ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପାଦ: ରୋଗର ଦର୍ପଣ
ସେଆର କରନ୍ତୁ

ପାଦ: ରୋଗର ଦର୍ପଣ

ପାଦ: ରୋଗର ଦର୍ପଣ ର ସୂଚନା

ଉପକ୍ରମ

“ଗାଉଟ୍ ଏକ ପ୍ରକାର ଗଣ୍ଠିବାତ  । ଏଥିରେ ପାଦର ବୁଢା ଆଙ୍ଗୁଠି ଓ ବଳାଗଣ୍ଠି ଫୁଲି ବିନ୍ଧା ହୁଏ  । ଗଣ୍ଠି ଭିତରେ ‘ୟୁରିକ ଏସିଡ୍’ ଜମିଯାଏ  । ଡାଲି ଓ ପ୍ରୋଟିନ୍ ଜାତୀୟ ଖାଦ୍ୟ ମାଂସ, ମାଛ ଖାଇଲେ ଏବଂ ମଦ୍ୟପାନ କଲେ ବିନ୍ଧା ଅତ୍ୟଧିକ ହୁଏ  । ପାଦ ଆଙ୍ଗୁଠିରେ ଥିବା ସୂକ୍ଷ୍ମ କୋମଳ ଲୋମ ହଠାତ୍ ଝଡିଗଲେ  ପାଦକୁ ରକ୍ତ ସଞ୍ଚାଳନ ଯଥେଷ୍ଟ ହେଉ ନ ଥିବାର ସଙ୍କେତ ମିଳେ  । ପାଦ ଆଙ୍ଗୁଠିଗୁଡିକ ବାଇଗଣୀ ବର୍ଣ୍ଣ ହୋଇଯାଏ  ଓ ଉଜ୍ଜ୍ଵଳ ଦେଖାଯାଏ  । ପାଦର ଧମନୀରେ ରକ୍ତ ପ୍ରବାହ କମିଯାଏ  ।”

ପାଦ ଶରୀରର ଓଜନ ବହନକରେ  । ଭାରସାମ୍ୟ ରକ୍ଷାକରେ  । ଚାଲିବା ଓ ଦୌଡିବାରେ ସାହାଯ୍ୟ କରେ  । ଏହାକୁ ଦେଖିଲେ ଅନେକ ରୂଗ ଜାଣିହୁଏ  । ଗ୍ରୀସ୍ ରେ ଗୋଟିଏ କିମ୍ବଦନ୍ତୀ ଅଛି ଶିଶୁ ଜନ୍ମ ପରେ ତା’ର ଗୋଇଠିକୁ ଷ୍ଟିକ୍ସ ନଦୀର କୁହୁକ ଜଳରେ ବୁଡାଇ ରଖିଲେ ସେ ମୃତ୍ୟୁଞ୍ଜୟ ହୁଏ  । ଜଳଦେବୀ ‘ଥେଟିସ୍’ ଙ୍କ ପୁଅ ଅକିଲିସର ପାଦକୁ ପବିତ୍ର ନଦୀ ଜଳରେ ନ ବୁଡାଇବା ଫଳରେ ତା’ର ଟ୍ରୋଜାନ ଯୁଦ୍ଧରେ ମୃତ୍ୟୁ ହେଲା  । ଗୋଇଠିର ମାଂସରେ ବିଷାକ୍ତ ଶର ବିଦ୍ଧ ହୋଇ ସେ ପରାଜିତ ହେଲା   ।

