ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ରୋଗ ଉପଶମ ପାଇଁ ଘରୋଇ ଉପଚାର
ସେଆର କରନ୍ତୁ

ରୋଗ ଉପଶମ ପାଇଁ ଘରୋଇ ଉପଚାର

ରୋଗ ଉପଶମ ପାଇଁ ଘରୋଇ ଉପଚାର ବିଷୟରେ ସୂଚନା ।

ଚିନି

‘ଚିନି’ ଏକ ଏଭଳି ପଦାର୍ଥ ଯାହା ପାଟିକୁ ଲାଗିଥାଏ ସ୍ୱାଦିଷ୍ଟ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଚିନିକୁ ମାତ୍ରାଧିକ ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ । ଖାଲି ସେତିକି ନୁହେଁ ଚିନି ଏକ ପ୍ରକାର ଡ୍ରଗ୍ସ ବା ନିଶା ଭଳି କାମ କରିଥାଏ । ଯାହା ଶରୀରର ଅନେକ ପ୍ରକାରର କ୍ଷତି ଘଟାଇଥାଏ । ତେବେ ଆସନ୍ତୁ ଜାଣିବା ଏ ସଂପର୍କରେ ଅଧିକ ସୂଚନା ।

  • ଯଦି ଆପଣ ସାରା ଦିନ ଦୁର୍ବଳତା ଅନୁଭବ କରୁଛନ୍ତି ତେବେ ଏହା ଏହି କଥାର ସଙ୍କେତ ଦିଏ କି ଆପଣ ଅତିମାତ୍ରାରେ ଚିନି ଖାଉଛନ୍ତି । ମିଠା ଜିନିଷରୁ ମିଳୁଥିବା ଶକ୍ତି ବହୁତ କମ୍ ସମୟ ପାଇଁ ଶରୀରରେ କାମ କରିଥାଏ । ଆଉ ଆପଣଙ୍କ ଶରୀରରକୁ ବହୁତ ଦୁର୍ବଳ ମଧ୍ୟ କରିଦେଇଥାଏ ।
  • ଅଧିକ ଥର ବିଭିନ୍ନ ରୋଗ ବା ଜ୍ୱରରେ ଆକ୍ରାନ୍ତ ହେବା ଏଭଳି କଥାର ସଙ୍କେତ ଦେଇଥାଏ କି ଚିନି ଖାଇବାର ମାତ୍ରାକୁ ଟିକେ କମାଇବାକୁ ପଡିବ । ବାସ୍ତବ ରୂପେ କହିବାକୁ ଗଲେ ଏହା ଶରୀରର ନ୍ୟୁଟ୍ରିସନ ବା ପ୍ରତିରକ୍ଷା କ୍ଷମତାର ମାତ୍ରାକୁ ହ୍ରାସ କରିବା ସହ ଶରୀରରେ ବିଭିନ୍ନ ରୋଗକାରୀ ଶକ୍ତିକୁ ଆମନ୍ତ୍ରିତ କରିଥାଏ ।
  • ଯଦି ଆପଣ ଚିନି ଖାଆନ୍ତି ତେବେ ସୁଗାରର ସ୍ତର ଖୁବ୍ ଶୀଘ୍ର ବୃଦ୍ଧି ପାଇଥାଏ । ଯାହା ଦ୍ୱାରା ଖରାପ ବ୍ଲଡ ସୁଗାର କାରଣରୁ କାଗ୍ନିଶନ ହେବାର ବିପଦ ରହିଥାଏ । ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।
  • ଚିନି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଏହା ସହ ଚର୍ମ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଆଲର୍ଜି, ଏକଜିମା, ଜଳାପୋଡା ଏବଂ ଶୁଷ୍କତା ଆଦି ସମସ୍ୟା ଦେଖା ଦେଇଥାଏ । ତେବେ ଏହି ପ୍ରରିପେକ୍ଷୀରେ ଚିନି ସେବନର ମାତ୍ରା କମ କରିବା ଉଚିତ୍ ।
  • ଚିନିରେ ସାଧାରଣତଃ ଫାଇବର ଏବଂ ପ୍ରୋଟିନ ନଥାଏ । କେବଳ କ୍ୟାଲୋରିଜ୍ ରହିଥାଏ । ଯାହା କାରଣରୁ ଏହା ଶରୀର ମଧ୍ୟରେ ଅଧିକ ମାତ୍ରାରେ ଇନସୁଲିନର ସନ୍ତୁଳନକୁ ପ୍ରଭାବିତ କରିଥାଏ । ତେବେ ଇନସୁଲିନ ଏକ ପ୍ରକାରର ହର୍ମୋନ ଅଟେ ଯାହା ଶରୀରର ଓଜନ ବଢାଇବାରେ ଦାୟୀ ହୋଇଥାଏ।

ଡାଲଚିନି

ଡାଲଡିନ ବୃକ୍ଷ ଯେତିକି ଛୋଟ ହୋଇଥାଏ ତାର ଗୁଣ ମଧ୍ୟ ତାଠାରୁ ବଡ ଅଟେ । ଡାଲଚିନିକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଯାହା ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟାରୁ ମୁକ୍ତି ଦେବା ସହ ଆପଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ଥଣ୍ଡା ଜ୍ୱର ହୋଇଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ମହୁ ସହ କିଛି ମାତ୍ରାରେ ଡାଲଚିନି ଗୁଣ୍ଡ ମିଶାଇ ସକାଳ ଓ ସଂନ୍ଧ୍ୟାରେ ସେବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହାଛଡା ହାଲକା ଗରମ ପାଣିରେ ଏକ ଚାମଚ ଡାଲଚିନି ଗୁଣ୍ଡ ଓ ଗୋଟେ ଚୁଟକି ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ସବୁଦିନ ପାଇଁ ରକ୍ଷା ମିଳିଥାଏ ।

ସାଧାରଣତଃ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ସାମାନ୍ୟ ଗରମ ପାଣିରେ ଡାଲଚିନି ଗୁଣ୍ଡ ଓ ଟିକେ ମହୁକୁ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରି୍ବା ଦ୍ୱାରା ଫାଇଦା ମିଳିଥାଏ । ଗୋଟେ କପ ଉଷୁମୁ ପାଣିରେ ଗୋଟେ ଚାମଚ ମହୁ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ତ୍ୱଚା କିମ୍ବା ଚର୍ମ ଜନିତ ସମସ୍ୟା ଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ତ୍ୱଚାରେ ଜଳା ପୋଡା ସମସ୍ୟା ଦେଖାଦେଲେ ଡାଲଚିନି ଗୁଣ୍ଡ ସହ ମହୁର ପରିମାଣ ସମାନ ମାତ୍ରାରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ଡାଲଚିନି ଗୁଣ୍ଡରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ ।

ବଦହଜମ ଭଳି ସମସ୍ୟା ହେଉଥିଲେ ଡାଲଚିନିର ବ୍ୟବହାର କରିପାରିବେ । ଏହାଛଡା ଡାଲଚିନିର ବ୍ୟବହାର ବାନ୍ତି ତଥା ଗ୍ୟାସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଗୋଟେ ଚାମଚ ମହୁ ସହିତ କିଛି ପରିମାଣରେ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଆରାମ ମିଳିଥାଏ ।

ମୋଟାପଣ ଦୂର କରିଥାଏ ଡାଲଚିନି । ତେବେ ଚାରେ ଏକ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

କୋଳଥ

ମୁଗ, ବିରି ପରି କୋଳଥ ଏକ ଡାଲି ଜାତୀୟ ରବି ଫସଲ। ଏହି ଡାଲି ଯେତିକି ସ୍ୱାଦିଷ୍ଠ ସେତିକି ସ୍ୱାସ୍ଥ୍ୟପ୍ରଦ। ତେବେ ଏହା ପଶୁମାନଙ୍କ ଆହାର ହୋଇଥିବାରୁ ଏହି ଡାଲି ଖାଇବାକୁ କେତେକ ନାପସନ୍ଦ କରିଥା’ନ୍ତି। ତଥାପି ଏହାର ଆଦର କିଛି କମ୍‌ ନୁହେଁ। ପ୍ରୋଟିନ୍‌, ଆଇରନ୍‌ ଏବଂ କାର୍ବୋହାଇଡ୍ରେଟ୍‌ସରେ ଏହା ଭରପୂର। ଏହା ମେଦବହୁଳତା ତଥା ଓଜନ ହ୍ରାସ କରିଥାଏ। ଏଥିରେ ଥିବା ଫାଇବର୍‌ ରକ୍ତଚାପ ଏବଂ ରକ୍ତଶର୍କରା ନିୟନ୍ତ୍ରଣରେ ସହାୟକ ହୋଇଥାଏ। ମହିଳାମାନଙ୍କ ମାସିକ ସମସ୍ୟାକୁ ଏହା ଦୂର କରେ, ଥଣ୍ଡା ଜ୍ୱରରୁ ମଧ୍ୟ ଆରାମ ଦିଏ। ଆୟୁର୍ବେଦିକ୍‌ ଔଷଧରେ କୋଳଥର ବିଭିନ୍ନ ପ୍ରୟୋଗ ରହିଛି। ଭାରତରେ ଏହାର ଚାଷବାସ ବେଶ୍‌ ପୁରୁଣା। ଭାରତରୁ ଏହା ଦକ୍ଷିଣପୂର୍ବ ଏସିଆ ଏବଂ ଆଫ୍ରିକା ଯାଇଥିବା କୁହାଯାଏ। ଏବେ ଜାଣନ୍ତୁ କୋଳଥର କିଛି ଔଷଧୀୟ ଉପଚାର।

ଉପକାରୀ କୋଳଥ

  • କୋଳଥର କାଢ଼ା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ବାତ ସମସ୍ୟା ଦୂର ହୁଏ। ତେବେ ଏହି କାଢ଼ାରେ ଗୋଲମରିଚ ଗୁଣ୍ଡ ପକାଇ ପିଇବା ଦ୍ୱାରା ଗଳା ସମସ୍ୟାରୁ ରକ୍ଷା ମିଳେ।
  • କୋଳଥ ଡାଲି ଖାଇବା ଦ୍ୱାରା ଅନେକ ପେଟରୋଗର ଉପଶମ ହୁଏ।
  • ଏହାର କାଢ଼ାରେ ହେଙ୍ଗୁ ଏବଂ ଶୁଣ୍ଠିଗୁଣ୍ଡ ସହ ସାମାନ୍ୟ ଲୁଣ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣା ଦୂରହୁଏ।
  • ଅତିସାର ଭୋଗୁଥିବା ରୋଗୀଙ୍କ ପାଇଁ କୋଳଥର କଅଁଳିଆ ପତ୍ରର ରସ ଉପକାରୀ ସିଦ୍ଧ ହୋଇଛି।
  • ଶ୍ୱାସରୋଗୀ ମାନଙ୍କ ପାଇଁ କୋଳଥ ଉପକାରୀ। ଏହାକୁ ପାଣିରେ ଭଲ ଭାବରେ ସିଝାଇ ସେଥିରେ ସାମାନ୍ୟ ସୈନ୍ଧବ ଲବଣ ଏବଂ ହଳଦୀ ମିଶାଇ ତାକୁ ଛାଣି ଶ୍ୱାସରୋଗୀକୁ ପିଇବାକୁ ଦେଲେ ଉପକାର ହୋଇଥାଏ। ଏହା ଦିନକୁ ତିନି ଚାରିଥର ପିଇବାକୁ ଦେବା ଦରକାର।
  • କୋଳଥ, ପାଷାଣଭେଦୀ ଏବଂ ଗୋଖାରୁର କାଢ଼ା ପ୍ରସ୍ତୁତ କରି ସକାଳେ ଏବଂ ସନ୍ଧ୍ୟାରେ ପିଇବା ଦ୍ୱାରା କିଛି ସପ୍ତାହ ମଧରେ ପଥରୀ ରୋଗ ଦୂର ହୋଇଥାଏ। ଏହା ପରିସ୍ରା ସହ ଧୀରେ ଧୀରେ ବାହାରି ଆସିଥାଏ। କୋଳଥ ଡାଲି ଖାଇବା ଦ୍ୱାରା ମଧ୍ୟ ପଥରୀ ସମସ୍ୟା ଦୂର ହୁଏ। ଏଥିରେ ଥିବା ଭିଟାମିନ୍‌-ଏ ପଥରୀକୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ। ଥରେ ପଥରୀରେ ପୀଡ଼ିତ ହୋଇଥିବା ରୋଗୀଠାରେ ପୁଣିଥରେ ଏହା ହେବାର ସମ୍ଭାବନା ଥାଏ। ତେଣୁ ଏହା ଭଲ ହେବା ପରେ ମଧ୍ୟ ମଝିରେ ମଝିରେ କୋଳଥ ସେବନ କରିବା ଦରକାର।
  • କୋଳଥ ଗଛରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ। ତ୍ୱଚାରେ ତୈଳକୁ ହ୍ରାସ କରିବା ପୁଣି ପରିସ୍ରା ବୃଦ୍ଧି କରିବାର ଗୁଣ ଏହାର ରହିଛି। ଏହା ତରଳ ଝାଡ଼ା, ହେମରେଜ୍‌, ହେମୋରଏଡ୍‌ ପରି ସମସ୍ୟା ଦୂର କରିଥାଏ।
  • କୋଳଥକୁ ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଋତୁକାଳୀନ ଯନ୍ତ୍ରଣା ଏବଂ ଲ୍ୟୁକୋରିୟା ପରି ସମସ୍ୟା ଦୂର ହୁଏ। ଅନିୟମିତ ଋତୁସ୍ରାବ ହେଉଥିଲେ କୋଳଥର ସୁପ୍‌ ପ୍ରସ୍ତୁତ କରି ପିଇବା ଦ୍ୱାରା ଲାଭ ମିଳିଥାଏ।
  • ଲିଭର୍‌ ଦୁର୍ବଳ ଥିବା ବ୍ୟକ୍ତି ପାଇଁ କୋଳଥ ଡାଲି ଉପକାରୀ।
  • କିଛି କୋଳଥ ନେଇ ପାଣିରେ ସିଝାନ୍ତୁ। ଏହି ପାଣିର ସେବନ ଜ୍ୱର ରୋଗକୁ ହ୍ରାସ କରେ।
  • କୋଳଥକୁ ଚୂନା କରି ରଖନ୍ତୁ। ସେହି ଚୂନାରୁ ପ୍ରତିଦିନ ଦୁଇ ଚାମଚ ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।
  • ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ମେଦ ହ୍ରାସ ଘଟିଥାଏ। ଦୈନିକ ୧୦୦ ଗାମ୍‌ର କୋଳଥଡାଲି ଖାଇବା ଦ୍ୱାରା ମାସକ ମଧ୍ୟରେ ମୋଟାପଣ କମିଯାଏ।
  • ଗୋଟେ ଲିଟର ପାଣିରେ ୫୦ ଗ୍ରାମ୍‌ କୋଳଥ ମିଶାଇ ତାକୁ ଭଲ ଭାବେ ଫୁଟାନ୍ତୁ। ପାଣି ମରି ମରି ଯେତେବେଳେ ମାତ୍ର ଏକ ଚତୁର୍ଥାଂଶ ପାଣି ରହିବ ତାକୁ ଓହ୍ଲାଇ ଛାଣି ଦିଅନ୍ତୁ। ଏଥିରେ ଆବଶ୍ୟକତାଳ ଅନୁଯାୟୀ ସୈନ୍ଧବ ଲବଣ ଏବଂ ଅଧଚାମଚ ଶୁଣ୍ଠି ଚୂନା ପକାନ୍ତୁ । ଏହାକୁ ପିଇବା ଦ୍ୱାରା ବାତଜ୍ୱରରୁ ଆରାମ ମିଳିଥାଏ।
  • ଚିକିତ୍ସା ବିଶେଷଜ୍ଞଙ୍କ ମତରେ ଶ୍ୱାସ ଏବଂ କଫରୋଗରେ କୋଳଥ ସେବନ ଲାଭଦାୟକ ହୋଇଥିଲେ ମଧ୍ୟ ଶ୍ୱାସରୋଗୀର କଫ ଯଦି ଶୁଷ୍କ ହୋଇଯାଏ ତେବେ ଏହା ସେବନ କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଅଧିକ କ୍ଷତି ଘଟିଥାଏ। ଗର୍ଭବତୀ ମହିଳାମାନେ କୋଳଥ ନ ଖାଇବା ଭଲ। ଅତ୍ୟଧିକ ଅମ୍ଳ ପୀଡ଼ିତ ବ୍ୟକ୍ତି କୋଳଥ ନ ଖାଇବା ଉଚିତ।

