অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିପର୍ଯ୍ୟୟ ଓ ଜରୁରୀ ପରିସ୍ଥିତି

ମୁଖ୍ୟ ସନ୍ଦେଶ

ପ୍ରାକୃତିକ  ବିପର୍ଯ୍ୟୟ  ଓ  ଆପଦକାଳୀନ   ପରିସ୍ଥିତିରେ  ପିଲାମାନେ   ଅସୁସ୍ଥ  ହୋଇପଡନ୍ତି  ଓ  ମାନସିକ  ଆଘାତ  ପାଆନ୍ତି   । ତେଣୁ  ତାଙ୍କର  ସ୍ଵତନ୍ତ୍ର   ଯତ୍ନ  ଓ  ତାଙ୍କ  ପ୍ରତି  ଦୃଷ୍ଟି ଦେବା  ଆବଶ୍ୟକ  ।

ହିସାବରୁ  ଜଣାଯାଇଛି  ଯେ  ପୃଥିବୀରେ  ୨.୭ କୋଟି  ଶରଣାର୍ଥୀ ଓ  ୩ କୋଟି  ବିସ୍ଥାପିତ  ଲୋକ  ଅଛନ୍ତି   । ଏମାନଙ୍କ  ଭିତରୁ  ଶତକଡା ୮୦ ଭାଗ  ହେଉଛନ୍ତି  ମହିଳା  ଓ  ଶିଶୁ   । ୧୯୯୦ ରୁ  ୧୯୯୯ ମସିହା  ଭିତରେ  ପ୍ରାୟ  ଦୁଇ ଶହ  କୋଟି  ଲୋକ  ପ୍ରାକୃତିକ  ବିପର୍ଯ୍ୟୟରେ  ପ୍ରଭାବିତ  ହୋଇଛନ୍ତି    । ପ୍ରାକୃତିକ  ବିପର୍ଯ୍ୟୟରେ  ଗରିବ  ଲୋକମାନେ  ଅଧିକ  କ୍ଷତିଗ୍ରସ୍ତ  ହୋଇଥା’ନ୍ତି   । ଏଥିରେ  ହେଉଥିବା  ମୃତ୍ୟୁର  ପ୍ରାୟ  ୯୦ ଭାଗ  କେବଳ  ବିକାଶମୁଖୀ  ଦେଶମାନଙ୍କରେ  ହୋଇଥାଏ   ।

ସାରା  ପୃଥିବୀରେ  ଗତ  ଦଶ  ବର୍ଷ  ଭିତରେ  ବିଭିନ୍ନ  ବିବାଦରୁ  ପ୍ରାୟ  ୯୦ ଲକ୍ଷ  ପିଲା  ମରିଛନ୍ତି  , ଆଘାତ  ପାଇଛନ୍ତି , ଅନାଥବା  ବାପା ମା’ଙ୍କ  ଠାରୁ  ଅଲଗା  ହୋଇ  ଯାଇଛନ୍ତି    ।

ଯାହା  ଜାଣିବା  ହେଉଛି   ପ୍ରତ୍ୟକ  ପରିବାର  ଓ  ଗୋଷ୍ଠୀର  ଅଧିକାର

୧. ପ୍ରାକୃତିକ  ବିପର୍ଯ୍ୟୟ  ଓ  ଜରୁରୀ  ପରିସ୍ଥିତିରେ  ଶିଶୁମାନଙ୍କୁ  ଆବଶ୍ୟକ  ସ୍ଵାସ୍ଥ୍ୟସେବା , ମିଳିମିଳା  ଟିକା  ଏବଂ  ଯଥେଷ୍ଟ  ଖାଦ୍ୟ  ଦେବା  ଜରୁରୀ   ।

୨. ଜରୁରୀ  ପରିସ୍ଥିତି  ସମୟରେ  ମା’କ୍ଷୀର  ଖୁଆଇବା  ବିଶେଷ  ଦରକାର   ।

୩. ଯୁଦ୍ଧ  ବା  ବିପର୍ଯ୍ୟୟ  ସମୟରେ  ଶିଶୁମାନେ  ତାଙ୍କ  ବାପା ମା’ ଓ  ପରିବାରର  ଅନ୍ୟ ଲୋକଙ୍କ  ଯତ୍ନରେ  ରହିବା  ଉଚିତ  । ତାହେଲେ  ସେମାନେ  ନିଜକୁ  ବେଶୀ  ସୁରକ୍ଷିତ  ମନେ  କରିବେ    ।