ପାଦ ଅନେକ ରୋଗରୁ ଫୁଲେ  । ଫାଇଲେରିଆ ହେଉଛି ଗୋଟିଏ ମୁଖ୍ୟ କାରଣ  । ହାତୀପାଦ ପରି ଦେଖାଯାଏ  । ଏହାର ଅନ୍ୟନାମ ଗୋଦର  । କିନ୍ତୁ ସବୁ ପାଦ ଫୁଲା ଗୋଦର ନୁହେଁ  । ଭାରତର ୨୦ ପ୍ରତିଶତ ଫାଇଲେରିଆ ରୋଗୀ କେବଳ ଓଡିଶାରେ ଅଛନ୍ତି  । ଚର୍ମ ମୋଟା ହୋଇଯାଏ  । ଚିପିଲେ ଗାତ ହୁଏ ନାହିଁ   । ଗୋଟିଏ ପାଦ ଫୁଲେ  । କେତେଜଣ ରୋଗୀଙ୍କର ଦୁଇ ପାଦ ସଂକ୍ରମଣ ହୁଏ  । ଜଙ୍ଘ ପାଖର ଗିଲ୍ଟି ଦରଜ ହୁଏ  ।ଗୋଦା ବିନ୍ଧା ହୁଏ  । ଲାଲ ହୋଇ ଫୋଟକା ବାହାରେ  । ଜ୍ଵର ଓ ଯନ୍ତ୍ରଣା ଲାଗି ରହେ  । ପ୍ରାଥମିକ ଅବସ୍ଥାରେ ଚିକିତ୍ସା କଲେ ଆରୋଗ୍ୟ ମିଳେ  । ପୁରୁଣା ରୋଗୀ ଭଲ ହୁଅନ୍ତି ନାହିଁ  ।

ଡାଇବେଟିସ୍ ରେ ପାଦ ଫୁଲେ

ରକ୍ତରେ ଅଧିକ ଶର୍କରା ଦୋଷରୁ ପାଦର ଧମନୀ ସାରୁ ହୋଇଯାଏ  । ରକ୍ତ ସଞ୍ଚାଳନ କମିଯାଏ  । ସ୍ନାୟୁ ଦୁର୍ବଳ ହୋଇଯାଏ  । ଘା’ ହୋଇ ଶୁଖେ ନାହିଁ  । ଚିମୁଟିଲେ ଜଣାପଡେ ନାହିଁ  । ସାଧାରଣ ଆଘାତରେ ପାଦର ହାଡ ଫାଟିଯାଏ   । ଗଣ୍ଠି ଦୁର୍ବଳ ହୋଇଯାଏ  । ପାଦ ତଳର ଅର୍ଦ୍ଧଗୋଲାକାର ଆକୃତି ଦବିଯାଏ  । ଚଟକା ହୋଇଯାଏ  । ହାଡ ପଦାକୁ ବାହାରିପଡେ  । ଏହାକୁ ‘ଚାରକଟ’ ପାଦ କୁହାଯାଏ  । ଅନେକ ଜାଗାରେ ବିଣ୍ଡି ହୁଏ  ।

ହୃତପିଣ୍ଡ ରୋଗଗ୍ରସ୍ତ ହେଲେ ପାଦରେ କେତେକ ଲକ୍ଷଣ

ହୃତପିଣ୍ଡ ରୋଗଗ୍ରସ୍ତ ହେଲେ ପାଦରେ କେତେକ ଲକ୍ଷଣ ପ୍ରକାଶ ପାଏ  । ନଖରା ରଙ୍ଗରୁ ନିଜର ସ୍ୱାସ୍ଥ୍ୟ ଅବସ୍ଥା ଜାଣିହୁଏ  । ହାର୍ଟର ଭିତର ପାର୍ଶ୍ଵ ପର୍ଦ୍ଦାରେ ପ୍ରଦାହ ହେଲେ ନଖ ତଳେ ଅତି ସାରୁ ଧମନୀ ଲାଲ ଦେଖାଯାଏ  । ରକ୍ତସ୍ରାବ ହୋଇ ରକ୍ତ ଜମାଟ ବାନ୍ଧେ  । କେମୋଥେରାପି, ଏଚ୍ ଆଇଭି ଓ ଡାଇବେଟିସ୍ ରେ ନଖରେ ସରୁ ସରୁ ରକ୍ତ ଦାଗ ଦେଖାଯାଏ  । ହୃତପିଣ୍ଡରେ ରକ୍ତ ବାହକ ଧମନୀ ଅବରୂଢ ହୋଇ ପାଦଫୁଲେ   । ଏହାର ଦକ୍ଷିଣ ପାର୍ଶ୍ଵ ନିଳୟରେ ରକ୍ତ ଜମି ରହିଲେ ଦୁଇପାଦ ଫୁଲେ  ।

