ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବୟସ ବଢ଼ିଲେ କିଭଳିନେବେ ଯତ୍ନ
ସେଆର କରନ୍ତୁ

ବୟସ ବଢ଼ିଲେ କିଭଳିନେବେ ଯତ୍ନ

ବାର୍ଦ୍ଧକ୍ୟରେ କିଭଳି ରହିବା ଫିଟ୍, ଆସନ୍ତୁ ସେ ସମ୍ପର୍କରେ ଜାଣିନେବା ।

ବୟସ ବଢ଼ିଲେ କିଭଳିନେବେ ଯତ୍ନ

ବୟସ ୫୦ ଛୁଇଁଲା, ପାଦ ଦେଲେ ବାର୍ଦ୍ଧକ୍ୟର ପ୍ରଥମ ପାହାଚରେ । ବାର୍ଦ୍ଧକ୍ୟ... ହଁ, ଏହି ଶବ୍ଦଠାରୁ ଆମେ ଯେତେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁ, ସେତେ ଶୀଘ୍ର ଏହା ଆମ ଜୀବନରେ ଆସିଥାଏ । ଆଉ ଥରେ ବାର୍ଦ୍ଧକ୍ୟରେ ପାଦ ଦେଲେ ବିଭିନ୍ନ ରୋଗ ଆମ । ଶରୀରରେ ଘର କରିନିଏ । ତେବେ ବାର୍ଦ୍ଧକ୍ୟରେ କିଭଳି ରହିବା ଫିଟ୍, ଆସନ୍ତୁ ସେ ସମ୍ପର୍କରେ ଜାଣିନେବା ।

ଟିପ୍

  1. ସ୍ୱାସ୍ଥ୍ୟଗତ ସମସ୍ୟାବୟସ ବଢ଼ିଲେ କିଭଳିନେବେ ଯତ୍ନବୟସ ବଢ଼ିଲେ କିଭଳିନେବେ ଯତ୍ନ
  2. ବୟସ ବଢ଼ିଲେ, ବଢ଼ିଥାଏ। ବିଭିନ୍ନ ରୋଗ ହେବାର ଆଶଙ୍କା । ଏହି ବୟସରେ ସାଧାରଣତଃ ମଧୁମେହ, ଉଚ୍ଚ ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଅନିଦ୍ରା, କୋଷ୍ଠକାଠିନ୍ୟ, ଦୃଷ୍ଟି ସମସ୍ୟା, ସ୍ମରଣ ଶକ୍ତି କମିବା ଆଦି ଭଳି ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦିଏ ।

  3. ଖାଦ୍ୟପେୟ,
  4. ବୟସ ବଢ଼ିବା ସହିତ ନିଜର ଖାଦ୍ୟପେୟରେ ସଂଯମ ରକ୍ଷା କରନ୍ତୁ । ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଓ ଆମିଷ କମ ପରିମାଣରେ ଖାଆନ୍ତୁ । ଖାଇବା ବେଳେ ଅଧିକ ପରିମାଣର ଫଳ, ସବୁଜ ପନିପରିବା, ଗଜା ମୁଗ , ଗଜା ଚୁଟ ଏବଂ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ରାତିରେ ଶୋଇବା ବେଳେ ଉଷୁମ କ୍ଷୀର ପିଅନ୍ତୁ । ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ ।

  5. ଜୀବନଶୈଳୀ
  6. ବୟସ୍କ ଲୋକଙ୍କ ଜୀବନଶୈଳୀ ହିଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ଓ ନିରୋଗ ରଖିଥାଏ । ନିଜର ଖାଇବାର ଓ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ । ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ତମାଖୁ ସେବନ, ଧୂମପାନ ଓ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ   କରନ୍ତୁ ।

  7. ଡାକ୍ତରୀ ପରୀକ୍ଷା
  8. ବୟସ ବଢ଼ିବା ସହିତ ଶରୀରର ସମସ୍ତ ଅଙ୍ଗ ଧୀରେ ଧୀରେ ଦୁର୍ବଳ ହୋଇଥାଏ । ଏଥିପାଇଁ ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା କରାଇ ନେବା ଉଚିତ ।

    • ଚକ୍ଷୁ ପରୀକ୍ଷା- ପ୍ରତି ଛଅ ମାସରେ ଥରେ ଆଖି ପରୀକ୍ଷା କରାଇ ନିଅନ୍ତୁ ।
    • ମଧୁମେହ ପରୀକ୍ଷା- ସପ୍ତାହକୁ ଥରେ ଖାଇବା ପୂର୍ବରୁ ଏବଂ ଖାଇବାର ୨ ଘଣ୍ଟା ପରେ ନିଜର ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ ।
    • ବୃକକ ପରୀକ୍ଷା- ଡାକ୍ତରଙ୍କ ପରାମର୍ଶରେ ବର୍ଷକୁ ଥରେ ବୃକକ ପରୀକ୍ଷା କରାଇ ନିଅନ୍ତୁ । – ହୃତପିଣ୍ଡ ପରୀକ୍ଷା – ପ୍ରତି ୬ ମାସରେ ଥରେ ହୃତପିଣ୍ଡ ପରୀକ୍ଷା କରନ୍ତୁ ।
    • ରକ୍ତଚାପ ମାପ- ଡାକ୍ତରଙ୍କ ପାଖକୁ ଯିବା ବେଳେ ମାସକୁ ଥରେ ନିଶ୍ଚିତ ଭାବରେ ରକ୍ତଚାପ ପରୀକ୍ଷା କରାଇ ନିଅନ୍ତୁ
    • କର୍କଟ ପରୀକ୍ଷା – ବୟସ ବଢ଼ିଲେ ମହିଳାଙ୍କ ଠାରେ କର୍କଟ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ । ସେଥିପାଇଁ ମହିଳାମାନେ ବର୍ଷକୁ ଥରେ ସ୍ତନ କର୍କଟ ପାଇଁ ମାମୋଗ୍ରାଫି ପରୀକ୍ଷା ଏବଂ ଜରାୟୁ କର୍କଟ ପାଇଁ ପାପସ୍ମିଅର ପରୀକ୍ଷା କରାଇ ନିଅନ୍ତୁ ।
  9. ଟିକାକରଣ
  10. ବୟସ ବଢିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ କମିବାକୁ ଲାଗେ । ଫଳରେ ଏହି ସମୟରେ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ମଧ୍ୟ ବଢିଥାଏ । ବୟସ୍କ ବ୍ୟକ୍ତିଙ୍କୁ ଏହି ସମୟରେ ନିମୋକୋକାଲ୍ ଟିକା, ଇନଫ୍ଲୁଏଜା ଟିକା, ଟିଟାନସ୍ ଟିକା ଆଦି ନେବାର ଆବଶ୍ୟକ ରହିଛି । ଫଳରେ କୌଣସି ରୋଗର ଭୂତାଣୁ ଓ ଜୀବାଣୁ ତାଙ୍କ ଶରୀରକୁ ସହଜରେ ଆକ୍ରମଣ କରି ନଥାଏ ।

  11. ମାନସିକ ଚାପରୁ ମୁକ୍ତି
  12. ବୟସ ବଢ଼ିଲେ, ଦୈନଦିନ କାମ ବହୁ ମାତ୍ରାରେ କମିଯାଏ । ସମୟ କେମିତି କଟିବ ତାକୁ ନେଇ ଥାଏ। ଚିନ୍ତା । ବୟସ୍କ ଲୋକଙ୍କ ମସ୍ତିଷ୍କରେ ସ୍ନାୟୁଗତ ପରିବର୍ତ୍ତନ  କାରଣରୁ ସବୁ କଥା ମନେରହେ ନାହିଁ । ସବୁ କଥାରେ ବିରକ୍ତି ପ୍ରକାଶ କରନ୍ତି । ସବୁ କଥାରେ । ଅଧିକ ଚିନ୍ତା କରନ୍ତି । ଫଳରେ ମାନସକ ଚାପ ବଢ଼ଥାଏ, ଯାହାକ

    ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ସେଥିପାଇଁ ବୟସ ବଢ଼ିଲେ, ଯଥାସମ୍ଭବ ମାନସିକ ଚାପ ଠାରୁ ଦୂରେଇ ରୁହନ୍ତୁ ଏବଂ ହସ ଖୁସିରେ ଜୀବନ ଅତିବାହିତ କରନ୍ତୁ ।

ବାପାମାଆଙ୍କ ସ୍ଵାସ୍ଥ୍ୟର ଯତ୍ନ ତାଙ୍କ ପିଲାଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ । ଆମ ପିଲାଦିନ ସେମାନଙ୍କ ପ୍ରତୀକ୍ଷ ତତ୍ତ୍ଵାବଧାନରେ କଟିଥାଏ । ଆମର ସବୁ । କଥା ବୁଝନ୍ତି । କିନ୍ତୁ ବାପାମାଆ ପରିଣତ ବୟସକୁ ଆସିଲା ବେଳେ ବ୍ୟସ୍ତତାପୂର୍ଣ୍ଣ ଜୀବନର ଆଳ ଦେଖାଇ ସେମାନଙ୍କ ପାଇଁ ଆମର ସମୟ ନଥାଏ । ଫଳରେ ପରିଣତ ବୟସରେ ଆମେ ତାଙ୍କର ସ୍ଵାସ୍ଥ୍ୟର ଠିକ ଭାବରେ ଯତ୍ନ ନେଇ ପାରିନଥାଉ । ବୟସ୍କ ବାପାମାଆଙ୍କୁ ଡାକ୍ତରୀ ଔଷଧ ଏବଂ ଡାକ୍ତରୀ ପରୀକ୍ଷା ତୁଳନାରେ ଆମର ଅଧିକ ଆବଶ୍ୟକତା ରହିଛି । ସେଥିପାଇଁ ପ୍ରତିଦିନ ସେମାନଙ୍କ ସହିତ କିଛି ସମୟ ଖସଖୁସିରେ ରହିପାରିଲେ ସେମାନେ ସୁସୁ ଓ ନିରୋଗ ଜୀବନ ଯାପନ କରିପାରିବେ ।

ଏଣୁ ପ୍ରତିଟି ବ୍ୟକ୍ତି ନିଶ୍ଚିତ ରୂପେ ପରିଣତ ବୟସରେ ଥିବା ନିଜର ପିତାମାତାଙ୍କ ଚିକିତ୍ସା ନିର୍ଦ୍ଧାରିତ ସମୟ ବ୍ୟବଧାନରେ କରାଇନେବା ଆବଶ୍ୟକ । ତାହାହେଲେ ବାର୍ଦ୍ଧକ୍ୟ ସେମାନଙ୍କ ପାଇଁ ଚିନ୍ତାର କାରଣ ନହୋଇ ହସଖୁସିର ବାତାବରଣ ସୃଷ୍ଟ କରିପାରିବ ।

ଆଧାର, ଡାକ୍ତର ଧୀରେନ୍ଦ୍ରନାଥ ମହାରଣା, ଭେଷଜ ଓ ବାର୍ଦ୍ଧକ୍ୟ ରୋଗ ବିଭାଗ, ଏସ୍.ସି.ବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍, କଟକ

3.04166666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top