୪. ଘରେ  ଝଗଡା  ହେଲେ  , ଯୁଦ୍ଧ  ବା  ସେହିଭଳି  ବିପର୍ଯ୍ୟୟ  ସମୟ  ଆସିଲେ  ଶିଶୁ  ଡରିଯାଏ  ଓ  ରାଗିଯାଏ  । ଏଭଳି  ଘଟଣା  ଘଟିଲେ  ଶିଶୁମାନଙ୍କର  ସ୍ଵତନ୍ତ୍ର   ଯତ୍ନ  ଓ  ଅଧିକ  ସ୍ନେହ  ଦରକାର  ହୁଏ  । ତାଙ୍କର  ମନକଥା  ଓ  ଅନୁଭୂତି  ଖୋଲି  କହିବା  ପାଇଁ  ସେମାନଙ୍କୁ  ସୁଯୋଗ   ଦେବା  ଦରକାର   ।

୫. ଲ୍ୟାଣ୍ଡମାଇନ  ଓ  ଅଫୁଟା  ଗୋଳା  ଖୁବ୍  ବିପଦଜନକ   । ସେସବୁକୁ  ଛୁଇଁବା  ବା ତା’ ଉପରେ ଗୋଡ  ପକାଇବା  ଉଚିତ  ନୁହେଁ   । ପିଲାମାନେ  ଖେଳିବା  ପାଇଁ  ସୁରକ୍ଷିତ  ଜାଗା  ଛାଡିଦେବା   ଦରକାର   । କିଛି  ଅଜଣା  ଜିନିଷ  ନଛୁଇଁବା  ପାଇଁ  ତାଙ୍କୁ  ବୁଝାଇଦେବା   ଉଚିତ   ।

ପ୍ରାକୃତିକ  ବିପର୍ଯ୍ୟୟ  ଓ  ଜରୁରୀ  ପରିସ୍ଥିତିରେ  ଶିଶୁମାନଙ୍କୁ  ଆବଶ୍ୟକ  ସ୍ଵାସ୍ଥ୍ୟସେବା

ପ୍ରାକୃତିକ  ବିପର୍ଯ୍ୟୟ  ଓ  ଜରୁରୀ  ପରିସ୍ଥିତିରେ  ଶିଶୁମାନଙ୍କୁ  ଆବଶ୍ୟକ  ସ୍ଵାସ୍ଥ୍ୟସେବା , ମିଳିମିଳା  ଟିକା  ଏବଂ  ଯଥେଷ୍ଟ  ଖାଦ୍ୟ  ଦେବା  ଜରୁରୀ   ।

ବହୁତ  ଲୋକ  ଏକାଠି  ରହୁଥିଲେ  ରୋଗ  ଶୀଘ୍ର  ବ୍ୟାପିଯାଏ   । ତେଣୁ  ଖୁନ୍ଦାଖୁନ୍ଦି  ହୋଇ  ରହୁଥିବା  ଶରଣାର୍ଥୀ  ଶିବିର  ବା  ବିପର୍ଯ୍ୟୟ  ଆଶ୍ରୟସ୍ଥଳକୁ  ଆସିବା  ମାତ୍ରେ  ଶିଶୁକୁ  ପ୍ରତିଷେଧକ  ଟିକା  ବିଶେଷ  କରି  ମିଳିମିଳା  ପାଇଁ  ଟିକା  ଦେବା  ଜରୁରୀ  । ଏମାନଙ୍କୁ  ଅଧିକ  ଜୀବସାର  କ  ମଧ୍ୟ  ଦେବା  ଜରୁରୀ    ।

ଜରୁରୀ  ପରିସ୍ଥିତିରେ  ସବୁ  ପ୍ରକାରର  ପ୍ରତିଷେଧକ  ଟିକା  ଦେବା  ପାଇଁ  ସିରିଞ୍ଜ  ମାତ୍ର  ଥରେ  ବ୍ୟବହାର  କରିବା  ଉଚିତ   ।

ମନ୍ଦପୁଷ୍ଟ  ବା  ଅସ୍ଵାସ୍ଥ୍ୟକର   ପରିବେଶରେ  ରହୁଥିବା  ଶିଶୁ  ପାଇଁ  ମିଳିମିଳା  ବହୁତ  ବିପଦଜନକ  ହୋଇପାରେ   ।

  • ମିଳିମିଳା  ବହୁତ  ଶୀଘ୍ର  ବ୍ୟାପିଯାଏ  । ତେଣୁ  ମିଳିମିଳା  ହୋଇଥିବା  ଶିଶୁ  ଅନ୍ୟ  ଶିଶୁଙ୍କଠାରୁ  ଅଲଗା  ରହିବା  ଉଚିତ   । ତାକୁ  ଜଣେ  ସ୍ୱାସ୍ଥ୍ୟକର୍ମୀ   ପରୀକ୍ଷା  କରିବା  ଓ  ଅଧିକା  ଜୀବସାର କ  ଦେବା  ଦରକାର   ।
  • ଅଧିକାଂଶ  ସମୟରେ  ମିଳିମିଳାରୁ  ତରଳ  ଝାଡା  ହୋଇଥାଏ  । ମିଳିମିଳା  ପାଇଁ  ପ୍ରତିଷେଧକ  ଟିକା  ଦେଲେ  ତରଳ  ଝାଡା  ଓ  ଫୁସ୍ ଫୁସ୍   ପ୍ରଦାହ  ହୋଇନଥାଏ   ।

