অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯନ୍ତ୍ରଣାମୁକ୍ତ ପ୍ରସବ

ଯନ୍ତ୍ରଣାମୁକ୍ତ ପ୍ରସବ

ଯନ୍ତ୍ରଣାମୁକ୍ତ ପ୍ରସବ

ପ୍ରସବ ଯନ୍ତ୍ରଣା ଖୁବ୍ କଷ୍ଟକର । ବେଳେ ବେଳେ ଏହା ସହିବାର ସମସ୍ତ ସୀମା ଅତିକ୍ରମ କରିଥାଏ। ଏହା ଦୀର୍ଘସମୟ ନେଉଥିବା ଏକପ୍ରକାର ପ୍ରକ୍ରିୟା । ସ୍ଵାଭାବିକ ତଥା ଯନ୍ତ୍ରଣାମୁକ୍ତ ପ୍ରସବ ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ ।

ସ୍ଵାଭାବିକ ପ୍ରସବ ସାଧାରଣତଃ ସମସ୍ତେ ଯେପରି ଭାବିଥାନ୍ତି ଏହା ଏକ ସରଳ ପ୍ରକ୍ରିୟା । ପ୍ରକୃତରେ ଏହା ଅନେକ ଜଟିଳ ପ୍ରକ୍ରିୟାର ସମଷ୍ଟିରେ ହେଇଥାଏ । ଏହି ପ୍ରକ୍ରିୟାରେ ଶରୀରରେ ଅଭ୍ୟନ୍ତରରେ ମସ୍ତିଷ୍କରୁ ବିଭିନ୍ନ ଅନ୍ତଃସ୍ରାବୀ ରସ କ୍ଷରଣ ଠାରୁ ଆରମ୍ଭ କରି ମା’ର ଗର୍ଭାଶୟରେ ଅନେକ କ୍ରିୟାପ୍ରତିକ୍ରିୟା ନିରନ୍ତର ଭାବେ ସମସ୍ତଙ୍କ ଆଗୋଚରରେ ୧୮ ରୁ ୨୪ ଘଣ୍ଟା ଧରି ଘଟିଚାଲେ । ଏହା କେବଳ ଯନ୍ତ୍ରଣା ଓ ବେଳେବେଳେ ଅତିଶୟ ଯନ୍ତ୍ରଣା ଆକାରରେ ବାହାରକୁ ପ୍ରକାଶ ପାଇଥାଏ । ଶେଷରେ ଶିଶୁଟି ଶରୀର ଅଭ୍ୟନ୍ତରରେ ପ୍ରସବ ରାସ୍ତାରେ ଥିବା ଅନେକ ବାଧାବିଘ୍ନ ଅତିକ୍ରମ କରି ଭୂମିଷ୍ଟ ହୋଇଥାଏ । ତେଣୁ ସବୁ ସ୍ଵାଭାବିକ ପ୍ରସବରେ ପରିଣତି ସ୍ଵାଭାବିକ ହୋଇ ନଥାଏ । ଉପଯୁକ୍ତ ସମୟରେ ସଠିକ ପଦକ୍ଷେପ ନ ନେଲେ ଏହା ଉଭୟ ମା’ ଓ ଶିଶୁଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ । ପ୍ରସୂତିର ଯତ୍ନ ନେଉଥବା ଚିକିତ୍ସକ ବା ସେବିକାଙ୍କ ଲକ୍ଷ୍ୟଥାଏ କିପରି ସ୍ଵାଭାବିକ ପ୍ରସବର ପରିଣତିରେ ମା'କୁ କୌଣସି କ୍ଷତି ନ ପହଞ୍ଚେଇ ଏକ ସୁସ୍ଥ ସ୍ଵାଭାବିକ ଶିଶୁ ଭୂମିଷ୍ଟ କରେଇବାରେ ସାହାଯ୍ୟ କରିବା ।