ହଳଦୀ

ହଳଦୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ତିନିପ୍ରକାରର, ସାଧାରଣ ହଳଦୀ, କର୍ପୂର ହଳଦୀ ଓ ବଣ ହଳଦୀ ।

ଏହାଛଡ଼ା ଦାରୁ ହଳଦୀ ନାମରେ ଆଉ ଏକ ପ୍ରକାର ହଳଦୀ ମଧ୍ୟ ରହିଛି, ଯାହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଦାରୁହଳଦୀର ଗୁଣ ଏହାଠାରୁ ପୃଥକ୍।

ହଳଦୀ ଗଛ ଦେଖିବାକୁ ଗଦଗଛ ପରି ଓ ପତ୍ର ମଧ୍ୟ ଗଦ ପତ୍ର ପରି। ସାରୁ ଫଳିଲାପ୍ରାୟ ଏହା ମାଟି ତଳେ ଫଳିଥାଏ । ପତ୍ରକୁ ମକଚି ଶୁଙ୍ଘିଲେ ହଳଦୀ ପରି ବାସ୍ନା ହୁଏ । ଓଡ଼ିଶାର କନ୍ଧମାଳରେ ଚାଷ ହେଉଥିବା ହଳଦୀ ଗୁଣ ଓ ରଙ୍ଗପାଇଁ ପ୍ରସିଦ୍ଧ।

"କୁରକୁମିନ୍" ନାମରେ ଏକ ହଳଦିଆ ରଙ୍ଗର ବର୍ଣ୍ଣକ ବା ରଞ୍ଜକ ହଳଦିର ପ୍ରମୁଖ ଉପାଦାନ। ଏଥିସହିତ ଥାଏ ଏକ ସୁବାସିତ ଉଦବାୟୀ ତୈଳ। ସେଥିପାଇଁ ହଳଦିପତ୍ରରେ ଗୁଡ଼ାଇ ଏଣ୍ଡୁରୀ ପିଠା ତିଆରି କଲେ ସେଥିରୁ ଏକ ଆମୋଦିତ କ୍ଷୁଧାଉଦ୍ରେକ କାରୀ ବାସ୍ନା ବାହାରିଥାଏ।

କଟୁ ମିଶ୍ରିତ ତିକ୍ତ ରସ। ଶୀତଳ, ଶାନ୍ତି କାରକ, ବର୍ଣ୍ଣ ବର୍ଦ୍ଧକ, ରକ୍ତ ପରିଷ୍କାରକ, ଦାହ ନିବାରକ, ନିଦ୍ରାକର, କୃମି ବିନାଶକ, ଚର୍ମଦୋଷ ନାଶକ, ରକ୍ତଦୃଷ୍ଟି, ପିତ୍ତଜ ଦୋଷ, ବମନ, ବାତଜ ରୋଗ ନାଶକ ଓ ବିଷ ବିନାଶକ। ମାତ୍ରା ଚାରି ଅଣାରୁ ଏକ ଭରି। ବାହ୍ୟ ବ୍ୟବହାର ଆବଶ୍ୟକତା ଅନୁସାରେ କରା ଯାଇଥାଏ।

ଔଷଧୀୟ ବ୍ୟବହାର

  • ଏହାର ମୂଳକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ । ହଳଦୀ ଗଛର ଏହି ଚେରକୁ ହିଁ ହଳଦୀ କୁହାଯାଏ, ଯାହା କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଏ ।
  • ପିଲା ହେଉ କି ବୁଢ଼ା ପ୍ରତିଦିନ କିଛି କିଛି କଞ୍ଚା ହଳଦୀ ରସ ପାନ କଲେ ଦେହର କାନ୍ତି ବୃଦ୍ଧି ହୁଏ ଓ ଦେହରୁ ରୋଗ ଦୂର ହୁଏ। ବଟା ହଳଦୀ ଦେହରେ ଲଗାଇଲେ କୌଣସି ଚର୍ମରୋଗ ହୁଏ ନାହିଁ ଓ ରାତିରେ ଶୋଇବା ଆଗରୁ ଲଗାଇ ଶୋଇଲେ ଭଲ ନିଦ ହୁଏ ।
  • ମେହ ରୋଗରେ ବରକ୍ଷୀର ସହିତ ହଳଦୀ ଗୁଣ୍ଡ ମିଶାଇ ସେବନ କଲେ ଉପକାର ମିଳେ ।
  • ଶୀତପିତ୍ତ, ପିତ୍ତଜ ରୋଗ ଓ ଆମବାତରେ କଞ୍ଚା ହଳଦୀ ରସ ଗୁଡ଼ ସହିତ ସେବନ କଲେ ଲାଭ ମିଳେ ।
  • ଯାବତୀୟ ଚର୍ମରୋଗ ଯଥା, ବ୍ରଣ, ବଥ, ବାଗୀ, ଭଗନ୍ଦର, ମଚଳା ଆଦିରେ ହଳଦୀଗୁଣ୍ଡକୁ ଅଥବା କଞ୍ଚା ହଳଦୀ ରସକୁ ଗୋମୂତ୍ରସହିତ ସେବନ କରାଯାଏ। ବଟା ହଳଦୀ ସହିତ ନିମ୍ବପତ୍ର ବାଟି ଦେହରେ ମାରିଲେ ମଧ୍ୟ ଅନେକ ପ୍ରକାରର ଚର୍ମରୋଗ ଓ କୃମିରେ ଉପକାର ମିଳେ । ଚର୍ମରୋଗରେ ମଧ୍ୟ ହଳଦୀ ଓ ଦୁବ ଏ ଦୁଇ ଦ୍ରବ୍ୟକୁ ବାଟି ଲଗାଯାଏ ।
  • ସ୍ଥାବର ଓ ଜଙ୍ଗମ ଉଭୟ ପ୍ରକାର ବିଷ ନାଶ କରିବା ପାଇଁ ବଟା ହଳଦୀକୁ ଗାଈଘିଅ ସହିତ ସେବନ କରାଯାଏ। ସର୍ପବିଷ ନାଶ ପାଇଁ ବଟା ହଳଦୀକୁ ଗାଈଘିଅ, ମହୁ ଓ ସୈନ୍ଧବ ଲବଣ ମିଶାଇ ସେବନ କରାଯାଏ । ଜୋକ ବିଷ ନିବାରଣାର୍ଥେ ବଟାହଳଦୀ ଓ ଲୁଣର ସ୍ଥାନୀୟ ପ୍ରୟୋଗ କରାଯାଏ ।
  • ହାଡ଼ ଭଙ୍ଗାରେ ବଟା ହଳଦୀ ସହିତ ଚୂନ ମିଶାଇ ଗରମ କରି ଲଗାଯାଏ ।
  • ଉଦରସ୍ଥ ଓ ବାହ୍ୟ ବିଷକୁ ବିନାଶ କରିବାପାଇଁ ହଳଦୀ ଓ ଗୋଲ ମରିଚକୁ ଜଳରେ ସିଝାଇ ଛାଣି ପାନ କରାଯାଏ। ଏହାଛଡା ଏଥିପାଇଁ ବଟାହଳଦୀକୁ ଦେହରେ ବୋଳିଦିଆଯାଏ ଓ ପାଣିରେ ଗୋଳାଇ ପାନ କରାଯାଏ ।
  • ପରିସ୍କାର ଧୋବକନାକୁ ବଟା ହଳଦୀ ଗୋଳା ଜଳରେ ଭେଦାଇ ଚିପୁଡ଼ି ଆଖି ଉପରେ ରଖିଲେ ଓ ଆଖି ପୋଛିଲେ ଆଖି ଧରାରେ ଉପକାର ମିଳେ ।

ଜିରା

ସାଧାରଣତଃ ଥଣ୍ଡା ପାଗରେ ଅଧିକାଂଶ ଲୋକଙ୍କଠାରେ ବିଭିନ୍ନ ଶାରୀରିକ ସମସ୍ୟା ତଥା ବିଶେଷ କରି ଥଣ୍ଡା ଜ୍ୱର ପରିଲକ୍ଷିତ ହୋଇଥାଏ । ଏଥିସହ ମୁଣ୍ଡ ବିନ୍ଧା ହେବା, ନାକରୁ ପାଣି ବାହାରିବା, ଜ୍ୱର ହେବା ସହ ଘୋଳାବିନ୍ଧା ଆଦି ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ତେବେ ଏହି ଅବସରରେ ଜିରା ସେବନ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

ଜିରାରେ ନା କେବଳ ଜ୍ୱର ଦୂର କରିବାର ପ୍ରତିରୋଧକ ଶକ୍ତି ରହିଛି ତାହା ନୁହେଁ ଏଥିରେ ମଧ୍ୟ ଅନେକ ଉପାଦେୟ ଉପାଦାନ ରହିଛି ଯାହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ତଥ୍ୟ ।

  • ଯଦି ଆପଣ କୌଣସି ଜ୍ୱର କିମ୍ବା ଥଣ୍ଡା ରୋଗରେ ପୀଡିତ ତେବେ ଜିରା ସେବନ କରିବା ଦ୍ୱାରା ଏଥିରୁ ତୁରନ୍ତ ମୁକ୍ତି ମିଳିଥାଏ ।
  • ସାଧାରଣତଃ ଜିରାକୁ ଗୁଣ୍ଡ କରି ତାକୁ ଚା’ରେ ପକାଇ ସେବନ କରିବା ଦ୍ୱାରା ଅଥବା ଏଥିସହ ଅଦା ଓ ତୁଳସୀ ମିଶାଇ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ।
  • ଗରମ ପାଣିରେ କିଛି ମାତ୍ରାରେ ଜିରା ପକାଇ ତା’ର ବାମ୍ଫ ନିଅନ୍ତୁ ଆଉ ବାମ୍ଫ ନେବା ପରେ ମୁହୁଁକୁ ଏକ ନରମ ଚାଦରରେ ଢାଙ୍କି କିଛି ସମୟ ଶୋଇ ପଡନ୍ତୁ । ଏହା କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ନିସ୍ତାର ମିଳିବା ସହ ଆପଣଙ୍କୁ ଫୁର୍ତ୍ତି ମିଳିଥାଏ ।
  • ଜିରା ଜ୍ୱର ଭଲ କରିବା ସହିତ ଓଜନ ମଧ୍ୟ କମାଇବାରେ ସହାୟକ ହୋଇଥାଏ ।
  • ଖାଦ୍ୟରେ ନିୟମିତ ଭାବରେ ଜିରା ବ୍ୟବହାର କରିବା ଦ୍ୱାରା ହୃଦୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଜିରାକୁ ଗୁଣ୍ଡ କରି ତାହାକୁ ଦହିରେ ପକାଇ ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଭଲ ହୋଇଥାଏ ।
  • ଯଦି ଆପଣଙ୍କ ନିକଟରେ ସମୟର ଅଭାବ ରହିଛି ତେବେ ଉଷୁମୁ ପାଣି ସହିତ ଅଥବା ମହୁ ସହ ଜିରା ଗୁଣ୍ଡ ମିଶ୍ରଣ କରି ସେବନ କରିପାରିବେ । ଏପରି କରିବା ଦ୍ୱାରା ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଯିବା ସହ ଶରୀରକୁ ଆରାମ ମିଳିଥାଏ ।

ସୋରିଷ ତେଲ

ଘରେ ଘରେ ସୋରିଷ ତେଲର ବ୍ୟବହାର ନିହାତି ଏକ ସାଧାରଣ କଥା । ସୋରିଷ ତେଲକୁ ଖାଦ୍ୟ ତିଆରି, ତ୍ୱଚାର ଚମକ ଓ ଦାନ୍ତ ସଫା ପାଇଁ ବ୍ୟବହାର କରାଯାଏ । ସୋରିଷ ତେଲ ପ୍ରାକୃତିକ ରୂପରେ ତ୍ୱଚା ପାଇଁ ଖୁବ୍ ଉପକାରୀ । ଏହା ବ୍ୟତୀତ ମଜଭୁତ କେଶ ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର ହୁଏ ।

ଆପଣ ଜାଣନ୍ତି କି ସୋରିଷ ତେଲର ବ୍ୟବହାର ଦ୍ୱାରା ଆପଣ ଆକର୍ଷଣୀୟ ଲୁକ୍ ମଧ୍ୟ ପାଇପାରିବେ । ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ସୋରିଷ ତେଲ ତ୍ୱଚା ପାଇଁ ବହୁତ ଉପକାରୀ ।

ହାନିକାରକ କେମିକାଲ ଯୁକ୍ତ କଣ୍ଡିସନର କେଶରେ ଲଗାଇବା ପରିବର୍ତେ କେଶରେ ସୋରିଷ ତେଲ ଲଗାନ୍ତୁ । ଏହା ପ୍ରାକୃତିକ ରୂପରେ କେଶକୁ କଣ୍ଡିସନ କରିଥାଏ ।

ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ୱ ମିଳିଥାଏ । କେଶରେ ସୋରିଷ ତେଲ ମାଲିସ କଲେ କେଶ ଝଡିବାରୁ ମଧ୍ୟ ମୁକ୍ତି ମିଳେ ।

ମୁହଁରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ । ୧ ଚାମଚ ବେସନ, ୧ ଚାମଚ ଦହି, ଅଧା ଚାମଚ ଲେମ୍ବୁ ରସ,୧ ଚାମଚ ସୋରିଷ ତେଲ ମିଶାଇ ସପ୍ତାହରେ ତିନି ଦିନ ମୁହଁରେ ଲଗାନ୍ତୁ ।

ଶୀତ ଦିନରେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ କଥା । ଆପଣ ସୋରିଷ ତେଲର କିଛି ବୁନ୍ଦା ଚେହେରାରେ ମାଲିସ କରନ୍ତୁ । କିଛି ସମୟ ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା କୋମଳ ରହିବା ସହ ତ୍ୱଚାରେ ଚମକ ଆସେ ।

ଅଣ୍ଡା

ପ୍ରାଣୀ ବିଜ୍ଞାନ ଅନୁସାରେ, ଅଣ୍ଡା ହେଉଛି ଏକ ଜୈବିକ ଥଳି ଯେଉଁଥିରେ ଭ୍ରୂଣଟି ପ୍ରଥମେ ବଢିବା ଆରମ୍ଭକରିଥାଏ । ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।

ଯେଉଁ ପ୍ରାଣୀ ଅଣ୍ଡାରୁ ଜାତ ହୋଇଥାନ୍ତି ସେମାନଙ୍କୁ ଅଣ୍ଡଜ କୁହାଯାଏ । ବର୍ତ୍ତମାନ ଜଣାଥିବା ଅଣ୍ଡା ଭିତରେ ଓଟପକ୍ଷୀର ଅଣ୍ଡା (୧.୫ କେଜି) ସବୁଠାରୁ ବଡ ଅଟେ । ଯଦିଓ ବିଲୁପ୍ତ ହୋଇଯାଇଥିବା Aepyornis ଓ ଡାଇନୋସରର ଅଣ୍ଡା ସବୁଠାରୁ ବଡଥିଲା । ପକ୍ଷୀମାନଙ୍କ ଭିତରେ ହାମିଙ୍ଗ ବାର୍ଡ଼ ସବୁଠାରୁ ଛୋଟ ଅଣ୍ଡା ଦିଏ , ଏହାର ଓଜନ ଅଧ ଗ୍ରାମ ପାଖାପାଖି ହୋଇଥାଏ । କେତେକ ସରୀସୃପ ଓ ମାଛ ଏହାଠାରୁ ମଧ୍ୟ ଛୋଟ ଅଣ୍ଡା ଦିଅନ୍ତି । ଏପରିକି କିଛି କୀଟ ଓ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କ ଅଣ୍ଡା ଆହୁରି ଛୋଟ ଅଟେ ।

ଆପଣମାନେ ପ୍ରାୟ ଜାଣିଥିବେ ସବୁ ଖାଦ୍ୟରେ ଏତେ ପରିମାଣର ଶକ୍ତି ମିଳିନଥାଏ ଯେତିକି ପରିମାଣର ଶକ୍ତି ଅଣ୍ଡାରେ ମିଳିଥାଏ । ଅଣ୍ଡାକୁ ଥଣ୍ଡା ବା ଗରମ ସବୁବେଳେ ଖାଇପାରିବା । ଏହା ଦେହ ପାଇଁ ଅତ୍ୟନ୍ତ ଆବଶ୍ୟକ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ମନ , ଦେହ ଭଲ ରହିବ । କାରଣ ଅଣ୍ଡାରୁ ଆମେ ବହୁତ ପ୍ରକାର ଶକ୍ତି ମଧ୍ୟ ପାଇଥାଉ । ପୃଷ୍ଟିକର, କ୍ୟାଲିସିୟମ ଓ ଅମେଗା ୩ ଭିଟାମିନ୍ ଆଦିସବୁ ପାଇଥାଉ।

ଏହା ଏମିତି ଏକ ଖାଦ୍ୟ ଯାହାକି ଦେହର ଓଜନ ବଢାଇବା ଏବଂ କମେଇବାରେ ବହୁତ ସାହାଯ୍ୟ କରେ । ଯାହା ଆମ ଶରୀରର ମାଂସପେଶୀକୁ ଶକ୍ତ କରିବା ପାଇଁ ପୃଷ୍ଟି ସାର ଦିଏ ଏବଂ ହାଡକୁ ଶକ୍ତ କରିବା ପାଇଁ କଲେସଷ୍ଟ୍ରେଲ ମଦ୍ୟ ବହୁତ ପରିମାଣରେ ଦିଏ । ସବୁଠାରୁ ଭଲ କଥା ହେଲା ଅମେଗା ୩ ଭିଟା ଏସିଡ ଭଲ ଏଜଡିଏଲ୍ କଲେସଷ୍ଟ୍ରେଲ ବନେଇବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବା ଦ୍ୱାରା କଣ ସବୁ ଲାଭ ମିଳିଥାଏ ।

ଶରୀରର ଓଜନ ବଢେଇବା ଓ କମେଇବା - ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ନିୟନ୍ତ୍ରଣ କରିବାର କ୍ଷମତା ମିଳିଥାଏ । ଅଣ୍ଡା ଖାଇବା ଦ୍ୱାରା ଭୋକକୁ ଶାନ୍ତ ଏବଂ ଅଧିକ ସମୟ ପେଟ ପୂରିଲା ଭଳି ଲାଗିଥାଏ । ଯଦି ଆପଣ ଆପଣଙ୍କ ଓଜନ କମେଇବାକୁ ଚାହୁଁଛନ୍ତି ତା’ହେଲେ ଆପଣ ଅଣ୍ଡାର ଧଳା ଅଂଶକୁ ଖାଇବାକୁ ପଡିବ କାରଣ ହଳଦିଆ ରଂଗର କେଶôରରେ କଲେସଷ୍ଟ୍ରେଲ୍ ବହୁତ ମାତ୍ରାରେ ରହିଥାଏ ଯାହା ଓଜନ ବଢାଇବାରେ କାମ ଦିଏ । ସେଥିପାଇଁ ଜିମ୍ ଯାଉଥିବା ବ୍ୟକ୍ତଙ୍କୁ ଅଣ୍ଡା ଖାଇବାକୁ କୁହାଯାଏ କିନ୍ତୁ ଅଣ୍ଡାର ହଳଦିଆ ଅଂଶକୁ ଖାଇବାକୁ ମନାହୋଇଥାଏ । କାରଣ ଯେଉଁ ବ୍ୟକ୍ତି ଓଜନ ବଢାଇବାକୁ ଚାହୁଁଛି ତାଙ୍କୁ ଅଣ୍ଡା କେଶର ଖାଇବାକୁ ପଡିବ । ସବୁଦିନ ଅଣ୍ଡା ଖାଇବା ଭଲ ।

ଦୃଷ୍ଟି ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ - ଅଣ୍ଡାରେ ବହୁତ ପରିମାଣର କଲେସଷ୍ଟ୍ରେଲ ରହିଥାଏ । ଯେଉଁଟା କି ଆଖିର ଚର୍ମ ପାଇଁ ବହୁତ ଉପକାରୀ । ଏହା ଦୃଷ୍ଟିଶକ୍ତିକୁ ବଢାଇବାରେ ସହାୟତା କରିଥାଏ । ଯଦି ସବୁଦିନ ଆପଣ ଅଣ୍ଡା ଖାଇବେ ତାହେଲେ ଦୃଷ୍ଟିଶକ୍ତି ଜନିତ କୌଣସି ବି ସମସ୍ୟା ରହିବ ନାହିଁ ।

ସ୍ମରଣଶକ୍ତି ବଢାଇବା ଏବଂ ଚିନ୍ତା କମେଇବା - ଅଣ୍ଡାରେ ଅମେଗା ୩, ଭିଟାମିନ ଏବଂ ଭିଟା ଏସିଡ ଥାଏ ଯାହା ମସ୍ତିସ୍କ ପାଇଁ ବହୁତ ଲାଭ ହୋଇଥାଏ । ଅଣ୍ଡାରେ କୋଲିନ ମଧ୍ୟ ପାଇଥାଉ । ଯାହାକି ସ୍ମରଣଶକ୍ତି ବଢାଇବାରେ କାମ କରିଥାଏ । ଏହାବ୍ୟତୀତ ଅଣ୍ଡାରେ ଭିଟାମିନ୍ ବି-୧୨ ମଧ୍ୟ ଥାଏ । ଯାହା ଚିନ୍ତାରୁ ମୁକ୍ତି ଦେଇଥାଏ ।

ବାଳ ଏବଂ ଚର୍ମ - ଅଣ୍ଡାର ହଳଦିଆ ଅଂଶରେ ବାୟୋଟିନ୍ ମଧ୍ୟ ରହିଛି,ଯେଉଟା କି ବାଳକୁ ଶକ୍ତ କରିଥାଏ ଏବଂ ଚର୍ମକୁ ଅଧିକ ଦୃଢାକ୍ତ କରିବାରେ ସାହାଯ୍ୟ କରେ । ଅଣ୍ଡାର ହଳଦିଆ ଅଂଶ କେଶରେ ଲଗାଇଲେ କେଶ ନରମ ଓ ସୁନ୍ଦର ମଧ୍ୟ ଦେଖାଯାଇଥାଏ ।

ଶକ୍ତିରେ ପରିପୂର୍ଣ୍ଣ - ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ । ସକାଳ ସମୟରେ ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।

ମହୁଲ

ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଭାତହାଣ୍ଡି ହେଉଛି ମହୁଲ । ସକାଳୁ ସକାଳୁ ମହୁଲ ଫୁଲର ଭୁରୁଭୁରୁ ସୁଗନ୍ଧ ମନକୁ ଆହ୍ଲାଦିତ କରେ । ପାହାନ୍ତା ପ୍ରହରରୁ ଗାଁ ସ୍ତ୍ରୀ ଲୋକ ପାଛିଆରେ ମହୁଲ ଗୋଟାଇ ଥାନ୍ତି  । ଆଗରୁ ତ ଲୋକେ ମହୁଲ ବଦଳ କରି ଲୁଣ ଆଣୁଥିଲେ।

କିନ୍ତୁ ଗୁଡା ଲୁଣର ଆଦର କମିବା ସାଙ୍ଗକୁ ଏହି ଅଦଳବଦଳ ପ୍ରକ୍ରିୟା ପ୍ରାୟତଃ ବନ୍ଦ ହୋଇଯାଇଛି କହିଲେ ଚଳେ । ମହୁଲ ଗଛର ଫଳକୁ ଟୋଲ କୁହାଯାଏ ।

ଟୋଲ ତେଲକୁ ଲୋକେ ରୋଷେଇରେ ବ୍ୟବହାର କରନ୍ତି ଓ ଏହାର ଭଜା ମଧ୍ୟ ବେଶ୍ ସୁଆଦିଆ । ମହୁଲ କାଠକୁ ଜାଳେଣି ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ଏସବୁ ଉପଯୋଗିତା ବ୍ୟତିରେକ ମହୁଲରେ ଭରପୁର ଔଷଧୀୟ ଗୁଣ ରହିଛି ।