ଯଦି  କୌଣସି  କାରଣରୁ   ଶିଶୁ  ପ୍ରଥମ  ବର୍ଷ  ଭିତରେ  ସବୁ  ପ୍ରକାରର  ଟିକା  ନେଇନଥାଏ, ତେବେ  ଯେତେ  ଶୀଘ୍ର  ସମ୍ଭବ  ତା’ର  ପ୍ରତିରୋଧୀକରଣ  ପୂରା  କରିବା  ଆବଶ୍ୟକ   ।

ଜରୁରୀ  ପରିସ୍ଥିତି  ସମୟରେ  ମା’କ୍ଷୀର  ଖୁଆଇବା  ବିଶେଷ  ଦରକାର   ।

ପରିବାରର  ଅନ୍ୟମାନେ , ଅନ୍ୟ  ମା’, ଜଣେ  କୁଶଳୀ  ସ୍ୱାସ୍ଥ୍ୟକର୍ମୀ  କ୍ଷୀର  ଖୁଆଉଥିବା  ମା’କୁ  ବହୁତ  କଥା  ବତାଇପାରିବେ   । ପ୍ରଥମ  ଛଅମାସ  ଯାଏଁ  କେବଳ  ମା’କ୍ଷୀର  ଏବଂ  ଅନ୍ତତଃ  ଦୁଇବର୍ଷ  ବା ତା’  ପରଯାଏଁ  ଅନ୍ୟ  ଖାଦ୍ୟ  ସହିତ  କ୍ଷୀର   ଦେବା  ଜାରି  ରଖିବାକୁ  କହିପାରିବେ   । ଛଅମାସର  ହୋଇଗଲେ  ଛୁଆକୁ  ମା’କ୍ଷୀର   ସହିତ   ଅନ୍ୟ  ଖାଦ୍ୟ  ମଧ୍ୟ  ଯଥେଷ୍ଟ  ପରିମାଣର   ଦେବା  ଦରକାର   ।

ମାନସିକ  ଚାପରେ  ଥିବା  ମା’ଙ୍କୁ  ବୁଝାଇବା  ଦରକାର  ଯେ  ତାହା  କ୍ଷୀର  ଖୁଆଇବା  ଉପରେ   ପ୍ରଭାବ  ପକାଏନାହିଁ    ।

ଶିଶୁର  ଅସୁସ୍ଥତା ଓ  ମୃତ୍ୟୁ  ନହେବା   ପାଇଁ  ଛଅମାସ  ଯାଏଁ  କେବଳ  ମା’କ୍ଷୀର  ଦେବା  ଜରୁରୀ   ।

ଯଦି  ଶିଶୁକୁ  ଅନ୍ୟ  ଖାଦ୍ୟ  ଦେବା  ଆବଶ୍ୟକ  ହୁଏ  ତେବେ  ସ୍ଵାସ୍ଥ୍ୟକର   ଭାବରେ  ଖାଦ୍ୟ  ତିଆରି  ବିଷୟରେ  ମା’ ବା  ଯତ୍ନକାରୀଙ୍କୁ  ପରାମର୍ଶ  ଦେବା  ଜରୁରୀ  । କୃତିମ  ଖାଦ୍ୟ  ଖାଉଥିବା  ଶିଶୁକୁ  ଅଧିକ  ଗେଲ  କରିବା  ଓ  ଧରିବା  ଦରକାର   । ବୋତଲରୁ  ଖାଉଥିବା  ବେଳେ  ସେମାନଙ୍କୁ  କେବେ  ବି  ଏକା  ଛାଡିବା  କଥା  ନୁହେଁ   । କପ୍ ରେ  ଖୁଆଇବା  ଭଲ   ।

ଯୁଦ୍ଧ  ବା  ବିପର୍ଯ୍ୟୟ ସମୟ

ଯୁଦ୍ଧ  ବା  ବିପର୍ଯ୍ୟୟ  ସମୟରେ  ଶିଶୁମାନେ  ତାଙ୍କ  ବାପା ମା’ ଓ  ପରିବାରର  ଅନ୍ୟ ଲୋକଙ୍କ  ଯତ୍ନରେ  ରହିବା  ଉଚିତ  । ତାହେଲେ  ସେମାନେ  ନିଜକୁ  ବେଶୀ  ସୁରକ୍ଷିତ  ମନେ  କରିବେ    ।

ଜରୁରୀ  ପରିସ୍ଥିତି   ସମୟରେ  ପିଲା  ଯେପରି  ସେମାନଙ୍କ  ବାପା ମା’  ବା  ଯତ୍ନକାରୀଙ୍କ  ଠାରୁ  ଅଲଗା  ହୋଇନଯାଆନ୍ତି   ତାହା  ଦେଖିବା  ସରକାର , ଅଧିକାରୀ , ଜାତିସଂଘ  (ସରକାରଙ୍କ  ଅନୁପସ୍ଥିତିରେ) ଙ୍କ  ଦାୟିତ୍ଵ  ହେବା  ଉଚିତ   ।

