ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶିଶୁର ବିକାଶ ଓ ଶୈଶବ ଶିକ୍ଷା
ସେଆର କରନ୍ତୁ

ଶିଶୁର ବିକାଶ ଓ ଶୈଶବ ଶିକ୍ଷା

ଶିଶୁର ବିକାଶ ଓ ଶୈଶବ ଶିକ୍ଷା ସୂଚନା

ଉପକ୍ରମ

ପିଲାଦିନର  ପ୍ରଥମ  ଆଠ ବର୍ଷ , ବିଶେଷ  କରି  ପ୍ରଥମ  ତିନି  ବର୍ଷ , ବହୁତ  ଗୁରୁତ୍ୱପୂର୍ଣ୍ଣ  । ଏହି  ସମୟରେ  ହିଁ  ଭବିଷ୍ୟତର  ସ୍ୱାସ୍ଥ୍ୟ , ବୃଦ୍ଧି  ଓ  ବିକାଶର  ମୂଳଦୁଆ  ପଡିଥାଏ  । ଅନ୍ୟ  ସମୟ  ତୁଳନାରେ  ଶିଶୁଟି  ଏହି  ସମୟରେ  ବହୁତ  ଶୀଘ୍ର  ଶିଖିଥାଏ   । ଶିଶୁ  ଓ  ଛୋଟ  ପିଲାମାନଙ୍କୁ  ଉପଯୁକ୍ତ  ସ୍ନେହ , ମମତା , ଯତ୍ନ , ଉତ୍ସାହ ଓ ମାନସିକ  ଉଦ୍ଦୀପନା  ତଥା  ପୃଷ୍ଟିକର  ଖାଦ୍ୟ  ଓ  ଭଲ  ସ୍ୱାସ୍ଥ୍ୟସେବା  ମିଳିଲେ , ସେମାନେ  ବହୁତ  ଶୀଘ୍ର  ବିକାଶ  ଲାଭ  କରନ୍ତି  ଓ  ବେଶ୍  ଶୀଘ୍ର  ଶିଖନ୍ତି   ।

ସବୁ  ପିଲାଙ୍କର  ଜନ୍ମର  ପଞ୍ଜିକରଣ , ସ୍ୱାସ୍ଥ୍ୟସେବା  ଭଲ ପୃଷ୍ଟିକର  ଖାଦ୍ୟ , ଶିକ୍ଷା  ଏବଂ  ବିପଦ , ନିର୍ଯ୍ୟାତନା  ତଥା  ଭେଦଭାବରୁ   ସୁରକ୍ଷା  ପାଇବା  ପାଇଁ  ଅଧିକାର  ରହିଛି   । ଏହି  ସବୁ  ଅଧିକାରକୁ  ସମ୍ମାନ  ଦେବା , ସୁରକ୍ଷିତ  ରଖିବା  ଏବଂ  ପୂରଣ  କରିବା  ବାପାମା’ ଓ  ସରକାରଙ୍କ  ଦାୟିତ୍ଵ   ।

ଶିଶୁର  ବିକାଶ ଓ  ଶୈଶବ  ଶିକ୍ଷା

  1. ଶିଶୁ  ତା’ର  ଜୀବନର  ପ୍ରଥମ  ଆଠ  ବର୍ଷରେ , ବିଶେଷ  କରି  ପ୍ରଥମ  ତିନି  ବର୍ଷରେ , ପାଇଥିବା  ସ୍ନେହ ଓ  ଯତ୍ନ  ତା’  ଜୀବନ  ପାଇଁ  ଅତି  ଗୁରୁତ୍ୱପୂର୍ଣ୍ଣ   ହୋଇଥାଏ  ଏବଂ  ସାରା  ଜୀବନ  ପାଇଁ  ତାକୁ  ପ୍ରଭାବିତ  କରିଥାଏ  ।
  2. ଜନ୍ମରୁ  ହିଁ  ଶିଶୁ  ଶିଖିବା  ଆରମ୍ଭ  କରେ  । ଉତ୍ତମ  ଖାଦ୍ୟ ଓ  ସ୍ୱାସ୍ଥ୍ୟସେବା  ସହ  ସେ  ସ୍ନେହ , ମମତା ଓ ଉଦ୍ଦୀପନା  ପାଇଲେ  ତା’ର  ବୃଦ୍ଧି  ଓ  ଶିଖିବା  କାମ  ବେଶ୍  ଜୋରରେ  ହୋଇଥାଏ  ।
  3. ଖେଳିବା  ଏବଂ  ନିରୀକ୍ଷଣକରିବା  ପାଇଁ  ଶିଶୁକୁ  କରିବା  ଉଚିତ   । ଏହା  ତା’ର  ଶିକ୍ଷାରେ  ଏବଂ  ସାମାଜିକ , ମାନସିକ , ଆବେଗିକ , ଶାରୀରିକ  ତଥା  ବୌଦ୍ଧିକ  ବିକାଶରେ  ସାହାଯ୍ୟ  କରେ   ।
  4. ଶିଶୁମାନେ  ତାଙ୍କ  ନିକଟରେ  ଥିବା  ଲୋକଙ୍କର  ଚାଲିଚଳଣିକୁ  ଅନୁକରଣ  କରି  ଆଚାର  ବ୍ୟବହାର  ଶିଖନ୍ତି   ।
  5. ସବୁ  ବାପାମା’ ତଥା  ଯତ୍ନକାରୀ  ଶିଶୁର  ବୃଦ୍ଧି  ଓ  ବିକାଶର  ଅସୁବିଧାକୁ  ଦେଖାଉଥିବା  ସତର୍କ  ସୂଚନାଗୁଡିକ  ଜାଣିବା  ଜରୁରୀ   ।

