ନିଦ ହେବ ନାହିଁ । ଆଉ ରାତରେ ଭଲରେ ନଶୋଇବା ଶରୀର ପାଇଁ କ୍ଷତିକାରକ । ଏଥିପାଇଁ ରାତିରେ ଶୋଇବାର ଘଂଟାଏ ପୂର୍ବରୁ ପାଣି ପିଅନ୍ତୁ ।
  • ଶୋଇବା ପୂର୍ବରୁ ଅଧିକ ପାଣି ପିଇଲେ ଆପଣଙ୍କ କିଡ଼ନୀ ଉପରେ ଚାପ ପଡ଼ିବ । କାରଣ ଶୋଇବା ସମୟରେ ଶରୀର ବିଲକୁଲ ସକ୍ରିୟ ନଥାଏ । ଏଥିପାଇଁ ଶରୀରରେ ଏହି ସମୟରେ ପାଣିର ଆବଶ୍ୟକତା ନଥାଏ ।
  • ଏହା ବ୍ୟତିତ ଅଧିକ ପାଣି ପିଇଲେ ଲୁଣର ମାତ୍ରା କମ ହୋଇପାରେ । ଯାହା ଆପଣଙ୍କ ମସ୍ତିସ୍କକୁ ଖରାପ କରିପାରେ ।
  • ଶରୀରରେ ସୋଡ଼ିୟମ ସ୍ତର କମ ହେଲେ ମସ୍ତିସ୍କର କୋଷିକାରେ ପ୍ରଭାବ ପଡ଼ିପାରେ ।

କହିବାକୁ ଗଲେ ପାଣି ଆମ ଜୀବନ ପାଇଁ ଅମୃତ ସଦୃଶ । ଏଥିପାଇଁ ଉଚିତ ଢ଼ଙ୍ଗରେ ପାଣି ପିଇବା ଜରୁରୀ । ଦିନ ସାରା ଅଳ୍ପ ଅଳ୍ପ ମାତ୍ରାରେ ପାଣି ପିଅନ୍ତୁ । ଶରୀରରେ କମ୍ ପାଣି କିମ୍ବା ଅଧିକ ପାଣି କ୍ଷତିକାରକ ସାବ୍ୟସ୍ତ ହୁଏ ।

ସକାଳୁ ଉଠିବାର ୬୦ ସେକେଣ୍ଡ ମଧ୍ୟରେ ପିଅନ୍ତୁ ପାଣି

ସକାଳେ ଯେତେବେଳେ ଆପଣ ଉଠୁଛନ୍ତି ତୁରନ୍ତ ଏକ ଗ୍ଲାସ ପାଣି ପିଅନ୍ତୁ କାରଣ ଏପରି କରିବା ଦ୍ୱାରାସ୍ୱାସ୍ଥ୍ୟକୁ ବହୁତ ଲାଭ ମିଳେ । ଅଧିକ ପାଣି ପିଇ ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅନେକ ସମସ୍ୟାରୁ ଆପଣ ରକ୍ଷା ପାଇ ପାରିବେ । ସକାଳୁ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ । ଯେତେେବେଳ ଆମେ ସକାଳେ ଉଠନ୍ତି ଆମ ଶରୀର ଭିତର ପୁରା ଶୁଖିଲା ଥାଏ ।

ଖାଲି ପେଟରେ ପାଣି ପିଇଲେ ଶରୀର ସଫା ରହେ ଏହାସହ ପାଣି ପିଇବା ଦ୍ୱାରା ଶରୀର ରିଚାର୍ଜ ହୁଏ । ଉଠିବା ପରେ ପାଣି ପିଇଲେ ଶରୀରର ଅନ୍ୟ ସବୁ ପ୍ରକ୍ରିୟା ଠିକରେ ଚାଲିବା ଆରମ୍ଭ ହୁଏ । ତେବେ ଆସନ୍ତୁ ଜାଣିବା ପ୍ରାତଃକାଳରେ ପାଣି ପିଇଲେ କ’ଣ ଲାଭ ମିଳେ ।

