ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ମାତ୍ର ଦୁଇଟି ଲବଙ୍ଗ ଦୂର କରିପାରେ ଗ୍ୟାଷ୍ଟ୍ରିକ୍‌ ସହ ଅନ୍ୟାନ୍ୟ ସମସ୍ୟା
ସେଆର କରନ୍ତୁ

ମାତ୍ର ଦୁଇଟି ଲବଙ୍ଗ ଦୂର କରିପାରେ ଗ୍ୟାଷ୍ଟ୍ରିକ୍‌ ସହ ଅନ୍ୟାନ୍ୟ ସମସ୍ୟା

ଲବଙ୍ଗ ଦୂର କରିପାରେ ଗ୍ୟାଷ୍ଟ୍ରିକ୍‌

ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦୂର ହୋଇଯିବ

ଆଜିକାଲି ଗ୍ୟାଷ୍ଟ୍ରିକ୍‌ର ସମସ୍ୟା ସମସ୍ତଙ୍କ ପାଖରେ ଦେଖାଗଲାଣି। ମୁଖ୍ୟତଃ ଏହା ଯୁବପିଢ଼ୀଙ୍କ ପାଖରେ ବେଶି ଦେଖାଯାଉଛି। ନାନା ପ୍ରକାର ଔଷଧର ଅଭ୍ୟାସରେ ପକାଇଲାଣି ଏହି ଗ୍ୟାଷ୍ଟ୍ରିକ୍‌। ଖାଦ୍ୟ ଅଧିକ ଖାଇଦେଲେ ଗ୍ୟାଷ୍ଟ୍ରିକ୍‌ ଡରରେ ଲୋକ ଔଷଧ ଆଗରୁ ଖାଇ ଦେଉଛନ୍ତି । ବିଶେଷକରି ବାହାର ଖାଦ୍ୟ ଖାଇବା ପୂର୍ବରୁ ।

ଲବଙ୍ଗର ଉପକାରିତା

କିନ୍ତୁ କଣ ଆପଣ ଜାଣିଛନ୍ତି ଲବଙ୍ଗ ଭଳି ଗୋଟିଏ ଜିନିଷ ଆପଣଙ୍କ ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ଦୂର କରିଦେଇପାରେ। ଔଷଧ କବଳରୁ ଆପଣ ବଞ୍ଚି ଯାଇପାରିବେ ଲବଙ୍ଗ ଦ୍ୱାରା। ଏକ ସର୍ଭେରୁ ପ୍ରକାଶ ପାଇଛି କି ଲବଙ୍ଗରେ ଥିବା ରସରେ ବହୁ ପ୍ରକାରର ଫାଇଦା ଥାଏ । କେବଳ ୨ଟି ଲବଙ୍ଗ ଦିନକୁ ଯଦି ଖାଇବେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦୂର ହୋଇଯିବ।

  1. ଖାଇବା ପରେ ୨ଟି ଲବଙ୍ଗ ଚୋବାଇବା ଦ୍ୱାରେ ହଜମ ଭଲ ଭାବରେ ହୋଇଥାଏ।
  2. ଲବଙ୍ଗକୁ ବାଟି ପାଣିରେ ସିଝାଇ, ଛାଣି ପିଇଲେ ମୁଣ୍ଡବ୍ୟଥା ଦୂର ହୁଏ।
  3. ଦାନ୍ତ ବିନ୍ଧା ହେଲେ ଲବଙ୍ଗ ତେଲ ଲଗାଇଲେ ଭଲ ହୋଇଥାଏ।
  4. ଲବଙ୍ଗକୁ ବାଟି ଅଲିଭ୍‌ ତେଲରେ ମିଶାଇ କେଶରେ ଲଗାଇଲେ କେଶରେ ଚମକ୍‌ ଆସେ।
  5. ଦୁଇଟି ଲବଙ୍ଗକୁ ବାଟି ମହୁ ସହ ମିଶାଇ ଖାଇଲେ ବାନ୍ତି ସମସ୍ୟା ଦୂର ହୋଇଥାଏ।
  6. ଛାତି ଜଳିବା, ଏସିଡିଟି ଆଦି ସମସ୍ୟା ଲବଙ୍ଗ ସିଝା ପାଣି ପିଇଲେ ଦୂର ହୁଏ ।
  7. ଲବଙ୍ଗକୁ ଭାଜିକି ଚୋବାଇଲେ କାଶ କମିଥାଏ ।
  8. ଚାହାରେ ଲବଙ୍ଗ ପକାଇ ପିଇଲେ ଚାପ ଦୂର ହୋଇଥାଏ।

ଆଧାର, ଖବର ଓଡିଶା

2.91176470588
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top