ସୂଚନା

ଶିଶୁ  ତା’ର  ଜୀବନର  ପ୍ରଥମ  ଆଠ  ବର୍ଷରେ , ବିଶେଷ  କରି  ପ୍ରଥମ  ତିନି  ବର୍ଷରେ , ପାଇଥିବା  ସ୍ନେହ  ଓ  ଯତ୍ନ  ତା’  ଜୀବନ  ପାଇଁ  ଅତି  ଗୁରୁତ୍ୱପୂର୍ଣ୍ଣ  ହୋଇଥାଏ  ଏବଂ  ସାରା  ଜୀବନ  ପାଇଁ  ତାକୁ  ପ୍ରଭାବିତ  କରିଥାଏ   ।

ପ୍ରଥମ  ବର୍ଷରେ  ମିଳିଥିବା  ସ୍ନେହ  ଓ ଯତ୍ନ  ଶିଶୁର   ବିକାଶରେ  ବିଶେଷ  ସହାୟକ  ହୋଇଥାଏ  । ଶିଶୁକୁ  ଧରିବା , ଗେଲ  କରିବା  ଏବଂ  ତା  ସହିତ  କଥା  ହେବା  ଫଳରେ  ତା’ର  ବୃଦ୍ଧି ଓ  ମାନସିକ  ବିକାଶ  ଘଟିଥାଏ  । ମା’ର  ପାଖେ  ପାଖେ  ରହିବା ଓ  ସ୍ତନ୍ୟପାନ  କରିବା  ତା’  ମନରେ  ସୁରକ୍ଷା  ଭାବ  ଆଣିଥାଏ  । ଉଭୟ  ପୋଷଣ ଓ  ଆରାମ  ପାଇଁ  ଶିଶୁକୁ  ସ୍ତନ୍ୟପାନ  କରାଇବା  ଆବଶ୍ୟକ   ।

ପୁଅ ଓ  ଝିଅଙ୍କ  ପାଇଁ  ଏକା  ପ୍ରକାରର  ଶାରୀରିକ , ମାନସିକ , ଆବେଗିକ  ତଥା  ସାମାଜିକ  ଆବଶ୍ୟକତା  ରହିଛି   । ଉଭୟଙ୍କର  ଶିଖିବାର  ଦକ୍ଷତା  ସମାନ   । ଆହୁରି  ମଧ୍ୟ  ସ୍ନେହ , ମମତା  ଓ  ସ୍ଵୀକୃତି ପାଇଁ  ଉଭୟଙ୍କର  ଆବଶ୍ୟକତା  ଏକାଭଳି   ।

କାନ୍ଦିବା  ହେଉଛି  ଶିଶୁର  ଆବଶ୍ୟକତା  ଜଣାଇବାର  ବାଟ   । କାନ୍ଦିବା  ସାଙ୍ଗେ  ସାଙ୍ଗେ ତାକୁ  ଧରି  ତ’  ସହ  କଥା  ହେଲେ  ତା’ ଭିତରେ  ବିଶ୍ଵାସ  ଓ  ସୁରକ୍ଷାର  ଭାବ   ସୃଷ୍ଟି  ହୁଏ   ।

ରକ୍ତହୀନ , ମନ୍ଦପୁଷ୍ଟ  ବା  ରୋଗିଣା  ଶିଶୁମାନେ  ସୁସ୍ଥ  ଶିଶୁ  ତୁଳନାରେ  ବେଶୀ  ଭୟାଳୁ  ଓ  ଅଖୁସୀ  ହୁଅନ୍ତି  । ଖେଳିବା , ନିରୀକ୍ଷଣ  କରିବା  ଓ  ଅନ୍ୟମାନଙ୍କ  ସହ  ମିଶିବା  ପାଇଁ  ତାଙ୍କର  ଆଗ୍ରହ  ନଥାଏ   । ଏଭଳି  ଶିଶୁ  ବିଶେଷ  ଯତ୍ନ  ଦରକାର  କରେ  । ଖାଇବା  ପାଇଁ  ତାଙ୍କୁ  ଉତ୍ସାହିତ  କରିବା  ଜରୁରୀ   ।

