ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ ନେବେ କିପରି
ସେଆର କରନ୍ତୁ

ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ ନେବେ କିପରି

ଜୀବନର ଶେଷ ସମୟରେ ବା ବୃଦ୍ଧାବସ୍ଥାରେ ଶରୀରର ଯତ୍ନ ନେବା ବହୁତ ଜରୁରୀ ।

ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ

ଜୀବନର ଶେଷ ସମୟରେ ବା ବୃଦ୍ଧାବସ୍ଥାରେ ଶରୀରର ଯତ୍ନ ନେବା ବହୁତ ଜରୁରୀ । ସେମାନଙ୍କଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କ ମନମୁତାବକ କରିବା ଉଚିତ୍ । ବୟସ ବଢ଼ିବା ସହିତ ଅନେକ ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖାଯାଇଥାଏ । ଏବଂ ଏହି ସମୟରେ ଆର୍ଥିକ ଓ ସାମାଜିକ ସମସ୍ୟଗୁଡିକ ମଧ୍ୟ ସାମ୍ନା କରିବାକୁ ପଡେ । ଶାରୀରିକ ଓ ମାନସିକ ପରିବର୍ତ୍ତନ ଯୋଗୁଁ ବୃଦ୍ଧ/ବୃଦ୍ଧା ମାନଙ୍କଠାରେ ପାଚନ ଓ ଖାଦ୍ୟପେୟକୁ ନେଇ ମଧ୍ୟ ଅନେକ ଅସୁବିଧା ସୃଷ୍ଟିହୁଏ । ବୃଦ୍ଧାବସ୍ଥାରେ କାର୍ଯ୍ୟକ୍ଷମତା କମିଯାଏ । ଏହାସହିତ ମୋତିଆବିନ୍ଦୁ, ଦୃଷ୍ଟିଶକ୍ତି କ୍ଷୀଣତା, ଶ୍ଵାସ ଫୁଇବା, ଶ୍ରବଣ ଶକ୍ତି କମିବା, ସମ୍ବେଦନଶୀଳତା ହ୍ରାସ ପାଇବା, ଚର୍ମ ଲୋଚାକୋଚା ହୋଇଯିବା ଏବଂ ହାଡ ଦୁର୍ବଳ ହୋଇଯିବା ଭଳି ଶାରୀରିକ ପରିବର୍ତ୍ତନ ଗୁଡିକ ମଧ୍ୟ ଦେଖାଯାଏ ।

ବାର୍ଦ୍ଧକ୍ୟ ଅବସ୍ଥାରେ ରୋଗ

ବାର୍ଦ୍ଧକ୍ୟ ଅବସ୍ଥାରେ ରୋଗ ଓ ଦୂର୍ବଲତା ଜୀବନକୁ ଅଧିକ ଦୁଃଖ ଓ ଯନ୍ତ୍ରଣାପୂର୍ଣ୍ଣ କରିଦିଏ । ବୟସ ବୃଦ୍ଧି ପାଇଲେ ବା ବୃଦ୍ଧାବସ୍ଥାରେ ଖଞ୍ଜା ବା ଗଣ୍ଠିଜନିତ ରୋଗ, ହୃଦ୍ ରୋଗ, ପକ୍ଷାଘାତ, ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ ରୋଗ, ମାନସିକ ରୋଗ ଏବଂ ସ୍ମୃତି ଶକ୍ତି ହ୍ରାସ ପାଇବା ଇତ୍ୟାଦି ରୋଗଗୁଡିକ ହେବାର ସମ୍ଭାବନା ବୃଦ୍ଧିପାଏ । ବୃଦ୍ଧାବସ୍ଥାରେ ସ୍ମରଣ ଶକ୍ତି, ଦୃଷ୍ଟି ଶକ୍ତି, ଶ୍ରବଣ ଶକ୍ତି କମିଯିବା, ବାଳ ପାଚିଯିବା, ଦାନ୍ତ ଝଡିପଡିବା, ଚର୍ମ ଲୋଚା ହୋଇଯିବା, ସମ୍ବେଦନଶୀଳତା କମିଯିବା ଏବଂ ମାନସିକ ଦୃଷ୍ଟିକୋଣରେପରିବର୍ତ୍ତନ ଦେଖାଦେବା ସ୍ଵାଭାବିକ ଅଟେ ।

ବୃଦ୍ଧାବସ୍ଥା ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆଣିଥାଏ । ସେଥିପାଇଁ ବୃଦ୍ଧାବସ୍ଥାକୁ ସୁଖମୟ କରିବା ଦିଗରେ ନିଜକୁ ପୂର୍ବରୁ ପ୍ରସ୍ତୁତ କରିବାକୁ ହୁଏ ଏବଂ ଏଥିସହ ଆତ୍ମୀୟ ସ୍ଵଜନ ମାନଙ୍କର କର୍ତ୍ତବ୍ୟ ଯେ ସେମାନେ ଘରେ ଥିବା ବାୟୋବୃଦ୍ଧ ଗୁରୁଜନମାନଙ୍କର ସମସ୍ୟାକୁ ବୁଝି ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଚେଷ୍ଟିତ ହୁଅନ୍ତି । ତେବେ କିଛି ନିୟମ ପାଳନ କଲେ ବୃଦ୍ଧାବସ୍ଥାରେ ଦେଖାଯାଉଥିବା ଛୋଟ ବଡ ଶାରୀରିକ ଓ ମାନସିକ ସମସ୍ୟାକୁ ଦୂର କରାଯାଇ ମୁଖମୟ ଜୀବନଯାପାନ କରାଯାଇପାରିବ ।

ଅର୍ଥାଭାବ ଅନେକ ସମସ୍ୟାକୁ ବୃଦ୍ଧି କରିଥାଏ । ଏଥିପାଇଁ ଭବିଷ୍ୟତରେ ବିଶେଷ କରି ବୃଦ୍ଧାବସ୍ଥାରେ ଆର୍ଥିକ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଏବେଠାରୁ ଅର୍ଥ ସଞ୍ଚୟ କରାଯିବା ଆବଶ୍ୟକ । ବାର୍ଦ୍ଧକ୍ୟ ଅବସ୍ଥାରେ ଯଦି କୌଣସି ରୋଗର ଚିକିତ୍ସା ଅଥବା ସ୍ୱାସ୍ଥ୍ୟରକ୍ଷା କରିବା ପାଇଁ ଅର୍ଥର ଆବଶ୍ୟକତା ପଡିଲା ତେବେ ଏହି ସଞ୍ଚୟ ଅର୍ଥ ଆପଣଙ୍କ କାମରେ ଆସିପାରେ ଏବଂ ଏହା ମଧ୍ୟ ଆପଣଙ୍କୁ ଆର୍ଥିକ ସୁରକ୍ଷା ଆଣିଦିଏ ।

ଯଦି ସମ୍ଭବ ହୁଏ ତେବେ ନିଜର ସ୍ୱାସ୍ଥ୍ୟ ଓ ସାମର୍ଥ୍ୟ ଅନୁସାରେ କିଛି ନା କିଛି କାମ ନିଶ୍ଚୟ କରନ୍ତୁ ।ଆଳସ୍ୟରେ ସମୟ କାଟିବା ଦ୍ଵାରା ଆପଣ ମାନସିକ ଓ ଶାରୀରିକ ସ୍ତରରେ କ୍ଷତିଗ୍ରସ୍ତ ହେବେ । ସମୟ ମିଳିଲେ ନିଜେ ଅଳ୍ପ ବହୁତେ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତୁ । ଏହାଦ୍ଵାରା ଆପଣଙ୍କ ମନରେ ପରୋପକାର ଭାବନା ଜାଗ୍ରତ ହେବ ଏବଂ ନିଜକୁ ଏକୁଟିଆ ଅନୁଭବ କରିବେ ନାହିଁ ।

ପରିବାରଜନଙ୍କର ଏହା କର୍ତ୍ତବ୍ୟ ଯେ ବୃଦ୍ଧ ଗୁରୁଜନାମନଙ୍କର ସ୍ୱାସ୍ଥ୍ୟରକ୍ଷାପାଇଁ ଆବଶ୍ୟକ ସ୍ଥଳେ ଚିକିତ୍ସା ସହାୟତା ଯୋଗାଇଦେବା । ମନଇଚ୍ଛା ଔଷଧସେବନ ନ କରି ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ସହ ପଥ୍ୟାପଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନିଜେ ଅସୁସ୍ଥ ଅନୁଭବ କଲେ ଯଥାଶୀଘ୍ର ଡାକ୍ତରୀ ପରୀକ୍ଷଣ କରାଇନେବା ଜରୁରୀ । ଏହାଦ୍ଵାରା କୌଣସି ରୋଗ ବୃଦ୍ଧି ପାଇବା ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ଏହାର ଉପଚାର କରାଯାଇପାରିବ.

ଆଧାର: କନକ ନ୍ୟୁଜ

3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top