  • କିଣ୍ୱନ ପ୍ରକ୍ରିୟାରେ ଆୟୁର୍ବେଦିକ ଆଲକୋହୋଲିକ ମେଡିସିନ୍ ପ୍ରସ୍ତୁତ ହୋଇଥାଏ । ଏହି ପ୍ରକ୍ରିୟା ସମ୍ପାଦିତ ହେବା ପାଇଁ ମହୁଲ ଫୁଲକୁ ବ୍ୟବହାର କରାଯାଇଥାଏ ।
  • ଗଛର ବଳ୍ କଳରେ ପ୍ରସ୍ତୁତ ଔଷଧ ବାତ, ବ୍ରୋଙ୍କାଇଟିସ୍, ମଧୁମେହ, ପାଇରିଆ ଆଦି ରୋଗ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।
  • ଫ୍ୟାରିଙ୍କ୍ସ୍ ପ୍ରଦାହ, ଟନସିଲ୍ ଆଦି ରୋଗ ପାଇଁ ଟୋଲ ବେଶ୍ ଉପକାରୀ ।
  • ମୂତ୍ର ସଂକ୍ରମଣ, ପୀଡା ଉପଶମ ପାଇଁ ମହୁଲ ଫୁଲ ଅତ୍ୟନ୍ତ ଉପଯୋଗୀ ।
  • ମହୁଲ ଛାଲିକୁ ପାଣିରେ ଶିଝାଇ ପିଇଲେ ବାତ ରୋଗରୁ ଉପଶମ ମିଳିଥାଏ ।
  • ବଳ୍କଳ ଶିଝା ପାଣି ମଧୁମେହ ପାଇଁ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।
  • କୁଣ୍ଡିଆ ରୋଗ ନିରାକରଣରେ ମହୁଲ ପତ୍ରକୁ ବ୍ୟବହାର କରାଯାଇଥାଏ ।
  • ମହୁଲ ଗଛର ବଳ୍କଳ ଶିଝା ପାଣିକୁ ୩୦୦ ମି.ଲି. ସାଧା ପାଣିରେ ମିଶାଇ ଗର୍ଗଲ କଲେ ଗଳା ଓ ଗ୍ରସନୀ ପ୍ରଦାହ ଭଲ ହୋଇଥାଏ ।
  • ସ୍ତନହାରୀ ମାଙ୍କ କ୍ଷୀର ଧାରଣ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ମହୁଲ ଫୁଲ ଅତ୍ୟନ୍ତ ଉପଯୋଗୀ।
  • ଦିନକୁ ଦୁଇ ଥର ମହୁଲ ଛାଲି ଶିଝା ପାଣି ପିଇଲେ ଡାଇରିଆ ରୋଗରୁ ମୁକ୍ତି ମିଳେ ।
  • ଗଛ ଛାଲିର ଗୁଣ୍ଡକୁ ଆପଣ ଦେହରେ ବୋଳିଲେ ସ୍କାବିଜ ଭଳି ଚର୍ମ ରୋଗରୁ ରକ୍ଷା ପାଇପାରିବେ । ମହୁଲ ଫୁଲ ଜୁସ୍ କୁ ସଂକ୍ରମିତ ଚର୍ମରେ ପ୍ରଲେପ ଦେଲେ ରୋଗରୁ ଉପଶମ ମିଳିବ ।
  • ୫ ଗ୍ରାମର ମହୁଲ ଗଛ ଛାଲି ଗୁଣ୍ଡ ଏବଂ ଡିମରି ମିଶ୍ରଣକୁ ଗରମ ପାଣିରେ ଗୋଳାଇ ଦିନକୁ ଦୁଇ ଥର ସେବନ କଲେ ଶ୍ୱାସ ରୋଗ ପାଖ ମାଡିବ ନାହିଁ ।

ମେଥି

ମେଥି, କେବଳ ମସଲା ନୁହେଁ, ଏଥିରେ ରହିଛି ବିଭିନ୍ନ ଔଷଧୀୟ ଗୁଣ । ଏହାର ଗୁଣ୍ଡରୁ ସକାଳେ ଓ ସନ୍ଧ୍ୟାରେ ପାଣା ସହିତ ସେବନ କଲେ । ଏହା ଗଣ୍ଠି ଓ ଅସ୍ଥିକୁ ମଜଭୁତ କରିଥାଏ । କେବଳ ସେତିକି ନୁହେଁ, ମେଥ୍ ଖାଇଲେ ମେଦବହୁଳତା ପରି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥାଏ ।

ମେଥି ରହିଛି ଅନେକ ଔଷଧୀୟ ଗୁଣ । ଛୋଟ ଓ ବଡ ଭାବରେ ପରିଚିତ ମେଥିକୁ କେତେକେ ଗ୍ରାମ୍ୟ ମେଥି, ବନ୍ୟ ମେଥି ବୋଲି କହିଥାନ୍ତି । ମାତ୍ର ବଜାରରେ ସାଧାରଣ ମେଥି ଓ କସ୍ତୁରୀ ମେଥି ଉପଲବ୍ଧ ହୋଇଥାଏ । ସାଧାରଣ ମେଥିକୁ ରୋଷେଇ ଘରେ ମସଲା ଏବଂ ଏହାର ପତ୍ରକୁ ଶାଗ ଓ ଔଷଧ ରୂପେ ବ୍ୟବହାର କରାଯାଏ । ମାତ୍ର କସ୍ତୁରୀ ମେଥି ଖାଦ୍ୟକୁ ସ୍ଵାଦିଷ୍ଟ ବା ସୁଗନ୍ଧିତ କରିବା ପାଇଁ ବ୍ୟବହାର କରାଯାଏ ।

ଅବଶ୍ୟ ମେଥିକୁ ବିଭିନ୍ନ ଔଷଧ ଭାବେ ବ୍ୟବହାର କରଯାଇଥାଏ । ମେଥିକୁ ପାଣିରେ ବଢୁରାଇ ବାଟି ପିଆଯାଏ, ଗଜାକରି ଚୋବାଇ ଚୋବାଇ ଖିଆଯାଏ, ଗୁଣ୍ଡକରି ମଧ୍ୟ ଖିଆଯାଇଥାଏ । ପ୍ରାକୃତିକ ଚିକିତ୍ସା ମତରେ ମେଥି କମ୍ ଜୋର ହୋଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ବଳଶାଳୀ କରିଥାଏ, ବେଦନା ହୋଇଥିବା ସ୍ଥାନକୁ କମ୍ କରିଥାଏ, ଜଳାପୋଡ଼ା ଜାଗାରେ ଏହାର ଲେପ ଚମତ୍କାର ପ୍ରଭାବ ପକାଇଥାଏ । ଆଚାର୍ଯ୍ୟ ଭବ ମିଶ୍ର ବର୍ଣ୍ଣନା କରିଛନ୍ତି ଯେ, ମେଥି ବାୟୁକୁ ନଷ୍ଟ କରିଥିବା ସମୟରେ କଫକୁ ବି ଦୂର କରିଥାଏ । ଏହା ଜ୍ଵରକୁ ଶମନ କରିବାରେ ସାହାଯ୍ୟ ମଧ୍ୟ କରିଥାଏ । ଆଗର୍ଯ୍ୟ ପ୍ରିୟବ୍ରତ। ଏହା ମାଂସପେଶୀ ଓ ଗଣ୍ଠି ହେଉଥିବା ପୀଡାକୁ ଦୂର କରେ ବୋଲି ବର୍ଣ୍ଣନା କରିଛନ୍ତି ।

ମେଥି ମଞ୍ଜିରେ ଆର୍ଦ୍ରତା- ୧୩.୭% ପ୍ରୋଟିନ୍ – ୨୬.୨%, ବସା-୫.୮% କାର୍ବୋହାଇଡ୍ରେଟ୍ – ୪୪.୧%, ସୂତ୍ର- ୭.୨% ଓ ଉକ୍ଷ୍ମ-୩.0% ଥାଏ । ଏଥିରେ କ୍ୟାଲସିୟମପୋଟାସିୟମ, ଫସ୍ ଫରସ, ଲୌହ ଓ ସୋଡିୟମ ପ୍ରଚୁର ପରିମାଣରେ ମିଳେ ।

ଫଜ୍କରୋଗ, ପାଣ୍ଡୁ, ବାତରକ୍ତ ମଧୁମେହ ଆଦି ରୋଗର ଉପସର୍ଗ ଜନିତ ଦୁର୍ବଳତାକୁ ଦୂର କରିଥାଏ । ଏଥିରେ ‘ଇସ୍କେଥାଇଲିମିନ୍ ପ୍ରଚୁର ମାତ୍ରାରେ ଥାଏ । ଏହା ଶାକାହାରୀଙ୍କ ପାଇଁ ଏକ ବିକଳ୍ପ । ନିଆକାଏର(ଭିଟାମିନ୍ ବି-୩) ଯାହାକୁ ନିକୋଚିନିକ୍ ଏସିଡ୍ କୁହାଯାଏ । ଏହା ଶାକାହାରୀଙ୍କ ପାଇଁ ମାଛ ଜାତୀୟ ଖାଦ୍ୟର ଏକ ବିକଳ୍ପ । ନିଆକାଏରର ଉପଯୋଗ କୋଲେଷ୍ଟରଲ ଓ ବସାର ଉଚ୍ଚ ମାତ୍ରାକୁ କମ୍ କରିଥାଏ । ମେଥି ମଞ୍ଜିରେ ଏପରି ପଦାର୍ଥ ଅଛି। ଯାହା ଆନ୍ତ୍ର ପାଇଁ କାର୍ଯ୍ୟ କରେ ।

ଅଗ୍ନ୍ୟାଶୟକୁ ଉତ୍ତେଜିତ କରି ପାଚକ ରସକୁ ନିୟନ୍ତ୍ରଣ କରେ ଏବଂ ଶରୀରର ସୁଗାର ମାତ୍ରା କମ୍ କରିଥାଏ । ସେହି ପ୍ରଭାବରୁ ମଧୁମେହରେ ରକ୍ତଗତ ଶର୍କର କମ୍ ହୋଇଥାଏ । ରଜନିବୃତ୍ତି ସମୟରେ ହରମୋନକୁ ସନ୍ତୁଳନ କରିବାରେ ଏହା ସାହାଯ୍ୟ କରେ । ଏହିପରି ଭାବରେ ମେଥି ମଧୁମେହ ଓ ହୃଦ୍‌ରେଗରେ ଲାଭଦାୟକ । ଏହା ବାତହର, ଗଣ୍ଠିରେ ହେଉଥବା ପୀଡା, ସ୍ନାୟୁରୋଗରେ ସହାୟକ ଅଟେ । ଆଧୁନିକ ବିଜ୍ଞାନ ମଧ୍ୟ ଏ କଥାରେ ଏକମତ ଯେ ମେଥିଗୁଣ୍ଡକୁ ସକାଳ ଓ ସନ୍ଧ୍ୟାରେ ପାଣି ସହିତ ଖାଇଲେ ଏହା ଗଣ୍ଠି ଏବଂ ଅସ୍ଥିକୁ ମଜଭୁତ କରିଥାଏ । ମେଦ ବହୁଳତାକୁ କମାଇବାରେ ସହାୟକ ହୁଏ ।

ରସ, କଇତଥ ଏବଂ ମିଶ୍ରି ମିଶାଇ ବ୍ୟବହାର କଲେ ସୁଫଳ ମିଳିଥାଏ । ମେଥି ପତ୍ରରେ ଅନେକ ପୋଷଣ ତତ୍ତ୍ୱ ଅଛି । ଏହା ଶୀତଳ, ଦାହ, ଶାମକ, ଶୋଥହର ତଥା ମୃଦୁ ବିରେଚକ ଅଟେ । ପତ୍ରର ଲେପ ଶରୀରରେ ଜ୍ଵଳନ ହେଉଥିବା ସ୍ଥାନରେ ଲଗାଇଲେ ଲାଭ ମିଳେ । ତ୍ମଚାକୁ ମୁଲାୟମ ଏବଂ ସ୍ଵଚ୍ଛ ରଖବା ପାଇଁ ଏହାର ମଞ୍ଜି ପ୍ରୟୋଗ କରାଯାଏ । ମେଥି ପାଚନ ସଂସ୍ଥାନ ଲାଗି ମଧ୍ୟ ଲାଭଦାୟକ । ଅର୍ଶ ରୋଗରେ ମେଥି ମଞ୍ଜିର କ୍ଵାଥ ଓ ମହୁ ମିଶାଇ ବ୍ୟବହାର କରାଯାଏ । ସ୍ତ୍ରୀ ଲୋକଙ୍କର ପ୍ରସବ ପରେ ଆର୍ତ୍ତବ ଶୁଦ୍ଧି ଓ ସ୍ତନ୍ୟ ବୃଦ୍ଧି ସକାଶେ ମେଥି ମୋଦକ ବ୍ୟବହାର କରାଯାଏ । ରକ୍ତ ଅଳ୍ପତା ତଥା ରକ୍ତଶୁଦ୍ଧିକରଣ ଲାଗି ମେଥ୍ ପ୍ରତ୍ୟେକ ଦିନ ଖାଇବା ଆବଶ୍ୟକ ।

