অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଦହଜମି ସମସ୍ୟା ଓ ସମାଧ୍ୟାନ

ବଦହଜମି ସମସ୍ୟା ଓ ସମାଧ୍ୟାନ

ବଦହଜମି

ବଦହଜମି ଏକ ସାଧାରଣ ସମସ୍ୟା । ପୃଥିବୀର ଶତକଡ଼ା କୋଡ଼ିଏ ଭାଗ ଲୋକ ସବୁ ସମୟରେ ଏହି ରୋଗରେ ପୀଡ଼ିତ ଥାଆନ୍ତି । ଏହି ରୋଗରେ ଉପର ପେଟରେ ଯନ୍ତ୍ରଣା ହୁଏ । ଏହା ଏକମାସରୁ ଊର୍ଦ୍ଧ୍ଵ ଲାଗି ରହିଲେ, ବଦହଜମି ପାଇଁ ପରୀକ୍ଷା କରାଇନେବା ଉଚିତ । ଯନ୍ତ୍ରଣା ସହିତ ଛାତି ପେଡ଼ିବା, ପେଟଫୁଲିବା, ଆମ୍ବିଳା ହାକୁଟି ମାରିବା ଭଳି ମଧ୍ୟ ଲକ୍ଷଣ ପ୍ରକାଶ ପାଇପାରେ । ଏଭଳି ହେଲେ ସାଧାରଣତଃ ପାକସ୍ଥଳୀ। ଏଣେଣ୍ଡାସ୍କୋପି ପରୀକ୍ଷା କରି ଖାଦ୍ୟନଳୀ, ପାକସ୍ଥଳୀ ଓ ଗ୍ରହଣୀରେ ଘା’, କ୍ୟାନସର ପ୍ରଭୃତି ହୋଇଛି କି ନାହିଁ ବୋଲି ଦେଖିନେବା ଭଲ । ସେହି ସମୟରେ ପାକସ୍ଥଳୀ କାନ୍ଥକୁ ଧୋଇ ସେହି ପାଣିରେ ହେଲିକୋବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ ଅଛି କି ନାହିଁ ମଧ୍ୟ ପରୀକ୍ଷା କରାଯାଏ । ଏହି ଜୀବାଣୁ ଆବିଷ୍କାର କରି ଅଷ୍ଟ୍ରେଲିଆର ଦୁଇଜଣ । ବୈଜ୍ଞାନିକ ଡା, ବାରି ମାର୍ସାଲ ଏବଂ ଡା. ରବିନ ୱାରେନ୍ ୧୯୦୫ ମସିହାରେ ମେଡିସିନ୍‌ରେ  ନୋବେଲ ପୁରସ୍କାର ପାଇଥିଲେ ।

ଆଗରୁ କୁହାଯାଉଥିଲା ।  ପାକସ୍ଥଳୀର ଘା (ପେୟିକ ଅଲସର) । ‘ହରି ଓରି କରି ଯୋଗୁଁ ହୋଇଥାଏ । ଏହାର ଅର୍ଥବ୍ୟସ୍ତବହୁଳ ଜୀବନରେ ଖାଇବା । ପିଇବା ଠିକ୍ ନହେଲେ ଅଧିକ ଚିନ୍ତାଗ୍ରସ୍ତ ହୋଇ କନ୍ଦାକଟା କରି ଅବସାଦରେ ରହିଲେ କିମ୍ବା ବେଶୀ  ମସଲା ତରକାରି ଖାଇଲେ ' ପାକସ୍ଥଳୀରେ ଘା ଓ ବଦହଜମି ହୁଏ । ଏବେ କିନ୍ତୁ ଏହି ଜୀବାଣୁ ଏଚ୍. ପାଇଲୋରି ଏହାର ନିର୍ଦ୍ଦିଷ୍ଟ କାରଣ ବୋଲି କୁହାଯାଉଛି ଏବଂ ସ୍ଵତନ୍ତ୍ର ଆଣ୍ଟିବାୟୋଟିକ୍ ଚିକିତ୍ସା ଦ୍ଵାରା ଏହା ଭଲ ହେଉଛି । ଫଳରେ ପାକସ୍ଥଳୀର ଘା' ଆଉ ଅପରେସନ୍ ହେବା ଆବଶ୍ୟକ ହେଉନାହିଁ ।

୨୦୧୭ ମସିହା ମାଇଁ ମାସରେ ବଦହଜମି ରୋଗ ଚିକିତ୍ସା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାର ପେଟରୋଗ ବିଶେଷଜ୍ଞ ଦଳ ମିଳିତ ଭାବେ ଏକ ଚିକିତ୍ସା ସାରଣୀ ପ୍ରସ୍ତୁତ କରିଛନ୍ତି । ଏହା ଆମେରିକାନ୍ ଜର୍ଣ୍ଣାଲ ଅଫ ଗାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଲା –

ସମସ୍ୟା ଓ ସମାଧ୍ୟାନ

ଷାଠିଏ ବର୍ଷରୁ ଊର୍ଦ୍ଧ୍ଵ ସବୁ ବଦହଜମି ରୋଗୀ ପେଟର ଏଣ୍ଡୋସ୍କୋପି କରି ପାକସ୍ଥଳୀରେ କନ୍ୟାନସର ଅଛିକି ନାହିଁ ଦେଖିନେବା ଦରକାର ।

