ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବୟସ୍କଙ୍କ ପାଇଁ ଆଣ୍ଟି ଅକ୍ସିଡାଣ୍ଟର ଆବଶ୍ୟକତା
ସେଆର କରନ୍ତୁ

ବୟସ୍କଙ୍କ ପାଇଁ ଆଣ୍ଟି ଅକ୍ସିଡାଣ୍ଟର ଆବଶ୍ୟକତା

ବୟସ୍କଙ୍କ ପାଇଁ ଆଣ୍ଟି ଅକ୍ସିଡାଣ୍ଟର ଆବଶ୍ୟକତା ବିଷୟରେ ସୂଚନା

ଆଣ୍ଟି ଅକ୍ସିଡାଣ୍ଟର

ପରିଣତ ବୟସରେ ଶରୀରକୁ ସୁସ୍ଥ ରଖିବା ପାଇଁ ପଥ୍ୟ ଭାବେ ଆଣ୍ଟିଆକ୍ସିଡ଼ାଣ୍ଟ ଉପୟୁକ୍ତ ପରିମାଣରେଖାଇବା ଅପରିହାର୍ଯ୍ୟ । ପୋଷଣ ଆଣ୍ଟିଆକ୍ସିଡ଼ାଣ୍ଟ ଗୁଡ଼ିକର ଶରୀର ଉପରେ ଯଥେଷ୍ଟ ପ୍ରଭାବି ରହିଛି। ତେବେ ବୟସ୍କ ମାନେ କିପରି ନିୟମିତ ଆଣ୍ଟିଅକ୍ସିଡାଣ୍ଟି ଆହାର ଭାବେ ବ୍ୟବହାର କରିବେ, ସେଥିପ୍ରତି ପରିବାର ଲୋକ ଯଥେଷ୍ଟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଆଣ୍ଟି ଆକ୍ସିଡ଼ାଣ୍ଟ ପରିଣତ ବୟସର ଲୋକଙ୍କ ପାଇଁ ନିହାତି ଆବଶ୍ୟକ । ଏହାଦ୍ଵାରା ଶରୀରକୁ ଉପଯୁକ୍ତ ପୋଷଣ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏଣୁ କେଉଁଥିରେ ଆଣ୍ଟି ଆକ୍ସିଡ଼ାଣ୍ଟ ରହିଛି, ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଆବଶ୍ୟକତା

  1. ଅନରିଫାଇନ ଖାଦ୍ୟଶସ୍ୟ ଯଥା: ଚାଉଳ ଓ ଡାଲିରେ ଅଧିକ ପରିମାଣର ଭିଟାମିନ, ଖଣିଜ ପଦାର୍ଥ ଓ ତନ୍ତୁ ଯୁକ୍ତ ପଦାର୍ଥ ଥାଏ । ଏସବୁ ଖାଦ୍ୟ ଯଥାବିଧି ଭାବରେ ଖାଇବା ଦରକାର ।
  2. ଟମାଟୋରେ ପ୍ରଚୁର ପରିମାଣର ଆଣ୍ଟିଅକସିଡାଣ୍ଟ ଲାଇକୋପିନ ଥାଏ । ଏହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ । ତେଣୁ ଟମାଟୋ ଉତ୍ପାଦିତ ସାମଗ୍ରୀ ଯଥା ସସ୍, ଓ ଜୁସ ଆଦି ଉପଯୁକ୍ତ ପରିମାଣରେ ଆହାର କରିବା ଉପକାରୀ ।
  3. ବ୍ରୋକଲି, ବ୍ରୁସେଲସ, ଫୁଲକୋବି, ମୂଳା ଆଦି ଜାତୀୟ ପରିବାରେ ଜୀବସାର ଓ ଖଣିଜ ପଦାର୍ଥ, ପୁଷ୍ଟିସାର ଆଦି ରହିଛି । ଏସବୁ ଖାଦ୍ୟକୁ ଧାରାବାହିକ ଭାବରେ ଖାଇବା ଅପରିହାର୍ଯ୍ୟ ।
  4. ଡାଳିମ୍ବ ଫଳରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ପୋଲିଫେନଲସ୍ ଏବଂ ଭିଟାମିନ-ଈ ଆଦି ଥାଏ । ଏସବୁ ପଦାର୍ଥଗୁଡିକ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ମସ୍ତିଷ୍କର ଉନ୍ନତି କରିଥାନ୍ତି । ଡାଳିମ୍ବରେ ଥିବା ଆଣ୍ଟିଅକସିଡାଣ୍ଟ ଗୁଡିକ କର୍କଟ ରୋଗ ଚିକିତ୍ସାରେ ବିଶେଷ ଫଳପ୍ରଦ ହୋଇଥାଏ । ବୈଜ୍ଞାନିକଙ୍କ ମତରେ ଡାଳିମ୍ବ ରସ, ମଞ୍ଜି ଓ ଚୋପା ଆଦିରେ ଥିବା ଆଣ୍ଟିଅକ୍ସିଡାଣ୍ଟା ଉପାଦାନଗୁଡିକ ଗ୍ରସ୍ଥରୋଗ ଜୀବାଣୁଙ୍କୁ ମାରିବାରେ ସହାୟକ ହୋଇଥାନ୍ତି । ତେଣୁ ବାର୍ଦ୍ଧକ୍ୟ ଅବସ୍ଥାରେ ଡାଳିମ୍ବ ଫଳ ନିୟମିତ ଖାଇବା ଅପରିହାର୍ଯ୍ୟ ।
  5. ସେଓ ଏକ କ୍ଷାରୀୟ ଫଳ ହୋଇଥିବାବେଳେ ଏଥିରେ ଥିବା  ଫାଇଟୋକେମିକାଲସ୍ ଉପାଦାନଗୁଡିକ ଆଣ୍ଟିଅକସିଡାଣ୍ଟ ଭଳି କାମ କରନ୍ତି । ଏଥିରେ ତନ୍ତୁ ଜାତୀୟ ଉପାଦାନ ଅଧିକ ମାତ୍ରାରେ ଥାନ୍ତି । ଏହି ଫଳକୁ ନିୟମିତ ଭାବରେ ଖାଇଲେ ଶରୀରର ଯକୃତ ସୁସ୍ଥ ଓ କ୍ରିୟାଶୀଳ ହୁଏ ।
  6. ସପୁରି, ପିଜୁଳି, ଅମୃତଭଣ୍ଡା, ଆମ୍ବ, ପଣସ ଆଦି ଫଳରେ ଭିଟାମିନ-ସି, ଭିଟାମିନ-ଏ,ଭିଟାମିନ-ବି ଓ ଖଣିଜ ପଦାର୍ଥକ୍ୟାଲସିୟମ, ମାଙ୍ଗାନିଜ, ପୋଟାସିୟମ ଓ ଲୌହ ଆଦି ଧାତୁ ରହିଥାଏ । ଏସବୁ ଫଳଗୁଡିକ ଉପଯୁକ୍ତ ପରିମାଣରେ ପ୍ରତିଦିନ ଖାଇବା ଆବଶ୍ୟକ । କାରଣ ଏସବୁ ଖାଦ୍ୟ ମନୁଷ୍ୟକୁ ଶକ୍ତିଶାଳୀ କରିବା ସହ ମନରେ ପ୍ରଫୁଲ୍ଲତା ଆଣିଥାଏ । ପୋଷଣ ବିଜ୍ଞାନବିତଙ୍କ ମତରେ ବାଲାନସ୍, ଡାଏଟରେ ଅନ୍ତତଃ ୧୧୫ ଗ୍ରାମ୍ ପୋଷଣ ଖାଦ୍ୟ ରହିବା ଦରକାର ।
  7. ତରଭୁଜରେ ଶତକଡା ୯୦ ଭାଗ ଜଳ, ଲାଇକୋପିନ ଆଣ୍ଟିଅକସିଡାଣ୍ଟ, ଭିଟାମିନ - ଏ.ବି.ସି ଆଦି ଥାଏ । ଆଣ୍ଟିଏଜିଂ ପାଇଁ ଏହା ଏକ ଅସାଧାରଣ ଖାଦ୍ୟ । ଏହାକୁ ନିୟମିତ ଖାଇବା ଅପରିହାର୍ଯ୍ୟ ।
  8. ବ୍ଲାକ୍ ବେରୀ, ବ୍ଲୁବେରୀ, ୱାଲନଟ, ଉଲକୋବି, ଲେମ୍ବୁ ରସ ଆଦ ଆଣ୍ଟି ଆକ୍ସିଡାଣ୍ଟ ହୋଇଥିବାରୁ ଏସବୁ ଖାଦ୍ୟରେ ସାମଲ ହେବା ନିହାତି ଅପରିହାର୍ଯ୍ୟ|
  9. ଗ୍ଳୁଟାଥାୟନ-ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ଏକ ଅତିଶୟ ଗୁରୁତ୍ଵପୂର୍ଣ୍ଣ  ଆଣ୍ଟିଅକ୍ସଡାଣ୍ଟ । ଏହା ଶରୀରର ଜୀବକୋଷ ଭତରେ ଉତ୍ପତ୍ତି ହୋଇଥାଏ । ଏହାର ଅଭାବରେ ଶରୀରରେ ବହୁବିଧା ରୋଗ ଦେଖାଯାଏ । ତେଣୁ ଶରୀର ଭିତରେ ଏହାର ସମସ୍ଥିତିର ଆବଶ୍ୟକତା ରହିଛି । ସେଲ ନିୟମ ଖଣିଜପଦାର୍ଥ ଶରୀରରେ ଗ୍ଲୁଟାଥାୟନ ତିଆରିରେ ସହାୟକ ହୋଇଥାଏ । ଆଧୁନିକ ଗବେଷଣାରୁ ଜଣା ପଡଛ ଯେ, ବ୍ରୋକାଲି , ପାଳଙ୍ଗ, ଟମାଟୋ, ଗାଜର, ନାଲିବିଟ, ପତ୍ରକୋବି, ଫୁଲକୋବି, ଡାଳିମ୍ବା, ସେଓ, କମଳା, କଦଳୀ, ଆସପେରାଗସ ଆଦିରେ ଅଧିକ ପରିମାଣରେ ଗ୍ଳୁଟାଥାୟନ ପଦାର୍ଥ ରହିଛି । ସେହିରି ବ୍ରାଜିଲ ନଟ, ଜଅ, ଶିମ୍ବ, ୱାଲ ନଟ୍  ଆଦିରେ ସେଲ ନିୟମ ଖଣିଜ ପଦାର୍ଥ ଅଧିକ ପରିମାଣରେ ରହିଛି । ତେଣୁ ଏହି ସବୁ ଖାଦ୍ୟ ପଦାର୍ଥଗୁଡିକ ନିୟମିତ ଭାବେ ତଥା ଉପଯୁକ୍ତ ପରିମାଣରେ ଖାଇବା ଉପକାରୀ ।
  10. ଶରୀରର ଆଣ୍ଟି ଏଜିଂ ପାଇଁ କମ୍ କ୍ୟାଲୋରୀ ବ୍ୟବହାର ସ୍ଵାଗତଯୋଗ୍ୟ । ନିୟମିତ ଫଳ ଆହାର କଲେ। ମଣିଷ ଶରୀରରେ ହଜମ ଶକ୍ତି ବଢିବା ସହିତ ଶରୀର ସୁସ୍ଥ ରହିଥାଏ । କମ ଦକ୍ଷତା ବିଶିଷ୍ଟ ଖାଦ୍ୟ ଖାଇଲେ ଶରୀରରେ ଏକାଧିକ ରୋଗ ହେବାର ବିପଦ ଥାଏ । ତେଣୁ ବାଲାନସ ଡାଏଟ ଖାଇବା ବୟସ୍କ ବ୍ୟକ୍ତି ପାଇଁ ଅପରିହାର୍ଯ୍ୟ । ବୟସ୍କ ମନୁଷ୍ୟ ପାଇଁ ପୋଷଣ ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ଖାଦ୍ୟ ଓ ଔଷଧ ରୂପେ କାର୍ଯ୍ୟ କରିଥାନ୍ତି । ପୋଷଣ ପୂର୍ଣ୍ଣ ଆଣ୍ଟିଅକସିଡାଣ୍ଟ ଶରୀର ପାଇଁ ଅପରିହାଯ୍ୟ ।

ସଂରୁହିତ: ଡାକ୍ତର ଗୌରାଙ୍ଗଚରଣ ସ୍ଵାଇଁ, ଭୁବନେଶଶ୍ଵର

 

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top