ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶରୀର ପାଇଁ ଉପକାରୀ ଲେମ୍ବୁ ପାଣି ଓ କଞ୍ଚାଲଙ୍କା
ସେଆର କରନ୍ତୁ

ଶରୀର ପାଇଁ ଉପକାରୀ ଲେମ୍ବୁ ପାଣି ଓ କଞ୍ଚାଲଙ୍କା

ଶରୀର ପାଇଁ ଉପକାରୀ ଲେମ୍ବୁ ପାଣି ଓ କଞ୍ଚାଲଙ୍କା

ଲେମ୍ବୁ ପାଣି

ଆମେ ଜାଣିଛେ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ । ମାତ୍ର ଭୁଲ ସମୟରେ, ଭୁଲ ଭାବରେ ତଥା ଦରକାରରୁ ଅଧିକ ଲେମ୍ବୁ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ଲେମ୍ବୁ ପାଣି ପିଇବାର ଫାଇଦା ହେବା ପରିବର୍ତ୍ତେ କ୍ଷତି ହୋଇଥାଏ ।    ଏମ୍ସ ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ଲେମ୍ବୁ ପାଣି ପିଇବା ସମୟରେ ଏହି ୧୦ଟି କଥାକୁ ଧ୍ୟାନ  ଦିଅନ୍ତୁ ।

  • ବେଶି ଲେମ୍ବୁପାଣି ପିଇବା ଦ୍ୱାରା ଏସିଡିଟି ବଢ଼ି ଯାଇ ହଜମ ହେବାରେ କଷ୍ଟ ହୋଇଥାଏ ।
  • ଛାତି ଜଳିବା ବେଳେ ଯଦି ଲେମ୍ବୁ ପାଣି ପିଇବେ ତାହେଲେ ତାହା ଅଧିକ ବଢ଼ି ଯାଏ ।
  • କିଡ୍‌ନୀ ଓ ଲିଭର୍‌ରେ ସମସ୍ୟା ଥିଲେ ଲେମ୍ବୁ ପାଣି ପିଅନ୍ତୁ ନାହିଁ ।
  • ବେଶି ଲେମ୍ବୁ ପାଣି ପିଇଲେ ବାରମ୍ବାର ପରିସ୍ରା ହୁଏ । ଯାହା ପାଇଁ ଦେହରୁ ଜଳୀୟ ଅଂଶ କମିଯାଇ ଡିହାଇଡ୍ରେସନ୍‌ ସମସ୍ୟା ହୋଇଥାଏ ।
  • ଅଲ୍‌ସର ସମସ୍ୟା ଥିଲେ ଲେମ୍ବୁପାଣି ପିଅନ୍ତୁ ନାହିଁ ।
  • ସକାଳୁ ଉଠି ଏକ ଗ୍ଲାସ ନଖ ଉଷୁମ ଲେମ୍ବୁ ପାଣି ପିଇବା ଭଲ ।
  • ଲେମ୍ବୁ ପାଣି ପିଇବାର ସାଙ୍ଗେ ସାଙ୍ଗେ ବ୍ରଷ୍‌ କରନ୍ତୁ ନାହିଁ । ଦାନ୍ତ ଖରାପ ହେବାର ସମ୍ଭାବନା ଅଛି ।
  • ଯଦି ଦାନ୍ତରେ କିଛି ସମସ୍ୟା ଅଛି ଡାକ୍ତରଙ୍କ ପରାମର୍ଶରେ ଲେମ୍ବୁପାଣି ପିଅନ୍ତୁ । ନହଲେ କ୍ଷତିକାରକ ହୋଇପାରେ ।
  • ଷ୍ଟ୍ର ଦ୍ୱାରା ଲେମ୍ବୁପାଣି ପିଇଲେ ଦାନ୍ତ ସୁସ୍ଥ ରହିବ ।
  • ଅତ୍ୟଧିକ ଥଣ୍ଡା ଲେମ୍ବୁପାଣି ପିଅନ୍ତୁ ନାହିଁ ।

ଉପକାରୀ କଞ୍ଚାଲଙ୍କା

କଞ୍ଚାଲଙ୍କାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ଭିଟାମିନ୍‌ -ଏ, ଭିଟାମିନ୍‌-ବି୬, ଆଇରନ୍‌, କପର, ପୋଟାସିୟମ, ପ୍ରୋଟିନ୍‌ ଏବଂ କାର୍ବୋହାଇଡ଼୍ରେଟ୍‌ ଇତ୍ୟାଦି। ପ୍ରତି ଘର ମାନଙ୍କରେ ଖାଦ୍ୟର ସ୍ୱାଦ ବଢ଼ାଇବାକୁ ନେଇ ବ୍ୟବହାର କରାଯାଉଥିବା ବେଳେ ଏହାର ନିୟନ୍ତ୍ରଣ ମୁତାବକ ସେବନ ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ୱନ୍ଧିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

  • ଭିଟାମିନ୍‌ କମ୍‌ ହେବାରୁ ବଞ୍ଚାଏ ।
  • ହଜମ ପ୍ରକ୍ରୀୟା ତ୍ୱରାନ୍ୱିତ କରିଥାଏ ।
  • ଆଖି ଏବଂ ତ୍ୱଚା ପାଇର୍ ଏଥିରେ ଥିବା ଭିଟାମିନ୍‌ ଏ ବିଶେଷ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
  • ଏହା ରକ୍ତରେ ଶର୍କରା କମାଇବାରେ ସହାୟକ ହୋଇଥାଏ ।
  • ମୁଡ଼ ଠିକ୍‌ ରହିବାରେ ବିଶେଷ ଭାବେ ଫଳପ୍ରଦ ହୋଇଥାଏ
  • ଫୁସଫୁସ୍‌ ଜନିତ କ୍ୟାନ୍ସରରୁ ମଧ୍ୟ ଏହା ବଞ୍ଚାଇଥାଏ।
  • ଶରୀରକୁ ବ୍ୟାକ୍ଟରିଆରୁ ମୁକ୍ତ କରିଥାଏ।

ଆଧାର: ଓଡିଶା ରିପୋଟର

2.83870967742
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top