  • କ୍ଷାଠିଏ ବର୍ଷରୁ କମ୍ ବୟସର ଲୋକମାନେ ଏଚ. ପାଇଲୋରୀ ଜୀବାଣୁ ପାଇଁ ପରୀକ୍ଷା କରାଇବା ଜରୁରୀ । ଏହିଭଳି ରୋଗୀମାନଙ୍କୁ ପାଣ୍ଟ୍ରୋପ୍ରାଜଳ ଲିଭୋ ସଲପ୍ରାଇଡ୍ ଓ ଆଣ୍ଟିବାୟୋଟିକ ଭଳି ଔଷଧ ମାଧ୍ୟମରେ ଚିକିତ୍ସା କରିବା ଆବଶ୍ୟକ -- ଅସ୍ତ୍ରୋପଚାର ଦରକାର ପଡ଼େ ନାହିଁ ।
  • ଯେଉଁ ବଦହଜମି ରୋଗୀମାନଙ୍କର ଏଣ୍ଡୋସ୍କୋପି ପରୀକ୍ଷାରେ ପାକସ୍ଥଳୀ ଘା’, ପାକସ୍ଥଳୀ ପ୍ରଦାହ ଭଳି କିଛି ରୋଗ ବାହାରୁନାହିଁ, ଅଥଚ ସବୁବେଳେ ଉପରପେଟ ପୋଡ଼ାଜଳା କରୁଛି ତଥା ମାନସିକ ସ୍ତରରେ ସେମାନେ ଅସ୍ଥିରତା ଓ ବିଷାଦ ଭୋଗ କରୁଛନ୍ତି, ସେମାନଙ୍କୁ ପୂର୍ବ ଔଷଧ ସହିତ ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ଔଷଧ ଦିଆଯିବା ଆବଶ୍ୟକ । ଏହା ସେମାନଙ୍କୁ ପେଟ ପୋଡ଼ାଜଳାରୁ ସୁରକ୍ଷା ଏବଂ ବିଷାଦରୁ ମୁକ୍ତି ଦେଇଥାଏ ।
  • ଏଭଳି ରୋଗୀଙ୍କୁ ବାରମ୍ବାର ପରୀକ୍ଷା ନକରାଇ ଏହି ପ୍ରକାର ଔଷଧ ସହ ଆୟୁର୍ବେଦୀୟ ଔଷଧ, ତୁଟୁକା ଔଷଧ, ହୋମିଓପାଥ୍ କିମ୍ବା ସିଦ୍ଧ ଔଷଧ ଦିଆଯାଇପାରେ; କିନ୍ତୁ ଏଥିରେ ବେଶି ଉପକାର ମିଳି ନଥାଏ ।
  • ଏହା ସହିତ ଯୋଗ, ପ୍ରାଣାୟାମ, ଧ୍ୟାନ, ଧାରଣା, ଜଳନେତି ଭଳି ଚିକିତ୍ସା ମଧ୍ୟ ସାହାଯ୍ୟ କରେ ।

ପାକସ୍ଥଳୀ ଭିତରେ ରୋଗ ନଥିବା  ବଦହଜମିକୁ ଫଙ୍କସନାଲ ଡିସପେପସିଆରୀ କୁହାଯାଏ । ସେଥିପାଇଁ ମନ ନିୟନ୍ତ୍ରଣ ଏକ ଗୁରୁତ୍ଵପୂର୍ଣ୍ଣ ଉପାୟ । ଏଥିରେ ନିରୋଳା ଆତ୍ମଚିନ୍ତନ ଉପକାର ଦେଇଥାଏ । ବେଳେବେଳେ ଅନ୍ତନଳୀର କାର୍ଯ୍ୟରେ ବାଧା (ଗାଷ୍ଟ୍ରେପରେ ସିସ୍) ଜଟିଳ ଡାଇବେଟିସ୍ ରୋଗ ଯୋଗୁଁ ହୋଇଥାଏ । ସେସବୁ କ୍ଷେତ୍ରରେ ଡାଇବେଟିସର ସଘନ ଚିକିତ୍ସା କରିବା ଆବଶ୍ୟକ ।

ତୁଟୁକା ଚିକିତ୍ସାରେ ଅଦା, ଶୁଣ୍ଠି ଲେପୁରସ, ଲବଙ୍ଗ, ପାନମହୁରି ମଧ୍ୟ ଏକକ ଭାବରେ ବଦହଜମି ପାଇଁ ବ୍ୟବହାର କରାଯାଏ । ଜୀବନଶୈଳୀରେ ପରିବର୍ତ୍ତନ, ସିଗାରେଟ, ବିଡ଼ି, ପାନ, ଗୁଣ୍ଡି, ଗୁଡ଼ାଖୁ ଗୁଟଖା, ମଦପାନରୁ ବିରତି ଏହି ରୋଗରୁ ସୁରକ୍ଷା ଦେଇଥାଏ ।

ଆଧାର : ଡାକ୍ତର ନିରଞ୍ଜନ ତ୍ରିପାଠୀ ଜୀବନ ବିକାଶ, ନିମସାହି, କଟକ

Last Modified : 3/17/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate