ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପୁରୁଷ ମାନେ ଖାଆନ୍ତୁ ବାଦାମ
ସେଆର କରନ୍ତୁ

ପୁରୁଷ ମାନେ ଖାଆନ୍ତୁ ବାଦାମ

ପୁରୁଷ ମାନେ ବାଦାମ ଖାଇଲେ କି ଉପକାର ହୁଏ

ଉପକ୍ରମ

ବାଦାମ, କାଜୁ, ପେସ୍ତା ବାଦାମ ଆଦିରେ ବହୁତ ନ୍ୟୁଟ୍ରିୟଟ୍‌ସ ଭରପୁରମାତ୍ରାରେ ରହିଥାଏ। ଯାହାର ସକରାତ୍ମକ ପ୍ରଭାବ ପୁରୁଷମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ ।

ଯେପରିକି:

  1. ପେସ୍ତାବାଦାମ: ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ଼, ଜିଙ୍କ ଏବଂ ସେଲେନିୟମ ଆଦି ରହିଥାଏ । ଯାହାକି ଶୁକ୍ରାଣୁ ବୃଦ୍ଧିରେ ସହାୟକ ହେବା ସହିତ ପୁରୁଷମାନଙ୍କୁ ସ୍ନେହି ସ୍ୱଭାବର ଏବଂ ରୋମାଣ୍ଟିକ ବନାଇଥାଏ ।
  2. ବାଦାମ: ଏଥିରେ ଫ୍ୟାଟର ପରିମାଣ ଅଧିକ ଏବଂ ଆଣ୍ଟିଅକ୍ସାଇଡ଼ କମ୍‌ ରହିଥାଏ । ଫଳରେ ପୁରୁଷମାନଙ୍କର ମେଦ ହ୍ରାସ ହୋଇଥାଏ । ଏହା ସହ ଶରୀରରେ ହରମୋନ୍‌ର ଉତ୍ପତି ତ୍ୱରାନ୍ୱିତ ହୋଇଥାଏ ।
  3. କାଜୁ ବାଦାମ: ଏଥିରେ ଫ୍ୟାଟର ପରିମାଣ କମ୍‌ ଏବଂ ଜିଙ୍କ ବହୁତ ମାତ୍ରାରେ ରହିଥାଏ। ଏହା ଖାଇବା ଦ୍ୱାରା ଓଜନ କଣ୍ଟ୍ରୋଲରେ ରହିଥାଏ । ଏହା ମଧ୍ୟ ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ । ଫଳରେ ଏହା ଆମକୁ ବନ୍ଧ୍ୟାଦୋଷ ପରି ସମସ୍ୟାରୁ ବଞ୍ଚାଇଥାଏ ।
  4. କିସ୍‌ମିସ୍‌: ଏଥିରେ ଆର୍ଜିନିନ୍‌ ବହୁତ ପରିମାଣରେ ରହିଥାଏ । କେବଳ ଏତିକି ନୁହେଁ ଗ୍ଲୁକୋଜ ଏବଂ ଫକ୍ଟୋଜ୍‌ର ମାତ୍ରା ଅଧିକ ଥାଏ। ଏହା ଖାଇବା ଦ୍ୱାରା ଆପଣ ପୁରାଦିନ କର୍ମଠ ତଥା ଶକ୍ତି ସମ୍ପନ୍ନ ରହିବେ।
  5. ଚିନାବାଦାମ: ଏତିରେ ପ୍ରୋଟିନ୍‌ ଏବଂ ଆର୍ଜିନିନ୍‌ ବହୁତ ପରିମାଣରେ ଥାଏ । ଯାହାକୁ ଖାଇବା ଦ୍ୱାରା ଆପଣଙ୍କର ମାଂସପେଶି ସୁଦୃଢ଼ ହୋଇଥାଏ । ବନ୍ଧ୍ୟାଦୋଷ ପରି ସମସ୍ୟା ପାଇଁ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ ।
  6. ଖଜୁରି କୋଳି: ଏଥିରେ ଗ୍ଲୁକୋଜ, ଜିଭ୍କ ଏବଂ ଫ୍ଲେବୋନାଁଇଡ଼ସ୍‌ ରହିଥାଏ। ଏହାଦ୍ବାରା ପୁରୁଷଙ୍କ ଶରୀରର ଷ୍ଟାମିନା ବଢ଼ିଥାଏ । କେଶ ଝଡ଼ିବା ପରି ସମସ୍ୟାରୁ ମଧ୍ୟ ଏହା ବଞ୍ଚାଇ ପାରିବ ।

