ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପିଆଜର ଔଷଧୀୟ ଗୁଣ
ସେଆର କରନ୍ତୁ

ପିଆଜର ଔଷଧୀୟ ଗୁଣ

ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ ।

ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି

ଭାରତୀୟଙ୍କ ରୋଷେଇ ପ୍ରଣାଳୀରେ ପିଆଜ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ଯାହା ରାନ୍ଧଣାର ସ୍ୱାଦବଢାଇଥାଏ । ପିଆଜରେ ଅନେକ ପ୍ରକାର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଥାଏ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର ସଲଫର ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

ଉପକାରିତା

କେଶର ସୁରକ୍ଷା ପାଇଁ ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । ଆରବ ଦେଶମାନଙ୍କରେ ଚନ୍ଦାପଣ ଓ କେଶ ଝଡିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ । ପିଆଜ ରସରେ ଲୁଣ ଓ ଗୋଲମରିଚ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହେବା ସହ ସିଲ୍କି ହୋଇଥାଏ

ଶ୍ୱାସରୋଗ ରୋଗର ଚିକିତ୍ସାରେ ପିଆଜ ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ । ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ  ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ । ଶ୍ୱାସରୋଗର ଉପଶମ ପାଇଁ ପିଆଜକୁ ଔଷଧ ରୂପେ ବ୍ୟବହାର କରାଯାଏ ।

କର୍କଟ ରୋଗରୁ ସୁରକ୍ଷା ପାଇଁ ପିଆଜ ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ସ୍ତନକର୍କଟ, ମଳାଶୟକର୍କଟ , ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ ।

ଆଧାର କନକ ନ୍ୟୁଜ୍

3.15625
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top