ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପିଲାଙ୍କ ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଛନ୍ତି କି
ସେଆର କରନ୍ତୁ

ପିଲାଙ୍କ ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଛନ୍ତି କି

ପିଲାଙ୍କ ସ୍ମୃତି ଶକ୍ତି ବଢାଇବା ପାଇଁ ଟିପ୍ସ

ପିଲାଙ୍କ ସ୍ମୃତି ଶକ୍ତି ବଢାଇବା

ଯେତେବେଳେ ପିଲାଙ୍କ ସ୍କୁଲ ପରୀକ୍ଷା ପାଖେଇ ଆସେ ପିଲାଙ୍କ ସହ ମାତାପିତାଙ୍କର ବି ଚିନ୍ତା ବଢିଯାଏ ।ପାଠପଢା ସହ ଖାଦ୍ୟପେୟର ବି ଧ୍ୟାନ ରଖିବାକୁ ପଡେ । ଏହି ସମୟରେ ଆପଣ ପିଲାଙ୍କୁ ଏମିତି ଜିନିଷ ଖୁଆନ୍ତୁ ଯାହା ସେମାନଙ୍କର ସ୍ୱାସ୍ଥ୍ୟରେ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ତାସହ ମେମୋରୀ ବି ଷ୍ଟ୍ରଙ୍ଗ ହେବ । ଏମିତି କିଛି ଫଳ ବିଷୟରେ ଜାଣନ୍ତୁ ଯାହା ପିଲାଙ୍କ ସ୍ମୃତିଶକ୍ତି ମଜବୁତ୍ କରିବାରେ ସହାୟକ ହେବ

ଟିପ୍ସ

ସେଓ ଏହା ଏକ ଉତ୍ତମ ଫଳ ଅଟେ । ଏହା ପିଲାଙ୍କୁ ଖାଇବାକୁ ଦେବା ଦ୍ୱାରା ଅନେକ ଉପକାର କରିଥାଏ । ପିଲାଙ୍କ ମେମୋରୀ ପାୱାର ବଢାଇବା ପାଇଁ ଏହା ଏ ଉତ୍ତମ ଖାଦ୍ୟ ଅଟେ । ଏହା ମେମୋରୀବଢାଉଥିବା ନ୍ୟୁରୋଟ୍ରାନ୍ସମିଟର ଏସିଟଲକୋଲିନକୁ ସମତୁଲ ରଖେ ।

କଦଳୀ କଦଳୀରେ ପୋଟାସିୟମର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ପିଲାଙ୍କ ତୀକ୍ଷଣ ବୁଦ୍ଧିର ଉତ୍ପତି ହୁଏ । ଏହା ଦ୍ୱାରା ମସ୍ତିକରେ ନ୍ୟୁରାଟ୍ରାନ୍ସମିଟରକୁ ଉତ୍ତେଜିତ କରିଦିଏ । ମେମୋରୀର ବିକଶିତ ହୋଇଥାଏ ।

ଅଙ୍ଗୁର ଅଙ୍ଗୁରରେ ଭିଟାମିନ ଓ ଆଣ୍ଟି-ଆକ୍ସିଡେଣ୍ଟ ଭରପୁର ଥାଏ । ଯାହା ଦ୍ୱାରା ପିଲାଙ୍କ ଜ୍ଞାନ ସମ୍ବନ୍ଧିୟ କ୍ଷମତା ବିକଶିତ ହୋଇଥାଏ । ମନେରଖିବା ଶକ୍ତି ପ୍ରଖର ହୁଏ ।

ସନ୍ତରା- ପିଲାଙ୍କ ପାଇଁ ଏହା ଏକ ଖୁବ୍ ଉପଯୋଗୀ ଫଳ ଅଟେ । ଏଥିରେ ଭିଟାମିନ -ସି ସହ ସାଇଟୋନ୍ୟୁଟ୍ରିଏଣ୍ଟସ ଓ ଫୋଲିକ୍ ଏସିଡ୍ ଥାଏ । ଯାହା ବୁଦ୍ଧିର ବିକାଶ ପାଇଁ ବହୁତ ଜରୁରୀ ଅଟେ । ଏହା ଖାଇଲେ ପିଲାଙ୍କ ଲର୍ଣ୍ଣିଙ୍ଗ ସ୍କିଲର ବୃର୍ଦ୍ଧି ଘଟେ ।

ଷ୍ଟ୍ରବେରୀ- ଏହି ଫଳରେ ଫିସେଟିନ ନାମକ ଫ୍ଲାବୋନୋଇଡ୍ ମିଳେ । ଯାହା ମେମୋରୀ ବଢାଇବାର ନ୍ୟୁରୋନକୁ ଉତ୍ତେଜିତ କରିବାରେ ସାହାଯ୍ୟ କରିଥାଏ । ଏକ ଡାକ୍ତରୀ ରିପୋର୍ଟ ଅନୁସାରେ ସପ୍ତାହରେ ୨-୩ଥର ଷ୍ଟ୍ରବେରୀ ଖାଇବା ଉଚିତ୍ ।

ଆଧାର : କନକ ନ୍ୟୁଜ

2.95833333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top