ଅଲଗା  ହୋଇ  ଯାଇଥିବା  ପିଲାକୁ  ସ୍ଵତନ୍ତ୍ର  ଯତ୍ନ  ଏବଂ  ସୁରକ୍ଷା  ଦେବା  ସରକାର  କିମ୍ବା  ଅଧିକାରୀଙ୍କର  ଦାୟିତ୍ଵ  ହେବା  ଉଚିତ   । ପିଲାର  ବାପା  ମା’  ଓ  ପରିବାର  ଲୋକଙ୍କୁ  ଖୋଜି  ସେମାନଙ୍କୁ  ପୁଣି  ଏକାଠି  କରିବା  ମଧ୍ୟ  ସରକାରଙ୍କ  ଦାୟିତ୍ଵ   ।

ଜରୁରୀ  ପରିସ୍ଥିତି  ସମୟରେ  ପରିବାରଠାରୁ  ଅଲଗା  ହୋଇଯାଇଥିବା  ପିଲାମାନଙ୍କର  କିଛି  ସମୟ  ପାଇଁ  ଯତ୍ନ  ଆବଶ୍ୟକ   । ପିଲା  ପୁଣି  ଥରେ   ପରିବାର  ଶହ  ଏକାଠି  ହେବା  ବା  ଗୋଟିଏ  ପାଳକ  ପରିବାର  ପାଇବା  ଯାଏଁ  ଯେତେଦୂର   ସମ୍ଭବ  ଏହି  ଅସ୍ଥାୟୀ  ସହାୟତା  ପିଲାର  ନିଜ  ଗୋଷ୍ଠୀର  କୌଣସି  ପରିବାର  ଦ୍ଵାରା  ହେବା  ଉଚିତ   ।

ଜରୁରୀ  ପରିସ୍ଥିତିରେ  ବାପା  ମା’ଙ୍କଠାରୁ  ଅଲଗା  ହୋଇ  ଯାଇଥିବା   ପିଲାଙ୍କୁ  ଅନାଥବୋଲି  ଧରିନେବା  ଉଚିତ  ନୁହେଁ  ବା  ସେମାନଙ୍କୁ  ପୋଷ୍ୟସନ୍ତାନ   ଭାବରେ  ଦେବା  ଠିକ୍  ନୁହେଁ   । ବାପାମା’  ବା  ପରିବାରର  ଅନ୍ୟ  ଲୋକଙ୍କ  ବିଷୟରେ  ସଠିକ  ଖବର  ନପାଇବା  ଯାଏଁ  ଧରିନେବାକୁ  ହେବ  ଯେ  ସେମାନଙ୍କ  ପରିବାର  ଲୋକ  ବଞ୍ଚିଛନ୍ତି   । ଯଦି  ବାପାମା’  ବା  ପାଖ  ଲୋକ  ଆଉ  ମିଳିବେ  ନାହିଁ   ତେବେ  ସବୁଠାରୁ  ଭଲ  ହେବ  ଯଦି  ପିଲାକୁ  ତାଙ୍କ  ନିଜ  ପରିବାର  ବା  ଗୋଷ୍ଠୀ  ଭିତରେ  କେହି  ପୋଷ୍ୟସନ୍ତାନ  ଭାବରେ  ଗ୍ରହଣ  କରିନିଅନ୍ତି    । ଏହା  ସମ୍ଭବ  ନହେଲେ  ଯାଇ  ଅନ୍ୟ  ସଂସ୍କୃତିର  ବା  ଦେଶର  ପରିବାର   ତାକୁ  ପୋଷ୍ୟସନ୍ତାନ  ଭାବରେ  ଗ୍ରହଣ  କରିବା  କଥା  ଚିନ୍ତା  କରିବା  ଦରକାର   ।

ଆଉ  ଗୋଟିଏ  ପରିବାର  ବା  ଦେଶରେ  ଯାଇ  ଚାଲିବା  ପିଲା  ପାଇଁ  ମାନସିକ  ଚାପ  ଆଣିଥାଏ  । ଶରଣାର୍ଥୀ  ପିଲାଙ୍କ  ପାଇଁ  ନୂଆ  ଭାଷା  ଓ  ସଂସ୍କୃତି  ଶିଖିବା  ଆହୁରି  ଅଧିକା  ବୋଝ  ହୋଇଥାଏ   ।

