ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଶୀତ ଋତୁରେ ସୂର୍ଯ୍ୟକିରଣ ଅନେକ ରୋଗରୁ ମୁକ୍ତି ଦେଇଥାଏ
ସେଆର କରନ୍ତୁ

ଶୀତ ଋତୁରେ ସୂର୍ଯ୍ୟକିରଣ ଅନେକ ରୋଗରୁ ମୁକ୍ତି ଦେଇଥାଏ

ଶୀତ ଋତୁରେ ଲୋକେ ଖରାର ଉତ୍ତାପକୁ ଖୁବ୍ ମନଭରି ଉପଭୋଗ କରିଥାନ୍ତି ।

ଶୀତ ଋତୁ

ଶୀତ ଋତୁର ଆଗମନ ହେବା ସଙ୍ଗେ ଚାରିଆଡେ ଶୀତର ପ୍ରଭାବ ଅନୁଭୂତ ହେଲାଣି । ଏହି ଋତୁରେ ଲୋକେ ଖରାର ଉତ୍ତାପକୁ ଖୁବ୍ ମନଭରି ଉପଭୋଗ କରିଥାନ୍ତି । କାରଣ ଏହି ଋତୁରେ ଖରାର ମଜା କିଛି ଅଲଗା ଅନୁଭବ କରାଇଥାଏ । ଖରାରୁ କେବଳ ଭିଟାମିନ-ଡି ମିଳେ ନାହିଁ, ମାତ୍ର ଏଥିରୁ ଶରୀର ମଧ୍ୟରେ ଅନେକ ଲାଭ ମଧ୍ୟ ମିଳିଥାଏ ।

ଶୀତ ଦିନେ ଖରାରୁ ଶରୀରକୁ କିଭଳି ଫାଇଦା ମିଳିଥାଏ

  1. ପ୍ରାୟତଃ ସମସ୍ତଙ୍କୁ ଜଣା କି ଖରାରୁ ଶରୀରକୁ ଭରପୂର ମାତ୍ରାରେ ଭିଟାମିନ-ଡି ମିଳିଥାଏ, ଯାହା ହାଡକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ । ଏହାସହ ଖରା ଉତ୍ତାପରୁ ଗଣ୍ଠି ଦରଜ ଏବଂ ଶୀତ ଦିନେ ହେଉଥିବା ଶରୀର ବ୍ୟଥାରୁ ମଧ୍ୟ ମୁକ୍ତି ମିଳିଥାଏ ।
  2. ଖରା ଶେକରୁ ଆମର ଶରୀରରେ ମେଲାଟୋନିନ ପ୍ରସ୍ତୁତ ହୋଇଥାଏ । ଏହି ହର୍ମୋନର ଅବସ୍ଥିତି ଯୋଗୁଁ ଭଲ ନିଦ ହୋଇଥାଏ । ଏହାସହ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ ।
  3. ଖରାରେ ବସିବା ଦ୍ୱାରା ଶରୀରରେ ଥିବା କୋଲେଷ୍ଟ୍ରୋଲର ମାତ୍ରା ହ୍ରାସ ପାଇଥାଏ, ଯାହା ଓଜନ ଘଟାଇବାରେ ସାହାଯ୍ୟ କରିଥାଏ ।
  4. ଯଦି ଶରୀରରେ କୌଣସି ପ୍ରକାରର ଫଙ୍ଗାଲ ଇନଫେକ୍ସନ ହୋଇଥାଏ ତେବେ ଖରାରେ ନିହାତି ବସନ୍ତୁ । କାରଣ ଖରାରେ ବସିବାଦ୍ୱାରା ବ୍ୟାକଟେରିଆ ସମ୍ପର୍କିତ ଇନଫେକ୍ସନ ହ୍ରାସ ହୋଇଥାଏ । ତେଣୁ ଖରା ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ଦେବା ଲାଗି ବହୁ ଉପକାରୀ ଅଟେ ।
  5. ସୂର୍ଯ୍ୟଙ୍କ କିରଣମଧ୍ୟରେ ଜଣ୍ଡିସ ଭଳି ରୋଗ ନିୟନ୍ତ୍ରଣ କ୍ଷମତା ରହିଛ, ତେଣୁ ଜଣ୍ଡିସ ଆକ୍ରାନ୍ତ ଥିବା ବ୍ୟକ୍ତି ଖରାରେ ନିହାତି ବସିବା ଜରୁରୀ ।
  6. ଗର୍ଭାବସ୍ଥାରେ ଖରାରେ ବସିବାଦ୍ୱାରା ଶିଶୁର ଭଲ ବିକାଶ ହୋଇଥାଏ ।
  7. ସୂର୍ଯ୍ୟଙ୍କ କିରଣରୁ ଉତ୍ପନ ହେଊଥିବା ଅତି ବାଇଗଣୀ ରଶ୍ମୀ ଶରୀରର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ହୋଇଥାଏ । ଯାହା ଆମକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ ।
  8. ଖରାରେ ବସିବାଦ୍ୱାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ହୋଇନଥାଏ । ଯେଉଁ କାରଣରୁ ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ । ଏହାଦ୍ୱାରା ହୃଦରୋଗୀ ଏବଂ ମଧୁମେହ ରୋଗୀ ଖୁବ୍ ଫଳପ୍ରଦ ହୋଇଥାଆନ୍ତି ।

ଆଧାର: କନକ ନ୍ୟୁଜ

3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top