ମଧୁମେହ ରୋଗୀ ମେଥି ବ୍ୟବହାର କରିବାର ବିଧି ଅନ୍ୟମାନଙ୍କଠାରୁ ଭିନ୍ନ। ମେଥିକୁ ସଫା କରି ତା’ର ଦୁଇଗୁଣ ମାତ୍ରା କ୍ଷୀରରେ ତାକୁ ୨୪ ଘଣ୍ଟା ବତୁରାଇ ରଖିବେ । ତାପରେ କ୍ଷୀରକୁ ଫୋପାଡି ଦେଇ ସେହି ମେଥିକୁ ପାଣିରେ ପରିଷ୍କାର ଭାବରେ ଧୋଇ ଛାଇରେ ଶୁଖାଇବେ । ତା’ପରେ ଖରରେ ଦେଇ ଗୁଣ୍ଡକରି କାଚ ପାତ୍ରରେ ରଖିବେ । ଏହି ଚୂର୍ଣ୍ଣକୁ ୧୦ ଗ୍ରାମ କରି ଦିନକୁ ତିନିଥର ଛଅମାସ ଖାଇବା ପରେ ଦେଖିବେ, ରକ୍ତରେ ଶର୍କରା ସନ୍ତୁଳିତ ମାତ୍ରାରେ ରହୁଛି । ଉଚ୍ଚ ରକ୍ତଚାପରେ ୧୦ ଗ୍ରାମ ମେଥିକୁ ରାତିରେ ପାଣିରେ ଭିଜାଇ ସକାଳେ ଛାଣି ଖାଲି ପେଟରେ ପିଇଲେ ଲାଭ ମିଳିବ ।

ସ୍ତ୍ରୀ ଲୋକଙ୍କର ଅଣ୍ଟା ବିନ୍ଧିବା ରୋଗ ଥିଲେ ମେଥି, ଶୁଣ୍ଠି ଓ ଜୁଆଣିକୁ ସମାନ ମାତ୍ରାରେ ନେଇ ଗୁଣ୍ଡକରିବେ । ଆଉ ଏହାର ଚୂର୍ଣ୍ଣ ସେବନ କଲେ ଲାଭ ମିଳିଥାଏ । ଏହିପରି ଭାବରେ ମେଥି ମଧୁମେହ, ହୃଦରୋଗ ତଥା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭପ୍ରଦ ଘରୋଇ ଔଷଧ ଅଟେ ।

ଚାଉଳ

ସମୟର ପରିବର୍ତ୍ତନ ଅନୁସାରେ ଆମ ଖାଦ୍ୟ ଶୈଳୀର ମଧ୍ୟ ପରିବର୍ତ୍ତନ ହୋଇଛି । ଚାଉଳକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରୁଥିବା ଦେଶରେ ରଙ୍ଗ କଣିକାଯୁକ୍ତ ଚାଉଳର ବ୍ୟବହାର ବଢ଼ିବାରେ ଲାଗିଛି । ଏହି ଚାଉଳ ଲାଲ, ବାଇଗଣି ଏବଂ କଳାରଙ୍ଗର ହୋଇଥାଏ । ଚାଉଳର ଉପରି ଭାଗରେ ଆପେନ୍ଥାସିୟାନିନସ୍ ଏବଂ ପ୍ରୋସିୟାନିଡିନ୍ ଭଳି ଫେନୋଲିକସ୍ ପଦାର୍ଥର ଆସ୍ତରଣ ଯୋଗୁଁ ଏହା ରଙ୍ଗିନ୍ ହୋଇଥାଏ । ଏହି ଚାଉଳର ବହୁତ ସ୍ଵାସ୍ଥ୍ୟ ଉପକାରୀ ଗୁଣ ଥିବାରୁ ସ୍ଵାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଏହା ପ୍ରତି ଆକୃଷ୍ଟ ହେଉଛନ୍ତି । ଆସନ୍ତୁ ଏହାର ସ୍ଵାସ୍ଥ୍ୟଭିତ୍ତିକ ଗୁଣବତ୍ତା ବିଷୟରେ ଜାଣିବା ।

  • ଏହି ଚାଉଳରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟସ୍ ପଦାର୍ଥ ଯଥା ;ଆନ୍ଥୋସିୟାନିନନ୍, ଗାମାଓରାଇଜାନଲ, ଫେନୋଲିକ୍ ଏସିଡ୍ ଫ୍ଲାଭନଏଡସ୍, ଭିଟାମିନ-ଇ ଅଛି ଯାହା ଶରୀରରେ ମୁକ୍ତ ଅଣୁ ପ୍ରତିକ୍ରିୟାରେ ବାଧା ସୃଷ୍ଟିକରି କୋଷମାନଙ୍କୁ ନଷ୍ଟ ହେବାରୁ ବଞ୍ଚାଇଥାଏ । ପରୋକ୍ଷରେ ଏହା ଆୟୁବୃଦ୍ଧିର ଦରକୁ ହ୍ରାସ କରାଇଥାଏ ଏବଂ କର୍କଟ ଭଳି ରୋଗକୁ ବିରୋଧ କରିଥାଏ ।
  • ଏହି ଚାଉଳରେ ଥିବା ଆନ୍ଥୋସିୟାନିନନ୍ ଭଳି ଫେନୋଲିକ ପଦାର୍ଥ ରକ୍ତରେ ଥିବା ଖରାପ କୋଲୋଷ୍ଟୋରେଲର ମାତ୍ରାକୁ କମ କରିବାରେ ସାହାଯ୍ୟ କରେ ଏବଂ ଧମନୀରେ ପଟିକା ସୃଷ୍ଟିରେ ବାଧାପ୍ରାପ୍ତ କରିଥାଏ । ଜଦ୍ଦ୍ଵାରା ହୃଦୟର ସ୍ଵାସ୍ଥ୍ୟ ଭଲ ରହେ ଏବଂ ହୃଦଘାତର ଆଶଙ୍କାକୁ ଏଡାଇ ହୋଇଥାଏ ।
  • ମ୍ୟାଗନେସିୟମର ଗନ୍ତାଘର ଥିବା ଏହି ଚାଉଳ ଉତ୍ତମ ହାଡ ଗଠନରେ ସାହାଯ୍ୟ କରିଥାଏ ଏବଂ ଆଲର୍ଜି ଭଳି ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଦେଇଥାଏ । ଦୈନନ୍ଦିନ ଜୀବନର ତନ୍ତୁ ପୋଷଣର ଆବଶ୍ୟକତା ଏହି ଚାଉଳ ମଧ୍ୟ ପୂରଣ କରିଥାଏ ।
  • ରିପୋର୍ଟରୁ ଜଣାପଡିଛି ଯେ ଏହି ଚାଉଳରେ ଥିବା ଆନ୍ଥୋସିୟାନିନନ୍ ଆଲଡୋଜ ରିଡକ୍ଟେଜ ଏନଜାଇମର କାମକୁ ବାଧାପ୍ରାପ୍ତ କରାଇ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ଡାଇବେଟିସ୍ ୨ର ଆଶଙ୍କାକୁ ମଧ୍ୟ କମାଇଥାଏ ।
  • ଗବେଷଣାରୁ ଜଣାପଡିଛି ଯେ ଏଥିରେ ଭିଟାମିନ୍ ବି-୬ ର ପରିମାଣ ଧଳା ଉଳ ଅପେକ୍ଷା ଅଧିକ ଥାଏ ଯାହା ଶରୀରରେ ସେରୋଟୋନିନ୍ ସୃଷ୍ଟି କରିଥାଏ ଯାହାଦ୍ଵାରା ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିଥାଏ ।
  • ଏହା ଆଇରନ୍‌, ଜିଙ୍କ, କ୍ୟାଲସିୟମ୍, କପର ମଙ୍ଗାନିଜ୍ ଭଳି ଖଣିଜପଦାର୍ଥରେ ଭରପୂର ଥିବା ଏହି ଚାଉଳ ରକ୍ତହୀନତାରୁ ରକ୍ଷା କରି ଉତ୍ତମ ସ୍ଵାସ୍ଥ୍ୟ ଗଠନ କରିଥାଏ । ଏତେସବୁ ସ୍ୱାସ୍ଥ୍ୟ ଉପକାରୀ ଗୁନଥିବା ଏବଂ ପ୍ରଚୁର ଆଣ୍ଟିଅ’କ୍ସିଦାଣ୍ଟ ପଦାର୍ଥ ଥିବା ଏହି ରଙ୍ଗକଣିକା ଯୁକ୍ତ ଉଳର ଡାଉନନ୍ଦିନ ଜୀବନର ବ୍ୟବହାର ଏକ ଉତ୍ତମ ଓ ସୁସ୍ଥ ଶରୀର ଗଠନ ଯେ ଅପରିହାର୍ଯ୍ୟ କହିଲେ ଅତୁୟକ୍ତି ହେବ ନାହିଁ ।

ଗୋଲମରିଚ

ଗୋଲମରିଚ ଖାଦ୍ୟରେ ସ୍ୱାଦ ବଢାଏ । ହେଲେ ଏହା ଶରୀର ପାଇଁ ମଧ୍ୟ ବେଶ ଉପକାରୀ । ପ୍ରତିଦିନ ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଇଲେ ଅନେକ ରୋଗରୁ ଆରାମ ମିଳିଥାଏ । ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ –

  • ଏହା ଶରୀରରେ ନମନୀୟତା ବୃଦ୍ଧି କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ।
  • ଏହା ଶରୀରର କ୍ଷତିକାରକ ତତ୍ତ୍ୱକୁ ବାହାର କରିଥାଏ । ଯାହା ଫଳରେ କବ୍ଜ ପରି ଅସୁବିଧାରୁ ମୁକ୍ତି ମିଳିଥାଏ ।
  • ଏଥିରେ ଥିବା ପ୍ରୋଟିନ ଶରୀରର ମାଂସପେଶୀକୁ ମଜଭୁତ କରିଥାଏ ।
  • ଏହା ପାଚନକ୍ରୀୟାକୁ ତ୍ୱରାନ୍ୱିତ କରିବା ଫଳରେ ଓହନ ହ୍ରାସ ହୋଇଥାଏ ।
  • ଏଥିରେ ଥିବା ଆଣ୍ଟି ଇମ୍ଫଲାମେଣ୍ଟାରୀ ତତ୍ତ୍ୱ ଗଣ୍ଠିବ୍ୟଥାରୁ ରକ୍ଷା କରିଥାଏ ।
  • ଏଥିରେ ଥିବା ପୋଟାସିୟମ ରକ୍ତଚାପକୁ ନିୟନ୍ତ୍ରଣକୁ ଆଣିଥାଏ ।
  • ଏଥରେ କାର୍ବୋହାଇଡ୍ରେଟ୍ ଥିବା ଯୋଗୁଁ ଏହା ଶକ୍ତିବୃଦ୍ଧି କରିବା ସହ ଦୁର୍ବଳତା ପରି ସମସ୍ୟାରୁ ରକ୍ଷା କରେ ।
  • ଏହା କ୍ୟାନ୍ସର ଠାରୁ ରକ୍ଷା କରିଥାଏ ।
  • ଏଥିରେ ଆଇରନ୍‌ ରହିଥାଏ । ଏହା ରକ୍ତ ଅଭାବ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

ନିମ ପତ୍ର ଓ ଫୁଲ

ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ ।

ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା ।

  • ଏକ ମୁଠା ନିମ ଫୁଲକୁ ପାଣିରେ ଭଲ ଭାବରେ ଫୁଟାଇ ସେଥିରେ ଏକ ଚାମଚ ଲେମ୍ବୁ ରସ ଅଧା ଚାମଚ ମହୁ ମିଶାଇ ସବୁଦିନ ସକାଳେ ଖାଲି ପେଟରେ ପିଅନ୍ତୁ । ମୋଟାପା କମ୍ ହୋଇଥାଏ ।
  • ନିମ ଗଛର କଅଁଳ ପତ୍ର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବ୍ଲଡ଼ ଶୁଗାର ନିୟନ୍ତ୍ରଣ ହୋଇଥାଏ ।
  • ନିମ ପତ୍ରକୁ ବାଟି ଦେହରେ ଲଗାଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ ।
  • ପେଟ ସମ୍ବନ୍ଧୀୟ କୌଣସି ରୋଗ ଦେଖାଦେଉଥିଲେ ନିମ ପତ୍ର ଓ ହଳଦୀକୁ ବାଟି ସୋରିଷ ତେଲରେ ମିଶାଇ ପେଟରେ ଲଗାଇଲେ ଉପଶମ ମିଳେ ।
  • ଏକ କପ୍ ନିମ ଛାଲରେ କାଢା ପ୍ରସ୍ତୁତ କରି ସେଥିରେ ଜୀରା ଏବଂ ଧନିଆ ପାଉଡ଼ର ମିଶାଇ ପିଇଲେ ମେଲେରିଆରୁ ଉପଶମ ମିଳେ ।
  • ନିମ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡିବା ବନ୍ଦ ହୋଇଯାଏ ।
  • ଅଧ ଚାମଚ ନିମ ପତ୍ର ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସ୍ ରୋଗ ଦୂର ହୋଇଥାଏ ।
  • କଅଁଳ ନିମ ପତ୍ର ଓ ଫୁଲକୁ ଚୋବାଇବା ଦ୍ଵାରା ପେଟର କୃମି ଦୂର ହୁଏ ।
  • କିଛି ବୁନ୍ଦା ନିମ ତେଲ ସବୁଦିନ ପିଇଲେ ଆଜ୍ମରୁ ଉପଶମ ମିଳେ । କଫ ସଫା ହେବା ସହ ନିଶ୍ଵାସ ପ୍ରଶ୍ଵାସ ନେବାରେ ଦେଖାଦେଉଥିବା ସମସ୍ୟା ଦୂର ହୋଇଥାଏ ।
  • ନିମପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋ ଏସିଡ୍ ରହିଛି ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ।

ମହୁ

ମହୁରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ଵ ପ୍ରଚୁର ପରିମାଣରେ ଭାରି ରହିଛି । ବିଶେଷ କରି ମହିଳାଙ୍କର ଲାଗି ପ୍ରତିଦିନ ମହୁ ସେବନ ବେଶ୍ ଉପକାରୀ ।

  • ବର୍ତ୍ତମାନ ଗୃହୀନା ହୁଅନ୍ତୁ ଅବା କର୍ମଜାବୀ ଅଧିକାଂଶ ନିହର ମେଦବହୁଳତା ଏବଂ ଏଥିଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏ କ୍ଷେତ୍ରରେ ପ୍ରତିଦିନ ଅଳ୍ପ ପରିମାନରୁ ମହୁ ସେବନ କରିବା ଭଲ । ଏହା ଦ୍ଵାରା ଶରୀରରେ ଥିବା ଅନାବଶ୍ୟକ ଚର୍ବି ଅଂଶ ଦୂର ହୋଇଥାଏ ।
  • ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ବିଶେଷ କରି ଏହା ସଂକ୍ରମଣ ଆଶଙ୍କାକୁ କମାଇଥାଏ ।
  • କଫ, କାସ ଭଳି ଥଣ୍ଡାବ ରୋଗ ଏବଂ ଶ୍ଵସନାଲି ସଂକ୍ରମଣ ବା ଥ୍ରୋଟ୍ ଇନଫେକ୍ସନ୍ ଦୂର କରିବାରେ ମହୁ ବେଶ୍ ଉପକାରୀ ।
  • ପ୍ରତିଦିବ୍ନ ମହୁ ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟରଲ୍ ସ୍ତର ନିୟନ୍ତିତ ରଖିବାରେ ସାହାଯ୍ୟ କରେ ।
  • ଯେଉଁ ମହିଳାଙ୍କଠାରେ ହିମୋଗ୍ଲୋବିନ୍ ସ୍ତର କମିବା ରକ୍ତହୀନତା ଭଳି ସମସ୍ୟା ରହିଛି ସେମାନଙ୍କ ଲାଗି ପ୍ରତିଦିନ ମହୁ ଖାଇବା ଲାଭଦାୟକ
  • ଗର୍ଭବତୀଙ୍କଠାରେ ନିଦ୍ରାହୀନତା ଏବଂ ମର୍ନିଂ ସିକନେସ୍ ଭଳି ସମସ୍ୟା ଦେଖାଦେଇଥାଏ, ଯାହାକୁ ଦୁତ କରିବା ଲାଗି ମହୁ ଏକ ଭଲ ବିକଳ୍ପ ।
  • ମହୁ ସେବନ ଦ୍ଵାରା ଏଥିରେ ଥିବା କାର୍ବୋହାଇଡ୍ରେଟ୍  ଗ୍ଳୁକୋଜ୍ ଏବଂ ଫ୍ଲୁକ୍ଟୋଜ୍ ଆକାରରେ ଶରୀରକୁ ଯାଇଥାଏ । ଯାହାକି ଦୁର୍ବଳ ଲାଗିବା ଥକ୍ଲାପଣ ଆଦି  ଦୂର କରିବା ସହ କାର୍ଯ୍ୟକ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ ।
  • ବେବଳ ଏତିକି ନୁହେଁ ମହୁରେ ଅନେକ ସୌନ୍ଦର୍ଯ୍ୟ ବୃଦ୍ଧି କାରୀ ଉପାଦାନ ମଧ୍ୟ ରହିଛି । ଏହା ମୋଟାପଣ ଦୂର କରି ଶରୀରର ଗଠନ ଠିକ୍ ରଖିବା ସହ ତ୍ଵଚାର ଚମକ ବୃଦ୍ଧି କରିଥାଏ । ଏହା ଏକ ଭଲ ମଶ୍ଚରାଇଜର ମଧ୍ୟ ଏହାକୁ ଲଗାଇବା ଦ୍ଵାରା ତ୍ଵଚା, ଓଠ ଏବଂ କେସ କୋମଲ ହୋଇଥାଏ ।

ରକ୍ତ ଚନ୍ଦନ

ଆମେ ପୂଜା କାର୍ଯ୍ୟରେ ପ୍ରତିଦିନ ବ୍ୟବହାର କରୁଥବା ଚନ୍ଦନର ଅନେକ ସୌନ୍ଦର୍ଯ୍ୟ ବୁଦ୍ଧିକାରୀ ଉପାଦାନ ଭରିରହିଛି । ଜାଣି ରଖନ୍ତୁ ସେ ସମ୍ପର୍କରେ

  • ତ୍ଵଚାକୁ ଚିକ୍କଣ ଏବଂ ସୁନ୍ଦର କରିବା ଲାଗି ଚାହୁଁଥିଲେ ସମାନ ପରିମାଣରେ ଚନ୍ଦନ ଏବଂ ମୁଲତାନୀ ମାଟି ନେଇ କ୍ଷୀର ସର କିମ୍ବା ଦହିରେ ମିଶାନ୍ତୁ । ଏହି ପନ୍ୟାକ୍‌କୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ । ସପ୍ତାହକୁ ୨-୩ ଥର ଏହି ପ୍ୟାକ୍ ଲଗାଇବା ଦ୍ଵାରା ତ୍ଵଚା ଅଧକ ସୁନ୍ଦର ଲାଗିଥାଏ ।
  • ଯଦି ଆପଣଙ୍କ ତ୍ଵଚାର ରଙ୍ଗ କମ୍ କିମ୍ବା ଖରାରେ କଳା ପଡିଯାଇଛି ବା ସନଟ୍ୟାନ୍ ହେଉଛି ଏବଂ ଆପଣ ଏହାକୁ ଗୋରା କରିବା ଲାଗି ଚାହୁଁଛନ୍ତି ତେବେ ଦୁଇ ଚାମଚ କଞ୍ଚା କ୍ଷୀର କିମ୍ବା ଦହିରେ ଏକ ଚାମଚ ରକ୍ତ ଚନ୍ଦନ ପାଉଡର ଏବଂ ଅଳ୍ପ ହଳଦୀଗୁଣ୍ଡ ମିଶାଇ ମୁହଁରେ ଲଗାନ୍ତୁ ।
  • ୪ ଚାମଚ ରକ୍ତ ଚନ୍ଦନ ପାଉଡର, ୪ ଚାମଚ ନଡିଆ, ରସ, ୨ ଚାମଚ ବାଦାମ ରସ ନେଇ ଭଲ ଭାବେ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ଵଚାରେ ପ୍ରତିଦିନ ଲଗାନ୍ତୁ ଦେଖିବେ ତ୍ଵଚାର ପ୍ରାକୃତିକ ଉଜ୍ଜଳତା କିପରି ବଢିବ ।
  • ତ୍ଵଚାକୁ ସୁନ୍ଦର ରଖିବା ଲାଗି ଏହାକୁ ଭିତରୁ ସୁସ୍ଥ ଏବଂ ମଜଭୁତ ରଖିବା | ଆବଶ୍ୟକ । ଆଉ ଏଥିପାଇଁ ରକ୍ତ ଚନ୍ଦନ ବେଶ୍ ଉପକାରୀ । ୧-୨ ଚାମଚ ଚନ୍ଦନ ପାଉଡରରେ ଯେକୌଣସି ବଡି ଅଏଲ ମିଶ୍ରଣ କରି ଭଲଭାବେ ଲଗାନ୍ତୁ ।
  • ତୁଚାରୁ ଡେଜ୍‌ସେଲ୍ ଦୂର କରିବା ଲାଗି ୨ ଚାମଚ ପାଚିଲା। ଅମୃତଭଣ୍ଡା ବଟାରେ ୧ ଚାମଚ ରକ୍ତ ଚନ୍ଦନ ପାଉଡର ମିଶାଇ ମୁହଁରେ ଲଗାଇ ଧୀରେ ଧୀରେ ଘଷନ୍ତୁ । ଅଳ୍ପ ସମୟ ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ ।
  • ଯଦି ତ୍ଵଚା ଅଏଲି ଏବଂ ବ୍ରଣ ସମସ୍ୟା ଦେଖା ଯାଉଛି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଏକ ଚାମଚ ରକ୍ତ ଚନ୍ଦନ ପାଉଡରଜୋର ଲେମ୍ବୁ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରି ପ୍ରତିଦିନ ମୁହଁରେ ଲଗାନ୍ତୁ ।

ମନ୍ଦାର ଚାହା

ନିତ୍ୟ ବ୍ୟବହୃତ ମନ୍ଦାର ଫୁଲରେ ରହିଛି ସ୍ୱାସ୍ଥ୍ୟପଯୋଗୀ ଅନେକ ତତ୍ୱ । ଏହା ଲାଲ, ଧଳା, ଗୋଲାପି, ହଳଦିଆ ଏବଂ ବାଇଗଣୀ ଆଦି ଅନେକ ରଙ୍ଗରେ ବଗିଚାରେ ସହଜରେ ଉପଲବ୍ଦ ହୋଇଥାଏ । ତେବେ ଏହାର ବ୍ୟବହାର ଖାଇବା-ପିଇବା ଅଥବା ରୋଗୀମାନଙ୍କର ଚିକିତ୍ସାରେ କରାଯାଇଥାଏ । ଏଥିରେ ଭିଟାମିନ ସି, କ୍ୟାଲସିୟମ, ଫାଇବର, ଆଇରନ ଆଦି ଭରପୂରମାତ୍ରାରେ ରହିଥାଏ ।

ମନ୍ଦାର ଫୁଲକୁ ପେଶି ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟିର ରଙ୍ଗ ଅତ୍ୟନ୍ତ ସୁନ୍ଦର ହୋଇଥାଏ । ତେବେ କ’ଣ ଆପଣ ଜାଣନ୍ତି ମନ୍ଦାର ଫୁଲର ଚାହା ମଧ୍ୟ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହା ଏକ ହର୍ବଲ ଟି ହୋଇଥିବାରୁ ଏଥିରେ ବହୁତ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଚାଲନ୍ତୁ ଏପରି କିଛି ଉପକାର ବିଷୟରେ ଜାଣିବା ।

  • ମନ୍ଦାର ଫୁଲର ଚାହାକୁ ଥଣ୍ଡା-କାଶ, ଜ୍ୱର ଆଦି ଠିକ କରିବାର ଏକ ଭଲ ଔଷଧ ବୋଲି ମନାଯାଏ ।
  • ମନ୍ଦାର ଫୁଲର ଚାହାକୁ ପତଳା ହେବାକୁ ଚାହୁଁଥିବା ବ୍ୟକ୍ତି ବରଫ ପକାଇ ବିନା ଚିନିରେ ପିଇଥାନ୍ତି ।
  • ମନ୍ଦାର ଫୁଲକୁ ଗରମ ପାଣିରେ ପକାଇ ଫୁଟାଇ ପିଇବା ଦ୍ୱାରା ଏହା ହାଇ ବ୍ଲଡ଼ ପ୍ରେସର କମ୍ କରିଥାଏ ।
  • ଏହି ଚାହା କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୋଇଥାଏ । କାରଣ ଏଥିରେ ଆଂଟି ଅକ୍ସିଡ଼େନ୍ଟ ରହିଥାଏ ।
  • ଏଥିରେ ଭିଟାମିନ ସି, ଖଣିଜଲବଣ ଏବଂ ଆଂଟି ଅକ୍ସିଡ଼େଂଟ ଥିବା ଯୋଗୁଁ ଏହା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏପରିକି ଏହା ତଂଟିରେ ଯନ୍ତ୍ରଣା ଏବଂ କଫ ପରି ସମସ୍ୟାକୁ ଠିକ କରି   ଦେଇଥାଏ ।
  • ଏହା କେଶ ପାଇଁ ବେଶ ଲାଭକାରୀ ବୋଲି କୁହାଯାଏ । ଏହାକୁ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ । ଏହାକୁ ପାଣିରେ ଫୁଟାଯିବା ପରେ ଉକ୍ତ ପାଣିକୁ ଲଗାଯାଇଥାଏ । ଏହାଫଳରେ କେଶ ଝଡ଼ିବା କମି ଯାଇଥାଏ । ଏହା ଏକ ଆର୍ୟୁବେଦ ଉପଚାର ଅଟେ । ଏହାର ବ୍ୟବହାର କରି କେଶତେଲ ମଧ୍ୟ କରାଯାଏ ।
  • କ୍ୟାନ୍ସର ପରି ଭୟଙ୍କର ବ୍ୟାଧିରୁ ଏହା ବଂଚାଇଥାଏ । ଏହା କ୍ୟାନ୍ସର ବ୍ୟାପିବାରେ ସହାୟକ ହେଉଥିବା କୋଷ ଗୁଡ଼ିକର ଗତିକୁ କମ କରି ଦେଇଥାଏ ।
  • ମନ୍ଦାର ଫୁଲର ଚାହା ସେବନ କରିବା ଦ୍ୱାରା ଆପଣଙ୍କୁ ଯକୃତ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ।
  • ଏହା ଚିନ୍ତାମୁକ୍ତ କରିବାରେ ବେଶ ସହାୟକ ହୋଇଥାଏ । ଯାହାଫଳରେ ମସ୍ତିଷ୍କ ଶାନ୍ତ ରହିଥାଏ ଏବଂ ଚିନ୍ତା ଦୂର ହୋଇଥାଏ ।

ପ୍ରଥମେ ମନ୍ଦାର ଫୁଲକୁ ପରିଷ୍କାର ପାଣିରେ ଧୋଇନିଅନ୍ତୁ । ପରେ ଏହାକୁ ଫୁଟୁଥିବା ପାଣିରେ ପକାନ୍ତୁ । ଏଥିରେ ଡ଼ାଲଚିନିର ଏକ ଛୋଟଖଣ୍ଡ ପକାନ୍ତୁ । ଏହି ମିଶ୍ରଣକୁ ଏବେ କିଛି ସମୟ ଧରି ଫୁଟିବା ପାଇଁ ଛାଡ଼ିଦିଅନ୍ତୁ । ପରେ ଏହାକୁ ଓହ୍ଲାଇ ଛାଣି ଦିଅନ୍ତୁ । ମନେରଖନ୍ତୁ ଏହାକୁ ୨୦ ମିନିଟରୁ ଅଧିକ ସମୟ ଧରି ଫୁଟାନ୍ତୁ ନାହିଁ । ତେବେ ମିଶ୍ରଣରେ କିଛି ମହୁ ଏବଂ କିଛି ବୁନ୍ଦା ଲେମ୍ବୁ ରସ ପକାଇ ପ୍ରସ୍ତୁତ ସ୍ୱାଦଯୁକ୍ତ ଏବଂ ଲାଭକାରୀ ମନ୍ଦାର ଚାହାର ଆନନ୍ଦ ନିଅନ୍ତୁ ।