ବିପର୍ଯ୍ୟୟ  ସମୟ  ଆସିଲେ  ଶିଶୁ  ଡରିଯାଏ  ଓ  ରାଗିଯାଏ

ଘରେ  ଝଗଡା  ହେଲେ , ଯୁଦ୍ଧ  ବା  ସେହିଭଳି  ବିପର୍ଯ୍ୟୟ  ସମୟ  ଆସିଲେ  ଶିଶୁ  ଡରିଯାଏ  ଓ  ରାଗିଯାଏ  । ଏଭଳି  ଘଟଣା  ଘଟିଲେ  ଶିଶୁମାନଙ୍କର  ସ୍ଵତନ୍ତ୍ର   ଯତ୍ନ  ଓ  ଅଧିକ  ସ୍ନେହ  ଦରକାର  ହୁଏ  । ତାଙ୍କର  ମନକଥା  ଓ  ଅନୁଭୂତି  ଖୋଲି  କହିବା  ପାଇଁ  ସେମାନଙ୍କୁ  ସୁଯୋଗ   ଦେବା  ଦରକାର   ।

ଯେତେବେଳେ  ପରିଚିତ  ଲୋକ , ଘରଦ୍ଵାର , ଜିନିଷପତ୍ର  ହଜିଯାଏ  ଏବଂ  ବଡମାନେ  ବହୁତ  ଉଦାସ  ହୋଇଯାଆନ୍ତି  ବା  ଅନ୍ୟମନସ୍କ  ରହନ୍ତି , ସେତେବେଳେ  ପିଲାମାନେ  ଖୁବ୍  ଡଋଯାଆନ୍ତି  ଓ  ନିଜକୁ  ଅବହେଳିତ  ମନେକରନ୍ତି   ।

ସଙ୍କଟରେ  ବା  ଜରୁରୀକାଳିନ  ପରିସ୍ଥିତିରେ  ବାପାମା’ଙ୍କ  ପକ୍ଷରେ  ପିଲାଙ୍କୁ  ଧ୍ୟାନ  ଓ  ସୁରକ୍ଷା  ଦେବା  କଷ୍ଟର  କଥା  ହୋଇପଡେ    ।

କଷ୍ଟଦାୟକ  ଓ  ହିଂସାତ୍ମକ  ଅନୁଭୂତି  ପରେ  ପିଲାର   ମାନସିକ  ଉଦ୍ ବେଗ   ବା  ଅସ୍ଵାଭାବିକ  ଚାଲିଚଳଣ  ଦେଖାଯାଏ  । କିଛି  ପିଲା  ଚୁପ  ହୋଇଯାଆନ୍ତି , ଆଉ  କିଛି  ପିଲା  ଉଗ୍ର  ହୋଇଯାଆନ୍ତି  । କିଛି  ପିଲାଙ୍କର  ଡର  ନଯାଇଥିଲେ  ବି  ସେମାନେ   ପରିସ୍ଥିତି  ଶହ  ଖାପ  ଖୁଆଇ  ପାରିଛନ୍ତି   ବୋଲି  ଦେଖାନ୍ତି  । ଅନେକ  ଦିନ  ଧରି  ହିଂସାତ୍ମକ  ପରିସ୍ଥିତି  ଲାଗିରହିଲେ   ପିଲାମାନେ  ସେଥିରେ  ଅଭ୍ୟସ୍ତ  ହୋଇଯାଆନ୍ତି   । ତଥାପି  ଏହା  ପିଲାଙ୍କୁ   ବହୁତ  ବାଧେ  ।

ସେମାନଙ୍କ  ମନକଥା  ବୁଝିବା  ପାଇଁ  କେହି  ନମିଳିଲେ  ସେମାନେ  ଆହୁରି  ଅଧିକ  ଉଦାସ  ହୋଇଯାଆନ୍ତି   ।

