ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବାର୍ଦ୍ଧକ୍ୟ ରେ ହୃଦ୍ ରୋଗ
ସେଆର କରନ୍ତୁ

ବାର୍ଦ୍ଧକ୍ୟ ରେ ହୃଦ୍ ରୋଗ

ବାର୍ଦ୍ଧକ୍ୟ ରେ ହୃଦ୍ ରୋଗ ର ସୂଚନା

ବାର୍ଦ୍ଧକ୍ୟ ରେ  ହୃଦ୍ ରୋଗ

ବିଶ୍ଵ  ସ୍ୱାସ୍ଥ୍ୟ  ସଂସ୍ଥାନ  ଅନୁସାରେ  ଷାଠିଏ  ବର୍ଷରୁ  ଉର୍ଦ୍ଧ୍ଵ  ବୟସକୁ   ବୃଦ୍ଧାବସ୍ଥା  ବୋଲି  କୁହାଯାଏ ତେବେ  ଏହି  ବୃଦ୍ଧାବସ୍ଥାରେ  ହୃଦ୍ ରୋଗ  ଏକ  ଜଟିଳ   ସମସ୍ୟା  ରୂପେ  ଉଭା   ହୋଇଥାଏ ଏଣୁ  ଏଥିପ୍ରତି   ସଚେତନ  ହୋଇପାରିଲେ   ଏହା  ଶରୀର  ପାଇଁ   କୌଣସି  କ୍ଷତି  ପହଞ୍ଚାଇ   ନଥାଏ

ବାର୍ଦ୍ଧକ୍ୟ  ରୋଗ  ବିଶେଷଜ୍ଞମାନେ  ଷାଠିଏ  ବର୍ଷ  ପର  ବୟସକୁ  ତିନି  ଭାଗରେ  ବିଭକ୍ତ  କରିଛନ୍ତି  । ଷାଠିଏରୁ  ଚଉସ୍ତରୀ  ବର୍ଷ  ପର୍ଯ୍ୟନ୍ତ  ଯୁବକ   ବୃଦ୍ଧ , ପଞ୍ଚସ୍ତରୀରୁ  ଚୌରାଅଶି  ପର୍ଯ୍ୟନ୍ତ  ବୃଦ୍ଧ ଓ  ପଞ୍ଚାଅଶି  ପର  ବୟସକୁ  ଜରା  ବୃଦ୍ଧ  ବୋଲି  କୁହାଯାଏ   । ଏହି  ବୟସରେ  ହୃତପିଣ୍ଡ  ଯୁବାବସ୍ଥା  ଭଳି  କାମ  କରିପାରେ  ନାହିଁ   । ହୃତପିଣ୍ଡର  କାମ  ପମ୍ପ  ମାଧ୍ୟମରେ  ସାରା  ଶରୀରରେ  ରକ୍ତ  ଯୋଗାଇବା   । ୧୫୦ ଗ୍ରାମର  ହାତ  ମୁଠା  ଭଳି   ପମ୍ପ   ପାଞ୍ଚଲିଟର  ବିଲାତି   ବାଇଗଣ  ରସ  ଭଳି  ରକ୍ତକୁ  ୧୮୦ ହଜାର  କିଲୋମିଟର  ରକ୍ତବାହୀ  ନଳୀରେ  ଅହରହ  ବଞ୍ଚିଥିବା  ପର୍ଯ୍ୟନ୍ତ  ପହଞ୍ଚାଇଥାଏ   । କିନ୍ତୁ  ବାର୍ଦ୍ଧକ୍ୟରେ  ଏହି  କାର୍ଯ୍ୟ   ଠିକ୍  ଭାବରେ  ହୋଇ  ନଥାଏ  । ଏହି  ବୟସରେ  ହୃଦରୋଗ  ଧମନୀ  ରୋଗ , ଉଚ୍ଚ  ରକ୍ତଚାପ  ରୋଗ , କାରୋନାରୀ  ଧମନୀ  ବନ୍ଦ  ହେବା  ଯୋଗୁଁ  ହୃଦ୍ ଘାତ , ନାଡିଗତିରେ  ଅବ୍ୟବସ୍ଥା , ଷ୍ଟ୍ରୋକ ଓ  ପାରାଲିସିସ୍ , ହାର୍ଟ  ଫେଲ୍ୟୁୟର , ହାତ  ଗୋଡ ଧମନୀରେ  ରୋଗ , ଗଣ୍ଠିବାତ , ମଧୁମେହ , ହାଡ  ପୋରିଆ  ରୋଗ , ମତିଭ୍ରମ , ଡିମେନସିଆ , ଆଲର୍ଜିହିମର ଆଦି  ଭଳି  ରୋଗ  ଶତକଡା  ୧୫ ଜଣରୁ  ଉର୍ଦ୍ଧ୍ଵ  ଲୋକଙ୍କୁ  ହୋଇଥାଏ   । ଏହି  ସଂଖ୍ୟା  ବୟସ  ଅନୁପାତରେ  ବଢୁଥାଏ   । ଏହାର  ଅନ୍ୟ  କାରଣ  ହେଲା  ମାନସିକ  ଷ୍ଟ୍ରେସ ଓ  ଅବସାଦ , ଅଧିକ  ଶାରୀରିକ  ପରିଶ୍ରମ , ନିମୋନିଆ , ପରିସ୍ରା  ସଂକ୍ରମଣ  ଆଦି  ଭଳି  ଜୀବାଣୁ  ରୋଗ , ପଡିଯାଇ  ହାତଗୋଡ  ଅଣ୍ଟା  ଭାଙ୍ଗିଯିବା ଏବଂ ଡାକ୍ତରଖାନାରେ  ଭର୍ତ୍ତି ହେବା , କେତେକ  ଔଷଧ  ଖାଉଥିଲେ  ତା’ର  ବଦଗୁଣ  ।