  1. ପାଚନ ପ୍ରକିୟା ଆରମ୍ଭ ହୋଇଥାଏ ସକାଳେ ଉଠି ଏକ ବଡ ଗ୍ଲାସ ପାଣି ପିଇବା ପରେ ଆପଣଙ୍କ ପାଚନ ପ୍ରକିୟା ୧.୫ ଘଣ୍ଟା ପର୍ଯ୍ୟନ୍ତ ୨୪% ବଢିଯାଏ ।
  2. ବିଷାକ୍ତ ପଦାର୍ଥ ବାହର କରେ ବୃକକରେ ଏକାଠି ହୋଇଥବା ବିଷାକ୍ତ ପଦାର୍ଥ ବାହରକୁ ବାହରିବାରେ ସାହଯ୍ୟ କରେ ଏବଂ ରକ୍ତରୁ ସବୁ ଅଶୁଦ୍ଧତାକୁ ଦୂର କରେ । ଏହି ପ୍ରକିୟା ପାଇଁ ଅଧିକ ପରିମାଣରେ ତରଳ ପଦାର୍ଥ ଦକରକାର କରେ ।
  3. କମ ଖାଆନ୍ତୁ ଶୋଷକୁ ଆମେ ବେଳେ ବେଳେ ଭୁଲରେ ଭୋକ ଭାବି ନିଅନ୍ତିି । ଏପରିସ୍ଥଳରେ ଆପଣ ଏକ ଗ୍ଲାସ ପାଣି ପିଇଲେ ଯଥେଷ୍ଟ ।
  4. ଶରୀରର ପ୍ରତରୋଧକ ଶକ୍ତି ବଢାଏ ପ୍ରାତଃ କାଳରୁ ପାଣି ପିଇଲେ ଆପଣଙ୍କ ଶରୀରର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
  5. ତ୍ୱଚାକୁ ସୁନ୍ଦର ରଖିବାରେ ସହାୟକ ହୁଏ ଆପଣ ଯଦି ଠିକ ପରିମାଣରେ ପାଣି ପିଉଛନ୍ତିି ତେବେ ଆପଣଙ୍କ ତ୍ୱଚାର ନମନୀୟ, କୋମଳ ଓ ସଫା ରହିଥାଏ।

କେତେ ପିଇବେ ପାଣି

ଖରାଦିନେ ଶରୀରରେ ପାଣି ଅଭାବ ଯୋଗୁ ଡିହାଇଡ୍ରେସନ ହୋଇଥାଏ । ଏହି କାରଣରୁ ଶରୀରରେ ବିଷାକ୍ତ ତତ୍ତ୍ଵ ବୃଦ୍ଧି ପାଏ । ଏଥିରୁ ମୁକ୍ତି ପାଇବା ଲାଗି ଦିନକୁ ଅତି କମ୍ ରେ 8 ଗ୍ଲାସ ପାଣି ପିଇବା ଜରୁରୀ ।

ଖରାଦିନେ ଶରୀରରେ ଜଳୀୟ ଅଂଶ ଅଭାବ ହେବା ଏକ ସାଧାରଣ ସମସ୍ୟା । ତେବେ ଶରୀର ପାଇଁ ପାଣି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଶରୀରର ୭୦ପ୍ରତିଶତପାଣି ରହିଥିବାରୁ ଏହା ଅଭାବ ହେଲେ ବିଷାକ୍ତ ତତ୍ତ୍ଵ ସହଜରେ ବାହାରି ପାରେନାହିଁ । ଏହା ବ୍ୟତୀତ ଆବଶ୍ୟକ ହେଉଥିବା ଅମ୍ଳଜାନ ସମ୍ପୂର୍ଣ୍ଣ ରୂପେ ବାୟୁରୁ ମିଳିପାରି ନଥାଏ । ତେଣୁ କେତେକ ଅଙ୍ଗକୁ ଅମ୍ଳଜାନ ଯୋଗାଇବାରେ ମଧ୍ୟ ପାଣିରୁ ଭୂମିକା ରହିଛି । ପ୍ରତି ଋତୁରେ ଶରୀର ପାଇଁ ପର୍ଯ୍ୟାପ୍ତ ପାଣି ଆବଶ୍ୟକ ହେଉଥିଲେ ବି ଖରାଦିନେ ଟିକେ ଅଧିକ ଦରକାର ହୋଇଥାଏ । କାରଣ, ଖରାଦିନେ ଶରୀରର ତାପମାତ୍ରା ନିୟନ୍ତ୍ରିତ କରିବା ଲାଗି ମାତ୍ରାଧିକ ପାଣି ଝାଳ ଆକାରରେ ଶରୀରରୁ ବାହାରିଯାଏ । ପାଣି ଅଭାବ ହେଲେ କିଡନୀ ରୋଗ ସୃଷ୍ଟି ହେବାର ଆଶଙ୍କା ତ ରହିଛି, ତେବେ ସବୁଠାରୁ ସାଧାରଣ କିନ୍ତୁ ସାଂଘାତିକ ସମସ୍ୟା ହେଉଛି ଡିହାଇଡ୍ରେସନ୍ । ଏହା ବାଦ୍ ପାଣି ଅଭାବ ହେଲେ ଶରୀରରେ ଚର୍ବି ଓ ବିଷାକ୍ତ ତତ୍ତ୍ଵ ବଢେ, ହଜମ କ୍ରିୟା ଦୁର୍ବଳ ହୁଏ ଅଙ୍ଗଗୁଡିକ ଠିକ୍ ଭାବେ କାମ କରିପାରେନାହିଁ । ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା ହୁଏ । ଏପରିକି ନିୟମିତ ବ୍ୟାୟାମ କରୁଥିବା ଲୋକଙ୍କ ଠାରେ ପାଣି ଅଭାବ ହେବା ଅଧିକ କ୍ଷତିକାରକ ହୋଇପାରେ । ଜ୍ଵର, ବାନ୍ତି, ବ୍ଲାଡର ସଂକ୍ରମଣ, ଷ୍ଟୋନ୍ ଆଦି ହେଲେ ଶରୀରରେ ପାଣି ଅଭାବ ଦେଖାଯାଏ ।