  • ନିୟମିତ  କାର୍ଯ୍ୟକ୍ରମ  - ସ୍କୁଲ  ଯିବା , ସବୁଦିନ  ଭଳି  ସମୟରେ  ଖାଇବା  ଓ  ଶୋଇବା  - ଆଦି  କରିବା  ଦ୍ଵାରା  ପିଲା  ନିଜକୁ  ସୁରକ୍ଷିତ  ମନେକରେ   ।
  • କିଛି  ମଜା  କାମ  କରିବା  ଦ୍ଵାରା  ପିଲାର  ମାନସିକ  ଚାପ  କମିଥାଏ  । ଖେଳ , ଅନ୍ୟ  ମନୋରଞ୍ଜନ  କାର୍ଯ୍ୟକ୍ରମ  ପାଇଁ   ଶିବିର  ଭିତରେ  ସୁବିଧା  ଜାଗା  ଓ  ସୁଯୋଗ  ସୃଷ୍ଟି  କରିବା  ଆବଶ୍ୟକ   । ଚିତ୍ର  ଆଙ୍କିବା , କଣ୍ଢେଇ  ଶହ  ଖେଳିବା  ଦ୍ଵାରା  ପିଲା  ତା’ର  ମନର  ଆବେଗକୁ  ପ୍ରକାଶ   କରିଥାଏ  ଓ  ପରିସ୍ଥିତିକୁ   ଗ୍ରହଣ   କରିଥାଏ   । ଏଭଳି  ପରିସ୍ଥିତି  ବିଷୟରେ  ସେ  ନାଟକ  କରେ  । ଏହା  ବହୁତ  ସାଧାରଣ  କଥା  ଓ  ଏହା  ମାଧ୍ୟମରେ  ସେ  ଘଟଣାର  ପ୍ରଭାବକୁ   ଗ୍ରହଣ   କରିପାରେ   ।
  • ପିଲା  ସେମାନଙ୍କ  ଅସୁବିଧା  ବିଷୟରେ  କହିବା  ଦରକାର  । ସେମାନେ  ନିଜକୁ  ପ୍ରକାଶ  କରିବା  ପାଇଁ  ଉତ୍ସାହିତ  କରିବା  ଆବଶ୍ୟକ , କିନ୍ତୁ  ସେମାନଙ୍କୁ  ବାଧ୍ୟ  କରିବା  ଉଚିତ  ନୁହେଁ   । ସେମାନେ  କ’ଣ  ଦେଖିଛନ୍ତି  ଓ  ଅନୁଭବ  କରିଛନ୍ତି  ସେ  ବିଷୟରେ  ଶୁଣିବା  ଉଚିତ   ।
  • ତିନିରୁ  ଛଅ  ବର୍ଷର  ପିଲା  କୌଣସି  ଘଟଣା  ପାଇଁ  ନିଜକୁ  ଦାୟୀ  କରିପାରେ   । ଏହି  ଭାବନା  ଯୋଗୁ  ସେମାନେ  ନିଜକୁ  ଦୋଷୀ  ମନେ  କରିପାରନ୍ତି   । ଏହି  ପିଲାମାନଙ୍କ   ପାଇଁ  ଜଣେ  ଯତ୍ନବାନ   ବଡଲୋକର  ସହାୟତା  ଦରକାର   ।
  • ପିଲାର  ସବୁବେଳେ  ଆଶ୍ଵାସନା  ଦରକାର  । ତାକୁ  ଗାଳି  ବା  ଦଣ୍ଡ  ଦେବା  ଉଚିତ  ନୁହେଁ   । ଯଦି  ପରିବାରର  କେହି  ବାହାରକୁ   ଯିବାର  ଥାଏ  ତେବେ  ପିଲାକୁ   ଆଗରୁ  କହିବା  ଆବଶ୍ୟକ  । ଲୋକ  ଜଣକ  କୁଆଡେ  ଯାଉଛନ୍ତି , କେବେ  ଫେରିବେ , ସେମାନେ  ନଥିଲାବେଳେ  ପିଲାର   ଯତ୍ନ  କିଏ  ନେବେ  ସେ  ବିଷୟରେ  ପିଲାକୁ  କହିବା  ଦରକାର   ।
  • କିଶୋରମାନେ  ଯୁଦ୍ଧ ଓ  ଗଭୀର  ଦୁଃଖଦାୟକ  ପରିସ୍ଥିତି  ବିଷୟରେ  ବେଶ୍  କିଛି  ବୁଝିପାରନ୍ତି    । ସେଥିପାଇଁ  ସେମାନେ  ଛୋଟ  ପିଲାଙ୍କ  ଆପେକ୍ଷା  ଅଧିକ  ମାନସିକ  ଚାପ  ପାଇଥା’ନ୍ତି  ଏବଂ  ପରିସ୍ଥିତିକୁ  ସମ୍ଭାଳି  ପାରିଲେ   ନାହିଁ  ଭାବି  ନିଜକୁ ଦୋଷ  ଦିଅନ୍ତି  । ସେମାନେ  ପରିସ୍ଥିତିକୁ  ସମ୍ଭାଳିଗଲା  ଭଳି  ଦେଖାଇଲେ  ମଧ୍ୟ  ଏଭଳି  ଦୁଃଖଦାୟକ  ପରିସ୍ଥିତିକୁ  ସାମନା  କରିବା  ପାଇଁ  ସେମାନଙ୍କର  ମାନସିକ  ପରିପକ୍ଵତା  ନଥାଏ   । ରାଗ  ଓ  ହତାଶାକୁ  ସାମନା   କରିବା  ପାଇଁ  ବେଳେ  ବେଳେ  ସେମାନେ  ସେମାନେ  ଉଗ୍ର  ହୋଇଯାଆନ୍ତି   । ସେମାନେ  ଅଧିକାରୀଙ୍କ  ବିରୁଦ୍ଧରେ  ବିଦ୍ରୋହ , ନିଶାଦ୍ରବ୍ୟ ସେବନ  ବା  ଚୋରୀ  କରନ୍ତି   । କିମ୍ବା  ଚୁପଚାପ  ଓ  ଭୟାଳୁ  ହୋଇଯାଆନ୍ତି  ଏବଂ  ଦୁଃଖଦ  ଅନୁଭୂତି  ଆସିବା  ବୋଲି   ଆଶଙ୍କା  କରନ୍ତି   । ସେମାନଙ୍କୁ  ସାହାଯ୍ୟ  କରିବା  ପାଇଁ  ଗୋଷ୍ଠୀର  କୌଣସି  କାମରେ  ଲଗାଇଲେ  ତାହା  ବହୁତ  ଫଳପ୍ରଦ  ହୋଇଥାଏ    ।
  • କିଶୋରମାନେ  ପରିବାର  ଲୋକଙ୍କ  ଉପରେ  ବିଶ୍ଵାସ  ହରାଇଲେ   ତାଙ୍କ  ପାଇଁ  ସାଙ୍ଗସାଥି , ଶିକ୍ଷକ ଓ  ଗୋଷ୍ଠୀର  ଲୋକମାନେ  ବିଶେଷ  ସହାୟକ  ହୋଇପାରନ୍ତି   । ଏମାନେ  ବିଶ୍ଵାସୀ  ସାଥି  ଓ  ବଡଲୋକଙ୍କ  ଆଗରେ  ନିଜର  ଅନୁଭୂତି  କହିବା  ପାଇଁ  ଉତ୍ସାହିତ  ହେବା  ଜରୁରୀ  ଏବଂ  ଗୋଷ୍ଠୀର  ଥଇଥାନ   କାର୍ଯ୍ୟକ୍ରମରେ  ଭାଗ  ନେବା  ଦରକାର  ।
  • ପିଲାଙ୍କର   ମାନସିକ  ଉଦ୍ ବେଗ  ଯଦି  ବହୁତ  ଅଧିକ  ଥାଏ  ଓ  ଏହା  ବହୁତ  ଦିନ  ଧରି  ରହେ , ସେମାନଙ୍କ  ପାଇଁ  ପରାମର୍ଶଦାତାଙ୍କ  ସହାୟତା  ଆବଶ୍ୟକ   ।

