ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବିଭିନ୍ନ ରୋଗର ପ୍ରତିକାର
ସେଆର କରନ୍ତୁ

ବିଭିନ୍ନ ରୋଗର ପ୍ରତିକାର

ଘରୋଇ ଉପଚାର ଦ୍ଵାରା ରୋଗର ପ୍ରତିକାର ହୁଏ ।

ଉପକାର କଦଳୀ

ମହିଳାମାନେ ଋତୁସ୍ରାବ ସମୟରେ କଦଳୀ ଖାଇଲେ ଚିଡ଼ିଚିଡାପଣରୁ ରକ୍ଷା ପାଆନ୍ତି ।

କଦଳୀରେ ଆଇରନ୍ ଥିବାରୁ ଏହା ରକ୍ତହୀନତା ଦୂର କରେ ।

ଏଥିରେ ଥିବା ପୋଟାସିୟମ୍ ମସ୍ତିଷ୍କକୁ ସକ୍ରିୟ କରେ ।

ସିଗାରେଟ୍ ନିଶା ଛାଡିବା ପରେ କଦଳୀ ଖାଇଲେ ଶରୀର ଶାନ୍ତ ରହେ ।

 

ଅଙ୍ଗୁରରେ ରୋଗ ଦୂର

ସକାଳୁ ଖାଲିପେଟରେ ଅଙ୍ଗୁର ଜୁସ୍ ପିଇଲେ ମାଇଗ୍ରେନ୍ ସମସ୍ୟା ଦୂର ହୁଏ ।

ଏହା କୋଲେଷ୍ଟେରାଲ୍ ମାତ୍ରାକୁ ନିୟନ୍ତ୍ରଣ କରେ, ରକ୍ତରେ ନାଇଟ୍ରିକ୍ ଏସିଡ୍ ର ମାତ୍ରାକୁ ବଢାଇ ହୃଦଘାତରୁ ରକ୍ଷା କରେ ।

ଆଜ୍ମା ଓ ଶ୍ଵାସ ଜନିତ ରୋଗରୁ ରକ୍ଷା ମିଳେ । ଓଜନ ନିୟନ୍ତ୍ରଣରେ ରହେ ।

 

ନାଲି ଚା’ରେ ରକ୍ତଚାପ ନିୟନ୍ତ୍ରଣ

ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଦୁଇ ଦିନରେ ଅତି କମ୍ ରେ ତିନି କପ୍ ନାଲି ଚା ପିଅନ୍ତୁ ।

ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃତ୍ପିଣ୍ଡକୁ  ସୁସ୍ଥ ରଖିବ ।

ଅଧ୍ୟୟନରୁ ଜଣାପଡିଛି, ବହୁ ଥର ନାଲି  ଚା ପିଇବା ଦ୍ଵାରା ଉଚ୍ଚ ରକ୍ତଚାପ ହ୍ରାସ ପାଏ ।

 

ସୂର୍ଯ୍ୟକିରଣରେ ଚର୍ମ କର୍କଟ ଦୂର

ଗବେଷକଙ୍କ କହିବାନୁସାରେ, ସୂର୍ଯ୍ୟ କିରଣ ସସ୍ପର୍ଶରେ ଆସିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହେ ।

ରକ୍ତଚାପ ନିୟନ୍ତ୍ରଣ ରହିବା ହେତୁ ଚର୍ମ କର୍କଟ ହୋଇନଥାଏ । ଏହା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦୂର ହୁଏ ।

ଆଧାର – ଦୈନିକ ପ୍ରମେୟ

3.07407407407
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top