ଶୋଷ ଲାଗୁ କି ନଲାଗୁ - ଅନେକ ସମୟରେ ଲୋକେ ଶୋଷ ଲାଗିଲେ ହିଁ ପାଣି ପିଇଥାନ୍ତି । କିନ୍ତୁ ଶୋଷ ହେଉ କି ନହେଉ ଦିନକୁ ଆଠ ଗ୍ଲାସ ପାଣି ଯେମିତି ହେଲେ ପିଇବା ଉଚିତ । ଏହା ଡିହାଇଡ୍ରେସନ୍ ରୁ ସୁରକ୍ଷା ଦେବ । ଅନେକ ପାଣି ବଦଳରେ ମୃଦୁପାନୀୟ କଫି, ସୋଡା ଆଦି ପିଇଥାନ୍ତି । ହେଲେ, ଏହା ତରଳ ପଦାର୍ଥ ହୋଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ଦୃଷ୍ଟିରୁ କ୍ଷତିକାରକ ଏବଂ ଏହାକୁ ପିଇଲେ ମଧ୍ୟ ଡିହାଇଡ୍ରେସନ୍ ହୋଇଥାଏ ।

ଖାଇବାର ଅଧଘଣ୍ଟା ପୂର୍ବରୁ ନଚେତ ଘଣ୍ଟାକ ପରେ ପାଣି ପିଇବା ଜରୁରୀ । ଖରାରେ ବାହାରୁ ଆସିଲେ ସଙ୍ଗେସଙ୍ଗେ ପାଣି ନପିଇ କିଛି ସମୟ ପରେ ସାଧାରଣ ପାଣି ପିଅନ୍ତୁ । ଛାତି ଜଳାପୋଡା କିମ୍ବା କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ପାଣିରେ ଚାମଚେ ଲେମ୍ବୁରସ ମିଶାଇ ପିଇପାରିବେ । ଖାଇବା ଅଧାରେ ପାଣି ପିଇଲେ ହଜମ କ୍ରିୟାରେ ସମସ୍ୟା ହୋଇଥାଏ । ସକାଳୁ ଉଠି ପାଣି ପିଇବା ଖୁବ୍ ଲାଭଦାୟକ । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇଲେ ଅନ୍ତନଳୀ କର୍କଟ, ବ୍ଲାଡର କର୍କଟ, ସ୍ତନ କର୍କଟ ଆଦି ଜଟିଳ ରୋଗରୁ ସୁରକ୍ଷିତ ରହିବା ସମ୍ଭବ ।

ଡିହାଇଡ୍ରେସନ୍ ହେଲେ - ଏପରି କ୍ଷେତ୍ରରେ ବାନ୍ତି ଲାଗିବା ସହ ହୋଇଯାଏ, ଜିଭ ଶୁଖିଯାଏ, ଠିକ୍ ଭାବେ ଶ୍ଵାସକ୍ରିୟା ହୋଇପାରେନି, ଚିଡିଚିଡା ଲାଗେ । ଏପରି ଅନୁଭବ ହେଲେ ତୁରନ୍ତ ପାଣିରେ ଅଳ୍ପ ଲୁଣ ଏବଂ ଚିନି ମିଶାଇ ପିଇଦିଅନ୍ତୁ । ଘୋଳଦହିରେ ଲୁଣ ମିଶାଇ ପିଇବା ମଧ୍ୟ ଆରାମ ଦିଏ । ପଇଡ ପାଣି ଆଉ ଏକ ଭଲ ବିକଳ୍ପ