ଶିଶୁଙ୍କର  ଆବେଗ  ବାସ୍ତବ  ଏବଂ  ଶକ୍ତିଶାଳୀ   ହୋଇଥାଏ  । ଚାହୁଁଥିବା  କାମ  କରିନପାରିଲେ  ବା  ଜିନିଷ  ନପାଇଲେ , ସେମାନେ  ହତାଶ  ହୋଇପଡନ୍ତି   । ଶିଶୁମାନେ  ସାଧାରଣତଃ  ଅଚିହ୍ନା  ଲୋକଙ୍କୁ  ଓ  ଅନ୍ଧାରକୁ  ଡରିଥାଆନ୍ତି  । ପିଲାର  ପ୍ରତିକ୍ରିୟାକୁ  ହସି  ଉଡାଇ  ଦେଲେ  ବା  ଏଡାଇ  ଗଲେ  କିମ୍ବା  ସେଥିପାଇଁ  ତାକୁ  ଦଣ୍ଡ  ଦେଲେ , ସେ  ଲାଜକୁଳା  ହୋଇଯାଏ  । ନିଜର  ଭାବ  ସେ  ଠିକ୍  ପ୍ରକାଶ  କରିପାରେ  ନାହିଁ   । ଶିଶୁ  ତା’ର  ମନୋଭାବ  ପ୍ରକାଶ  କରିବା  ବେଳେ  ଯତ୍ନକାରୀ  ଧୈର୍ଯ୍ୟ  ଓ  ସହାନୁଭୂତି  ଦେଖାଇଲେ   ଶିଶୁ  ବେଶୀ  ଖୁସୀ  ଓ  ସୁରକ୍ଷିତ  ଅନୁଭବ  କରିବ  ଏବଂ  ତା’ର  ବିକାଶ  ସନ୍ତୁଳିତ  ହେବ   ।

ଶାରୀରିକ  ଦଣ୍ଡ  ବା  ହିଂସା  ପ୍ରଦର୍ଶନ   କରିବା  ଦ୍ଵାରା  ଶିଶୁର  ବିକାଶରେ  ବାଧା  ଆସିଥାଏ  । ଦଣ୍ଡ  ଦେଲେ  ଶିଶୁ  ରୋଗରେ  ନିଜକୁ  ନିଜେ  ହିଂସ୍ର  ହୋଇଯାଏ   । କ’ଣ  କରିବା  ଉଚିତ  ବା  ଅନୁଚିତ  ଭଲ  ଭାବରେ  ବୁଝାଇବା  ଏବଂ  ଭଲ  ଚଳଣି  ପାଇଁ  ପ୍ରଶଂସା   କରିବା  ଦ୍ଵାରା  ଶିଶୁ  ଉତ୍ସାହିତ  ହୋଇଥାଏ  । ଫଳରେ  ସେ  ପରିବାର  ଓ  ସମାଜର  ଜଣେ  ଭଲ  ଲୋକ  ହୋଇପାରେ  ।

ବାପାମା’ ତଥା  ପରିବାରର  ଅନ୍ୟ  ସମସ୍ତେ  ଶିଶୁର  ଯତ୍ନ  ନେବାରେ  ସାମିଲ  ହେବା  ଆବଶ୍ୟକ   । ବାପାର  ଭୂମିକା  ବିଶେଷ  ଭାବରେ  ଗୁରୁତ୍ୱପୂର୍ଣ୍ଣ   । ବାପା  ଶିଶୁର  ସ୍ନେହ , ମମତା  ଓ  ଉଦ୍ଦୀପନାର  ଆବଶ୍ୟକତାକୁ   ପୂରଣ  କରିବାରେ   ସହାୟକ   ହୋଇପାରିବେ  ଏବଂ  ସେ  ତା’  ପାଇଁ ଉତ୍ତମ  ଶିକ୍ଷା , ଖାଦ୍ୟ ଓ  ସ୍ୱାସ୍ଥ୍ୟସେବାର  ବ୍ୟବସ୍ଥା  କରିପାରିବେ  । ସେ  ପରିବେଶକୁ  ନିରାପଦ  ଏବଂ  ହିଂସାଶୂନ୍ୟ  କରିବାରେ  ସହଯୋଗ  କରିବା  ଦରକାର  । ମା’ ଗର୍ଭବତୀ  ଥିବାବେଳେ  ବା  ସ୍ତନ୍ୟପାନ  କରାଉଥିବାବେଳେ  ବାପା  ଘରକାମ  କରିବା  ଦରକାର   ।

ଜନ୍ମରୁ ହିଁ  ଶିଶୁ  ଶିଖିବା  ଆରମ୍ଭ  କରେ । ଉତ୍ତମ  ଖାଦ୍ୟ  ଓ  ସ୍ୱାସ୍ଥ୍ୟସେବା  ସହ  ସେ  ସ୍ନେହ , ମମତା  ଓ  ଉଦ୍ଦୀପନା  ପାଇଲେ  ତା’ର  ବୃଦ୍ଧି  ଓ  ଶିଖିବା  କାମ  ବେଶ୍ ଜୋରରେ  ହୋଇଥାଏ   ।