ରୋଗ  ଥିଲେ  ହୁଏ କ’ଣ

-          ଛାତିରେ  ଯନ୍ତ୍ରଣା  ହୁଏ

-          ହୃତ୍ ପିଣ୍ଡର  ଗତି  କମ୍  ଏବଂ  ବେଶି  ହୋଇଥାଏ

-          କାରୋନାରୀ  ଧମନୀରେ  ଚର୍ବି  ଜମି  ରକ୍ତ  ଯିବା  ନଳୀ  ବନ୍ଦ  ହୋଇଥାଏ   । ଫଳରେ   ହୃଦ୍ ଘାତ  ହୋଇପାରେ  ।

ସବୁଠାରୁ  ବଡ  ସମସ୍ୟା  ହେଉଛି  ହାର୍ଟ  ଫେଲ୍ୟୁୟର  ଅର୍ଥାତ୍  ଅବସନ୍ନ   ହୃତ୍ ପିଣ୍ଡ   । ଏଥିରେ  ହୃତ୍ ପିଣ୍ଡ  ବନ୍ଦ  ହୋଇ ନଥାଏ   । କିନ୍ତୁ  ରକ୍ତ  ସଠିକ୍  ରୂପେ  ଧମନୀ  ଭିତରେ  ସଞ୍ଚାରଣ  କରିପାରେ  ନାହିଁ   । ଏଭଳି   ରୋଗରେ  ପାଦ  ଫୁଲିବା  ଆରମ୍ଭ  ହୋଇଥାଏ  । ପେଟର  ଡାହାଣ  ପାଖରେ  ଯକୃତ  ବଢି  ଦରଜ  ହୋଇଥାଏ   । ଛାତିରେ  ପାଣି  ଜମିଯାଏ   । ନିଶ୍ଵାସ  ନେବାରେ  କଷ୍ଟ  ଅନୁଭବ  କରିବାକୁ  ପଡିଥାଏ   । ରୋଗୀ  ଶୋଇପାରେ  ନାହିଁ   । ବେକମୂଳ  ଶିରା  ଫୁଲିଯାଏ   । ରୋଗୀ  କଷ୍ଟ  କମାଇବା  ପାଇଁ  ବସି ରହେ  । ହୃତ୍ ପିଣ୍ଡର  ବିଭିନ୍ନ  କୋଠରୀ  ଭିତରେ  ରକ୍ତ  ଯିବାଆସିବା  କରିବା  ପାଇଁ  କବାଟ  ଲାଗିଛି   । ଏହାକୁ  କପାଟିକା  ବା  ଭଲଭ  କୁହାଯାଏ  । ବୃହତ୍  ଧମନୀର  ଭଲଭ ସରୁ ହୋଇ  ଆଓଟିକ  ଷ୍ଟେନୋସିସ୍ ଏବଂ ସେଥିରୁ  ରକ୍ତ  ଲିକ୍  କରି ଆଓଟିକ  ରିଗରଜିଟେସନ  ହୋଇଥାଏ   ।   ଏହା  ଯୋଗୁଁ  ମଧ୍ୟ  ହାର୍ଟ  ଫେଲ୍ୟୁୟର  ହୋଇଥାଏ  । ବାର୍ଦ୍ଧକ୍ୟରେ  ହୃଦରୋଗରୁ  ରକ୍ଷା  ପାଇବା  ପାଇଁ  ଦୈନିକ  ବ୍ୟାୟାମ  ଓ  ଅଳ୍ପ  ଓଜନ  ଉଠାଇବା  ଦରକାର   । ଉଚ୍ଚ ରକ୍ତଚାପ , ମଧୁମେହ  ଭଳି  ରୋଗକୁ  ଔଷଧ  ଖାଇ ଆୟତ୍ତ  କରିବା  ଦରକାର  । ଔଷଧ  ଖାଇ  ଉଚ୍ଚ ରକ୍ତଚାପ  ୧୨୦/୮୦  ଏବଂ  ମଧୁମେହରେ  ଏଚ୍ ବି . ଏୱାନସି ୬.୫  ତଳେ  ରହିବା  ଆବଶ୍ୟକ   । ହୃଦ୍ ରୋଗ ବାହାରିଲେ  ଅଭିଜ୍ଞ  ଡାକ୍ତରଙ୍କ   ଦ୍ଵାରା  ବାରମ୍ବାର  ହୃଦ୍ ରୋଗ  ଚେକ୍  କରିବା  ଆବଶ୍ୟକ   । ରକ୍ତା  ଆଖି , ବୃକକ୍ ଓ  ଅନ୍ୟାନ୍ୟ  ଅଙ୍ଗ  ସୁସ୍ଥ  ରଖିବା  ଆବଶ୍ୟକ   । ପନିପରିବା  ଓ ଫଳ  ଅଧିକ  ଖାଇବା  ଆବଶ୍ୟକ   ।

ମାଛ  ସପ୍ତାହରେ   ଦୁଇଥର  ଖାଇବା  ଭଲ   । ବାର୍ଦ୍ଧକ୍ୟରେ  ନିମୋନିଆ , ଇନଫ୍ଲୁଏନ୍ ଜା , ହେପାଟାଇଟିସ୍ ବି ଆଦି  ରୋଗରୁ  ରକ୍ଷା  ପାଇବା  ପାଇଁ  ଟୀକା  ନେବା  ମଧ୍ୟ  ଜରୁରୀ   । ଦୈନିକ  ପ୍ରାର୍ଥନା , ଯୋଗ , ପ୍ରାଣାୟମ , ଧର୍ମ ପୁସ୍ତକ  ପଠନ , ସମାଜସେବା  ଆଦି  ଭଳି  କାର୍ଯ୍ୟରେ   ବ୍ୟାପୃତ  ରହିଲେ  ଉପକାର  ମିଳିଥାଏ   । ମାନସିକ  ଅବସାଦରୁ  ରକ୍ଷା  ଏବଂ  ଭଲ  ନିଦ  ପାଇଁ  ଆଜିକାଲି  ସଙ୍ଗୀତ  ଚିକିତ୍ସା  କରାଯାଉଛି  । ପୁରୁଣା  ଲୋକପ୍ରିୟ  ଗୀତ , ସ୍ଵର , ବାଦ୍ୟ ଓ  ସଙ୍ଗୀତ  ଆଦି  ମାନସିକ  ଶାନ୍ତି  ପ୍ରଦାନ  କରିଥାଏ   ।

ସଂଗୃହିତ : ଡାକ୍ତର  ନିରଞ୍ଜନ  ତ୍ରିପାଠୀ

3.04
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top