অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମିଶନ୍ ଇନ୍ଦ୍ରଧନୁଷ

ଉପକ୍ରମ

ନିମ୍ନଲିଖିତ ୭ଟି ରୋଗରୁ ରକ୍ଷା ପାଇବା ପାଇଁ ମିଶନ୍ ଇନ୍ଦ୍ରଧନୁଷ ଦ୍ଵାରା ଟୀକାକରଣ କରାନ୍ତୁ ।

  • ଅଧୁଷ୍ଟଙ୍କାର
  • କଣ୍ଠ ଅଳତୀ
  • ଯକ୍ଷ୍ମା
  • ମିଳିମିଳା
  • ପୋଲିଓ
  • ହେପାଟାଇଟିସ୍ –ବି
  • ଲହରା କାଶ

ପେଣ୍ଟାଭଲେଣ୍ଟ ଭ୍ୟାକସିନ୍ ଦ୍ଵାରା ୫ଟି ରୋଗରୁ ନିଜ ଶିଶୁକୁ ରକ୍ଷା କରାନ୍ତୁ ।

ନବଜାତ ସ୍ୱାସ୍ଥ୍ୟ

  • ସଅଳ ତଥା କେବଳ ମାତୃ ସ୍ତନ୍ୟପାନକୁ ସୁନିଶ୍ଚିତ କରିବା ।
  • ଆଶାକର୍ମୀ ଜରିଆରେ ନବଜାତକୁ ଘରେ ସମସ୍ତ ଯତ୍ନ ଯୋଗାଇଦେବା ।
  • ସମସ୍ତ ପ୍ରସବ କେନ୍ଦ୍ରମାନଙ୍କରେ ଜରୁରୀ ଏବଂ ଆବଶ୍ୟକୀୟ ନବଜାତ ସେବା ପ୍ରଦାନ
  • ଉଚ୍ଚ ତାଲିମ୍ ପ୍ରାପ୍ତ ସେବା ପ୍ରଦାନକାରୀ ତଥା ଅନ୍ୟ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଥିବା ସ୍ଵତନ୍ତ୍ର ନବଜାତ ଚିକିତ୍ସା  କେନ୍ଦ୍ର ।
  • ANM ଙ୍କ ଦ୍ଵାରା ଗୋଷ୍ଠୀ ସ୍ତରରେ ଜେଣ୍ଟାମାଇସିନ୍ ଔଷଧର ବ୍ୟବହାର ।

ପ୍ରଜନନ ସ୍ୱାସ୍ଥ୍ୟ

  • ସନ୍ତାନ ଜନ୍ମରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପଦ୍ଧତିବିଶେଷତଃ ପ୍ରସବ ପରେ ପରେ ‘କପର-ଟି’ (PPIUCD) ବ୍ୟବହାର ଉପରେ ଗୁରୁତ୍ଵ ।
  • ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଉପକେନ୍ଦ୍ର ଗୁଡିକରେ ନିର୍ଦ୍ଧାରିତଦିନ ମାନଙ୍କରେ ମଧ୍ୟାନ୍ତର ‘କପଟ-ଟି’ ବ୍ୟବହାର ପାଇଁ ପ୍ରବର୍ତ୍ତାଇବା ।
  • ଆଶାକର୍ମୀମାନଙ୍କ ମାଧ୍ୟମରେ ଯୋଗ୍ୟ ଦମ୍ପତିଙ୍କ ପାଇଁ ଗର୍ଭନିରୋଧକ ସୁବିଧା ଘର ପାଖରେ ପହଞ୍ଚାଇବା ଏବଂ ସନ୍ତାନ ଜନ୍ମରେ ବ୍ୟବଧାନକୁ ସୁନିଶ୍ଚିତ କରିବା ।
  • ଗର୍ଭ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ‘ନିଶ୍ଚିତ’ କିଟ୍ କୁ ସୁବିଧାରେ ଉପଲବ୍ଧ କରାଇବା ଏବଂ ଗର୍ଭପାତ ଜନିତ ସମସ୍ୟା ପାଇଁ ଥିବା ସେବାଯତ୍ନକୁ ବଳିଷ୍ଠ କରିବା ।
  • ଗୁଣାତ୍ମକ ବନ୍ଧ୍ୟାକରଣ ସେବାକୁ ବଜାୟ ରଖିବା ।

କୈଶୋର ସ୍ୱାସ୍ଥ୍ୟ

  • କିଶୋରୀ ଅବସ୍ଥାରେ ଗର୍ଭଧାରଣ ସମସ୍ୟା ଓ ସମାଧାନ ଏବଂ କିଶୋର କିଶୋରୀମାନଙ୍କ ପାଖରେ ବହୁଳ ମାତ୍ରାରେ ଗର୍ଭନିରୋଧକର ସହଜ ମାଧ୍ୟମ ଉପଲବ୍ଧ କରାଇବା ।
  • ସମାଜର ସମ୍ମାନସ୍ପଦ ଗୁରୁଜନମାନଙ୍କ ଜରିଆରେ ଗୋଷ୍ଠୀଭିତ୍ତିକ ସେବା ପ୍ରଚଳନ କରିବା ।
  • (ARSH) କ୍ଲିନିକ୍ ଗୁଡିକୁ ପ୍ରଭାବଶାଳୀ କରିବା ।
  • ସାପ୍ତାହିକ ଲୌହସାର ବଟିକା ପ୍ରଦାନ ସହ ଜାତୀୟ ଲୌହସାର+ କାର୍ଯ୍ୟକ୍ରମର ଶୁଭାରମ୍ଭ ।
  • ମାସିକ ଋତୁଚକ୍ର ସମ୍ବନ୍ଧୀୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ଉତ୍ସାହିତ କରିବା ।

