ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ରୋଗ ଉପଶମ ପାଇଁ ପନିପରିବା ଓ ଫଳରସ
ସେଆର କରନ୍ତୁ

ରୋଗ ଉପଶମ ପାଇଁ ପନିପରିବା ଓ ଫଳରସ

ଏପରି ପନିପରିବା ଓ ଫଳ ରହିଛି ; ଯାହା ରସକୁ ଲଗାତର ପିଇଲେ ଏସିଡିଟି ଦୂର ହୋଇଥାଏ ।

ପନିପରିବା  ଓ  ଫଳରସ

ତେଲଛଣା , ଭଜା , ମିଠା ଓ ରାଗ  ଅଧିକ  ଖାଇବା  ଯୋଗୁ  ଏସିଡିଟି   ହୋଇଥାଏ   । ଏହାକୁ  ଦୂର  କରିବା  ପାଇଁ  ବଜାରରେ  ଔଷଧ  ମିଳୁଛି   । ମାତ୍ର  ଆମ  ହାତ  ପାଖରେ  ଏପରି  ପନିପରିବା ଓ  ଫଳ  ରହିଛି ; ଯାହା  ରସକୁ  ଲଗାତର  ପିଇଲେ  ଏସିଡିଟି  ଦୂର  ହୋଇଥାଏ   । ବନ୍ଧାକୋବି  ଓ ଗାଜର  ରସକୁ  ମିଶାଇ  ପିଇଲେ  ଏସିଡିଟିରୁ  ଆରୋଗ୍ୟ   ମିଳେ    । ଏହାଛଡା  ସେଓ , କାକୁଡି ଓ  ତରଭୁଜ  ରସକୁ  ମିଶାଇ  ପିଇଲେ  ଏସିଡିଟିରୁ   ରକ୍ଷା  ମିଳେ  ।

ରକ୍ତହୀନତା  ରୋଗ  ଦୂର

ସବୁଜ  ପନିପରିବା  ଓ  ଶାଗ  ରସ  ମିଶାଇ  ପିଇଲେ  ରକ୍ତହୀନତା  ରୋଗ  ଦୂର  ହୋଇଥାଏ   । ଏହାବ୍ୟତୀତ  ବିଟ୍ , ବନ୍ଧାକୋବି , ପିସ୍ତାବାଦାମ  ଓ  ଅଙ୍ଗୁର ରସ  ଆଦି  ପିଇଲେ  ଏଥିରୁ  ରକ୍ଷା  ମିଳେ   । ବନ୍ଧାକୋବି , ଗାଜର , ବିଟ୍ ରସ  ମିଶାଇ   ପିଇଲେ  ଆଜମା   ରୋଗ  ଦୂର  ହୋଇଥାଏ   ।  ରସୁଣ  ଓ  ଅମୃତଭଣ୍ଡା  ରସ  ମଧ୍ୟ  ଏଥିପାଇଁ  ବିଶେଷ  ଉପଯୋଗୀ   ।

ଉଷୁମ  ପାଣିରେ  ଅଦାରସ , ଲେମ୍ବୁରସ ଓ  ମହୁ  ଆଦି  ମିଶାଇ  ସକାଳେ  ଖାଲି  ପେଟରେ  ପିଇଲେ  ବ୍ରୋଙ୍କାଇଟିସ୍  ଭଲ   ହୋଇଯାଏ   । ଏହାଛଡା  ଉଷୁମ   ପାଣିରେ  ରସୁଣ  ରସ ଓ  ପିଆଜ  ରସ  ମିଶାଇ  ପିଇଲେ   ବ୍ରୋଙ୍କାଇଟିସ୍ ଦୂର  ହୁଏ   । ସକାଳୁ  ଖାଲି  ପେଟରେ  ଗୋଟିଏ  ଗ୍ଲାସ  ଉଷୁମ  ପାଣିରେ  ଲେମ୍ବୁରସ  ମିଶାଇ  ପିଇଲେ  ବଡହଜମୀରୁ  ମୁକ୍ତି   ମିଳିଥାଏ   । ଖାଦ୍ୟ ଖାଇବାର  ଅଧଘଣ୍ଟା  ପୂର୍ବରୁ  ଏକ  ଚାମଚ  ଅଦାରସ  ପିଇଲେ  ଏହି ରୋଗରୁ  ଆରାମ   ମିଳେ   । ଯଦି  ଭୋକ  ଲାଗୁ  ନଥାଏ  ତେବେ  ଖାଲି  ପେଟରେ  ଏକ  ଗ୍ଲାସ  ଉଷୁମ  ଜଳରେ   ଲେମ୍ବୁରାସ  ମିଶାଇ  ପିଇଲେ   ଭୋକ  ଲାଗେ   ।

ମାତ୍ରାଧିକ  କାର୍ଯ୍ୟ  ଅତ୍ୟଧିକ   ଚିନ୍ତାରୁ  ସାଧାରଣତଃ  ମୁଣ୍ଡ  ବ୍ୟଥା  ହୋଇଥାଏ  । ଗୋଟିଏ  ଗ୍ଲାସ  ପାଣିରେ  ଏକ  ଚାମଚ  ଲେମ୍ବୁରାସ ଓ  ଅଦା ରସ  ମିଶାଇ  ପିଇଲେ  ମୁଣ୍ଡ  ବ୍ୟଥା  ହୋଇନଥାଏ   । ଦାନ୍ତରୋଗ  ସାଧାରଣତଃ  ଅଧିକ  ମିଠା  ଖାଇବା  ଯୋଗୁଁ  ହୋଇଥାଏ   । ଏହାକୁ  ଦୂର  କରିବା  ପାଇଁ  ଗାଜର  ତୁଲସୀ , ପୋଦିନା , ଧନିଆ  ଆଦି  ପତ୍ରକୁ  ଚୋବାଇ  ଚୋବାଇ  ଖାଇବା  ଉଚିତ   । ଗାଜର , ସେଓ , ପିଜୁଳି , କମଳା  ଓ  ଶାଗ  ରସ  ଆଦି  ପିଇଲେ  ଏହି  ରୋଗରୁ  ମୁକ୍ତି  ମିଳେ  ପାଇରିଆ  ଅନ୍ୟ  ଏକ  ଦାନ୍ତ  ରୋଗ   । ଏହି  ରୋଗ  ହେଲେ  ଦାନ୍ତ  ମୂଳରୁ  ରକ୍ତ  ଝରିବା  ସହ  ପାଟିରୁ   ଦୁର୍ଗନ୍ଧ  ସୃଷ୍ଟି  ହୋଇଥାଏ   । ସପ୍ତାହରେ  ଦୁଇଥର  ରସୁଣ ଓ  ପିଆଜ  ରସ ପିଇଲେ  ଏହି  ରୋଗରୁ   ରକ୍ଷା  ମିଳେ   ।

ଗାଜର , କାକୁଡି ଓ  ଟମାଟୋ  ଆଦି  ରସକୁ  ମିଶାଇ  ପିଇଲେ  ଓଜନ  ହ୍ରାସ  ପାଏ  । ଗାଜର  ଓ  ପାଳଙ୍ଗ  ରସକୁ   ମିଶାଇ  ପିଇଲେ  ଚର୍ମ  ରୋଗ  ଦୂର  ହୋଇଯାଏ  । ଆଳୁ ଓ ଅମୃତ  ଭଣ୍ଡା  ରସକୁ  ଚର୍ମରେ  ମାଲିସ୍  କଲେ  ଚର୍ମ  ରୋଗ  ଭଲ  ହୋଇଯାଏ   । ଏହିଭଳି  କେତେକ  ସଚେତନତା  ଆପଣାଇପାରିଲେ , ସୁସ୍ଥ  ନିରାମୟ  ଜୀବନ  ବିତାଇପାରିବା   ।

ଆଧାର  -ସ୍ୱାସ୍ଥ୍ୟ ବ୍ୟୁରୋ

3.18181818182
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top