ଜନ୍ମର  ଏକ  ଘଣ୍ଟା  ଭିତରେ   ମାଆର  ଦେହକୁ  ଲାଗି  ଶୁଆଇବା  ଏବଂ  ସ୍ତନ୍ୟପାନ  କରାଇବା  ଶିଶୁର  ବୃଦ୍ଧି  ଓ  ବିକାଶରେ  ସହାୟକ  ହୋଇଥାଏ   । ମାଆ  ସହ  ସମ୍ପର୍କ  ମଧ୍ୟ  ଏହା  ଯୋଡିଥାଏ   ।

ଶିଶୁଟି  ଛୁଇଂବା , ଶୁଣିବା , ସୁଙ୍ଘିବା , ଦେଖିବା  ଓ  ଚାଖିବାର  ଇନ୍ଦ୍ରିୟ  ମାଧ୍ୟମରେ   ହିଁ  ନିଜ  ଚାରିପାଖର  ଦୁନିଆକୁ   ଜାଣିଥାଏ   । ଶିଶୁ  ସହ  କଥା  ହେଲେ , ତାକୁ  ଛୁଇଂଲେ  ଓ  ଗେଲ  କଲେ  ଏବଂ  ସେ  ଚିହ୍ନା  ମୁହଁ   ଦେଖିଲେ , ଚିହ୍ନା  ସ୍ଵର  ଶୁଣିଲେ  ବିଭିନ୍ନ  ପ୍ରକାର  ଜିନିଷ  ଧରିଲେ  ତା’ର  ମସ୍ତିସ୍କ  ବେଶ୍  ଜୋରରେ  ବିକଶିତ  ହୁଏ  । ଜନ୍ମ  ସମୟରୁ  ସ୍ନେହ  ପାଇଲେ , ନିଜକୁ  ସୁରକ୍ଷିତ  ମନେ  କରୁଥିବା  ଶିଶୁ  ପାଠରେ  ଭଲ  କରିଥାଏ  ଏବଂ  ଜୀବନର  ସମସ୍ୟାଗୁଡିକୁ  ବେଶ୍  ସହଜରେ  ସାମନା   କରିପାରେ   ।

ଜନ୍ମର  ପ୍ରଥମ  ଛଅ  ମାସ  କେବଳ  ମା’ କ୍ଷୀର  ଚାହିଁବା  ଅନୁସାରେ  ଖାଇବା , ଛଅ  ମାସରୁ   ଅନ୍ୟ  ନିରାପଦ  ଓ  ପୃଷ୍ଟିକର  ଖାଦ୍ୟ  ମିଶାଇ  ଖାଇବା  ଏବଂ  ଦୁଇ ବର୍ଷ  ବା  ଆହୁରି  ବେଶୀ  ସମୟ  ଯାଏଁ  ଅନ୍ୟ  ଖାଦ୍ୟ  ସହ  ମା’କ୍ଷୀର  ଖାଇବା  ଦ୍ଵାରା  ପିଲା  ପୁଷ୍ଟ  ଓ  ସୁସ୍ଥ  ରହେ  । ଯତ୍ନକାରୀର  ସ୍ନେହ  ପାଇବାରେ  ଓ  ତା ସହିତ  ସମ୍ପର୍କ  ଯୋଡିବାରେ  ମଧ୍ୟ  ଏହା  ସାହାଯ୍ୟ  କରେ  ।

ଶିଶୁର  ଶିଖିବା  ଓ  ବିକାଶ  ଲାଭ  କରିବାର  ସବୁଠାରୁ  ବଡ  ବାଟ  ହେଉଛି  ଅନ୍ୟମାନଙ୍କ  ସହ  ଭାବର  ଆଦାନପ୍ରଦାନ  କରିବା  । ବାପାମା’  ଓ  ଯତ୍ନକାରୀ  ଅଧିକ  ସମୟ  ଶିଶୁ  ସହ  କଥାବାର୍ତ୍ତା  କଲେ  ସେ  ବେଶ୍ ଶୀଘ୍ର   ଶିଖିପାରେ  । ଶିଶୁ ଓ  ଛୋଟ ପିଲାମାନଙ୍କ ପାଖରେ   ବାପାମା’  ବା  ଯତ୍ନକାରୀ  କଥା  ହେବା , ପଢିବା  ବା  ଗୀତ  ଗାଇବା  ଉଚିତ   । ବୁଝିବାର  ବୟସ  ହୋଇନଥିଲେ ବି  ଏହା  ତା’ ଭିତରେ  ଭାଷା  ଜ୍ଞାନ  ଓ  ଶିଖିବାର   ଦକ୍ଷତା  ସୃଷ୍ଟି  କରିପାରେ    ।

ଦେଖିବା , ଶୁଣିବା , ଧରିବା , ଖେଳିବା  ପାଇଁ  ନୂଆ ନୂଆ  ଜିନିଷ  ଆଣି  ଶିଶୁକୁ  ଦେବା  ଉଚିତ   । ଏହା  ତା’ର  ଶିକ୍ଷା  ଓ  ବୃଦ୍ଧିରେ  ସହାୟକ  ହୋଇଥାଏ   । ଶିଶୁ  ଓ  ଛୋଟ  ପିଲାଙ୍କୁ  ଲାମ୍ବା  ସମୟ  ପାଇଁ  ଏକୁଟିଆ  ଛାଡିବା  ଉଚିତ  ନୁହେଁ   । ଏହା  ତାଙ୍କର  ମାନସିକ  ଓ ଶାରୀରିକ  ବିକାଶକୁ  ଧୀର  କରିଦିଏ   । ପୁଅ  ପରି  ଝିଅର  ମଧ୍ୟ  ସେହି  ଏକା  ପରିମାଣର ଖାଦ୍ୟ , ସ୍ନେହ , ଯତ୍ନ ଆଦି  ଦରକାର   । ପ୍ରତ୍ୟକ  ଶିଶୁ  କିଛି  ନୂଆ  କାମ  କଳା  ପରେ  ବା  ନୂଆ  କଥା  କହିଲା  ପରେ  ତାକୁ  ଉତ୍ସାହିତ  ଏବଂ  ପ୍ରଶଂସା   କରିବା  ଆବଶ୍ୟକ   ।

ଶିଶୁକୁ  ପ୍ରଥମେ  ତା’ର  ମାତୃଭାଷା  ଶିଖାଇଲେ  ତା’ ଭିତରେ  ଚିନ୍ତା  କରିବାର  ଓ  ମନର  ଭାବ  ପ୍ରକାଶ  କରିବାର  ଦକ୍ଷତା  ବଢିଥାଏ   । ଶିଶୁମାନେ  ଗୀତ , ଘର  ବିଷୟରେ  କଥା , ଖେଳ  ଆଦି  ମାଧ୍ୟମରେ  ସହଜରେ  ଏବଂ  ଶୀଘ୍ର  ଭାଷା  ଶିଖିପାରନ୍ତି   ।

ଠିକ୍  ସମୟରେ  ପ୍ରତିରୋଧୀକରଣ  (ଇମ୍ୟୁନାଇଜେସନ୍) କରାଇଥିଲେ  ଏବଂ  ସେ  ଉପଯୁକ୍ତ  ପୋଷକ  ପାଉଥିଲେ  ଶିଶୁର  ବଞ୍ଚିବାର  ସମ୍ଭାବନା ବେଶୀ  ହୋଥାଏ   । ଆହୁରି ମଧ୍ୟ ସେ  କଥାବାର୍ତ୍ତା  କରିବାରେ , ଖେଳିବା  ଓ  ଶିଖିବାରେ  ମନ  ଦିଏ  । ଏହା  ଫଳରେ  ପିଲାର  ସ୍ୱାସ୍ଥ୍ୟ   ପାଇଁ  ପରିବାରର  ଖର୍ଚ୍ଚ  କମିଠାଏ  ଏବଂ  ଅସୁସ୍ଥତା   କାରଣରୁ  ପିଲାକୁ  ବିଦ୍ୟାଳୟରେ  ଅନୁପସ୍ଥିତ   ହେବାକୁ  ପଡେ  ନାହିଁ   ।

ଖେଳିବା  ଏବଂ  ନିରୀକ୍ଷଣ  କରିବା  ପାଇଁ  ଶିଶୁକୁ  ଉତ୍ସାହିତ  କରିବା  ଉଚିତ । ଏହା  ତା’ର   ଶିକ୍ଷାରେ  ଏବଂ  ସାମାଜିକ , ମାନସିକ , ଆବେଗିକ , ଶାରୀରିକ  ତଥା  ବୌଦ୍ଧିକ  ବିକାଶରେ  ସାହାଯ୍ୟ   କରେ ।

ଶିଶୁ  ଖେଳେ  କାରଣ  ଏହା  ମଜାଦାର   । କିନ୍ତୁ  ଖେଳ  ହେଉଛି  ଶିଶୁର  ଶିଖିବା  ଓ  ବିକାଶର  ମୂଳ  ଚାବି   । ଖେଳିବା  ଦ୍ଵାରା   ପିଲାର  ଜ୍ଞାନ   ଓ  ଅଭିଜ୍ଞତା  ବଢେ   ଏବଂ   ତା’  ଭିତରେ  କୌତୁହଳ  ଓ  ଆତ୍ମବିଶ୍ଵାସ  ବଢିଥାଏ  । ନିଜେ  କରିବାକୁ  ଚେଷ୍ଟା  କରି , ଫଳାଫଳର   ତୁଳନା  କରି , ପ୍ରଶ୍ନ  ପଚାରି  ଓ  ସମସ୍ୟାକୁ  ସାମନା  କରି  ଶିଶୁଟି  ଶିଖିଥାଏ   । ଖେଳ  ଦ୍ଵାରା ତା’ର  ଭାଷା  ଓ  ଚିନ୍ତା  ଶକ୍ତି , ଯୋଜନା , ସଂଗଠନ  ଏବଂ  ନିସ୍ପତି  ନେବା  ଆଦିର  ବିକାଶ  ହୋଇଥାଏ   । ଅକ୍ଷମ   ଶିଶୁ  ପାଇଁ  ଖେଳ  ବିଶେଷ  ଗୁରୁତ୍ୱପୂର୍ଣ୍ଣ   ।

ପୁଅ ଝିଅ  ଉଭୟେ  ଖେଳିବା  ପାଇଁ  ଏବଂ  ପରିବାରର  ସମସ୍ତଙ୍କ  ସହ  କଥାବାର୍ତ୍ତା   କରିବା  ପାଇଁ  ସମାନ   ସୁଯୋଗ  ପାଇବା  ଆବଶ୍ୟକ   । ବାପାଙ୍କ  ସହ  ଖେଳିବା , କଥାବାର୍ତ୍ତା  ହେବା  ଫଳରେ  ବାପା  ଓ  ଶିଶୁ  ମଧ୍ୟରେ  ସମ୍ପର୍କ  ଦୃଢ  ହୋଇଥାଏ  ।

ପରିବାରର  ଲୋକ  ଏବଂ  ଅନ୍ୟ  ଯତ୍ନକାରୀମାନେ  ସ୍ପଷ୍ଟ  ନିର୍ଦ୍ଦେଶ  ସହ  ସରଲା  କାମ  ଦେଇ , ତା’ର  ଖେଳରେ  ବାଧା  ନଆଣି , ନୂଆ  ଖେଳ  ଖେଳିବା  ପାଇଁ  ଜିନିଷ  ଦେଇ , ନୂଆ  କାମ  କରିବା  ପାଇଁ  ଉତ୍ସାହିତ  କରି  ଶିଶୁର  ଶିଖିବାରେ   ସାହାଜ୍ଯ  କରିପାରିବେ   । ଶିଶୁକୁ  ଖୁବ୍ ନିକଟରୁ  ଲକ୍ଷ୍ୟ  କରି  ତା’ କଥାକୁ   ଗ୍ରହଣ  କରନ୍ତୁ  ।

ଶିଶୁ  କାହାର  ସାହାଯ୍ୟ  ନନେଇ  କିଛି  କରିବାକୁ  ଚେଷ୍ଟା  କରୁଥିବା  ବେଳେ  ଯତ୍ନକାରୀ  ଧୈର୍ଯ୍ୟର  ସହ  ଲକ୍ଷ୍ୟ  କରିବା  ଉଚିତ  । ସେମାନେ  ସଫଳତା  ପାଇବା  ଯାଏଁ  ଚେଷ୍ଟା   କରି  ଶିଖିଥାଆନ୍ତି   । ନିଜ  ଉପରେ  କିଛି  ବିପଦ  ଣଆଣି  ଯଦି  ଶିଶୁ  ନିଜେ  କିଛି ନୂଆ  ଓ  କଷ୍ଟକାମ  କରୁଥାଏ  ତେବେ  ଏଥିରେ  ତାକୁ  ଉତ୍ସାହିତ  କରିବା  ଶିଶୁର  ବିକାଶ  ଦିଗରେ  ଏକ  ସକରାତ୍ମକ  ପଦକ୍ଷେପ   ।

ପ୍ରତ୍ୟକ  ଶିଶୁ  ତାଙ୍କ  ବିକାଶ  ସ୍ତର ଅନୁସାରେ  ଖେଳିବା ପାଇଁ  ବିଭିନ୍ନ  ସରଳ  ଜିନିଷ  ଦରକାର  କରିଥା’ନ୍ତି  ପାଣି , ବାଲି , କାଗଜ ଡବା ,  କାଠଖଣ୍ଡ , ପାତ୍ର ଓ ଢାଙ୍କୁଣି  ଆଦି   ଗୋଟିଏ  ଗୋଟିଏ  ଭଲ  ଖେଳନା   ।

ଶିଶୁର  ଦକ୍ଷତା  ନିୟମିତ  ବଦଳୁଥାଏ  ଏବଂ  ନୂଆ  ନୂଆ  ଦକ୍ଷତାମାନ  ବିକଶିତ   ହେଉଥାଏ   । ଯତ୍ନକାରୀ  ଏଥିପ୍ରତି  ଦୃଷ୍ଟି  ଦେଇ  ଆହୁରି  ଶୀଘ୍ର  ବିକାଶ  ପାଇଁ  ସାହାଯ୍ୟ  କରିବା  ଉଚିତ   ।

ଶିଶୁମାନେ  ତାଙ୍କ  ନିକଟରେ   ଥିବା  ଲୋକଙ୍କର  ଚାଲିଚଳଣକୁ  ଅନୁକରଣ  କରି  ଆଚାର  ବ୍ୟବହାର  ଶିଖନ୍ତି ।

ଶିଶୁମାନେ  ଅନ୍ୟମାନଙ୍କୁ  ଲକ୍ଷ୍ୟ  କରି  ଓ  ନକଲ  କରି  କାହା  ସହ  କିପରି  କଥାବାର୍ତ୍ତା  କରାଯାଏ  ତାହା  ପିଲାମାନେ  ଶିଖନ୍ତି  । କି ପ୍ରକାରର  ବ୍ୟବହାରକୁ  ଗ୍ରହଣ  କରାଯାଏ  ବା  କରାଯାଏ  ନାହିଁ   ତାହା ସେମାନେ   ଶିଖନ୍ତି   ।