ମାତୃ ସ୍ୱାସ୍ଥ୍ୟ

  • ମାତୃ ଓ ଶିଶୁ ଚିହ୍ନଟ ପାଇଁ ଥିବା ପ୍ରକ୍ରିୟାକୁ ବ୍ୟବହାର କରି, ଗର୍ଭବତୀ ମାନଙ୍କର ଯଥା ଶୀଘ୍ର ପଞ୍ଜୀକରଣ କରାଇବା ଏବଂ ପ୍ରସବ ପୂର୍ବ ସମସ୍ତ ସୁବିଧା ପ୍ରଦାନକୁ ସୁନିଶ୍ଚିତ କରିବା ।
  • ବିପଦପୂର୍ଣ୍ଣ ଗର୍ଭାବସ୍ଥାକୁ ଚିହ୍ନଟ କରିବା, ରକ୍ତହୀନତାର ଶୀକାର ହୋଇଥିବା ଗର୍ଭବତୀଙ୍କୁ ତାଳିକାଭୁକ୍ତ କରି ସେସବୁର ସଠିକ୍ ପରିଚାଳନାକୁ ସୁନିଶ୍ଚିତ କରିବା ।
  • ପ୍ରସବକାଳୀନ ସେବା ପ୍ରଦାନକାରୀ ଅନୁଷ୍ଠାନ ଗୁଡିକରେ ତାଲିମ୍ ପ୍ରାପ୍ତ ସେବାକାରୀଙ୍କୁ ଉପଲବ୍ଧ କରାଇବା ସହ ‘ ରେଫେରାଲ ୟୁନିଟ୍’ ଜରିଆରେ ଜରୁରୀ ସେବାପାଇଁ ଅନ୍ୟତ୍ର ପହଞ୍ଚାଇବା ତଥା ଆବଶ୍ୟକ ସ୍ଥଳେ ତତ୍ ସମ୍ବନ୍ଧୀୟ ବିଶେଷଜ୍ଞଙ୍କ ସହାୟତା ନେବା ।
  • ମାତୃ, ନବଜାତ ଓ ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ କରି ସେସବୁକୁ ରୋକିବା ପାଇଁ ବିହିତ ପଦକ୍ଷେପ ନେବା ।
  • ବହୁ ସଂଖ୍ୟାରେ ଘରେ ପ୍ରସବ କରାଉଥିବା ଗାଁ ଗୁଡିକୁ ଚିହ୍ନଟକରି, ବଛାଯାଇଥିବା ମହିଳାଙ୍କୁ ଗର୍ଭର ୮ମ ମାସର ୩ୟ ଅବସ୍ଥାରେ ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ଔଷଧ (Misprostol) ଯୋଗାଇ ଦେବା ଏବଂ ଘରେ ପ୍ରସବରେ ସହାୟତା କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ।

ଶିଶୁ ସ୍ୱାସ୍ଥ୍ୟ

  • ଲୌହସାର ତଥା ଅନ୍ୟାନ୍ୟ ପୁଷ୍ଟିସାର ମିଶ୍ରିତ ପରିପୂରକ ଖାଦ୍ୟ ପ୍ରତି ଗୁରୁତ୍ଵ ।
  • ORS ଦ୍ରବଣ ଏବଂ ଜିଙ୍କ୍ ବ୍ୟବହାର କରି ଗୋଷ୍ଠୀ ସ୍ତରରେ ତରଳ ଝାଡାର ନିୟନ୍ତ୍ରଣ ।
  • ନିମୋନିଆ (ଥଣ୍ଡାଜନିତ) ରୋଗର ସୁପରିଚାଳନା ।
  • ସମସ୍ତ ଶିଶୁଙ୍କ ସମ୍ପୁର୍ଣ୍ଣ ଟୀକାକରଣ ।
  • ରାଷ୍ଟ୍ରାୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ( ଆର.ବି.ଏସ୍.କେ) ଅନୁଯାୟୀ ୪ଟି ଡି- ଅର୍ଥାତ୍ ଜନ୍ମ ସମୟର ତୃଟି ବିଳମ୍ବିତ ବିକାଶଧାରା, ଅଭାବଜନିତ ସମସ୍ୟା ୦ ରୋଗ) କୁ ତଦାରଖ ଓ ଚିହ୍ନଟ କରି ତାର ପରିଚାଳନା କରିବା ।

ଆଧାର

କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ଵର ଓଡିଶା

ଭାରତ ସରକାର

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate