ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ । ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ ।
ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।
ଗର୍ଭବତୀ ମହିଳା ମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL)ରୁ କମ ଥିଲେ ଦିଆଯାଏ । ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ । ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।
ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି, ପିଲା ବୟସ୍କ ଓ ଗର୍ଭାବତୀ ମହିଳା ମାନଙ୍କଠାରେ ଅଧିକ ଦେଖାଯାଏ । ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା ।
ବର୍ତ୍ତମାନ ସବୁ ଋତୁରେ ବିଟ ମିଳୁଛି । ବିଟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବିଟରେ ଭରପୂର ମାତ୍ରରେ ଭିଟାମିନ ରହିଛି । ଏହାକୁ ଜୁସ କରି ଆପଣ ପିଇ ପାରିବେ । ବିଟ ଶରୀର ପ୍ରତିରୋଧକ କ୍ଷମତା ବଢିଥାଏ ।ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ସମ୍ବନ୍ଧରେ ।
ସମସ୍ତେ ଜାଣନ୍ତି ବିଟ ଶରୀରରେ ରକ୍ତର ପରିମାଣ ବଢାଇଥାଏ । ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ଏହା ଲାଲ ରକ୍ତ କଣିକାକୁ ସକ୍ରିୟ କରେ । ରକ୍ତହୀନତା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ବିଟ ଜୁସ ଦିଅନ୍ତୁ । ପାଚନ କ୍ରିୟାକୁ ଠିକ ରଖେ
ବିଟ ଜୁସରେ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ରୋଗ ଦୂର ହୋଇଥାଏ । ଗ୍ୟାସଷ୍ଟ୍ରିକ ପାଇଁ ଏହା ମଧ୍ୟ ଲାଭଦାୟକ । ସକାଳୁ ଜଳଖିଆରେ ପ୍ରଥମେ ଏକ ଗ୍ଲାସ ବିଟ ଜୁସରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।
କୋଷ୍ଠକାଠିନ୍ୟ ଦୂର କରେ
ବିଟ ପ୍ରତିଦିନ ଖାଇବା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ସେହିପରି ଅର୍ଶ ରୋଗୀଙ୍କ ପାଇଁ ଏହା ଉପଯୋଗୀ ।
ରୁପି ସମସ୍ୟା ଦୂର କରେ
ବିଟରେ କିଛି ଚିନି ସିରା ମିଶାଇ ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ଲଗାନ୍ତୁ । ଯଦି ସିରା ମିଶାଉ ନାହାନ୍ତି ତେବେ ବିଟ ରସରେ ଅଦାକୁ ଛେଚି ମିଶାନ୍ତୁ ଓ କେଶରେ ମାଲିସ କରନ୍ତୁ । ପୁଣି ସକାଳୁ ଉଠି କେଶକୁ ଧୋଇ ଦିଅନ୍ତୁ ।
ଉଚ୍ଚ ରକ୍ତଚାପ
ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବିଟ ଖାଇବା ଭଲ । ଯଦି ଆପଣ ରକ୍ତଚାପରେ ଆକ୍ରାନ୍ତ ତେବେ ୧-୧ କପ ବିଟ ଓ ଗାଜର ରସରେ ଅମୃତଭଣ୍ଡା ରସ ମିଶାନ୍ତୁ । ଏହାକୁ ପ୍ରତିଦିନ ୨ ଥର ପିଅନ୍ତୁ ।
ଷ୍ଟୋନ ସମସ୍ୟା
ବିଟକୁ ପାଣିରେ ଗରମ କରି ଏଥିରେ ରସ ସଂଗ୍ରହ କରନ୍ତୁ । ଏହାକୁ ଦିନକୁ ୩ ଥର ପିଅନ୍ତୁ । ଏହା ଲିଭର ଲାଗି ଉପଯୋଗୀ ।
ଶ୍ୱାସନଳୀ ସଫା ରଖେ
କଫ ସମସ୍ୟା ଦୂର କରି ଶ୍ୱାସ ନଳୀକୁ ସଫା ରଖେ ବିଟ । ଏଥିପାଇଁ ଡାଏଟରେ ବିଟ ଜୁସ ସାମିଲ କରନ୍ତୁ ।
ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ
Last Modified : 7/15/2019