ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ପାଖାପାଖି ୪୦ ପ୍ରତିଶତ ଲୋକ ଆଖି ରୋଗରେ ପୀଡ଼ିତ ଥାଆନ୍ତି । ଆଖିର ଯତ୍ନ ପାଇଁ ମଧୁମେହ ଜନିତ ରିଟିନୋପାଥି ରୋଗର ଯାଂଚ ଜରୁରୀ । ମଧୁମେହ ଜନିତ ରେଟିନୋପାଥି ଛୋଟ ଛୋଟ ରକ୍ତନଳୀକୁ କ୍ଷତି ପହଞ୍ଚାଇ ଥାଆନ୍ତି । ଏହି ରକ୍ତନଳୀ ହିଁ ରେଟିନା ବା ଦୃଷ୍ଟିପଟଳକୁ ନ୍ୟୁଟ୍ରିସନ ପହଞ୍ଚାଇଥାଏ । ରକ୍ତ ନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ରକ୍ତ ଓ ଅନ୍ୟ ତରଳ ପଦାର୍ଥ ଲିକ୍ ହେବାରେ ଲାଗେ । ଯାହାଦ୍ୱାରା ଦୃଷ୍ଟିପଟଳର କୋଷିକା ଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ଏହା ଆଖି ଉପରେ ଖରାପ ପ୍ରଭାବ ପକାଏ । ଏହାଦ୍ୱାରା ଦୁଇ ଆଖି ପ୍ରଭାବିତ ହୁଏ ।
ଭାରତୀୟ ଚିକିତ୍ସା ସଂଘ ମୁତାବକ, ମଧୁମେହ ଜନିତ ରେଟିନୋପାଥି ସବୁବେଳେ ହିଁ ମଧୁମେହ ସହ ଜଡ଼ିତ ରୋଗ ପାଇଁ ବଡ଼ ଚିନ୍ତାର କାରଣ ହୋଇଥାଏ । କିନ୍ତୁ ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି ଏପରି ରୋଗୀଙ୍କ ସଂଖ୍ୟା ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି । ଯଦି ଠିକ ସମୟରେ ସଠିକ ପଦକ୍ଷେପ ନେଉ ନାହାନ୍ତି, ତେବେ ସ୍ଥିତି ଅଧିକ ଖରାପ ହୋଇପାରେ ।
ପ୍ରାୟତଃ ଏହି ରୋଗ ପ୍ରଥମରୁ ଜଣାପଡ଼େ ନାହିଁ । ଏଏଥିଯୋଗୁଁ ମଧୁମେହ ପୀଡ଼ିତ ଲୋକେ, ସେତେବେଳ ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ, ଯେପର୍ଯ୍ୟନ୍ତ ରୋଗ ବଢ଼ିନଯାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ହରାଇଥିବା ଦୃଷ୍ଟିଶକ୍ତି ଆଉ ଫେରିବା ଅସମ୍ଭବ । ଏଥିରୁ ବଞ୍ଚିବା ପାଇଁ ନିୟମିତ ରୂପେ ଯାଞ୍ଚ କରିବା ଜରୁରୀ । ଆରମ୍ଭରୁ ହିଁ ଏଥିପାଇଁ ସଚେତନ ରହିବା ଜରୁରୀ ।
ମଧୁମେହ ଜନିତ ରେଟିନୋପାଥି ଯୋଗୁଁ ହେଉଥିବା କ୍ଷତିରୁ ବଞ୍ଚିବାର ଉପାୟ –
ଆଧାର: ଖବର ଓଡିଶା
Last Modified : 1/7/2020