ସେଆର କରନ୍ତୁ

ପାନ ଉପଚାର

ପାନ ଉପଚାର ଦ୍ଵାରା କିପରି ଲାଭ ଦାୟକ ହୁଏ ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଉପକ୍ରମ

ପାନର ମଧ୍ୟ ଔଷଧୀୟ ଗୁଣ ରହିଛି । ଏହାକୁ ରୋଗ ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।

ବିଭିନ୍ନ ନାମ

ପାନକୁ ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ୟଲତା, ସପ୍ତଲତା, ଓ ନାଗବଲ୍ଲୀ ବୋଲି କୁହା ଯାଇଥାଏ। ନାଗବଲ୍ଲୀ ରସ ପାନ କରି ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି। ତେଣୁ ଏହାକୁ ପ୍ରାଣ ବୋଲି କୁହାଯାଉଥିଲା। କାଳକ୍ରମେ ଏହା ଅପଭ୍ରଂଶ ହୋଇ ପାନ ନାମରେ ବିଦିତ ହୋଇଛି।

  • ଓଡ଼ିଆ, ବଙ୍ଗଳା, ଅସମୀୟା, ହିନ୍ଦୀ, ଗୁଜରାଟୀ ଓ ପଞ୍ଜାବୀ ଭାଷା – ପାନ
  • ମରାଠୀ – ନାଗବଲ୍ଲୀ
  • ତାମିଲ୍- ଭେଟିଲଇ
  • କନ୍ନଡ଼ – ଭିଲ୍ୟାଡ଼ା ଏଲେ
  • ତେଲୁଗୁ – ତମାଳପାକୁ
  • ମାଲାୟଲମ୍ – ଭେଟିଲା କୋଡ଼ି

ପାନ ରୋଗନିବାରଣ

ପାନ ଏକ ଗ୍ରୀଷ୍ମ ମଣ୍ଡଳୀୟ ବହୁ ବର୍ଷୀୟ (୧୦-୫୦), ପୃଥକ୍ ଲିଙ୍ଗୀ ବା ଏକ ଲିଙ୍ଗୀ, ଚିର ହରିତ୍, କୋମଳ (ମାଂସଳ) ଆରୋହୀ ଲତା ବିଶେଷ।। ପ୍ରତିଟି ଗଣ୍ଠି(ଆଖି)ରୁ ଅଠାଯୁକ୍ତ ଆସ୍ଥାନିକ ଚେର (ଚେର ପରି ଏକ ପ୍ରକାରର ଡେମ୍ଫ) ବାହାରେ ଯାହା ରଞ୍ଜା ସାହାଯ୍ୟରେ ବା କୌଣସି ଆଧାରକୁ ଜାବୁଡ଼ି ଧରି ମାଡ଼ିଥାଏ। ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଓ ଗୋଟିଏ ଆସ୍ଥାନିକ ଚେର ରହିଥାଏ। ପାନର ପତ୍ର ହୃଦୟ ଆକାରର। ପତ୍ର ଗୁଡ଼ିକ ପରସ୍ପର ବିପରୀତ ଦିଗର ମାଡିଥାଏ। ପାନ ଫୁଲ ନେନ୍ଥା ଉପକର୍ଣ୍ଣ ଘେରରେ ରହିଥାଏ। ଏହି ନେନ୍ଥାର ମୂଳ ଭାଗରେ ଏକଲିଙ୍ଗୀ ମାଈ ଫୁଲ ଓ ଉପର ଭାଗରେ ଏକଲିଙ୍ଗୀ ଅଣ୍ଡିରା ଫୁଲ ରହିଥାଏ। ପାନ ମଞ୍ଜିଟି ଆକାରରେ ଛୋଟ ଓ ଏହାର ବାହାର ଭାଗରେ ଟାଣ ଆବରଣ ରହିଥିବାବେଳେ, ଭିତର ଅଂଶଟି ମାଂସଳ ହୋଇଥାଏ। ପାନ ଗଛରେ କ୍ୱଚିତ ଫୁଲ ଫଳ ଧରିବା କାରଣରୁ ଏହାର ବଂଶ ବିସ୍ତାର ମଞ୍ଜି ପରିବର୍ତ୍ତେ ଡଙ୍କରୁ ହୋଇଥାଏ।

