ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପାଦରୁ ଜାଣିବେ ରୋଗ
ସେଆର କରନ୍ତୁ

ପାଦରୁ ଜାଣିବେ ରୋଗ

ପାଦରୁ ଜାଣିବେ ରୋଗ କିପରି ଜାଣିବେ ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଉପକ୍ରମ

ପ୍ରାୟତଃ ବହୁ ସମୟଧରି ଛିଡା ହେବା ଦ୍ଵାରା ଗୋଡ ଦରଜ ହୋଇଯାଇଥାଏ ଓ ଏହାର ଲକ୍ଷଣ କହୁଛି ଆପଣଙ୍କ ହାଡରେ  କ୍ୟାଲସିୟମ୍ ଅଭାବ ରହିଛି, କିମ୍ବା ପାଦରେ ଲୋମ ନଥିଲେ ଜାଣିବେ ରକ୍ତ ସଂଞ୍ଚାଳନ ସୂଚାରୁ ରୂପେ ହେଉନାହିଁ । ଏଥିରେ ଯଦି ପାଦରେ କୌଣସି ପରିବର୍ତ୍ତନ ଦେଖାଯାଏ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କିପରି ଜାଣିବେ ରୋଗ

ପାଦରୁ ଜାଣିବେ ରୋଗ ପାଦ ଥଣ୍ଡା ହେବା

ଥାଇରଡ୍ ଗ୍ରନ୍ଥିର ସକ୍ରୀୟତା କମିଗଲେ, ଏହାଦ୍ଵାରା  ବହୁପ୍ରକାର ରୋଗ ଶରୀରକୁ ପ୍ରଭାବିତ କରେ । ଏହାର ପ୍ରଭାବ ପାଦ ଉପରେ ପଡିଥାଏ । ପାଦ ଅଧିକାଂଶ ସମୟ ଥଣ୍ଡା ରହିଲେ କିମ୍ବା ହାଇପୋଥାଇରଡ୍ର କୌଣସି ପ୍ରକାରର ଲକ୍ଷଣ ଦେଖା ଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେପରି ତ୍ଵଚା ଓ କେଶ ଶୁଖିଯିବା, ଥକ୍କାପଣ, ହଠାତ୍ ଓଜନ ବଢିଯିବା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଦରଜ ହେବା

ଗୋଇଠି ଫୁଲିବା, ଲାଲ ଓ ମୋଟାଳିଆ ଲାଗିବା ପରି ଲକ୍ଷଣ ଦେଖା ଦେଲେ ରକ୍ତରେ ୟୁରିକ୍ଏସିଡ ବଢିଥିବାର ସମ୍ଭାବନା ରହିଛି । ଏହା ବହୁପରିମାଣରେ ମାଂସ ଖାଇବା ଦ୍ଵାରା ହୋଇଥାଏ ।

ମାଂସପେଶୀରେ ରକା ପଶିବା

ସମସ୍ତେ ଭାବନ୍ତି ଚାଲିବା କିମ୍ବା କାମ କରିବା ଦ୍ଵାରା ଗୋଡର ମାଂସପେଶୀରେ ରକା ପଶିଥାଏ । ହେଲେ ଏହା ସର୍ବଦା ଠିକ୍ ନୁହେଁ, ଜଳୀୟ ଅଂଶ କମିବା, ଭିଟାମିନ୍ ଓ ମିନୋରାଲ୍ର ଅଭାବରେ ମଧ୍ୟ ରକା ପଶିଥାଏ । ରକ୍ତରେ ପୋଟାସିୟମ୍, କ୍ୟାଲ୍ସିୟମ୍ ଓ  ସୋଡିୟମ୍ ଅଭାବରୁ ଗୋଡର ମାଂସପେଶୀରେ ରକା ପଶିଥାଏ ।

ଚାଲିବା ବେଳେ କଷ୍ଟ ହେବା

ଯଦି ବହୁ ସମୟ ଛିଡା ହେବାକୁ କଷ୍ଟ ହେଉଥାଏ, ତେବେ ଏହା କ୍ୟାଲସିୟମ୍ ଅଭାବରୁ ହୋଇଥାଏ । ପାଦ ବଧିରା ହେବା -

ଯଦି ପାଦ ବଧିରା ହୋଇଯାଇଥାଏ, ପ୍ରାୟ ଭାବନ୍ତି ବହୁ ସମୟଧରି ବସିବା ଦ୍ଵାରା ଏପରି ହେଉଛି । କିନ୍ତୁ ଏହା ସର୍ବଦା ଠିକ୍ ନୁହେଁ । ମଲ୍ଟିପୁଲ ସ୍କେଲେରୋସିସ୍ ସ୍ନାୟୁ ଖରାପ ହେବା ଦ୍ଵାରା କିମ୍ବା ଫାଇବ୍ରୋମାଲିଜିଆ ପରି ରୋଗ ହୋଇଥିଲେ ଏପରି ହୋଇଥାଏ ।

ଆଧାର – ସ୍ୱାସ୍ଥ୍ୟ ବ୍ୟୁରୋ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top