ଖାଇଲେ ମିଳିବ ପାଣି – ଶରୀରକୁ ୨୦ପ୍ରତିଶତ ପାଣି ଖାଦ୍ୟରୁ ମିଳିଥାଏ । ଏପରି କେତେକ ଫଳ ଏବଂ ପରିବା ରହିଛି ଯାହାକୁ ଖାଇଲେ ଶରୀରରେ ପାଣି ଅଭାବ ରହେନାହିଁ ଏବଂ ଅନ୍ୟ ଆବଶ୍ୟକ ଭିଟାମିନ୍ ମଧ୍ୟ ମିଳେ । ହାତପାଆନ୍ତାରେ ଥିବା ଏପରି ୫ଟି ଖାଦ୍ୟ ସମ୍ପର୍କରେ ଜାଣନ୍ତୁ – କାକୁଡି ଏବେ ପ୍ରତି ଋତୁରେ ମିଳୁଛି । ଏଥିରେ ପ୍ରାୟ ୯୬.୭% ପାଣି ଅଂଶ ରହୁଥିବାରୁ ଏହାକୁ ଖାଇଲେ ଡିହାଇଡ୍ରେସନ୍ ହୁଏନାହିଁ । ପୁଣି ଆବଶ୍ୟକ ଭିଟାମିନ୍ ଏବଂ ମିନେରାଲସ ଶରୀରକୁ ପୁଷ୍ଟି ପ୍ରଦାନ କରେ । ଖଟାମିଠା ସ୍ଵାଦ ଥିବା କରମଙ୍ଗାରେ ସ୍ଵାଦ ଥିବା କରମଙ୍ଗାରେ ମଧ୍ୟ ୯୧.୬% ପାଣି ରହିଛି । ଏଥିରୁ ଅନ୍ୟ ପୋଷକ ତତ୍ତ୍ଵ ସହିତ ଭିଟାମିନ୍ ସି’ ପର୍ଯ୍ୟନ୍ତ ମିଳିଥାଏ ।

ଟମାଟୋରେ ମଧ୍ୟ ୯୪.୩% ଜଳୀୟ ଅଂଶ ଅଛି । ଭିଟାମିନ ସି’ ଏବଂ ଆଇରନ୍ ଏଥିରେ ଥିବାରୁ ଏହାକୁ ଖାଇଲେ ରୋଗପ୍ରତିରୋଧକ କ୍ଷମତା ବଢେ । ଏହା ବ୍ୟତୀତ ଏକାଧିକ ଆଣ୍ଟିଅକ୍ସିଡାଣ୍ଟସ ଟମାଟୋରେ ଅଛି ଯାହା କ୍ୟାନ୍ ସର ପରି ଗୁରୁତର ସମସ୍ୟାରୁ ସୁରକ୍ଷା ଦିଏ ।

ତରଭୁଜ ଖରାଦିନେ ଉପଲବ୍ଧ ହେଉଥିବା ବେଳେ ଏଥିରେ ୯୨% ପାଣି ରହିଛି । ପୁଣି ଏହି ସ୍ଵାଦିଷ୍ଟ ଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗପ୍ରତିରୋଧକ ବ୍ୟବସ୍ଥା ସୁସ୍ଥ ରଖେ ।

ଅଙ୍ଗୁରରେ ମଧ୍ୟ ୯୧.୬% ପାଣି ରହିଛି । ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହିତ ଶରୀର ଆବଶ୍ୟକ ପୁଷ୍ଟିକର ତତ୍ତ୍ଵ ପାଇଥାଏ । ଅଙ୍ଗୁରରେ ଗ୍ଲୁକୋଜ ମ୍ୟାଗ୍ନେସିୟମ ଏବଂ ସାଇଟ୍ରିକ ଏସିଡ ମିଳେ । ପ୍ରଚୁର କ୍ୟାଲୋରୀ ଓ ତନ୍ତୁ ରହିଥିବାରୁ ଏହା ଡାଇବେଟିସ ରୋଗୀମାନଙ୍କ ପାଇଁ ଉପକାରୀ ।

ଆଧାର - ସ୍ୱାସ୍ଥ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top