ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବହୁ ରୋଗରୁ ମୁକ୍ତି ଦେଇପାରେ ଅଦା
ସେଆର କରନ୍ତୁ

ବହୁ ରୋଗରୁ ମୁକ୍ତି ଦେଇପାରେ ଅଦା

ଅଦାରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ଭାବେ ସହାୟକ ହୋଇଥାଏ।

ବହୁ ରୋଗରୁ ମୁକ୍ତି ଦେଇପାରେ ଅଦା.

ଅଦାରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ଭାବେ ସହାୟକ ହୋଇଥାଏ। ଏଥିରେ ଥିବା ନ୍ୟୁଟ୍ରିଏଟ୍ସ ବହୁତ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାକୁ କଞ୍ଚା, ପେଷିକରି ନଚେତ୍‌ ଶୁଖାଇ ବ୍ୟବହାର କରିପାରିବେ। ଏପରି କରିବା ଦ୍ୱାରା ଆପଣ ଜୀବନ ସାରା ପାଇଁ ସ୍ୱସ୍ଥ ରହିପାରିବେ।

ଅଦାର ଉପକାରିତା

୧. ଅଦା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ। ୨ ଚାମଚ ଅଦାର୪ ସାଙ୍ଗରେ ୨ ଚାମଚ ମହୁ ମିଶାଇ ପ୍ରତିଦିନ ସେବନ କରନ୍ତୁ। ଏହାଦ୍ୱାରା ରକ୍ତ ସଫା ହୋଇଥାଏ।

୨. ଅଦା ରସରେ କର୍ପୁର ମିଶାଇ ଏକ ଲେପ ତିଆରି କରିଥାଆନ୍ତୁ। ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ। ଉପକାର ପାଇବେ।

୩. ୧ ଚାମଚ ଅଦାରସ ଏବଂ ପୁଦିନା ରସ ମିଶାଇ ସନ୍ଧର୍ବ୍ୟ ଲୁଣ ମିଶାଇ ପିଅନ୍ତୁ। ଏହା ପେଟ ଯନ୍ତ୍ରଣାରୁ ରକ୍ଷା କରିଥାଏ।

୪. ଏକ ଚାମଚ ଅଦା ରସ ଏବଂ ଏକ ଗ୍ଲାସ କ୍ଷିର ସହ ମିଶାଇ ପିଅନ୍ତୁ। ଏହା ଦ୍ୱାରା ହିଚକି ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

୫. ୨ ଚାମଚ ଅଦାରସରେ ଏକ ମିଶ୍ରିର ଖଣ୍ଡ ମିଶାଇ ସକାଳେ ଏବଂ ସଂନ୍ଧ୍ୟାରେ ପିଅନ୍ତୁ। ଏହାଦ୍ୱାରା ମୁତ୍ର ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

୬. ଦୁଇ ରୁ ତିନି ଚାମଚ ଅଦା ରସରେ କିଛି ଗୁଡ଼ ମିଶାଇ ସକାଳେ ଏବଂ ସଂନ୍ଧ୍ୟାରେ ପିଅନ୍ତୁ। ଏହାଦ୍ୱାରା ସୁଜନ ପରି ସମସ୍ୟା ଦୂର ହେବ।

୭. ଏକ କପ୍‌ ଅଦାରସରେ ଅଧା କପ୍‌ ତେଲ ମିଶାଇ ଫୁଟାନ୍ତୁ। ପରେ ଏହାକୁ ନିଜ ଗଣ୍ଠିରେ ମାଲିସ୍‌ କରନ୍ତୁ। ଏହା ଗଣ୍ଠି ଜନୀତ ସମସ୍ୟାରୁ ମୁକ୍ତି ଦେଇଥାଏ।

୮. ଏକ ଚାମଚ ଅଦା ରସରେ ଅଧା କପ୍‌

ଆଧାର ଖବର ଓଡିଶା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top