ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ମୋବାଇଲ ଓ କମ୍ପ୍ୟୁଟର ସ୍କ୍ରିନଠାରୁ କିପରି କରିବେ ଆଖିର ସୁରକ୍ଷା
ସେଆର କରନ୍ତୁ

ମୋବାଇଲ ଓ କମ୍ପ୍ୟୁଟର ସ୍କ୍ରିନଠାରୁ କିପରି କରିବେ ଆଖିର ସୁରକ୍ଷା

ମୋବାଇଲ ଏବଂ କମ୍ପ୍ୟୁଟର ର ବ୍ୟବହାର ମଧ୍ୟ ସେତିକି ଦିନକୁ ଦିନ ବଢିବାରେ ଲାଗୀଛି ହେଲେ ଆପଣ ଜାଣନ୍ତି କି ଏହାକେତେ କ୍ଷତିକାରକ

କିପରି କରିବେ ଆଖିର ସୁରକ୍ଷା

ବର୍ତମାନ ସମୟ ରେ ମୋବାଇଲ ଏବଂ କମ୍ପ୍ୟୁଟର ଯେଉଁଭଳି ଧୃତଗତିରେ ରେ ବଢିଚାଲିଛି ତାର ବ୍ୟବହାର ମଧ୍ୟ ସେତିକି ଦିନକୁ ଦିନ ବଢିବାରେ ଲାଗୀଛି ହେଲେ ଆପଣ ଜାଣନ୍ତି କି ଏହାକେତେ କ୍ଷତିକାରକ ?
ମୋବାଇଲ ,କମ୍ପ୍ୟୁଟର ସ୍କ୍ରିନରେ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ୱାରା ଏହାର ଅଧିକ ପ୍ରଭାବ ଆଖି ଉପରେ ହିଁ ପଡିଥାଏ । ଯାହା ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛି ତଥ୍ୟ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

କ’ଣ କରିବେ

  • କମ୍ପ୍ୟୁଟରରେ କାମ କରିବା ସମୟରେ ୧ ମିନିଟ୍ ଅନ୍ତରର ବ୍ୟବଧାନ ରଖନ୍ତୁ । କିନ୍ତୁ ଯଦି ଏହା କରିବାକୁ ଆପଣ ଅସମର୍ଥ ଥାନ୍ତି ତେବେ ମନିଟର ଏବଂ ଆଖି ମଧ୍ୟରେ ପାଖାପାଖି ଦେଢ-ଦୁଇ ମିଟର ଦୂରତା ଅବଲମ୍ବନ କରିନ୍ତୁ ।
  • କମ୍ୟୁଟର ସ୍କ୍ରିନର ଉପରି ଭାଗ ଅଂଶ ଆଖିର ସ୍ତରଠାରୁ ଉପରେ ରହିବା ଦରକାର । ମନିଟରକୁ ଲଗାତର ରୂପେ ଚାହିଁ ରୁହନ୍ତୁ ନାହିଁ । ସମୟ ସମୟ ମଧ୍ୟରେ ଆଖି ପଲକ ପକାନ୍ତୁ । ଏହା ଦ୍ୱାରା ଆଖିରେ ଡ୍ରାଇନେଲସ ଏବଂ ଷ୍ଟ୍ରେନ ଦେଖାଦେଇଥାଏ ।
  • ଯଦି ଆପଣ ଚଷମା ବ୍ୟବହାର କରୁଛନ୍ତି ତେବେ କମ୍ପ୍ୟୁଟର କିମ୍ବା ମୋବାଇଲ ବ୍ୟବହାର କରୁଥିବା ସମୟରେ ଏହାକୁ ପିନ୍ଧିବାକୁ ଜମା ଭୁଲନ୍ତୁ ନାହିଁ । ଏଥିସହ ସବୁବେଳେ ଚଷମାର ପାୱର ଯାଂଚ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ ।
  • ଆଖିରେ ଦିନକୁ ୧-୨ ଥର ଗୋଲାପ ଜଳ ମଧ୍ୟ ଆପଣ ପକାଇ ପାରିବେ ।
  • ଆଖିକୁ ବିଶ୍ରାମ ଦେବା ପାଇଁ ୨୦-୨୦ ଖେଳ ଖେଳି ପାରିବେ । ଅର୍ଥାତ୍ ୨୦ ମିନିଟ୍ କମ୍ପ୍ୟୁଟର ସ୍କ୍ରିନରେ ଫୋକସ୍ କରନ୍ତୁ ଏବଂ ଆଉ ୨୦ ମିନିଟ୍ ବାହାରର ପ୍ରାକୃତିକ ପରିବେଶକୁ ଅନୁଭବ କରନ୍ତୁ ।
  • ଅଧିକ ସମୟ ଧରି କମ୍ପ୍ୟୁଟର ପାଖରେ ବସୁଥିଲେ ମଝିରେ ମଝିରେ ଥଣ୍ଡା ପାଣିରେ ଆଖିକୁ ଭଲ ଭାବରେ ଧୁଅନ୍ତୁ ।
  • ଲଗାତର ଭାବେ ଘଂଟା ଘଂଟା ଧରି କମ୍ପ୍ୟୁଟର ପାଖରେ ବସି କାମ କରନ୍ତୁ ନାହିଁ । ସମୟେ ସମୟେ ବାହାରକୁ ହେଉ କିମ୍ବା ଘର ଭିତରେ ଏଣେତେଣେ ବୁଲାବୁଲି କରନ୍ତୁ ।
ଆଧାର କନକ ନ୍ୟୁଜ୍
3.08823529412
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top