ବାଦାମ ମିଶା କ୍ଷୀରର ଉପାଦେୟତା

କ୍ଷୀରରେ କ୍ୟାଲସିୟମ ଏବଂ ଆଇରନ୍‌ର ମାତ୍ରା  ଅଧିକ ଥାଏ । ଏହା ସହିତ ବାଦାମରେ କ୍ୟାଲସିୟମ୍‌, ମ୍ୟାଗ୍‌ନେସିୟମ ପରି ଉପାଦେୟ ଭିଟାମିନ୍‌ ଭରପୁର ମାତ୍ରାରେ ମିଳିଥାଏ । ତେବେ ପ୍ରଥମେ ବାଦାମକୁ ଗୁଣ୍ଡ କରି କ୍ଷରରେ ମିଶାନ୍ତୁ ଏବଂ କିଛି ସମୟ ଫୁଟାଇ ନିଅନ୍ତୁ। ପ୍ରତିଦିନ ଏହି ପରି କରି କ୍ଷୀରକୁ ପିଇବା ଦ୍ୱାରା ଅନେକ ଉପକାର ଆପଣମାନେ ପାଇପାରିବେ।

  1. ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ । ଯାହାଦ୍ୱାରା ଆପଣ ଗଣ୍ଠିବିନ୍ଧା ପରି ସମସ୍ୟାରୁ ମୁକ୍ତିପାଇ ପାରିବେ ।
  2. ଏଥିରେ ପ୍ରୋଟିନ୍‌ର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ମାଂସପେଶୀ ସୁଦୃଢ଼ ହୋଇଥାଏ ।
  3. ବାଦାମ ମିଶା କ୍ଷୀର ପିଇବା ଦ୍ୱାରା କୋଲେଷ୍ଟ୍ରୋଲର ମାତ୍ରା କମିଥାଏ । ଯାହା ହାର୍ଟ ଆଟାର୍କ ପରି ସମସ୍ୟାରୁ ରକ୍ଷା    କରିଥାଏ ।
  4. ଏଥିରେ ଥିବା କ୍ୟାଲସିୟମ୍‌ ଦ୍ୱାରା ଓଜନ ହ୍ରାସ ପାଇଥାଏ ।
  5. ଏଥିରେ ଥିବା ପୋଟାସିୟମ ଯୋଗୁଁ ବ୍ଲଡ଼ ପ୍ରେସର ତଥା ରକ୍ତ ଚାପ କଣ୍ଟ୍ରୋଲ ହେବାରେ ସହାୟକ ହୋଇଥାଏ ।
  6. ଏଥିରେ ଭିଟାମିନ୍‌ ସି’ର ମାତ୍ରା ଅଧିକ ଥାଏ । ଯାହାଫଳରେ ଏହା ତ୍ୱଚାର ସୁନ୍ଦରତା ବୃଦ୍ଧି କରାଇବାରେ ସହାୟକ   ହୋଇଥାଏ ।
  7. ଏଥିରେ ଥିବା ଭିଟାମିନ୍‌ ଏ ଆଖିକୁ ସୁସ୍ଥ ରଖିଥାଏ ।
  8. ଏହା ପିଇବା ଦ୍ୱାରା ଖାଦ୍ୟ ପାଚନ ପ୍ରକ୍ରୀୟା ଠିକ୍‌ ହୋଇଥାଏ । ଯାହା ରୋଗ ଦାଉରୁ ରକ୍ଷା କରିଥାଏ

ଆଧାର: ଖବର ଓଡିଶା

3.08108108108
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top