ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବ୍ୟକ୍ତିଗତ ପରିଛନ୍ନତା ସହ ପରିବେଶକୁ ସଫା ରଖନ୍ତୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷାପାଆନ୍ତୁ
ସେଆର କରନ୍ତୁ

ବ୍ୟକ୍ତିଗତ ପରିଛନ୍ନତା ସହ ପରିବେଶକୁ ସଫା ରଖନ୍ତୁ ବିଭିନ୍ନ ମାରାତ୍ମକ ରୋଗରୁ ରକ୍ଷାପାଆନ୍ତୁ

ବ୍ୟକ୍ତିଗତ ପରିଛନ୍ନତା ସହ ପରିବେଶକୁ ସଫା ରଖନ୍ତୁ

ସ୍ୱଚ୍ଛ ଭାରତ ଅଭିଯାନ

ଦେଶକୁ ସଫା ରଖିବା ପାଇଁ  ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଥି । ଏହି ଆଭିଯାନଆରମ୍ଭହେବାପରେ ସାଧାରଣ ଲୋକ, ରାଜନେତା ଏପରିକି ସେଲିବ୍ରିଟି ମଧ୍ୟ ଉତ୍ସାହ ଦେଖାଇଥିଲେ । କିନ୍ତୁ ସମୟ କ୍ରମେ ଧୀରେ ଧୀରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଲା ।

ଅଭିଯାନ ଆରମ୍ଭ କରିବା ଭିନ୍ନ କଥା, ଦେଶର ନାଗରିକ ହିସାବରେ ଦେଶକୁ , ରାଜ୍ୟକୁ, ଘରକୁ ତଥା ପରିବଶେକୁ ସଫରା ରଖିବା ଆମର କର୍ତ୍ତବ୍ୟ । ତେବେ ଏପରି ନକରିବା ଦ୍ୱାରା ଆଉ କାହାର କ୍ଷତି ହେଉ କି ନହେଉ ଆମେ ନିଜେ ରୋଗରେ ପଡ଼ିବା । ଶିଶୁମାନଙ୍କର ଅଧାରୁ ଅଧିକ ରୋଗ ଏବଂ ମୃତ୍ୟୁ, ଖାଦ୍ୟ, ପାଣି ବା ଅପରିଷ୍କାର ହାତ ମାଧ୍ୟମରେ ପାଟି ପଟେ ଶରୀର ମଧ୍ୟକୁ ଯାଉଥିବା କୀଟାଣୁମାନଙ୍କ ଦ୍ଵାରା ହୋଇଥାଏ । ଏଥିପାଇଁ ଆମେ ନିଜେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା । ତେବେ ସୁସ୍ଥ ଓ ନିରୋଗ ରହିବା ପାଇଁ କିଛି ଦିଗ ପ୍ରତିଧ୍ୟାନ ଦେବା ଉଚିତ୍ ।

ସୁସ୍ଥ ଓ ନିରୋଗ ରହିବା ପାଇଁ ଟିପ୍ସ

  • ଫଳ, ପନିପରିବା ଏବଂ କଞ୍ଚା ଖିଆଯାଉଥିବା ଖାଦ୍ୟକୁ ଖାଇବା ଏବଂ ରାନ୍ଧିବା ପୂର୍ବରୁ ଧୋଇବା ଜରୁରୀ ଅଟେ । ରନ୍ଧା ଯାଇଥିବା ଭୋଜନକୁ ତୁରନ୍ତ ଖାଇଦେବା ଦରକାର ବା ପୁଣିଥରେ ଖାଇବା ପୂର୍ବରୁ ସଂପୂର୍ଣ୍ଣ ଭାବେ ଗରମ କରିବା ଦରକାର ।
  • ଖାଦ୍ୟ, ବାସନକୁସନ ଏବଂ ରୋଷେଇ ଘରକୁ ପରିଷ୍କାର ରଖିବା ଉଚିତ୍ । ଖାଦ୍ୟକୁ ବାସନକୁସନ ଦ୍ଵାରା ଢାଙ୍କି କରି ରଖିବା ଉଚିତ୍ ।
  • ଘରର ସମସ୍ତ ମଇଳାକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା ଦ୍ଵାରା ରୋଗର ବ୍ୟାପକତାକୁ ହ୍ରାସ କରାଯାଇପାରେ ।
  • ପିଇବା ପାଣିକୁ ପରିଷ୍କାର ପାତ୍ରରେ ଢାଙ୍କି ରଖନ୍ତୁ ।
  • ଅପରିଷ୍କାର ହାତ ପାଣିରେ ବୁଡାନ୍ତୁ ନାହିଁ ।
  • ପାତ୍ରରୁ ପାଣି ବାହାର କରିବା ପାଇଁ ଲମ୍ବା ବେଣ୍ଟ ଥିବା ସଫା ଡଙ୍କି / ପାତ୍ର ବ୍ୟବହାର କରନ୍ତୁ ।
  • ପାଣି ରଖିବା ପାଇଁ ପାତ୍ରରେ ନାଳ ଲଗାନ୍ତୁ ।
  • କାହାକୁ ପାଣିର ଏହି ପାତ୍ରରେ ହାତ ବୁଡାଇବାକୁ କିମ୍ବା ମୁହଁ ଲଗାଇ ପାଣି ପିଇବାକୁ ଦିଅନ୍ତୁ ନାହିଁ ।
  • ନିଜେ ବ୍ୟବହାର କରୁଥିବା ପାଣି ଠାରୁ ପଶୁପକ୍ଷୀମାନଙ୍କୁ ଦୂରେଇ ରଖନ୍ତୁ ।
  • କୂଅ ଗୁଡିକୁ ଢାଙ୍କି ସେଗୁଡିକୁ ସୁରକ୍ଷିତ କୂଅରେ ପରିଣତ କରନ୍ତୁ ବା ହ୍ୟାଣ୍ଡପମ୍ପ ଲଗାନ୍ତୁ ।
  • ଜଳ ଉତ୍ସଠାରୁ ପାଇଖାନାକୁ ଅତିକମ୍ ରେ ୧୫ ମିଟର ଦୂର ତଥା ତଳୁଆ ଗଡାଣି ସ୍ଥାନରେ ତିଆରି କରନ୍ତୁ ।
  • ଘର ଚାରିପାଖକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ । ନିୟମିତ ବ୍ୟବଧାନରେ ଘର ତଥା ଘର ଚାରିପାଖକୁ ସଫା କରନ୍ତୁ ।
  • ଆଧାର: କନକ ନ୍ୟୁଜ

3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top