ଚିକିତ୍ସା

ଆଜିପର୍ଯ୍ୟନ୍ତ ସ୍ଵାଭାବିକ ପ୍ରସବ ପ୍ରକ୍ରିୟାରେ ଶରୀରର ଅଭ୍ୟନ୍ତରରେ ଘଟୁଥିବା ଏହିସବୁ ଜଟିଳ ପ୍ରକ୍ରିୟାର ଅନେକ ରହସ୍ୟ ମଣିଷ ଭେଦ କରିପାରିନାହିଁ । ତେଣୁ ଏହାର ଦୀର୍ଘ ସମୟ ସୀମାକୁ କମ କରି ଏହାକୁ ତତକ୍ଷଣ ସ୍ଵାଭାବିକ ପ୍ରସବରେ ପରିଣତ କରିବାରେ ସଫଳ ହେଇପାରିନାହିଁ । ଯଦିଓ ଉନ୍ନତ ଦେଶରେ ତଥା ଆମ ଦେଶରେ ଥିବା ଘରୋଇ ଚିକିତ୍ସାଳୟରେ ଯନ୍ତ୍ରଣାମୁକ୍ତ ସ୍ଵାଭାବିକ ପ୍ରସବର ସୁବିଧା ମିଳୁଛି ଯାହା ବ୍ୟୟବହୁଳ । ଯେଉଁଥିରେ ପ୍ରସବ ଯନ୍ତ୍ରଣାକୁ ବିଭିନ୍ନ ନିଶ୍ଚେତକ  ଦ୍ଵାରା  ହ୍ରାସ କରାଯାଇଥାଏ । ଆଜିର ମଣିଷ ଏବେ ଡିଜିଟାଲ  ସମୟରେ ସବୁକିଛି ତତକ୍ଷଣାତ ହେଇପାରୁଥିବା ଭଳି ଆଶା କରୁଛି । ସ୍ଵାଭାବିକ ପ୍ରସବ ମଧ୍ୟ ତତକ୍ଷଣାତ ହୋଇଯାଉ । ଏହାର ଦୀର୍ଘ ସମୟ ସୀମା ୧୮ ରୁ ୨୪ ଘଣ୍ଟା, ନହେଇ ସମସ୍ତ ପ୍ରକ୍ରିୟା ୨ ରୁ ୩ ଘଣ୍ଟା ମଧ୍ୟରେ ଶେଷ ହୋଇଯାଉ । ଅର୍ଥବଳରେ ବୈଜ୍ଞାନିକ, ଆଧୁନିକ କୌଶଳ ଦ୍ଵାରା ଏବେ ସବୁକିଛି ସମ୍ଭବ ହେଇପାରୁଥିବା ଧାରଣାରେ ବିଶ୍ଵାସ କରୁଥବା କିଛି ବ୍ୟକ୍ତି ବୁଝିବା ପାଇଁ ପ୍ରସ୍ତୁତ ନ ଥାନ୍ତି ସ୍ଵାଭାବିକ ପ୍ରସବ ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ଏହା ଏକ ବିଶେଷ ପ୍ରସ୍ତୁତି ଦାବି କରିଥାଏ |

ଅନେକ ସମୟରେ ଘରୋଇ ଚିକିତ୍ସାଳୟରେ ଅଧିକ ସଂଖ୍ୟାରେ ଅସ୍ତ୍ରୋପଚାର ହେଇ ପ୍ରସବ ହେଉଥିବାରୁ ଘରୋଇ ଚିକିତ୍ସାଳୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଲାଗିଥାଏ । ଘରୋଇ ଚିକିତ୍ସାଳୟକୁ ଆସୁଥିବା ଅଧିକାଂଶ  ପ୍ରସୂତି ସାଧାରଣତଃ ଶିକ୍ଷିତ , ଆର୍ଥିକ ସ୍ଵଚ୍ଛଳ ପରିବାରରୁ ଆସିଥାନ୍ତି; ଯେଉଁମାନେ ସାଧାରଣତଃ ପ୍ରସବ ଯନ୍ତ୍ରଣା ଦୀର୍ଘସମୟ ଧରି ସହ୍ୟ କରିବାର ବିଶେଷ ମାନସିକ ପ୍ରସ୍ତୁତି ନେଇ ଆସି ନଥାନ୍ତି । ସବୁକିଛି । ତତକ୍ଷଣ ହେଇପାରୁଥିବା ଭଳି ଯନ୍ତ୍ରଣାମୁକ୍ତ ସ୍ଵାଭାବିକ ପ୍ରସବ ର ଏକ ଅବାସ୍ତବ ପରିକଳ୍ପନା ହିଁ ଅଧୌର୍ଯ୍ୟ କରିଥାଏ। ସେମାନଙ୍କୁ ଏବଂ ବାଧ୍ୟ କରିଥାନ୍ତି ଚିକିତ୍ସକଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ଏହି ଯନ୍ତ୍ରଣା ଯୁକ୍ତ ପ୍ରକ୍ରିୟାକୁ ଶେଷ କରିବାକୁ । ବର୍ତ୍ତମାନ ସମୟରେ ଅସ୍ତ୍ରୋପଚାର ଦ୍ଵାରା ହେଉଥିବା ପ୍ରସବହାର ବୃଦ୍ଧିର ଏହା ଏକ ପ୍ରମୁଖ କାରଣ ।

ଏହା ସତ ଯେ , ଅନ୍ୟାନ୍ୟ ସମସ୍ତ ଅସ୍ତ୍ରୋପଚାର ଭଳି ଅସ୍ତ୍ରୋପଚାର ଦ୍ଵାରା ପ୍ରସବର ମଧ୍ୟ ଅନେକ ଭୟାବହତା ଅଛି । ତେଣୁ ଚିକିତ୍ସକ, ପ୍ରସୂତି ବା ତାଙ୍କ ପରିବାର ବର୍ଗଙ୍କ କଥାରେ ବିଚଳିତ ନହୋଇ ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ । ମାତ୍ର ସବୁ ସ୍ଵାଭାବିକ ପ୍ରସବର ପରିଣତିରେ ସ୍ଵାଭାବିକ ଶିଶୁ ବା ମା' ର ସ୍ଵାଭାବିକ ସ୍ଵାସ୍ଥ୍ୟ ରହିବାର କୌଣସି ନିଶ୍ଚିତତା ନଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦକ୍ଷ ତଥା ତାଲିମପ୍ରାପ୍ତ ସେବିକା ତଥା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ଦେଲେ ଏହା ସମ୍ଭବ ହୋଇପାରନ୍ତି।

ସଂଗୃହିତ:ଡାକ୍ତର ଦୀପ୍ତିମୟୀ ମହାପାତ୍ର

Last Modified : 1/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate