ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ମାଇଗ୍ରେନଜନିତ ମୁଣ୍ଡବିନ୍ଧା
ସେଆର କରନ୍ତୁ

ମାଇଗ୍ରେନଜନିତ ମୁଣ୍ଡବିନ୍ଧା

ମାଇଗ୍ରେନଜନିତ ମୁଣ୍ଡବିନ୍ଧା ର ସୂଚନା

ମୁଣ୍ଡ  ବ୍ୟଥା

କାମ  କରୁନି  ମଲମ ଆଉ  ଲାଭ  ମିଳୁନି  କୌଣସି  ଯନ୍ତ୍ରଣା  ନିବାରକ  ବାଟିକାରୁ ଥରେ  ମୁଣ୍ଡ  ବ୍ୟଥା  ଆରମ୍ଭ  ହେଲେ  ଅସହ୍ୟ  ହେଉଛି ପୁରୁଷଙ୍କ  ତୁଳନାରେ  ମହିଳା  ମାନେ  ମାଇଗ୍ରେନ  ଜନିତ  ମୁଣ୍ଡବ୍ୟଥାରେ  ଅଧିକ  ଆକ୍ରାନ୍ତ  ହୋଇଥାନ୍ତି ଡାକ୍ତରୀ  ଔଷଧ  ଅପେକ୍ଷା  ଜୀବନଶୈଳୀ  ଓ  ଖାଦ୍ୟପେୟରେ  କିଛିଟା  ପରିବର୍ତ୍ତନ   କଲେ  ମାଇଗ୍ରେନ  ଜନିତ  ମୁଣ୍ଡବ୍ୟଥା  ଭଲ  ହୋଇଥାଏ

ମୁଣ୍ଡ  ବ୍ୟଥା  ଠାରୁ  ସମ୍ପୂର୍ଣ୍ଣ  ଉପଶମ

ତେବେ  ଏଭଳି  ମୁଣ୍ଡ  ବ୍ୟଥା  ଠାରୁ  ସମ୍ପୂର୍ଣ୍ଣ  ଉପଶମ  ପାଇଁ  କେଉଁ  ସବୁ  ଦିଗପ୍ରତି   ଧ୍ୟାନ  ଦେବାକୁ   ପଡିବ

୧ -  ମାନସିକ  ଚାପ  ଠାରୁ  ଯଥା  ସମ୍ଭବ  ଦୂରେଇ  ରୁହନ୍ତୁ   ।

୨ -  ବଜାରରେ  ମିଳୁଥିବା  ବିଭିନ୍ନ  ପ୍ରକାର  ପ୍ୟାକେଟ  ଖାଦ୍ୟ , ଛଣାଛଣି  ଖାଦ୍ୟ  ଏବଂ  ଫାଷ୍ଟଫୁଡ  ଖାଆନ୍ତୁ   ନାହିଁ   ।

୩ -  କଫି , ଥଣ୍ଡାପାନୀୟ ଓ  ମଦ୍ୟପାନ  ଠାରୁ  ସମ୍ପୂର୍ଣ୍ଣ  ଦୂରେଇ  ରୁହନ୍ତୁ   ।

୪ – ମହିଳାଙ୍କର ମାସିକ  ଋତୁସ୍ରାବରେ  ଅନିୟମିତତା  ହେଲେ  ମଧ୍ୟ  ମାଇଗ୍ରେନ  ଜନିତ  ସମସ୍ୟା  ବଢିଥାଏ  । ଡାକ୍ତରଙ୍କ   ପରାମର୍ଶରେ  ଏହାର  ଚିକିତ୍ସା  କରାନ୍ତୁ   ।

୫ -  ଶୋଇବାର  ଏକ  ନିର୍ଦ୍ଧିଷ୍ଟ  ସମୟ  ସ୍ଥିର  କରନ୍ତୁ   । ରାତିରେ  ୮ ରୁ ୧୦  ଘଣ୍ଟା  ଶୁଅନ୍ତୁ   ।

୬ -  ପାଣିପାଗର  ପରିବର୍ତ୍ତନରେ  ମାଇଗ୍ରେନ  ସମସ୍ୟା  ବଢିଥାଏ   । ସେଥିପାଇଁ  ଏ  ସମୟରେ  ଅଧିକ  ସଚେତନ  ରୁହନ୍ତୁ   ।

୭ -  ଅଧିକ  ଖରାରେ  ଏବଂ  ଅଧିକ  ଶବ୍ଦ  ହେଉଥିବା  ସ୍ଥାନକୁ  ଯାଆନ୍ତୁ  ନାହିଁ   ।

୮ – ଠିକ୍  ସମୟରେ ଖାଆନ୍ତୁ , ଆଦୌ  ଉପବାସ  କରନ୍ତୁ  ନାହିଁ   ।

୯ –  କେଉଁ  କାରଣରୁ  ଆପଣଙ୍କ  ମୁଣ୍ଡ  ବିନ୍ଧୁଛି  ତାହା  ଜାଣନ୍ତୁ  ଏବଂ  ସେଠାରୁ ଦୂରେଇ  ରୁହନ୍ତୁ   ।

୧୦ – ପ୍ରତିଦିନ  କିଛି  ସମୟ  ବ୍ୟାୟାମ , ଯୋଗ , ଏବଂ  ପ୍ରାଣାୟମ  କରନ୍ତୁ   ।

ସଂଗୃହିତ : ଡାକ୍ତର  ବାଳକୃଷ୍ଣ  କୁଅଂର

3.32
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top