ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଫିଙ୍ଗନ୍ତୁ ନାହିଁ କାବୁଲି ବୁଟ ପାଣି ! ପ୍ରତିଦିନ ପିଇଲେ ଏହି ୫ ଟି ବଡ଼ ସମସ୍ୟାରୁ ମିଳିବ ମୁକ୍ତି
ସେଆର କରନ୍ତୁ

ଫିଙ୍ଗନ୍ତୁ ନାହିଁ କାବୁଲି ବୁଟ ପାଣି ! ପ୍ରତିଦିନ ପିଇଲେ ଏହି ୫ ଟି ବଡ଼ ସମସ୍ୟାରୁ ମିଳିବ ମୁକ୍ତି

ବୁଟ ର ଉପକାରିତା

କାବୁଲି ବୁଟ

ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ ଯାହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ସେହିଭଳି ଏକ ଖାଦ୍ୟ ହେଉଛି କାବୁଲି ବୁଟ । ସମସ୍ତେ ଜାଣନ୍ତି କାବୁଲି ବୁଟ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ କାବୁଲି ବୁଟର ପାଣି ଯେ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଖୁବ୍ କମ୍ ଲୋକ ଜାଣନ୍ତି । ଏବେ ନଜର ପକାନ୍ତୁ କାବୁଲି ବୁଟ ପାଣିର ୫ ଟି ଫାଇଦା ଉପରେ । ଯାହାକୁ ଜାଣିଲେ ଆପଣ ମଧ୍ୟ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ନଫିଙ୍ଗି ପ୍ରତିଦିନ ଏହାକୁ ପିଇବା ଆରମ୍ଭ କରିଦେବେ ।

ଉପକାରିତା

ଦୁର୍ବଳ ଲାଗି ନଥାଏ

କାବୁଲି ବୁଟ ପାଣିରେ ପ୍ରଚୁର ପରିମାଣର ଆଇରନ୍ ଥାଏ । ଏହାକୁ ପ୍ରତିଦିନ ପିଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

କୋଲେଷ୍ଟ୍ରଲ୍ ସ୍ତର କମ୍ ହୋଇଥାଏ :

କାବୁଲି ବୁଟ ପାଣି ହୃଦ ଜନିତ ଅନେକ ସମସ୍ୟା ଦୂର କରିଥାଏ । କେବଳ ସେତିକି ନୁହେଁ ଏହି ପାଣି ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ କମିଥାଏ ।

ମାଂସପେଶୀ ମଜଭୂତ ହୋଇଥାଏ :

ଏହି ପାଣି ପିଇଲେ ସାଂସପେଶୀ ମଜଭୂତ ହୋଇଥାଏ । ତେଣୁ ଭିଜା ହୋଇଥିବା କାବୁଲି ବୁଟର ପାଣି ନଫିଙ୍ଗି ପ୍ରତିଦିନ ଏହାକୁ ପିଅନ୍ତୁ ।

ଓଜନ ନିୟନ୍ତ୍ରିତ ରହିଥାଏ :

ଏହି ପାଣିରେ ପ୍ରଚୁର ପରିମାଣର ଫାଇବର୍ ରହିଥାଏ । ତେଣୁ ପ୍ରତିଦିନ ଏହି ପାଣି ପିଇଲେ ଓଜନ ନିୟନ୍ତ୍ରିତ ରହିଥାଏ ।

ଚୁଟି ଝଡିବା କମିଥାଏ :

ଏହି ପାଣିରେ ଜିଙ୍କ୍ ଏବଂ କପର୍ ରହିଥାଏ । ଯାହା ଚୁଟି ଝଡିବା କମ୍ କରିବା ସହ ଚେହେରାରେ ମଧ୍ୟ ଚମକ ଆଣିଥାଏ ।

ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ

ବାଦାମ ବା କାଜୁଠାରୁ ଅଧିକ ଲାଭ ଦେଇଥାଏ ଦେଶୀ ବୁଟ । କାରଣ ଦେଶୀ ବୁଟରେ ପ୍ରଚୁର ପରିମାଣର ପ୍ରୋଟିନ୍ , ଭିଟାମିନ୍ ଏବଂ ଫାଇବର୍ ଥାଏ । ପ୍ରତିଦିନ ରାତିରେ କୌଣସି ମାଟି ପାତ୍ର ବା ଚାଇନ୍ ପାତ୍ରରେ ଦେଶୀ ବୁଟ ଭିଜାଇ ସକାଳେ ଖାଆନ୍ତୁ । ସ୍ୱାସ୍ଥ୍ୟ ପାଇଁ ଏହି ବୁଟ ଖବ୍ ଲାଭଦାୟକ । ଏବେ ନଜର ପକାନ୍ତୁ ପ୍ରତିଦିନ ଏହି ବୁଟ ଖାଇଲେ କି ଉପକାର ମିଳିଥାଏ  ।

  • ପ୍ରତିଦିନ ସକାଳେ ଗଜା ବୁଟ ଖାଇଲେ ପାଚନ ତନ୍ତ୍ର ସୁସ୍ଥ  ହୋଇଯାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌  ଅଛି ।
  • ଗଜା ବୁଟ ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି  ପାଇଥାଏ ।
  • ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ, ତେବେ ଗଜା ବୁଟ ଖାଇବା  ଦ୍ୱାରା  ସେହି ସମସ୍ୟା  ରହିବ ନାହିଁ । ଏହା ପାଇଲସ ପାଇଁ ମଧ୍ୟ ଉପକାରୀ ।
  • ଲୁଣ ନ ମିଶାଇ ଗଜା ବୁଟ ଚୋବାଇ  ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ  ମଧ୍ୟ  ହୋଇ ନ ଥାଏ ।
  • ଯଦି ଆପଣ  ପତଳା ଓ ନିଜ ଶରୀରକୁ ଟିକେ ମୋଟା ଦେଖିବାକୁ ଚାହାଁନ୍ତି, ତେବେ  ଏଥିପାଇଁ ମଧ୍ୟ ଗଜା ବୁଟ ଖୁବ୍‌ କାମରେ ଆସେ ।
  • ତେବେ କେବଳ ଦେଶୀ ବୁଟ ନୁହେଁ କାବୁଲି ବୁଟ ଏବଂ ଏହାର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ  । ଏବେ ନଜର ପକାନ୍ତୁ କାବୁଲି ବୁଟ ପାଣିର ୫ ଟି ଫାଇଦା ଉପରେ । ଯାହାକୁ ଜାଣିଲେ ଆପଣ ମଧ୍ୟ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ନଫିଙ୍ଗି ପ୍ରତିଦିନ ଏହାକୁ ପିଇବା ଆରମ୍ଭ କରିଦେବେ ।

ଆଧାର: ଖବର ଓଡିଶା

2.95833333333
ବନମାଳୀ ସିଂ Dec 25, 2017 06:29 AM

ମୁଁ ପତଳା ପିଲା ମୋର ବୟସ 21ବର୍ଷ ମୁଁ ଏହି ଖବର ପାଇ ବହୁତ ଖୁସିହେଲି ମୁଁ ଆପଣଙ୍କ କଥାନୁଯାଇ ନିସ୍ଚୟ କାର୍ଯ କରିବି.

ବନମାଳୀ ସିଂ Dec 25, 2017 06:19 AM

ମୁଁ ପତଳା ପିଲା ମୋର ବୟସ 21ବର୍ଷ ମୁଁ ଏହି ଖବର ପାଇ ବହୁତ ଖୁସିହେଲି ମୁଁ ଆପଣଙ୍କ କଥାନୁଯାଇ ନିସ୍ଚୟ କାର୍ଯ କରିବି.

ବନମାଳୀ ସିଂ Dec 25, 2017 06:17 AM

ମୁଁ ପତଳା ପିଲା ମୋର ବୟସ 21ବର୍ଷ ମୁଁ ଏହି ଖବର ପାଇ ବହୁତ ଖୁସିହେଲି ମୁଁ ଆପଣଙ୍କ କଥାନୁଯାଇ ନିସ୍ଚୟ କାର୍ଯ କରିବି.

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top