ଗଳଗ୍ରନ୍ଥି (ଥାଇରଏଡ) ବେକ ସମ୍ମୁଖରେ ଥାଏ  । ଏଥିରେ ନିଃସୃତ ହରମୋନ ଶରୀରର ଅଭିବୃଦ୍ଧିଊ ନିୟନ୍ତ୍ରଣ କରେ  । ଏହାର ପରିମାଣ କମିଗଲେ  ପାଦ ଫୁଲେ, ଚର୍ମ ଶୁଖିଲା ଦେଖାଯାଏ, ନଖ ଭାଙ୍ଗିଯାଏ ଓ ଖଣ୍ଡ ଖଣ୍ଡ ହୋଇ ବାହାରିଯାଏ  । ଚମ ଫାଟି କାତି ଛାଡିଲା ପରି ଦେଖାଯାଏ  । ଶୁଷ୍କ ନ ହେବା ପାଇଁ ପ୍ରସାଧନ ଦ୍ରବ୍ୟ ବ୍ୟବହାର କଲେ ମଧ୍ୟ କିଛି ଫଳ ମିଳେ ନାହିଁ   ।

ଗାଉଟ୍ ଏକ ପ୍ରକାର ଗଣ୍ଠିବାତ

ଗାଉଟ୍ ଏକ ପ୍ରକାର ଗଣ୍ଠିବାତ  । ଏଥିରେ  ପାଦର ବୁଢା ଆଙ୍ଗୁଠି ଓ ବଳାଗଣ୍ଠି ଫୁଲି ବିନ୍ଧାହୁଏ  । ଗଣ୍ଠି ଭିତରେ ‘ୟୁରିକ୍ ଏସିଡ୍’ଜମିଯାଏ  । ଡାଲି ଓ ପ୍ରୋଟିନ୍  ଜାତୀୟ ଖାଦ୍ୟ ମାଂସ, ମାଛ ଖାଇଲେ ଏବଂ ମଦ୍ୟପାନ କଲେ ବିନ୍ଧା ଅତ୍ୟଧିକ ହୁଏ  । ପାଦ ଆଙ୍ଗୁଠିରେ ଥିବା ସୂକ୍ଷ୍ମ କୋମଳ ଲୋମ ହଠାତ୍ ଝଡିଗଲେ ପାଦକୁ ରକ୍ତ ସଞ୍ଚାଳନ ଯଥେଷ୍ଟ ହେଉ ନ ଥିବାର ସଙ୍କେତ ମିଳେ  । ପାଦ ଆଙ୍ଗୁଠିଗୁଡିକ ବାଇଗଣୀ ବର୍ଣ୍ଣ ହୋଇଯାଏ ଓ ଉଜ୍ଜ୍ଵଳ ଦେଖାଯାଏ  । ପାଦର ଧମନୀରେ ରକ୍ତ ପ୍ରବାହ  କମିଯାଏ  । ଏଗୁଡିକ କଠିନ ହୋଇଯାଏ  । ଏହାର ପ୍ରତିରୂପ ହାର୍ଟର ଧମନୀରେ ଦେଖାଯାଏ  । ପାଦର ଆଙ୍ଗୁଠିଗୁଡିକ ମୁଦ୍ ଗର ଆକାର ହେଲେ  ଫୁସ୍ ଫୁସ୍ ରେ କ୍ୟାନସର କିମ୍ବା ବହୁଦିନ ଧରି ସଂକ୍ରମଣ ଲାଗି ରହିଥିବାର ସୂଚନା ମିଳେ  । ପାଦ ଆଙ୍ଗୁଠିକୁ ଅଧିକ ରକ୍ତ ପ୍ରବାହ ଫଳରେ ମାଂସ ଫୁଲିଯାଏ  । ମୁଦ୍ ଗର ପରି ଦେଖାଯାଏ  ।