ବୟସ୍କ  ତଥା  ବଡ  ପିଲାମାନଙ୍କ  କାମ  ଶିଶୁର  ବ୍ୟବହାର  ଓ  ବ୍ୟକ୍ତିତ୍ଵ  ଗଠନରେ  ବେଶ୍ ପ୍ରଭାବ  ପକାଇଥାଏ   । ପିଲାମାନଙ୍କୁ  ଯାହା  କରିବାକୁ   କୁହାଯାଏ  ସେମାନେ  ତାହା  ନକରି  ଅନ୍ୟମାନଙ୍କ  କାମକୁ  ନକଲ  କରନ୍ତି   । ବୟସ୍କମାନେ  ବଡ  ପାଟିରେ  ଚିତ୍କାର  କଲେ , ହିଂସ୍ର  ବ୍ୟବହାର  କଲେ  ପିଲା  ମଧ୍ୟ  ସେହି  ପ୍ରକାରର  ବ୍ୟବହାର  ଶିଖେ   । ଯଦି  ବଡମାନେ  ଅନ୍ୟକୁ  ଦୟା  ଓ  ସମ୍ମାନ  ଦେଖାଇବା  ସହ  ଧୈର୍ଯ୍ୟପୂର୍ଣ୍ଣ  ବ୍ୟବହାର  କରନ୍ତି , ତେବେ  ଶିଶୁ  ମଧ୍ୟ  ସେହିଭଳି  ବ୍ୟବହାର   କରିବା  ଶିଖିଥାଏ  ।

ଶିଶୁ  ବାହାନା  କରିବାକୁ  ଭଲପାଏ  । ଏହାକୁ  ପ୍ରୋତ୍ସାହିତ  କଲେ  ଶିଶୁର  କଳ୍ପନା  ଶକ୍ତିର  ବିକାଶ  ଘଟିଥାଏ   । ଏହା  ଶିଶୁକୁ  ଅନ୍ୟମାନଙ୍କ  ବ୍ୟବହାରକୁ  ବୁଝିବାରେ  ଊ  ଗ୍ରହଣ  କରିବାରେ  ସାହାଯ୍ୟ  କରିଥାଏ   ।

ସବୁ ବାପାମା ତଥା  ଯତ୍ନକାରୀ  ଶିଶୁର  ବୃଦ୍ଧି ଓ  ବିକାଶର  ଅସୁବିଧାକୁ  ଦେଖାଉଥିବା  ସତର୍କ   ସୂଚନାଗୁଡିକୁ  ଜାଣିବା  ଜରୁରୀ   ।

ବାପାମା’  ଓ  ଯତ୍ନକାରୀ  ଶିଶୁର  ସାଧାରଣ  ବିକାଶର  ବିଭିନ୍ନ  ସୂଚକ  ବିଷୟରେ  ଜାଣିବା  ଦରକାର   । କେତେବେଳେ  ସାହାଯ୍ୟ  ଖୋଜିବାକୁ  ହେବ  ଏବଂ  ଶାରୀରିକ  ବା  ମାନସିକ  ଦୃଷ୍ଟିରୁ  ଅକ୍ଷମ  ଇସୁ  ପାଇଁ  ଏକ  ଯତ୍ନଶୀଳ  ଓ  ସ୍ନେହପୂର୍ଣ୍ଣ  ବାତାବରଣ   କିପରି  ଯୋଗାଇ  ହେବ  ତାହା  ମଧ୍ୟ  ସେମାନେ  ଜାଣିବା  ଜରୁରୀ   ।

ପ୍ରତି  ଶିଶୁର  ବୃଦ୍ଧି  ଓ  ବିକାଶ  ଏକା  ଧାରାରେ  ହୋଇଥାଏ  । କିନ୍ତୁ  ସମସ୍ତଙ୍କ  ବିକାଶର  ବେଗ  ଅଲଗା  ଅଲଗା  ହୋଇଥାଏ   ।

ତାଙ୍କୁ  ଛୁଇଁଲେ , କଥା  କହିଲେ  ବା  କିଛି ଦେଖାଇଲେ  ଛୋଟ  ପିଲାମାନେ  କିଭଳି  ପ୍ରତିକ୍ରିୟା  ଦେଖାଉଛନ୍ତି  ତାହା  ଲକ୍ଷ୍ୟ  କରି  ଶିଶୁର  ବିକାଶରେ  ଥିବା  କୌଣସି  ଅସୁବିଧା  ବା ତା’ର  କିଛି  ଅକ୍ଷମତା  ବିଷୟରେ  ଜାଣିପାରିବେ   । ଶିଶୁର  ବିକାଶ  ଧୀର  ହେଉଥିଲେ  ବାପାମା’ ଓ  ଯତ୍ନକାରୀ  ଖେଳିବା , କଥା  ହେବା , ମାଲିସ  କରିବା  ଆଦି  ପାଇଁ  ଅଧିକ  ସମୟ  ଦେବା  ଦରକାର   ।

ଶିଶୁ  ଯଦି  ଉତ୍ତେଜନା ବା  ଯତ୍ନ  ପ୍ରତି  କୌଣସି  ପ୍ରତିକ୍ରିୟା  ଦେଖାଉନାହିଁ , ତେବେ  ବାପାମାଆ  ଓ  ଯତ୍ନକାରୀଙ୍କୁ  ଅନ୍ୟର  ସାହାଯ୍ୟ  ନେବାକୁ  ପଡିବ   । ଅକ୍ଷମତା  ବେଶୀ  ବଢିଯିବା  ଆଗରୁ  ପ୍ରତିକାର  ବ୍ୟବସ୍ଥା  କରିବା  ଦରକାର   । ବାପାମା’ ଓ  ଯତ୍ନକାରୀ  ଶିଶୁର  ଦକ୍ଷତାର  ବିକାଶ  ପାଇଁ  ତାକୁ  ଉତ୍ସାହିତ  କରିବା  ଉଚିତ  ।

ଅକ୍ଷମ  ପୁଅ  ବା  ଝିଅର  ଅଧିକ  ସ୍ନେହ  ଓ  ସୁରକ୍ଷା  ଦରକାର   । ଅନ୍ୟ  ଶିଶୁଙ୍କ  ପରି  ଜନ୍ମ  ପରେ  ଏମାନଙ୍କର  ମଧ୍ୟ  ପଞ୍ଜିକରଣ  ଓ  ପ୍ରତିରୋଧିକରଣ , ତାଙ୍କୁ  ମା’ କ୍ଷୀର ଓ  ପୁଷ୍ଟିକର  ଖାଦ୍ୟ  ଦେବା , ସବୁ  ପ୍ରକାରର  ନିର୍ଯ୍ୟାତନା  ଓ  ହିଂସ୍ରତାଠାରୁ  ସୁରକ୍ଷିତ  ରଖିବା  ଉଚିତ  । ଅକ୍ଷମ  ଶିଶୁମାନଙ୍କୁ  ଅନ୍ୟ  ଶିଶୁମାନଙ୍କ  ସହ  ମିଶିବା  ଓ  ଖେଳିବାକୁ  ଉତ୍ସାହିତ   କରିବା  ଉଚିତ  ।

ମାନମାରି  ରହୁଥିବା  ବା  ଆବେଗକୁ  ପ୍ରକାଶ  କରିପାରୁ  ନଥିବା  ଶିଶୁ  ଅସ୍ଵାଭାବିକ  ବ୍ୟବହାର  କରିଥାଏ  । ହଠାତ  ସାଙ୍ଗ  ନହେବା , ମୁହଁ  ଶୁଖାଇବା , ଅଳସୁଆ  ହେବା , ସହଯୋଗ  ନକରିବା  ବା  ଦୁଷ୍ଟ  ହେବା , ଅଧିକାଂଶ  ସମୟରେ  କାନ୍ଦିବା , ଅନ୍ୟ  ଶିଶୁଙ୍କ  ପ୍ରତି  ଉଗ୍ର  ହୋଇ  ଉଠିବା , ସାଙ୍ଗମାନଙ୍କ  ସହ  ନ ଖେଳି  ଏକା  ବସିବା  ବା  ସବୁଦିନିଆ  କାର୍ଯ୍ୟକଳାପ  ବା  ବିଦ୍ୟାଳୟର  କାମ  ପ୍ରତି  ହଠାତ  ଆଗ୍ରହ  ନ  ଦେଖାଇବା  ଏବଂ  ଭୋକ  ଓ  ନିଦ  କମିଯିବା  ଆଦି  ଏହାର  କିଛି  ଉଦାହରଣ   ।

  • ବାପାମା’ ପିଲା  ସହ  କଥା  ହେବା  ଏବଂ  ତା’କଥା  ଶୁଣିବା  ଆବଶ୍ୟକ   । ପରିସ୍ଥିତି  ନ  ବଦଳିଲେ  ଶିକ୍ଷକ  ବା  ସ୍ୱାସ୍ଥ୍ୟକର୍ମୀଙ୍କ  ସାହାଯ୍ୟ  ନେବା  ଜରୁରୀ   ।
  • ଯଦି  ଶିଶୁର  ମାନସିକ  ବା  ଆବେଗଗତ  ଅସୁବିଧା  ଅଛି ବା  ସେ  ନିର୍ଯ୍ୟାତନା  ସାହି  ଆସୁଛି , ତେବେ  ଅବସ୍ଥାକୁ  ଜଟିଳତାରୁ  ବଞ୍ଚାଇବା  ପାଇଁ  ତାକୁ  ପରାମର୍ଶ  ଦେବା  ଦରକାର   ।

ଆଧାର :Unicef

2.97222222222
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top