ସୋୟାବିନର

ସୋୟାବିନରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । ଏହା ଅଣ୍ଡା , ଦୁଗ୍ଧ ଓ ମାଂସରେ ମିଳୁଥିବା ପ୍ରୋଟିନ୍ ଠାରୁ ମଧ୍ୟ ଅଧିକ । ଏହାଛଡା ଏଥିରେ ଭିଟାମିନର କଂପ୍ଲେକ୍ସ , ଭିଟାମିନ୍ –ଇ , ମିନେରାଲ୍ସ ଓ ଏମିନୋ ଏସିଡ୍ ପର୍ଯ୍ୟପ୍ତ ମାତ୍ରାରେ ଥାଏ । ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ବ୍ୟତୀତ ଆହୁରି ଅନେକ ପ୍ରକାରର ରୋଗର ଉପଚାରରେ ସାହାଯ୍ୟ କରିଥାଏ । ଶାରୀରିକ ବିକାଶ , ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଓ କେଶ ସମସ୍ୟାର ମଧ୍ୟ ଉପଚାର ସୋୟାବିନ୍ ଦ୍ୱାରା ସମ୍ଭବ ହୋଇଥାଏ । ଏହି ସବୁ ପରେ ସୋୟାବିନ୍ ଦ୍ୱାରା ଅନେକ ଫାଇଦା ଅଛି । ଯାହା ବିଷୟରେ ଆପଣଙ୍କୁ କିଛି ତଥ୍ୟ ଦେଉଛୁ –

  • କୋଷିକା ଗଠନ କରେ - ସୋୟାବିନ୍ ପ୍ରୋଟିନର ଏକ ପ୍ରମୁଖ ସ୍ରୋତ ଅଟେ । ଏଣୁ ଏହାର ସେବନରେ ମେଟାବଲିକ୍ ସିଷ୍ଟମକୁ ଗଠନ କରିଥାଏ । ଏହା ବ୍ୟତୀତ ଏହି କୋଷିକା ଗୁଡିକର ବିକାଶ ତଥା କ୍ଷତିଗ୍ରସ୍ତ କୋଷିକାଗୁଡିକର ହଠନରେ ଏହା ସାହାଯ୍ୟ କରେ ।
  • ଓଜନ କମାଇବା ଓ ବଢାଇବାରେ ସାହାଯ୍ୟ କରେ - ସୋୟାବିନ୍ ଓଜନ ଓ ବଢାଇବାରେ ବ୍ୟବହାର କରାଯାଇପରେ । ଏହା ଭୋକ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । କାରଣସ୍ୱରୂପ ମୋଟାପାର ସମସ୍ୟା କମିଥାଏ । ଏହା ବ୍ୟତୀତ ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ୍ ଓ ଫାଇବର ମଧ୍ୟ ମିଳିଥାଏ । ଯାହା ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଏଥିପାଇଁ ଅଧିକ ମାତ୍ରାରେ ସୋୟାବିନ୍ ସେବନ କରିବାର ଆବଶ୍ୟକତା ହେବ ।
  • କ୍ୟାନସରରୁ ରକ୍ଷା ମିଳେ - ସୋୟାବିନରୁ ମିଳୁଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ଅନେକ ପ୍ରକାରର କ୍ୟାନସର ରୋକିବାରେ ସାହାଯ୍ୟ କରେ । ଏହା ଶରୀରରେ କ୍ୟାନସର ସୃଷ୍ଟି କରୁଥିବା କୋଷିକାଗୁଡିକୁ ରୋକିଥାଏ । ସୋୟାବିନ୍ ରେ ଥିବା କଣ୍ଟେଂଟ କୋଲୋନ୍ କ୍ୟାନସର ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।
  • ହାଡକୁ ମଜବୁତ୍ କରେ - ସୋୟାବିନରେ ଖୁବ୍ ଅଧିକ ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ । ଏହା ବ୍ୟତୀତ କ୍ୟାଲସିୟମ , ମ୍ୟାଗ୍ନେସିୟମ , କପର, ସେଲେନିୟମ ଓ ଜିଙ୍କ୍ ର ମାତ୍ରା ଅଧିକ ମାତ୍ରାରେ ମିଳେ । ଏ ସବୁ ପୋଷକ ତତ୍ୱ ଶରୀରର ହାଡକୁ ମଜବୁତ୍ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ।
  • ମାନସିକ ରୋଗରେ ଫାଇଦା - ଯେକୌଣସି ପ୍ରାକାର ରୋଗରେ ସୋୟାବିନର ସେବନ ଅନେକ ଫାଇଦାପୂର୍ଣ୍ଣ ଥାଏ । ଏହା ମାନସିକ ସନ୍ତୁଳନକୁ ସମତୁଲ ରଖି ମସ୍ତିଷ୍କକୁ ସକ୍ରିୟ କରେ । ଏହା ବ୍ୟତୀତ ହୃଦୟ ରୋଗ ରେ ମଧ୍ୟ ସୋୟାବିନର ସେବନ ବହୁତ ଦରକାରୀ ଅଟେ ।

କାବୁଲି ବୁଟ

ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ ଯାହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ସେହିଭଳି ଏକ ଖାଦ୍ୟ ହେଉଛି କାବୁଲି ବୁଟ । ସମସ୍ତେ ଜାଣନ୍ତି କାବୁଲି ବୁଟ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ କାବୁଲି ବୁଟର ପାଣି ଯେ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଖୁବ୍ କମ୍ ଲୋକ ଜାଣନ୍ତି । ଏବେ ନଜର ପକାନ୍ତୁ କାବୁଲି ବୁଟ ପାଣିର ୫ ଟି ଫାଇଦା ଉପରେ । ଯାହାକୁ ଜାଣିଲେ ଆପଣ ମଧ୍ୟ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ନଫିଙ୍ଗି ପ୍ରତିଦିନ ଏହାକୁ ପିଇବା ଆରମ୍ଭ କରିଦେବେ ।

ଦୁର୍ବଳ ଲାଗି ନଥାଏ : କାବୁଲି ବୁଟ ପାଣିରେ ପ୍ରଚୁର ପରିମାଣର ଆଇରନ୍ ଥାଏ । ଏହାକୁ ପ୍ରତିଦିନ ପିଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

କୋଲେଷ୍ଟ୍ରଲ୍ ସ୍ତର କମ୍ ହୋଇଥାଏ : କାବୁଲି ବୁଟ ପାଣି ହୃଦ ଜନିତ ଅନେକ ସମସ୍ୟା ଦୂର କରିଥାଏ । କେବଳ ସେତିକି ନୁହେଁ ଏହି ପାଣି ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ କମିଥାଏ ।

ମାଂସପେଶୀ ମଜଭୂତ ହୋଇଥାଏ : ଏହି ପାଣି ପିଇଲେ ସାଂସପେଶୀ ମଜଭୂତ ହୋଇଥାଏ । ତେଣୁ ଭିଜା ହୋଇଥିବା କାବୁଲି ବୁଟର ପାଣି ନଫିଙ୍ଗି ପ୍ରତିଦିନ ଏହାକୁ ପିଅନ୍ତୁ ।

ଓଜନ ନିୟନ୍ତ୍ରିତ ରହିଥାଏ : ଏହି ପାଣିରେ ପ୍ରଚୁର ପରିମାଣର ଫାଇବର୍ ରହିଥାଏ । ତେଣୁ ପ୍ରତିଦିନ ଏହି ପାଣି ପିଇଲେ ଓଜନ ନିୟନ୍ତ୍ରିତ ରହିଥାଏ ।

ଚୁଟି ଝଡିବା କମିଥାଏ : ଏହି ପାଣିରେ ଜିଙ୍କ୍ ଏବଂ କପର୍ ରହିଥାଏ । ଯାହା ଚୁଟି ଝଡିବା କମ୍ କରିବା ସହ ଚେହେରାରେ ମଧ୍ୟ ଚମକ ଆଣିଥାଏ।

ବାଦାମ ବା କାଜୁଠାରୁ ଅଧିକ ଲାଭ ଦେଇଥାଏ ଦେଶୀ ବୁଟ । କାରଣ ଦେଶୀ ବୁଟରେ ପ୍ରଚୁର ପରିମାଣର ପ୍ରୋଟିନ୍ , ଭିଟାମିନ୍ ଏବଂ ଫାଇବର୍ ଥାଏ । ପ୍ରତିଦିନ ରାତିରେ କୌଣସି ମାଟି ପାତ୍ର ବା ଚାଇନ୍ ପାତ୍ରରେ ଦେଶୀ ବୁଟ ଭିଜାଇ ସକାଳେ ଖାଆନ୍ତୁ । ସ୍ୱାସ୍ଥ୍ୟ ପାଇଁ ଏହି ବୁଟ ଖବ୍ ଲାଭଦାୟକ । ଏବେ ନଜର ପକାନ୍ତୁ ପ୍ରତିଦିନ ଏହି ବୁଟ ଖାଇଲେ କି ଉପକାର ମିଳିଥାଏ।

  • ପ୍ରତିଦିନ ସକାଳେ ଗଜା ବୁଟ ଖାଇଲେ ପାଚନ ତନ୍ତ୍ର ସୁସ୍ଥ  ହୋଇଯାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌  ଅଛି ।
  • ଗଜା ବୁଟ ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି  ପାଇଥାଏ ।
  • ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ, ତେବେ ଗଜା ବୁଟ ଖାଇବା  ଦ୍ୱାରା  ସେହି ସମସ୍ୟା  ରହିବ ନାହିଁ । ଏହା ପାଇଲସ ପାଇଁ ମଧ୍ୟ ଉପକାରୀ ।
  • ଲୁଣ ନ ମିଶାଇ ଗଜା ବୁଟ ଚୋବାଇ  ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ  ମଧ୍ୟ  ହୋଇ ନ ଥାଏ ।
  • ଯଦି ଆପଣ  ପତଳା ଓ ନିଜ ଶରୀରକୁ ଟିକେ ମୋଟା ଦେଖିବାକୁ ଚାହାଁନ୍ତି, ତେବେ  ଏଥିପାଇଁ ମଧ୍ୟ ଗଜା ବୁଟ ଖୁବ୍‌ କାମରେ ଆସେ ।
  • ତେବେ କେବଳ ଦେଶୀ ବୁଟ ନୁହେଁ କାବୁଲି ବୁଟ ଏବଂ ଏହାର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ  । ଏବେ ନଜର ପକାନ୍ତୁ କାବୁଲି ବୁଟ ପାଣିର ୫ ଟି ଫାଇଦା ଉପରେ । ଯାହାକୁ ଜାଣିଲେ ଆପଣ ମଧ୍ୟ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ନଫିଙ୍ଗି ପ୍ରତିଦିନ ଏହାକୁ ପିଇବା ଆରମ୍ଭ କରିଦେବେ ।

ଜୁଆଣି

ଦୈନନ୍ଦିନ ଜୀବନରେ ଶରୀରକୁ ସ୍ୱସ୍ଥ ରଖିବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଏପରିକି ଶରୀରକୁ ସୁସ୍ଥ ରଖିବା ପାଇଁ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । ସେହିଭଳି ଏକ ଘରୋଇ ଉପଚାର ହେଉଛି ଜୁଆଣି । ଜୁଆଣିକୁ ସାଧାରଣତଃ ଆମେ ମସଲାରେ ବ୍ୟବହାର କରିଥାଉ । ଜୁଆଣିରେ ଭରପୁର ମାତ୍ରାରେ ପୋଷଣ ରହିଛି । ଏହାକୁ ଜୁସ କରି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ ଜୁଆଣି ସେବନ କରିବା ଭଲ । ଏହା ଦ୍ୱାରା ଥଣ୍ଡା ଜ୍ୱରରୁ ବଂଚିପାରିବ । ଆସନ୍ତୁ ଜାଣିବା ଜୁଆଣିର ଉପକାରିତା ସମ୍ବନ୍ଧରେ କିଛି ଉପାୟ ।
ଯଦି ଲଗାତାର କାଶ ଭଳି ସମସ୍ୟାରେ ପିଡୀତ ରହୁଛନ୍ତି ତେବେ ଜୁଆଣି ଜୁସ ସହ ଦୁଇ ଚାମଚ କଳା ଲୁଣ ମିଶାଇ ସେବନ କରନ୍ତୁ । ତାହା ପରେ ଗରମ ପାଣି ପିଅନ୍ତୁ । ତାହା ହେଲେ ଜାଣିପାରିବା ଜୁଆଣି ସେବନ କରିବା ଦ୍ୱାରା ଶରୀରର ପାଇଁ କେତେ ଲାଭଦାୟକ ଅଟେ ।ଏଭଳି କରିବା ଦ୍ୱାରା ଥଣ୍ଡା ଓ କାଶ ଦୂର ହୋଇଯାଇଥାଏ ।

ଲିଭର ସମସ୍ୟା

ଯଦି ଆପଣଙ୍କ ଲିଭରରେ କୋଣସି ପ୍ରକାର ସମସ୍ୟା ଦେଖାଯାଉଛି, ତାହା ହେଲେ ତିନି ଗ୍ରାମ ଜୁଆଣି ସହ ଅଧା ଗ୍ରାମ ଲୁଣ ନେଇ ମିଶ୍ରିତ କରନ୍ତୁ । ଏହାକୁ ଖାଦ୍ୟ ସହ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆପଣ ଲିଭର ଜନିତ ସମସ୍ୟାରୁ ଦୂରେଇ ପାରିବେ ।

ମୋଟାପ ଭଳି ସମସ୍ୟା

ସାଧାରଣତଃ ମୋଟାପଣ ଭଳି ସମସ୍ୟା ଏବେ ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସରଳ ଉପାୟ ରହିଛି । ଜୁଆଣିକୁ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ତାହା ପରେ ସକାଳୁ ଉଠି ଜୁଆଣିକୁ ଛାଣି ଏକ ଚାମଚ ମହୁ ସହିତ ଖାଇବା ଅଭ୍ୟାସ କରନ୍ତୁ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଓଜନ ଧୀରେ ଧୀରେ ହ୍ରାସ ହେବାରେ ଲାଗିବ ।
ଶୀତରେ ନାକ ବନ୍ଦ ଓ ଥଣ୍ଡା ଜ୍ୱର ହେବା ସ୍ୱାଭାବିକ । ଯଦି ଏପରି ସମସ୍ୟା ଦେଖାଯାଉଛି । ତାହା ହେଲେ ଏକ କପଡାେରେ ଜୁଆଣିକୁ ବାଟି ବାନ୍ଧି ଦିଅନ୍ତୁ । ତା’ ପରେ ଏହାର ଗନ୍ଧକୁ ସୁଂଘନ୍ତୁ । ଦେଖିବେ ଏହା ପରେ ଆପଣଙ୍କୁ ବହୁ ଆରାମ ଅନୁଭବ ମନେକରିବେ ।

ପେଟ ଜନିତ ସମସ୍ୟା

ଏବେ ପେଟ ଜନିତ ସମସ୍ୟା ଏକ ସାଧାରଣ କଥା । ତେବେ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଜୁଆଣିକୁ ଚୋବାଇ ଖାଇବା ଆବଶ୍ୟକ । ଏହାସହ ଏକ ଗ୍ଲାସ ଗରମ ପାଣି ପିଇବା ଦ୍ୱାରା ଏଭଳି ସମସ୍ୟାରୁ ଉପଶମ ମିଳିଥାଏ । ଯଦି ଆପଣଙ୍କ ପେଟ କାଟୁଛି ତାହା ହେଲେ ଜୁଆଣିକୁ କଳା ଲୁଣ ସହ ମିଶାଇ ସେବନ କରୁନ୍ତୁ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ଦହି

ଭାରତୀୟ ଖାଦ୍ୟରେ ଲୋକପ୍ରିୟ ହେଉଛି ଦହି । ଏହା କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ସ୍ୱସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ତେଣୁ ସକାଳ ହେଉ ବା ଦିନ ବେଳା ଭୋଜନ । ପ୍ରତିଦିନ ଦହି ଖାଇବା ଉଚିତ୍ । ଏବେ ନଜର ପକାନ୍ତୁ ଦହି ଖାଇଲେ କେଉଁ ଲାଭ ମିଳିଥାଏ ।

  • ନିୟମିତ ଦହି ଖାଇଲେ ରକ୍ତ ପ୍ରବାହରେ ସୁଧାର ଆସିଥାଏ । ଏହା ସହ ଦୁର୍ବଳ ମଧ୍ୟ ଲାଗିନଥାଏ । କ୍ଷୀରରୁ ଦହି ହୋଇଥାଏ । ତେଣୁ ଏଥିରେ ଥିବା ସୁଗାର ଏସିଡରେ ପରିବର୍ତ୍ତିତ ହୋଇଥାଏ । ଯାହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।
  • ପ୍ରତିଦିନ ଦହି ଖାଇଲେ ପେଟ ଏବଂ ଗ୍ୟାସ୍ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।
  • ଯଦି ଆପଣଙ୍କ ପେଟ ଗରମ ରହୁଛି ତେବେ ଭାତ ସହ ଦହି ଖାଆନ୍ତୁ ।
  • ଦହିରେ କ୍ୟାଲସିୟମ୍ ରହିଛି । ତେଣୁ ପ୍ରତିଦିନ ଦହି ଖାଇଲେ ହାଡ ମଜଭୂତ ହୋଇଥାଏ ।
  • ଉଚ୍ଚରକ୍ତଚାପ ଏବଂ ହୃଦ୍ ଜନିତ ସମସ୍ୟାରୁ ଦୂରେଇ ରଖେ ଦହି । ଏହା ସହ ବଢୁଥିବା କୋଲେଷ୍ଟ୍ରଲକୁ ମଧ୍ୟ ଅଟକାଇଥାଏ ।
  • ଅନିଦ୍ରାରେ ପୀଡିତ ବ୍ୟକ୍ତିି ଦହି ଖାଇବା ଉଚିତ୍ । ପ୍ରତିଦିନ ଦହି ଖାଇଲେ ଭଲ ନିଦ ଆସିଥାଏ ।
  • ଯଦି ଆପଣଙ୍କର ତୁଣ୍ଡ ଘା’ ହେଉଛି ତେବେ ଦିନକୁ ଦୁଇ ଥର ପାଟିରେ ଦହି ଲଗାନ୍ତୁ । କିଛି ଦିନ ମଧ୍ୟରେ ଏହା ଭଲ ହୋଇଯିବ ।

ଗୁଜୁରାତି

ଗୁଜୁରାତିକୁ ସଧାରଣତଃ ଆମେ ମସଲା ରୂପେ ବ୍ୟବହାର କରିଥାଉ । ଏହା ସୁଗନ୍ଧ ଯୁକ୍ତ ଏବଂ ସ୍ୱାସ୍ଥ୍ୟକର । ଗୁଜୁରାତି ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଲୋକମାନେ ଗୁଜୁରାତିକୁ ମସଲାରେ ବ୍ୟବହାର କରୁଥିଲେ ବି ଏହାର ଉପକାରୀ ଗୁଣ ବିଷୟରେ ବିଶେଷ କିଛି ଜାଣିନଥାନ୍ତି । ଆସନ୍ତୁ ଜାଣିବା ଗୁଜୁରାତି ଖାଇବାର ଅନେକ ଫାଇଦା ବିଷୟରେ ।

  • ଅଧିକ ଖାଇବା କ୍ଷତିକାରକ - ଏହା ନୁହେଁ ଯେ ସ୍ୱାସ୍ଥ ପାଇଁ ହିତକରକ ଜାଣି ଏହାକୁ ଅଧିକ ଖାଇବାକୁ ଲାଗିବେ । ଗୁଜୁରାତି ଅଧିକ ଖାଇବା ମଧ୍ୟ ସ୍ୱାସ୍ଥ ପାଇଁ ହାନିକାରକ । ଏଥିପାଇଁ ପ୍ରତ୍ୟେକ ଦିନ ୨-୩ ଟି ଗୁଜୁରାତି ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ।
  • ହୃତପିଣ୍ଡର ସ୍ପନ୍ଦନରେ ସୁଧାର ଆଣିଥାଏ - ଆଜିକାଲି ହୃଦରୋଗ ସାଧାରଣ ରୋଗ ହୋଇଗଲାଣି । ଅନେକ ଥର ଲୋକଙ୍କର ହୃତପିଣ୍ଡର ସ୍ପନ୍ଦନ କମ ହୋଇଯାଏ । ଏଥିପାଇଁ ଛୋଟ ଅଳେଇଚ ଖାଇବା ହିତକର ହୋଇଥାଏ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ପରି ଖଣିଜପଦାର୍ଥ ଭରପୁର ଥାଏ । ଶରୀରରେ ଥବା ତରଳ ଓ ପେଶୀର ମୁଖ୍ୟ ତତ୍ୱ ପୋଟାସିୟମ ହୋଇଥାଏ । ତେଣୁ ଗୁଜୁରାତି ଖାଇବା ଦ୍ୱାରା ଶରୀରକୁ ପୋଟାସିୟମ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ ।
  • ଫୁସଫୁସର ସମସ୍ୟା ଦୂର କରିଥାଏ - ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ । ଫଳରେ ପ୍ରଶ୍ୱାସ ନେବା ସମସ୍ୟା ଯଥା ଆଜମା, ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ । ଆୟୁର୍ବେଦ ଅନୁସାରେ ଗୁଜୁରାତିକୁ ଏକ ଗରମ ମସଲା ରୂପେ ବ୍ୟବଦାର କରାଯାଏ । ଯାହା ଶରୀରକୁ ଗରମ କରିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଥଣ୍ଡାର ପ୍ରଭାବ କମ ହୋଇଥାଏ ।
  • ରକ୍ତଚାପ ନିୟନ୍ତ୍ରଣ କରିଥାଏ - ଗୁଜୁରାତି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ମନୁଷ୍ୟ ଶରୀରରେ ଅନେକ ରୋଗ ଉଚ୍ଚ ରକ୍ତଚାପ କାରଣରୁ ସୃଷ୍ଟି ହୋଇଥାଏ । ୨-୩ଟି ଗୁଜୁରାତି ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ସାରାଜୀବନ ରକ୍ତଚାପ ନିୟନ୍ତ୍ରଣ ରହିବ ।
  • ମୁହଁର ଦୁର୍ଗନ୍ଧ ଦୂର କରେ - ଗୁଜରାତି ସ୍ୱାଦ ବଢାଉବା ସହିତ ମାଉଥ ଫ୍ରେସନର ପରି ମଧ୍ୟ କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ।
  • କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ - ଯଦି କୋଷ୍ଠକାଠିନ୍ୟ ସମସ୍ୟା ଥାଏ ତେବେ ଗୁଜୁରାତିକୁ ଖାଇବା କିମ୍ବା ଗୁଜୁରାତିକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ପାଚନକ୍ରିୟାକୁ ସହଜ କରିହା ସହିତ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

ଲବଙ୍ଗ

ଆଜିକାଲି ଗ୍ୟାଷ୍ଟ୍ରିକ୍‌ର ସମସ୍ୟା ସମସ୍ତଙ୍କ ପାଖରେ ଦେଖାଗଲାଣି। ମୁଖ୍ୟତଃ ଏହା ଯୁବପିଢ଼ୀଙ୍କ ପାଖରେ ବେଶି ଦେଖାଯାଉଛି। ନାନା ପ୍ରକାର ଔଷଧର ଅଭ୍ୟାସରେ ପକାଇଲାଣି ଏହି ଗ୍ୟାଷ୍ଟ୍ରିକ୍‌। ଖାଦ୍ୟ ଅଧିକ ଖାଇଦେଲେ ଗ୍ୟାଷ୍ଟ୍ରିକ୍‌ ଡରରେ ଲୋକ ଔଷଧ ଆଗରୁ ଖାଇ ଦେଉଛନ୍ତି । ବିଶେଷକରି ବାହାର ଖାଦ୍ୟ ଖାଇବା ପୂର୍ବରୁ ।

କିନ୍ତୁ କଣ ଆପଣ ଜାଣିଛନ୍ତି ଲବଙ୍ଗ ଭଳି ଗୋଟିଏ ଜିନିଷ ଆପଣଙ୍କ ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ଦୂର କରି ଦେଇପାରେ। ଔଷଧ କବଳରୁ ଆପଣ ବଞ୍ଚି ଯାଇପାରିବେ ଲବଙ୍ଗ ଦ୍ୱାରା। ଏକ ସର୍ଭେରୁ ପ୍ରକାଶ ପାଇଛି କି ଲବଙ୍ଗରେ ଥିବା ରସରେ ବହୁ ପ୍ରକାରର ଫାଇଦା ଥାଏ । କେବଳ ୨ଟି ଲବଙ୍ଗ ଦିନକୁ ଯଦି ଖାଇବେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦୂର ହୋଇଯିବ।

  1. ଖାଇବା ପରେ ୨ଟି ଲବଙ୍ଗ ଚୋବାଇବା ଦ୍ୱାରେ ହଜମ ଭଲ ଭାବରେ ହୋଇଥାଏ।
  2. ଲବଙ୍ଗକୁ ବାଟି ପାଣିରେ ସିଝାଇ, ଛାଣି ପିଇଲେ ମୁଣ୍ଡବ୍ୟଥା ଦୂର ହୁଏ।
  3. ଦାନ୍ତ ବିନ୍ଧା ହେଲେ ଲବଙ୍ଗ ତେଲ ଲଗାଇଲେ ଭଲ ହୋଇଥାଏ।
  4. ଲବଙ୍ଗକୁ ବାଟି ଅଲିଭ୍‌ ତେଲରେ ମିଶାଇ କେଶରେ ଲଗାଇଲେ କେଶରେ ଚମକ୍‌ ଆସେ।
  5. ଦୁଇଟି ଲବଙ୍ଗକୁ ବାଟି ମହୁ ସହ ମିଶାଇ ଖାଇଲେ ବାନ୍ତି ସମସ୍ୟା ଦୂର ହୋଇଥାଏ।
  6. ଛାତି ଜଳିବା, ଏସିଡିଟି ଆଦି ସମସ୍ୟା ଲବଙ୍ଗ ସିଝା ପାଣି ପିଇଲେ ଦୂର ହୁଏ ।
  7. ଲବଙ୍ଗକୁ ଭାଜିକି ଚୋବାଇଲେ କାଶ କମିଥାଏ ।
  8. ଚାହାରେ ଲବଙ୍ଗ ପକାଇ ପିଇଲେ ଚାପ ଦୂର ହୋଇଥାଏ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top