ରକ୍ତହୀନ

ରକ୍ତହୀନ ରୋଗୀମାନଙ୍କର ପାଦର ନଖ ଚାମଚ ପରି ମଝିରେ ଗାତ ହୋଇଯାଏ  । ଏଥିରେ ଟୋପାଏ ପାଣି ରହିପାରିବ  । ଲୌହ ଅଭାବରୁ ରକ୍ତହୀନତା ହୁଏ  । ରକ୍ତରେ ଅଧିକ ଲୌହ ରହିଲେ ମଧ୍ୟ ଏପରି ଲକ୍ଷଣ ପ୍ରକାଶ ପାଏ  । ନଖରେ ଛୋଟ କଣା ଓ ଗାର ଦେଖାଦେଲେ ସୋରିଆସିସ୍ ହୋଇଯାଏ  । ଏହି ରୋଗରେ ନଖ ଧଳା ଦେଖାଯାଏ ଓ ସମାନ୍ତରାଳ ଗାର ପଡେ   । ଗୋଟିଏ ଆଙ୍ଗୁଠି ଫୁଲେ ଓ ବଙ୍କା ହୋଇ ବିନ୍ଧା ହୁଏ  ।

ଗୋଡ ଓ ପାଦର ଶିରା

ଗୋଡ ଓ ପାଦର ଶିରା ପ୍ରସାରିତ ହେଲେ ଏବଂ ଏହାର ଭାଲବ ଠିକ୍ କାମ ନ କଲେ ବଳାଗଣ୍ଠିର ଚାରିପାଖରେ ରକ୍ତ ଜମି ରହେ, ଫୁଲେ, କଳା ପଡିଯାଏ  ଓ କୁଣ୍ଡାଇ ହୁଏ  । ଘା’ ହୁଏ ଓ ବହୁଦିନ ପର୍ଯ୍ୟନ୍ତ ଶୁଖେ ନାହିଁ   । ଗୋଡର ଶିରା ଭିତରେ ରକ୍ତ ଜମାଟ ବାନ୍ଧେ  । ପାଦର ଚର୍ମ ମୋଟା ହୋଇଯାଏ  । କର୍କଶ ଦେଖାଯାଏ, ପାଦ ଓ ଗୋଡ ଶିରାରେ ରକ୍ତ ପ୍ରବାହ ନ ହୋଇ ଗୋଇଠି ଚାରିପାଖରେ ଜମି ରହେ  । ଫାଇଲେରିଆ ଗୋଡ ପରି ଦେଖାଯାଏ  । ଫାଇଲେରିଆ ପ୍ରାୟ ଗୋଟିଏ ଗୋଡରେ ହୁଏ  । ଚିପିଲେ ଦବେ ନାହିଁ   । କିନ୍ତୁ ଏହି ରୋଗରେ ଦୁଇ ଗୋଡ ଓ ପାଦ ଫୁଲେ  । ଚିପିଲେ ଦବିଯାଏ  ।

ଦୁଇ ପାଦ ଓ ଗୋଇଠି  କିଡନୀ, ହାର୍ଟ, ଯକୃତ ରୋଗରେ ଫୁଲେ  । ଚିପିଲେ ଗାତ ହୋଇଯାଏ  । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ କ୍ୟାଲସିୟମ ଚାନେଲ ବ୍ଲକର ଔଷଧ ବହୁଦିନ ଖାଇଲେ  ଏହି ଲକ୍ଷଣ ଦେଖାଯାଏ  । ଭିଟାମିନ ଡି ଓ କ୍ୟାଲସିୟମ ଅଭାବ ହେଲେ ପାଦର ନଖ ଶୁଖିଲା ଦେଖାଯାଏ; ଗାରପଡେ ଓ ଭାଙ୍ଗିଯାଏ  । ଫାଇଲେରିଆ ପାଦର ଆଙ୍ଗୁଳି ସନ୍ଧିରେ ଫଙ୍ଗସ ସଂକ୍ରମଣ ହେଲେ ଘା’ ହୁଏ  । ପାଦର ଯତ୍ନନେବା ପ୍ରତ୍ୟକ ବ୍ୟକ୍ତିର ପ୍ରାଥମିକ କାର୍ଯ୍ୟ ହେବା ଉଚିତ୍  ।

ଆଧାର – ଡା: ଦ୍ଵିଜେଶ କୁମାର ପଣ୍ଡା

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top