ପାନର ଔଷଧୀୟ ଗୁଣ

ପାନରସରେ ବହୁ ପରିମାଣରେ ଅମ୍ଳ, ଧତବ ଲବଣ, ଜୀବନିକା ରହିଥାଏ। ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ୟାପକ। ପାନରସ ବାତ, ପିତ୍ତ ଓ କଫ ନାଶକ। ପାନ ତେଲ ଶ୍ଳେଷ୍ମା, ଆମାଶୟ, ଅତିସାର, ଯକ୍ଷ୍ମା, ସନ୍ନିପାତ, କଣ୍ଠରୋଗ ଓ ଫୁସଫୁସ ରୋଗର ପ୍ରଶମକ। ପାନ ପତ୍ରକୁ ଚୋବାଇଲେ ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ। ପାନର କେତୋଟି ଔଷଧୀୟ ପ୍ରୟୋଗ ନିମ୍ନରେ ଦିଆଗଲା:

  • ସର୍ଦ୍ଦି, ପେଟଟଣା, ବଦହଜମି, ଅତିସାର, ମୂର୍ଚ୍ଛା ଆଦିରେ ପାନରସ ମହୁସହିତ ପ୍ରୟୋଗ କରାଯାଏ।
  • ଅଚେତ୍ ହୋଇଥିଲେ ଗାଈଦୁଧ ସହିତ ପ୍ରୟୋଗ କରାଯାଏ।
  • ମାଢ଼ିକ୍ଷତରେ ପାନରସକୁ ପାଣିରେ ମିଶାଇ କୁଳିକରାଯାଏ।
  • ପାନରସକୁ ମୁଣ୍ଡରେ ଘସିଲେ ଉକୁଣୀ ମରିଯାନ୍ତି।
  • ଚକ୍ଷୁରୋଗ, ଅନ୍ଧାରକଣା, ସର୍ପବିଷ, ମୁଣ୍ଡ ଯନ୍ତ୍ରଣା, କାନତଳ ଗ୍ରନ୍ଥିଫୁଲା, ସ୍ତନ ଗ୍ରନ୍ଥିଫୁଲା, କ୍ଷୀର ନିର୍ଗତ, କମ୍ପନ, ଅନିଦ୍ରା ଆଦି ଦୋଷ ହାରକ।
  • କାନପୂଜ ଓ କଣନଖାରେ ଉଷୁମ ପାନରସ ପ୍ରୟୋଗ କରାଯାଏ।
  • ଚର୍ମରୋଗ, କାଛୁକୁଣ୍ଡିଆ, ରମ୍ପା, ଯାଦୁ ଆଦିରେ ଉପକାରୀ। ଚୂନ ସହିତ ଭାତୁଡ଼ି ଓ ବ୍ରଣ ଆଦିରେ ଲେପ ଦେଲେ ଯନ୍ତ୍ରଣା ଉପଶମ କରେ।
  • ପାନର ପେଟପଟେ ପୁରୁଣା ଘିଅ ଲଗାଇ ବଥ ଉପରେ ପାରିଲେ ଘା’ ପଚାଇ ଫଟାଇ ଦିଏ।
  • ପାନମୂଳର ରସ ସାତଗୋଟି ଗୋଲମରିଚ ସହିତ ଖାଇଲେ ଗର୍ଭପାତ କରାଏ ଓ ଗର୍ଭରୋଧ କରେ।
  • ପାନଡେମ୍ଫ ମଳଦ୍ୱାର ଦେଇ ପ୍ରବେଶ କରାଇଲେ ଶିଶୁଙ୍କ ପେଟଫମ୍ପା ଦୂର ହୁଏ।
  • ପନଡେମ୍ଫ ଖାଇଲେ ଗାଈ ଦୁଧିଆଳୀ ହୁଏ।

ଏହାଛଡ଼ା ପାନରୁ ଅନେକପ୍ରକାରର ଔଷଧ, ରଙ୍ଗ, ଲଜେନସ, ଚକୋଲେଟ, ଥଣ୍ଡାପାନୀୟ ଓ ସୋମରସ ପରି ମୃଦୁ ମାଦକ ମଧ୍ୟ ତିଆରି ହୋଇଥାଏ।

ଆଧାର -

"Utkal Sanskrutire pana"

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top