ଲ୍ୟାଣ୍ଡମାଇନ  ଓ  ଅଫୁଟା  ଗୋଳା  ଖୁବ୍  ବିପଦଜନକ

ସେସବୁକୁ  ଛୁଇଁବା  ବା ତା’ ଉପରେ  ଗୋଡ  ପକାଇବା  ଉଚିତ  ନୁହେଁ   । ପିଲାମାନେ  ଖେଳିବା  ପାଇଁ  ସୁରକ୍ଷିତ  ଜାଗା  ଛାଡିଦେବା   ଦରକାର   । କିଛି  ଅଜଣା  ଜିନିଷ  ନଛୁଇଁବା  ପାଇଁ  ତାଙ୍କୁ  ବୁଝାଇଦେବା   ଉଚିତ   ।

ଲ୍ୟାଣ୍ଡମାଇନ  ବହୁତ   ଆକାର , ପ୍ରକାର ଓ  ରଙ୍ଗର  ହୋଇଥାଏ   । ଏଗୁଡିକ  ମାଟି  ତଳେ  ପୋତା  ହୋଇ  ଥାଇପାରେ  କିମ୍ବା  ଘାସରେ , ଗଛରେ  ବା  ପାଣି   ଭିତରେ  ଲୁଚାଇ  ରଖାଯାଇ  ଥାଇପାରେ   । ବର୍ଷା , ପାଣି , ପବନ  ଆଦିର  ପ୍ରଭାବରେ  କଳଙ୍କି  ଧରିଯାଇଥିବା  ବୋମାଗୁଡିକୁ  ଚିହ୍ନଟ  କରିବା   କଷ୍ଟ , କିନ୍ତୁ  ସେଗୁଡିକ   ସବୁବେଳେ   ବିପଦଜନକ   ।

ଲ୍ୟାଣ୍ଡମାଇନ   ସାଧାରଣତଃ  ଦେଖାଯାଏ  ନାହିଁ   । ତେଣୁ  ସାମରିକ  କ୍ରିୟାକଳାପ   ଚାଲିଥିବା   ଅଞ୍ଚଳ , ପରିତ୍ୟକ୍ତ  ବା  ଆରମା  ଅଞ୍ଚଳରେ   ଏହା  ପ୍ରତି  ଅଧିକ  ସାବଧାନ   ହେବା  ଦରକାର   । ବୋମା  ଥିବା  ଅଞ୍ଚଳକୁ  ଖପୁରୀ  ଓ  ହାଡଛକି   ଚିତ୍ର , ଦୁଇଟି  ବାଡିକୁ   ଛକି  ରଖି  ବା  ଘାସରେ  ଗଣ୍ଠି   ପକାଇ  ଚିହ୍ନଟ   କରାଯାଇପାରେ   ।

ଲ୍ୟାଣ୍ଡମାଇନ   କିମ୍ବା  ଫୁଟିନଥିବା   ଗୁଳିଗୋଳା  ଛୁଇଁବା  ଉଚିତ  ନୁହେଁ  । ଏଥିରୁ  ଅଧିକାଂଶ  ମାଟିରେ   ପଡିବା  ମାତ୍ରେ  ଫୁଟିବା  କଥା , କିନ୍ତୁ  ବେଳେ ବେଳେ  କିଛି  ଫୁଟି ନଥାଏ   । ଏଗୁଡିକ  ତଥାପି  ବହୁତ  ବିପଦଜନକ   । ପଡିଆରେ  ନିଆଁ  ଲଗାଇଦେଲେ  ବୋମା  ଫୁଟିଯାଏ  ନାହିଁ   କିମ୍ବା  ସେ  ଅଞ୍ଚଳ  ବିପଦମୁକ୍ତ   ହୋଇଯାଏ  ନାହିଁ   ।

କିଛି  ଲ୍ୟାଣ୍ଡମାଇନ  ଉପରେ  ଓଜନ  ପଡିଲେ  ଫୁଟେ , ଆଉ  କିଛି  ତାର  ଟାଣି  ହୋଇଗଲେ  , ତାକୁ  ଛୁଇଁଲେ  ବା  ଓଲଟାଇଲେ  ଫୁଟେ  । ସେଥିପାଇଁ  ମାଟି  ପାଖରେ   ଝୁଲୁଥିବା  କୌଣସି  ତାର  ମାଡିବା  କଥା   ନୁହେଁ , ତା’ ତଳେ  ଲ୍ୟାଣ୍ଡମାଇନ  ଥାଇପାରେ   । ଯେଉଁଠି  ଗୋଟିଏ  ଲ୍ୟାଣ୍ଡମାଇନ  ଥାଏ  ତା’  ଆଖପାଖରେ  ଆହୁରି  କେତେ  ଲ୍ୟାଣ୍ଡମାଇନ  ଥିବାର  ସମ୍ଭାବନା  ବହୁତ   । ଲ୍ୟାଣ୍ଡମାଇନ  ଥିବାର  ସୂଚନା  ପାଇଲେ  ଆଉ  ଆଗକୁ  ନଯାଇ   ଯାଇଥିବା  ବାଟରେ  ହିଁ  ଫେରିଆସିବା  ଉଚିତ   । ନଚେତ  ସେଠାରେ   ସ୍ଥିର  ହୋଇ  ଠିଆ   ହୋଇ  ସାହାଯ୍ୟ  ପାଇଁ   ଡାକିବା   ଜରୁରୀ    ।

ଲ୍ୟାଣ୍ଡମାଇନ  ଦ୍ଵାରା  ଆଘାତ  ପାଇଲେ

  • ରକ୍ତ  ବନ୍ଦ  ହେବ  ଯାଏଁ  ରକ୍ତ  ବୋହୁଥିବା  ଜାଗାକୁ  ଜୋରରେ  ଚିପି  ଧରନ୍ତୁ   ।
  • ଯଦି  ରକ୍ତ  ବୋହିବା  ନକମେ  ତେବେ  ଖଣ୍ଡିଆ  ଜାଗା  ଉପରକୁ  ବା  ତା’ ପାଖରେ  ଗୋଟିଏ  ଦଉଡି  ଜୋରରେ  ବାନ୍ଧିଦେଇ  ସାଙ୍ଗେ  ସାଙ୍ଗେ  ଡାକ୍ତରଖାନା  ନେଇଯିବା  ଜରୁରୀ   । ଯଦି  ଡାକ୍ତରଖାନା   ନେବା  ଘଣ୍ଟାକରୁ  ଅଧିକ  ଡେରି  ହୁଏ  ତେବେ  ପ୍ରତି  ଘଣ୍ଟାକରେ  ଠାରେ  ଦଉଡି  ଖୋଲି  ଦେଖିବା  ଦରକାର   । ରକ୍ତ  ବୋହିବା  ବନ୍ଦ  ହୋଇଯାଇଥିଲେ   ଦଉଡି  ଖୋଲିଦିଅନ୍ତୁ    ।
  • ଯଦି  ପିଲାର  ନିଶ୍ଵାସ  ଚାଲୁଥାଏ  କିନ୍ତୁ  ସେ  ଅଚେତ  ଥାଏ  ତେବେ  ତାକୁ  କଡେଇ  ଶୁଆଇ  ଦିଅନ୍ତୁ  ଯେପରି  ତା’ର  ଜିଭ  ନିଶ୍ଵାସ  ନେବାରେ  ବାଧା  ନଆଣେ   ।
ଅଞ୍ଚଳକୁ  ନିରାପଦ  କରିବା  ପାଇଁ  ଦକ୍ଷ  ଓ  ଅଭିଜ୍ଞ  ଲିକଙ୍କ  ଦ୍ଵାରା  ରକ୍ତ  ବୋହୁଥିବା  ଜାଗାକୁ   କାଢି   ବାହାର  କରିଦେବା   ଜରୁରୀ  ।

ଆଧାର – UNICEF

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate