ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶରୀର ପାଇଁ ଲାଭଦାୟକ ଗାଜର
ସେଆର କରନ୍ତୁ

ଶରୀର ପାଇଁ ଲାଭଦାୟକ ଗାଜର

ଶରୀର ପାଇଁ ଲାଭଦାୟକ ଗାଜର ର ସୂଚନା

ଉପକ୍ରମ

ଗାଜର ଦେଖିବାକୁ ଯେତିକି ସୁନ୍ଦର ଆମ ଶରୀର ପାଇଁ ସେତିକି ଲାଭଦାୟକ। ଗାଜରକୁ ଆମେ କଞ୍ଚା  କିମ୍ୱା ରୋଷେଇ କରି ଖାଇ ପାରିବା। ସାଧାରଣତଃ ଶୀତ ଦିନେ ଅଧକ ମାତ୍ରାରେ ମିଳୁଥିବା ଗାଜରରେ ବହୁ ଭିଟାମିନ୍‌ ଭରି ରହିଛି। ଦୀର୍ଘ ୧୦ ବର୍ଷ ଧରି ନେଦରଲ୍ୟାଣ୍ଡରେ  କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଗାଜର ଆମ ଶରୀର ପାଇଁ ଅତି ଲାଭଦାୟକ। ଏହାକୁ ଯେକୌଣସି ସମୟରେ ଖିଆଯାଇ ପାରିବ।

ଗାଜରର ଭିନତା

ଲାଲ୍‌ ଓ ନାରଙ୍ଗୀ ରଙ୍ଗ ବ୍ୟତୀତ ବିଶ୍ୱର ଭିନ୍ନଭିନ୍ନ ସ୍ଥାନରେ ହଳଦିଆ, କଳା ଓ  ଧଳା ରଙ୍ଗର ଗାଜର ମଧ୍ୟ ଦେଖିବାକୁ ମିଳିଥାଏ।

ଗାଜରରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ ବ୍ୟତୀତ, ଭିଟାମିନ୍‌ ସି, କେ, ବି ୨,  ବି ୩, ବି ୬ ଓ ଇ ରହିଛି। ଏହାଛଡ଼ା ଏଥିରେ  ଫାଇବର, ପୋଟାସିୟମ୍‌,  କପର୍‌ ଓ ଜିଙ୍କ୍‌ ମଧ୍ୟ ରହିଛି।

ଉପକାରିତା

ଗାଜର ଖାଇବା ଦ୍ୱାରା ସ୍ତନ କର୍କଟରୁ ରକ୍ଷା ମିଳିଥାଏ। ଆଖି ବିଶେଷଜ୍ଞଙ୍କ କହିବାନୁସାରେ ଗାଜରରେ ବିଟା କେରାଟିନ୍‌ ରହିଥିବାରୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା  ଦୃଷ୍ଟି ଶକ୍ତି  ଠିକ୍‌ ରହିଥାଏ। ଏହାସହିତ ଆଖି ସମ୍ପର୍କିତ କୌଣସି  ରୋଗ ହେବାର ଆଶଙ୍କା ହ୍ରାସ ଘଟିଥାଏ।

ଗାଜରରେ ରହିଥିବା ପୋଷକ ତତ୍ତ୍ୱ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ତେଣୁ ଗାଜର ଖାଇବା ଦ୍ୱାରା ସାରାଦିନ ଫୁର୍ତ୍ତିରେ କାମ କରିବାକୁ ଶକ୍ତି ମିଳିଥାଏ।

ହାଡ଼ ରୋଗ ଥିଲେ ଗାଜର ଖାଇବା ଉଚିତ, ଯାହାଦ୍ୱାରା ଶରୀରରେ କ୍ୟାଲସିୟମ୍‌ ମାତ୍ରା  ବୃଦ୍ଧି ହୋଇଥାଏ।

ଆଧାର :ସମାଜ

2.88888888889
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଅଶବିନ୍ ବାଗ Jan 23, 2017 01:57 AM

ମୋତେ କିଛି ସାହାଯ୍ଯ କରନ୍ତୁ ପ୍ରଭୁ ମୋର ଗୋଟିଏଶଆଖୀ ଦେଖାଯାଉ ନାହିଁ, ଗୋଟିଏ ହାତ କାମ କରୁ ନାହିଁ ଓ ଗୋଟିଏ ଗୋଡରେ ମଧ୍ୟ ଭଲରେ ଚାଲିପାରୁ ନାହିଁ ପ୍ରଭୁ । ମୋତେ କିଛି ଟା ସାହାଯ୍ଯ କରନ୍ତୁ ପ୍ରଭୁ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top